Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ମା ଭବାନୀଙ୍କ କୃପା ଲାଭ କରିବା ପାଇଁ କରନ୍ତୁ ଏହି ଉପାୟ।

ସେୟାର୍ କରନ୍ତୁ

ଶାରଦୀୟ ନବରାତ୍ରୀ ୨୦୨୦: ନବରାତ୍ରି ଶକ୍ତିର ଆରାଧନାର ପର୍ବ ଅଟେ। ନବରାତ୍ରି ସମୟରେ ମାଆ ଦୁର୍ଗାଙ୍କ ପୂଜା ଆରାଧନା କରା ଯାଇଥାଏ। ଏହି ନବରାତ୍ରି ସମୟରେ ଆପଣ ମା ଜଗଦମ୍ବାଙ୍କ ପୂଜା ଏବଂ କିଛି ଉପାୟ କରି ନିଜର ମନସ୍କାମନା ପୂରଣ କରି ପାରିବେ। କହିବାକୁ ଗଲେ ମା ଭଗବତୀ କେବେ ନିଜର ଭକ୍ତ ମାନଙ୍କ ଉପରେ କ୍ରୋଧିତ ହୁଅନ୍ତି ନାହିଁ। କିନ୍ତୁ ମା ଭଗବତୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଉପାୟ ସରଳ ଅଟେ। ଏହି ଉପାୟ ଗୁଡିକୁ ଯେକୌଣସି ବ୍ୟକ୍ତି ସୁବିଧାରେ କରି ପାରିବେ। ଆପଣଙ୍କୁ ଜୀବନରେ ଯେତେ ସମସ୍ୟା ଆସିଥାଉ ଏହି ଉପାୟ କରିବା ଦ୍ଵାରା ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ କେଉଁ ଉପାୟ ସବୁ କରିବା ଉଚିତ।

୧/ ନବରାତ୍ରି ସମୟରେ ଆପଣ ସମ୍ପୂର୍ଣ୍ଣ ୯ ଦିନ ପର୍ଯ୍ୟନ୍ତ ମା ଭଗବତୀଙ୍କୁ ମନ୍ତ୍ରର ଜପ କରନ୍ତୁ।

ମନ୍ତ୍ର –

।। ଓଁ ସର୍ବଂମୟେ ଉପାଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମୋସ୍ତୁତେ।।

Google

ମାଆ ଭଗବତୀଙ୍କ ଏହି ପରମ ପାବନ ମନ୍ତ୍ରର ଜପ ଆପଣଙ୍କୁ ପ୍ରତ୍ୟେକଦିନ କମ୍ ସେ କମ୍ ୧୦୮ ଥର ମାଳା ଜପ କରିବା ଆବଶ୍ୟକ। ଏହି ମନ୍ତ୍ରର ଜପ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହେବ। ଆପଣଙ୍କ ମନସ୍କାମନା ପୂରଣ ହେବ।

୨/ ନବରାତ୍ରି ସମୟରେ ପ୍ରତ୍ୟେକଦିନ ସକାଳେ ବ୍ରହ୍ମ ମୁହୂର୍ତ୍ତରେ ଉଠି ନିତ୍ୟକ୍ରୀୟାରୁ ନିବୃତ ହୋଇ ଆପଣ ଶ୍ରୀରାମ ସ୍ତୋତ୍ର ପାଠ କରନ୍ତୁ। ଶ୍ରୀରାମ ସ୍ତୋତ୍ର ପାଠ କରିବା ଦ୍ୱାରା ଆପଣଙ୍କର ଜରୁରୀ କାର୍ଯ୍ୟରେ ଉତ୍ପନ୍ନ ହେଉଥିବା ବାଧା ଦୂର ହେବ। ଭୌତିକ ସୁଖ ଲାଭ କରିବେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ପାଇବେ। ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହେବ।

୩/ ଯଦି ଆପଣ କିଛି ରୋଗରେ ପଡିଛନ୍ତି, ତାହେଲେ ଏହି ନବରାତ୍ରି ସମୟରେ କୌଣସି ଦିନ ନଡ଼ିଆକୁ ନିଜ ଉପରେ ୨୧ ଥର ବୁଲାଇ ଏହାପରେ କର୍ପୁର ଦ୍ଵାରା ଅଗ୍ନି ପ୍ରଜ୍ବଳନ କରି ଏହି ନଡ଼ିଆର ଆହୂତି ଦେଇ ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣ କିଛି ଦିନ ମଧ୍ୟରେ ରୋଗ କଷ୍ଟରୁ ମୁକ୍ତି ପାଇବେ। ଆପଣ ପୂର୍ବ ଅପେକ୍ଷା ଶାନ୍ତି ଏବଂ ସୁସ୍ଥ ଅନୁଭବ କରିବେ। ନଡ଼ିଆର ଏହି ଉପାୟ ଅତ୍ୟନ୍ତ କାରିଗର ଅଟେ।

୪/ ଯଦି ଆପଣଙ୍କ ପିଲାମାନଙ୍କର ପାଠପଢ଼ାରେ ଲାଗୁ ନାହିଁ ଏବଂ ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଉଚିତ ପରିଣାମ ମିଳିପାରେ ନାହିଁ। ଆପଣ ଏହି ନବରାତ୍ରି ସମୟରେ ମାଆ ସରସ୍ଵତୀଙ୍କ ଆରାଧନା କରିବା ଆବଶ୍ୟକ ଏବଂ ତାଙ୍କର ବିଧି ବିଧାନ ସହିତ। ପଞ୍ଚମ ଦିନରେ ପୂଜା କରନ୍ତୁ। ଏଭଳି କରିବା ଦ୍ଵାରା ବିଦ୍ୟାଦାତ୍ରୀ ମା ସରସ୍ଵତୀ ଆପଣ ଏବଂ ଆପଣଙ୍କ ପରିବାରର ପିଲାମାନଙ୍କ ଉପରେ ଆଶୀର୍ବାଦ ବନାଇ ରଖିଥାନ୍ତି। ଉଚିତ ପରିଣାମ ଆପଣଙ୍କ ସାମ୍ନାକୁ ଆସିବ।

Google

୫/ ଯଦି ଆପଣ ଧନ ସମ୍ବନ୍ଧିତ ସମସ୍ୟାରେ ପଡ଼ିଛନ୍ତି ଏବଂ ଆର୍ଥିକ ସ୍ଥିତି ଅନୁକୂଳ ନାହିଁ। ଆପଣଙ୍କ ଘରେ ଭୌତିକ ସାଧନର ଅଭାବ ରହିଛି। ଆପଣ ଏହି ସଙ୍କଟରୁ ମୁକ୍ତି ପାଇବା ପାଇଁ ନିଜ ଘରେ ଅଷ୍ଟମୀ ଏବଂ ନବମୀ ଦିନ ସଫା ସ୍ଥାନରେ ଉତ୍ତର ଦିଗ ଆଡ଼କୁ ମୁହଁ କରି ବସି ଯାଆନ୍ତୁ। ନିଜ ସାମ୍ନାରେ ଚାଉଳରେ ଏକ ଢେରୀ ବନାଇ ତାଉପରେ ଶ୍ରୀଯନ୍ତ୍ର ରଖନ୍ତୁ। ଶ୍ରୀଯନ୍ତ୍ର ସାମ୍ନାରେ ନଅଟି ଦୀପ ପ୍ରଜ୍ବଳନ କରି ଉପାସନା କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଧନ ସମ୍ବନ୍ଧିତ ସମସ୍ୟା ଦୂର ହେବ। ଆପଣଙ୍କର ଭୌତିକ ସାଧନ ରେ ବୃଦ୍ଧି ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଭବାନୀ ” ଅବଶ୍ୟ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *