Excuse Me Odisha

ଯାହା କହିବୁ ସତ କହିବୁ

ଏକାଦଶୀ ଏବଂ ଦ୍ଵାଦଶୀରେ ଜନ୍ମ ହୋଇଥିବା ଲୋକଙ୍କ ସ୍ୱଭାବ କିପରି ହୋଇଥାଏ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ଏକାଦଶୀ ଏବଂ ଦ୍ଵାଦଶୀ ତିଥି ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଭଗବାନ ବିଷ୍ଣୁଙ୍କୁ ଏକାଦଶୀ ତିଥିରେ ପୂଜା ଏବଂ ଉପାସନା କରାଯାଏ। ଦ୍ଵାଦଶୀ ତିଥିରେ ବ୍ରତ କରନ୍ତି କିନ୍ତୁ ଆପଣ ଜାଣନ୍ତି କି ଏହି ଦୁଇଟି ତିଥିରେ ଜନ୍ମ ହୋଇଥିବା ଲୋକମାନେ କେମିତି ହୋଇଥାଆନ୍ତି, ଯଦି ଜାଣିନାହାନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କହିବୁ ଯେ ଏକାଦଶୀ ଏବଂ ଦ୍ୱାଦଶୀ ତିଥିରେ ଜନ୍ମ ହୋଇଥିବା ଲୋକଙ୍କ ସ୍ୱଭାବ ଏବଂ ଚରିତ୍ର ବିଷୟରେ।

ଏକାଦଶୀ ଏବଂ ଦ୍ଵାଦଶୀ ତିଥିରେ ଜନ୍ମ ହୋଇଥିବା ଲୋକଙ୍କ ସ୍ୱାଭାବ କେମିତି ହୋଇଥାଏ ଜାଣନ୍ତୁ।

ସମସ୍ତ ଲୋକ ନିଜ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି। ସେ ତାଙ୍କର ସ୍ଵଭାବ ଏବଂ ଆଗ୍ରହ ସହିତ ଭଲ ଭାବରେ ପରିଚିତ । କିନ୍ତୁ ତଥାପି ତାଙ୍କ ମନରେ ଅନେକ ପ୍ରଶ୍ନ ଉଠିଥାଏ ଏବଂ ସେ ଉତ୍ତର ପାଇବା ପାଇଁ ଅନେକ ସ୍ଥାନରେ ଘୁରି ବୁଲନ୍ତି। କିନ୍ତୁ ଆପଣ ଜାଣନ୍ତି କି ଜନ୍ମ ତିଥିରୁ, ଆପଣ ଆପଣଙ୍କର ଚରିତ୍ର ଏବଂ ପ୍ରକୃତି ବିଷୟରେ ଜାଣିପାରିବେ, ତାହେଲେ ଆସନ୍ତୁ ଜାଣିବା ଏକାଦଶୀ ଏବଂ ଦ୍ଵାଦଶୀ ତିଥିରେ ଜନ୍ମ ହୋଇଥିବା ଲୋକଙ୍କ ସ୍ୱଭାବ ବିଷୟରେ ।

Google

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ପ୍ରତି ମାସରେ ୧୫ ଦିନର ଦୁଇଟି ପକ୍ଷ ଅଛି, କୃଷ୍ଣ ପକ୍ଷ ଏବଂ ଶୁକ୍ଳପକ୍ଷ ଏଥିରେ ପ୍ରଥମ ପକ୍ଷ ପ୍ରତିପଦ ଠାରୁ ଅମାବାସ୍ୟା ଏବଂ ଦ୍ୱିତୀୟ ପକ୍ଷ ପ୍ରତିପଦ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ। ଏହି ସମସ୍ତ ତିଥିଗୁଡ଼ିକରେ ଜନ୍ମ ହୋଇଥିବା ଲୋକଙ୍କ ସ୍ଵଭାବ ଏବଂ ଚିନ୍ତାଧାରା ଅଲଗା ଅଲଗା ହୋଇଥାଏ। ଏକାଦଶୀ ତିଥିରେ ଜନ୍ମ ହୋଇଥିବା ଲୋକଙ୍କ ଚିନ୍ତାଧାରା ଶୁଦ୍ଧ ଏବଂ ସେମାନେ ଧାର୍ମିକ କାର୍ଯ୍ୟ କରିବାକୁ ଆଗ୍ରହୀ ଅଟନ୍ତି।

ଏମାନେ ସବୁବେଳେ ସେମାନଙ୍କର ଗୁରୁଙ୍କ ସେବାରେ ଲାଗିରହି ଥାନ୍ତି। ତାଙ୍କର ଅନେକ ସନ୍ତାନ ହୋଇଥାଏ ଏବଂ ସର୍ବଦା ନ୍ୟାୟ ମାର୍ଗରେ ଚାଲନ୍ତି ଏବଂ ଅନ୍ୟମାନଙ୍କୁ ସତ୍ୟର ପଥ ଅନୁସରଣ କରିବାକୁ ପରାମର୍ଶ ଦିଅନ୍ତି। ଏହା ସହିତ ଦ୍ୱାଦଶୀ ତିଥିରେ ଜନ୍ମିତ ଲୋକମାନେ ସେମାନଙ୍କ ଜୀବନରେ ଅଧିକ ଯାତ୍ରା କରନ୍ତି । ଏହି ଲୋକମାନେ ସେମାନଙ୍କର ସଉକ ଏବଂ କାର୍ଯ୍ୟ ହେତୁ ଯାତ୍ରା କରନ୍ତି। ଦ୍ୱାଦଶୀ ତିଥିରେ ଜନ୍ମ ହୋଇଥିବା ଲୋକମାନେ କେବେବି ଗୋଟିଏ ସ୍ଥାନରେ ବସନ୍ତି ନାହିଁ।

Google

ଏହି ତିଥିରେ ଜନ୍ମ ହୋଇଥିବା ଲୋକମାନେ ବିଦେଶ ଯାତ୍ରା ମଧ୍ୟ କରିଥାନ୍ତି। ତାଙ୍କ ମନ ବହୁତ ଚଞ୍ଚଳ ହୋଇଥାଏ। ଯେଉଁଥି ପାଇଁ ସେମାନେ ଜୀବନରେ ନିଷ୍ପତ୍ତି ନେବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। କିନ୍ତୁ ସେମାନେ କିଛି ନୂଆ ଶିଖିବାକୁ ସର୍ବଦା ପ୍ରସ୍ତୁତ ଥାନ୍ତି। ଏହି ଲୋକମାନେ ଶରୀରରୁ ମୋଟା ହୋଇପାରନ୍ତି । କିନ୍ତୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ଅଧିକ। ଏହି ଲୋକମାନେ ସଂପୂର୍ଣ୍ଣ ସଚ୍ଚୋଟତା ସହିତ କାର୍ଯ୍ୟ କରନ୍ତି। ଯେଉଁଥି ପାଇଁ ସେମାନେ ଜୀବନରେ ମଧ୍ୟ ସଫଳ ହୁଅନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଆପଣ ଯଦି ଏହି ଦୁଇ ଦିନ ମଧ୍ୟରୁ କୌଣସି ଦିନରେ ଜନ୍ମ ହୋଇଛନ୍ତି ତେବେ କମେଣ୍ଟ କରି ଆମକୁ ଜଣାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *