Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ ଏଥର କେବେ ହେବ ନବଦୁର୍ଗା ମାଆଙ୍କ ଆଗମନ, ଏହାର ପୂଜା ବିଧି।

ସେୟାର୍ କରନ୍ତୁ

ଏଥର ମଳମାସ ପଡ଼ିବା ଦ୍ଵାରା ନବଦୁର୍ଗାଙ୍କ ପର୍ବ  ଟିକେ ଡେରିରେ ଆରମ୍ଭ ହେବ ଯାହା ୧୮ ସେପ୍ଟେମ୍ବର ୨୦୨୦ ରୁ ଅଧିକ ମାସ ଲାଗିଛି ଯାହା ୧୬ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ୧୭ ଅକ୍ଟୋବର ରୁ ନବରାତ୍ରି ମହୋତ୍ସବ ଆରମ୍ଭ ହେବ। ଆସନ୍ତୁ ଜାଣିବା ମାଆଙ୍କ ଏହି ପାବନ ଦିନ, ତାଙ୍କ ପୂଜା କରିବାର କଣ ଲାଭ ମିଳିବ।

କଣ ରହିଛି ଏହି ନବଦୁର୍ଗାଙ୍କ ପ୍ରତ୍ୟେକ ଦିନର ତାରିଖ –

୧/ ମା ଶୈଳପୁତ୍ରୀ ( ନବରାତ୍ରି ପ୍ରଥମ ଦିନ) ୧୮ ଅକ୍ଟୋବର –

ବନ୍ଦେ ବାଞ୍ଛିତଲାଭାୟ ଚନ୍ଦ୍ରାର୍ଦ୍ଧକୃତସିଖରାମ।

ବୃଷାରୁଢ଼ାଂ ଶୂଳଧରାଂ ଶୈଳପୁତ୍ରୀ ଯଶଶ୍ଵିଂନୀମ ।।

ପ୍ରଥମ ଦିନ ମା ଦୁର୍ଗାଙ୍କର ଶୈଳପୁତ୍ରୀ ସ୍ୱରୂପଙ୍କୁ ପୂଜାର୍ଚ୍ଚନା କରାଯାଏ। କଳସ ବା ଘଟ ସ୍ଥାପନ ପରେ ମା ଶୈଳପୁତ୍ରୀଙ୍କ ପୂଜା ବିଧି ବିଧାନ ସ୍ୱରୂପ କରାଯାଏ । ମାତା ଶୈଳପୁତ୍ରୀ ଶାନ୍ତି ଏବଂ ଉତ୍ସାହ ଦେବା , ଭୟର ନାଶ କରୁଥିବା ଦେବୀ ଅଟନ୍ତି। ତାଙ୍କ ଆରାଧନା ଦ୍ଵାରା ଭକ୍ତ ମାନଙ୍କୁ ଯଶ କୀର୍ତ୍ତି, ଧନ ବିଦ୍ୟା ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ।

Google

୨/ ମା ବ୍ରହ୍ମଚାରିଣୀ ( ନବରାତ୍ରି ର ଦ୍ଵିତୀୟ ଦିନ ) ୧୯ ଅକ୍ଟୋବର –

ଦଧାନା କରପନ୍ୟାଭ୍ୟାମାକ୍ଷମାଳାକମଣ୍ଡଳୁ।

ଦେବୀ ପ୍ରସୀଦତୁ ମୟୀ ବ୍ରହ୍ମଚାରିଣନୁତ୍ତମା।।

ନବରାତ୍ର ଦ୍ଵିତୀୟ ଦିନ ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଇଥାଏ। ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତିଙ୍କ ରୂପରେ ପ୍ରାପ୍ତ କରିବା ପାଇଁ ହଜାର ବର୍ଷ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀ ରହି ଘୋର ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଗଲା।

୩/ ମା ଚନ୍ଦ୍ରଘଣ୍ଟା ( ନବରାତ୍ରି ର ତୃତୀୟ ଦିନ ) ୨୦ ଅକ୍ଟୋବର –

ପିଣ୍ଡଯ ପ୍ରବରାରୁଢ଼ା ଚଣ୍ଡକୋପାସ୍ତ୍ରକଇୟୁତ୍ତା।

ପ୍ରସାଦଂ ତନୁତେ ମହୟଂ ଚନ୍ଦ୍ରଘଣ୍ଟେତି ବିଶୃତା ।।

ମାଆ ଦୁର୍ଗାଙ୍କର ତୃତୀୟ ଶକ୍ତିର ନାମ ହେଉଛି ଚନ୍ଦ୍ରଘଣ୍ଟା। ନବରାତ୍ର ଉପାସନାରେ ତୃତୀୟ ଦିନ ତାଙ୍କର ବିଗ୍ରହର ପୂଜନ ଏବଂ ଆରାଧନା କରାଯାଏ। ଏହାଙ୍କର ସ୍ୱରୂପ ଅତ୍ୟନ୍ତ କଲ୍ୟାଣକାରୀ ଏବଂ ଶାନ୍ତିଦାୟକ ହୋଇଥାଏ। ତାଙ୍କ ମସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ରହିଛି। ଏଥିପାଇଁ ଦେବୀଙ୍କ ନାମ ଚନ୍ଦ୍ରଘଣ୍ଟା ଅଟେ।

୪/ ମା କୁଷ୍ମାଣ୍ଡା ( ନବରାତ୍ରି ଚତୁର୍ଥ ଦିନ ) ୨୧ ଅକ୍ଟୋବର –

ସୁରାସମୂର୍ଣକଳସଂ ରୂଢିରାଳ୍ପୁତମେବ ଚ ।

ଦଧାନା ହସ୍ତପନ୍ୟାଭ୍ୟାଂ କୁଷ୍ମାଣ୍ଡା ଶୁଭଦାସ୍ତୁମେ।।

ନବରାତ୍ରିର ଚତୁର୍ଥ ଦିନରେ ଦେବୀ କୁଷ୍ମାଣ୍ଡାଙ୍କ ପୂଜା ପାଇଁ ସମର୍ପିତ ରହିଛି। ଯାହା ପୁରା ବ୍ରହ୍ମାଣ୍ଡକୁ ଏକ ଅଲୌକିକ ଅଣ୍ଡାର ରୂପରେ ଦର୍ଶା ଯାଇଛି। ମାନା ଯାଇଥାଏ କି ଦେବୀ ତାଙ୍କ ଦିବ୍ୟ ଆନନ୍ଦ ସହିତ ଅନ୍ଧାରକୁ ସମାପ୍ତ କରିଛନ୍ତି। ଦେବୀ କୁଷ୍ମାଣ୍ଡାଙ୍କ ୮ ଟି ହାତ ରହିଛି। ଏଟିପାଇଁ ତାଙ୍କୁ ଅଷ୍ଟଭୁଜା ମଧ୍ୟ କୁହାଯାଏ। ଶାରଦୀୟ ନବରାତ୍ରୀ ଚତୁର୍ଥୀ ୨୦ ଅକ୍ଟୋବର ୨୦୨୦ କୁ ପଡୁଛି।

୫/ ମା ସ୍କନ୍ଦମାତା ( ନବରାତ୍ରି ପଞ୍ଚମ ଦିନ ) ୨୨ ଅକ୍ଟୋବର –

ସିଂହାସନଗତା ନୀତ୍ୟଂ ପନ୍ୟାଶ୍ରିତକରଦ୍ୱୟା।

ଶୁଭଦାସ୍ତୁ ସଦା ଦେବୀ ସ୍କନ୍ଦମାତା ଯଶଶ୍ଵିନୀ।।

ନବରାତ୍ରି ପଞ୍ଚମ ଦିନ ମା ସ୍କନ୍ଦମାତା ପୂଜା କରାଯାଏ। ଚାରି ଭୁଜା ବିଶିଷ୍ଟ ମାତା ଦୁର୍ଗାଙ୍କ ରୂପରେ କୋଳରେ ବିରାଜମାନ ହୋଇଥାନ୍ତି। ମାନ୍ୟତା ରହିଛି କି ସ୍କନ୍ଦମାତାଙ୍କ ପୂଜା କରୁଥିବା ଭକ୍ତଙ୍କର ସବୁ ଇଛା ପୂରଣ ହୋଇଥାଏ। ୨୨ ଅକ୍ଟୋବରରେ ମା ସ୍କନ୍ଦମାତାଙ୍କ ପୂଜାର୍ଚ୍ଚନା ହେବ।

୬/ ମା କାତ୍ୟାୟନୀ ( ନବରାତ୍ରି ଷଷ୍ଠ ଦିନ) ୨୩ ଅକ୍ଟୋବର –

ଚନ୍ଦ୍ରହାସୋଜ୍ଜ୍ଜଳକରା ଶାଇଲବରବାହନା।

କାତ୍ୟାୟନୀ ଶୁଭଂ ଦତ୍ୟାଦେବୀ ଦାନବଘାତିନୀ।।

ନବରାତ୍ରିର ଷଷ୍ଠ ଦିନ ମା କାତ୍ୟାୟନୀ ଦେବୀ ଅମରକୋଷ ରେ ପାର୍ବତୀଙ୍କ ପାଇଁ ଦ୍ଵିତୀୟ ନାମ ଅଟେ। ଗୋରୀ କାଳୀ ହିମାବତ ଈଶ୍ୱରୀ ତାଙ୍କର ଅନ୍ୟ ନାମ ଅଟେ । ପରେ ତାଙ୍କୁ ଶକ୍ତି , ଭଦ୍ରକାଳୀ ଏବଂ ଚଣ୍ଡିକା ସାମିଲ ହୋଇଛି। ମାଆ କାତ୍ୟାୟନୀ ଅମୋଘ ଫଳଦାୟୀ ଅଟନ୍ତି। ଭଗବାନ ବିଷ୍ଣୁଙ୍କୁ ପତି ରୂପରେ ପାଇବା ପାଇଁ ବ୍ରଜର ଗୋପୀ ମାନେ ତାଙ୍କ ପୂଜା କାଳିନ୍ଦୀ ଯମୁନା ତଟରେ କରିଥିଲେ। ଏହା ବ୍ରଜ ମଣ୍ଡଳର ଅଧିଷ୍ଠାତ୍ରୀ ଦେବୀଙ୍କ ସ୍ୱରୁପରେ ପ୍ରତିଷ୍ଠିତ ରହିଛନ୍ତି। ମାଆ କାତ୍ୟାୟନୀଙ୍କ ସ୍ୱରୂପ ଅତ୍ୟନ୍ତ କଲ୍ୟାଣକାରୀ ଅଟେ। ତାଙ୍କର ଚାରିଟି ଭୂଜା ରହିଛି। ମାତାଙ୍କ ଡାହାଣ ପାର୍ଶ୍ଵ ଉପର ହାତ ଅଭୟ ମୁଦ୍ରାରେ ତଥା ଅଭୟ ମୁଦ୍ରା ରେ ତଥା ତଳ ପାର୍ଶ୍ଵ ବରମୁଦ୍ରା ରେ ରହିଛି। ବାମ ପାର୍ଶ୍ୱରେ ଥିବା ଉପର ହାତରେ ଖଣ୍ଡା ଏବଂ ତଳ ପାର୍ଶ୍ୱରେ ଥିବା ହାତରେ କମଳ ପୁଷ୍ପ ସୁଶୋଭିତ ଅଟେ। ତାଙ୍କର ବାହନ ସିଂହ ଅଟେ।

Google

୭/ ମା କାଳରାତ୍ରୀ ( ନବରାତ୍ରି ସପ୍ତମ ଦିନ ) ୨୩ ଅକ୍ଟୋବର –

ଏକ ବେଣୀ ଜପାକର୍ଣ୍ଣପୁରା ନଗ୍ନା ଖରାସ୍ଥିତା ।

ଲମ୍ବୋଷ୍ଠି କର୍ଣିକାକଣୀ ତେଲାଭ୍ୟକ୍ତଶରୀରଣୀ।।

ବାମପାଦୋଲସଲୋହଲତାକଣ୍ଟକ ଭୂଷଣା।

ବର୍ଦ୍ଧନମୂର୍ଦ୍ଧଧ୍ଵଜା କୃଷ୍ଣା କାଳରାତ୍ରୀର୍ଭୟଡକରୀ।।

ନବରାତ୍ରି ସପ୍ତମ ଦିନରେ ଭାଗବତ ପୁରାଣରେ ମା ଦୁର୍ଗାଙ୍କ କାଳରାତ୍ରୀ ସ୍ୱରୂପ ପୂଜା କରାଯାଇଥାଏ। ମାଆ କାଳରାତ୍ରୀ ସର୍ବଦା ନିଜ ଭକ୍ତ ଉପରେ କୃପା ରଖିଥାନ୍ତି। ଏଥିପାଇଁ ମାଆଙ୍କ ନାମ ଶୁଭଙ୍କରୀ। ମାଆ ତାଙ୍କ ଭକ୍ତଙ୍କର ସବୁ ପ୍ରକାରର ଭୟ ଦୂର କରି ଥାନ୍ତି। ମାଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତଙ୍କୁ ଗଙ୍ଗାଜଳରେ ପଞ୍ଚାମୃତ ପୁଷ୍ପଗନ୍ଧା କ୍ଷେତ୍ରରେ ମାଙ୍କ ପୂଜା କରିବା ଉଚିତ।

୮/ ମା ମହାଗୌରୀ ( ନବରାତ୍ରୀ ଅଷ୍ଟମ ଦିନ )  ୨୪ ଅକ୍ଟୋବର –

ଶ୍ଵେତ ବୃଷେ ସମରୁଢ଼ା ସ୍ଵେତମ୍ବରଧରା ସୁଚିଃ ।

ମହାଗୌରୀ ଶୁଭଂ ଦତ୍ୟାନ୍ମହାଦେବପ୍ରମୋଦଦା।।

ନବରାତ୍ରି ଅଷ୍ଟମ ଦିନ ମହାଗୈାରୀ ଶକ୍ତିଙ୍କ ପୂଜାର୍ଚ୍ଚନା କରା ଯାଇଥାଏ। ତାଙ୍କର ସବୁ ଆଭୁଷଣ ଏବଂ ବସ୍ତ ଧଳା ଅଟେ। ଏଥିପାଇଁ ତାଙ୍କୁ ସ୍ଵେତାମ୍ବର ଧରା କୁହାଯାଇଛି। ଚାରି ଭୁଜା ରହିଛି। ବାହନ ବୃଷଭ ଅଟେ। ଡାହାଣ ପାର୍ଶ୍ଵର ଉପର ହାତରେ ଅଭୟ ମୁଦ୍ରା ରହିଛି। ତଳ ହାତରେ ତ୍ରିଶୂଳ ଧରିଛନ୍ତି। ବାମ ପାର୍ଶ୍ୱରେ ଉପର ହାତରେ ଡମ୍ବରୁ ଏବଂ ତଳ ହାତରେ ବର ମୁଦ୍ରା ରହିଛି। ତାଙ୍କର ପୁରା ମୁଦ୍ରା ଅତ୍ୟନ୍ତ ଶାନ୍ତ ଅଟେ। ପତି ରୂପରେ ମହାଦେବଙ୍କୁ ପ୍ରାପ୍ତ କରିବା ପାଇଁ ମହାଗୌରୀ କଠିନ ତପସ୍ୟା କରିଥିଲେ। ଏଥିଯୋଗୁଁ ତାଙ୍କ ଶରୀର କଳା ପଡି ଯାଇଥିଲା। ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ତାଙ୍କ ଶରୀରକୁ ଗଙ୍ଗାଜଳ ରେ ଧୋଇ କୋମଳ ବନାଇ ଦେଲେ।

Google

୯/ ମା ସିଦ୍ଧିଦାତ୍ରୀ ( ନବରାତ୍ରି ନବମ ଦିନ ) ୨୫ ଅକ୍ଟୋବର –

ସିଦ୍ଧଗନ୍ଧର୍ଭୟଖ୍ୟାଦୌରସୁରାଇରମରମରପି।

ସେବ୍ୟାମାନା ସଦା ଭୂୟାତ ସିଦ୍ଧିଦା ସିଧିଦାୟିନୀ।।

ମାଆ ଦୁର୍ଗାଙ୍କର ନବମ ଶକ୍ତିକୁ ସିଦ୍ଧିଦାତ୍ରୀ କୁହାଯାଏ। ଯେଭଳି ନାମରେ ପ୍ରଖ୍ୟାତ ରହିଛନ୍ତି ସବୁ ପ୍ରକାରର ସିଦ୍ଧି ପ୍ରଦାୟିନୀ ମାତା। ନବରାତ୍ରି ମଧ୍ୟରେ ସିଦ୍ଧିଦାତ୍ରୀ ନବମ ଅଟନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଦୁର୍ଗା ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଙ୍କର ଆଶୀର୍ବାଦ ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *