Excuse Me Odisha

ଯାହା କହିବୁ ସତ କହିବୁ

ରାହୁର ଗୋଚର ଦ୍ଵାରା ଏହି ୮ଟି ରାଶିର ଲୋକେ ହେବେ ମାଲାମାଲ, ୧୮ ମାସ ପର୍ଯ୍ୟନ୍ତ ବୃଷ ରାଶିରେ ରହିବ ଏହି ଗ୍ରହ।

ସେୟାର୍ କରନ୍ତୁ

ରାହୁ ଗ୍ରହ ରାଶି ପରିବର୍ତ୍ତନ କରି ଦେଇଛି। ଏହି ଗ୍ରହ ମିଥୁନ ରାଶିରେ ପ୍ରବେଶ କରିଛି। ରାହୁ ଗ୍ରହ ଏହି ରାଶିରେ ୧୮ ମାସରେ ରହିବ। ରାହୁର ଏହି ଗୋଚର ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପଡ଼ିବ। କିନ୍ତୁ ୧୨ ରୁ ଆଠଟି ରାଶି ଉପରେ ଏହି ଗୋଚରର ପ୍ରଭାବ ଅତ୍ୟନ୍ତ ଶୁଭ ରହିବ ଏବଂ ଏହି ରାଶିର ଜାତକଙ୍କୁ ଲାଭ ମିଳିବ। ତେବେ ଆସନ୍ତୁ ଜାଣିବା କଣ ସେହି ୮ଟି ରାଶି ରହିଛି, ଯାହା ଉପରେ ଏହି ଗୋଚରର ଶୁଭ ପ୍ରଭାବ ପଡ଼ିବ।

ରାହୁର ଗୋଚରରେ ଏହି ରାଶିର ଜାତକଙ୍କ ଖୋଲିଯିବ ଭାଗ୍ୟ –

ମେଷ ରାଶି –

ମେଷ ରାଶିରେ ଏହି ଗ୍ରହ ପରିବର୍ତ୍ତନ ଅତ୍ୟନ୍ତ ଲାଭକାରୀ ସାବ୍ୟସ୍ତ ହେବ। ଏହି ରାଶିର ଲୋକଙ୍କୁ ଲାଭ ମିଳିବ। ଯଦି କୌଣସି କାର୍ଯ୍ୟରେ ସଫଳତା ମିଳିବ ନାହିଁ, ତେବେ ସେହି କାର୍ଯ୍ୟ ଉତ୍ତମ ରୂପରେ ପୂରଣ ହେବ। ସଫଳତାର ସବୁ ମାର୍ଗ ଖୋଲିଯିବ। ଏହି ରାଶିର ଲୋକେ ଗହଣା, ବାହନ ଆଦି ଏହି ୧୮ ମାସ ମଧ୍ୟରେ କିଣି ପାରିବେ। ବ୍ୟାପାରରେ ବୃଦ୍ଧି ହେବ। ଚାକିରୀରେ ଉନ୍ନତି ଦେଖିବାକୁ ମିଳିବ।

ବୃଷ ରାଶି –

ରାହୁର ରାଶି ପରିବର୍ତ୍ତନ ବୃଷ ରାଶି ପାଇଁ ଅତ୍ୟନ୍ତ ଶୁଭ ସିଦ୍ଧ ହେବ। ଏହି ରାଶିର ଲୋକଙ୍କୁ ଅଧିକ ସଫଳତା ମିଳିବ ଏବଂ ଲକ୍ଷ୍ମୀ ମାଆଙ୍କ କୃପା ଲାଭ ହେବ। ଚାକିରୀର ଉତ୍ତମ ଅବସର ମିଳିବ। ଛାତ୍ର ମାନଙ୍କ ପାଇଁ ଉତ୍ତମ ମାର୍ଗ ଖୋଲିବ ଏବଂ ପରୀକ୍ଷାରେ ଉଚିତ ପରିଣାମ ଲାଭ କରିବେ।

Google

କର୍କଟ ରାଶି –

ରାହୁର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଉତ୍ତମ ରହିବ। ଏହି ରାଶିର ଜାତକଙ୍କ ଭାଗ୍ୟ ପ୍ରବଳ ରହିବ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ସବୁ କାର୍ଯ୍ୟରେ ସଫଳତା ମିଳିବ। ଯେଉଁ କାର୍ଯ୍ୟରେ ଆପଣ ହାତ ଦେବେ ସବୁ କ୍ଷେତ୍ରରେ ଧନ ପ୍ରାପ୍ତ କରିବେ। ଏଥିପାଇଁ କର୍କଟ ରାଶିର ଲୋକେ ଏହି ସମୟରେ ନିଜର ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି।

ସିଂହ ରାଶି –

ଏହି ରାଶିର ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ରାଜନୀତି ରେ ଜଡ଼ିତ ଲୋକଙ୍କ ପାଇଁ ଏହି ଗୋଚର ଲାଭଦାୟକ ସାବ୍ୟସ୍ତ ହେବ। ଏହି ଗୋଚର ଦ୍ଵାରା ଉଚ୍ଚ ପଦ ପ୍ରାପ୍ତ ହେବ। ଏହାସହିତ ଆପଣଙ୍କ ମନୋବଳ ବଢିବ। ଧର୍ମ କର୍ମ କାର୍ଯ୍ୟରେ ରୁଚି ରଖିବେ।

କନ୍ୟା ରାଶି –

ଏହି ରାଶିର ଲୋକେ ନୂତନ ବ୍ୟାପାର ଆରମ୍ଭ କରି ପାରନ୍ତି, ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। କନ୍ୟା ରାଶିର ଲୋକଙ୍କ ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ଘରେ ଶାନ୍ତିର ମାହୋଲ ବନି ରହିବ।

ବିଛା ରାଶି –

ଧର୍ମ କର୍ମରେ ରୁଚି ରଖିବେ ଏବଂ ଆପଣଙ୍କ ମନ ଶାନ୍ତ ରହିବ। ଜମିବାଡ଼ି ସମ୍ବନ୍ଧିତ ମାମଲାରେ ଲାଭ ମିଳିବ। କୋର୍ଟ କଚେରୀ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ବିବାହ ସମ୍ବନ୍ଧିତ କାର୍ଯ୍ୟରେ ଅଧିକ ସମୟ ଲାଗିପାରେ।

ଧନୁ ରାଶି –

ରାହୁର ଗୋଚର ଏହି ରାଶିର ଲୋକଙ୍କ ପାଇଁ ସଫଳତା ଆଣିଦେବ। ଏହି ଗୋଚର ଧନୁ ରାଶିର ଲୋକଙ୍କ ପାଇଁ ନୂତନ ଅବସର ପ୍ରଦାନ କରିବ। ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି।

ମୀନ ରାଶି –

ବିଦ୍ୟାର୍ଥୀ ଏବଂ ଚାକିରୀ ଖୋଜୁଥିବା ଲୋକଙ୍କ ପାଇଁ ଏହି ଗୋଚର ଶୁଭ ରହିଛି। ଯେଉଁ ଲୋକମାନଙ୍କ ବିବାହରେ ବାଧା ଉତ୍ପନ୍ନ ହେଉଥିଲା ସେସବୁ ବାଧା ଦୂର ହେବ। ଗୋଟେ ବର୍ଷ ମଧ୍ୟରେ ବିବାହ ହୋଇଯିବ।

ତେବେ ଏହା ସେହି ଲୋକଙ୍କ ବିଷୟରେ ସୂଚନା ଥିଲା , ଯେଉଁ ମାନଙ୍କ ଉପରେ ଏହି ଗୋଚରର ଶୁଭ ପ୍ରଭାବ ପଡ଼ିବ। ଯଦି ଆପଣଙ୍କ ରାଶି ଏଥି ମଧ୍ୟରେ ସାମିଲ ନାହିଁ ତାହେଲେ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ତଳେ ଦିଆ ଯାଇଥିବା ଉପାୟକୁ କରିବା ଦ୍ଵାରା ରାହୁ ଗ୍ରହ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।

Google

୧/ ରାହୁ ଗ୍ରହକୁ ଅନୁକୂଳ ବନାଇ ରଖିବା ପାଇଁ ଶନିବାର ଦିନ ଗରିବ ଲୋକଙ୍କୁ ଭୋଜନ ଏବଂ ଟଙ୍କା ଦାନ କରନ୍ତୁ।

୨/ ଶନିବାର ଦିନ ନିଜ ଛାଇ ତେଲରେ ଦେଖନ୍ତୁ, ଏବଂ ସେହି ତେଲକୁ ମନ୍ଦିରରେ ଚଢାଇ ଦିଅନ୍ତୁ। ଏହି ଉପାୟ ଦ୍ଵାରା ରାହୁ ଗ୍ରହ କାରଣରୁ ଆପଣଙ୍କୁ କିଛି ସମସ୍ୟା ହେବ ନାହିଁ।

୩/ ରାହୁ ଗ୍ରହ ଯୋଗୁଁ କାର୍ଯ୍ୟ ପୂର୍ଣ୍ଣ ହେବାର ବାଧା ଉତ୍ପନ୍ନ ହୋଇପାରେ। ଯଦି ଆପଣଙ୍କର କୌଣସି କାର୍ଯ୍ୟ ସମ୍ପନ୍ନ ହେଉନାହିଁ ତାହେଲେ ଆପଣ ମନ୍ଦିର ରେ ଝାଡୁ ଏବଂ ସାବୁନ ସମୟ ସମୟ ମଧ୍ୟରେ ଚଢାଇ ଦିଅନ୍ତୁ। ଝାଡୁ ଏବଂ ସାବୁନ ଆପଣ ସନ୍ଧ୍ୟା ସମୟରେ ମନ୍ଦିରରେ ରଖି ଆସିବେ। ଏହାପରେ ଘରକୁ ଆସିବା ସମୟରେ ପଛକୁ ମୋଡ଼ି ଦେଖିବେ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଆଶୀର୍ବାଦ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *