Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୨ ସେପ୍ଟେମ୍ବର ୨୦୨୦,ମଙ୍ଗଳବାର,ଆଜି ବଦଳିବ ବୁଧଙ୍କ ଚଳନ, ଏହି ୩ଟି ରାଶି ଉପରେ ବନିବ ହନୁମାନଙ୍କ ଆଶୀର୍ବାଦ ।

ସେୟାର୍ କରନ୍ତୁ

ଆଜି ବୁଧ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରୁଛନ୍ତି। ଆମେ ଆପଣଙ୍କୁ ମଙ୍ଗଳବାର ୨୨ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୨ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣ ନିଜ ମନକୁ ଶାନ୍ତ ଏବଂ ପ୍ରସନ୍ନ ରଖନ୍ତୁ। ବନ୍ଧୁ ମାନଙ୍କ ସହାୟତା ରେ ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଆପଣ ଆଜି ଯେତେ ପରିଶ୍ରମ କରିବେ, ସବୁଥିରେ ସଫଳତା ପାଇବେ। ଚାକିରୀ ପେଶାରେ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ନୂତନ ଅବସର ଆପଣଙ୍କୁ ମିଳିପାରେ। ସନ୍ତାନଙ୍କ ପ୍ରଗତି ରେ ଆପଣ ଖୁସି ରହିବେ। ପରିବାର ରେ ଶୁଭ କାର୍ଯ୍ୟ ହେବ।

ବୃଷ ରାଶି –

ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣ କୌଣସି କାର୍ଯ୍ୟ ନୂତନ ଢଙ୍ଗରେ ତୁଲାଇବେ। ପରିବାରର ପ୍ରତିଷ୍ଠା ଆପଣ ଫେରେଇବେ। ଅଧିକ ସମସ୍ୟା ରହିଥିବା ସତ୍ତ୍ବେ ଆପଣଙ୍କ ପାଇଁ ଦିନଟି ଅନୁକୂଳ ସାବ୍ୟସ୍ତ ହେବ। ସମ୍ପର୍କୀୟ ଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ଆୟ ର ସ୍ରୋତ ବଢ଼ିବ। ଟଙ୍କା ପଇସା ମାମଲାରେ ଆପଣଙ୍କୁ ଲାଭ ମିଳିବ।

ମିଥୁନ ରାଶି –

କଥାବାର୍ତ୍ତା ରେ କୁଶଳତା ରଖନ୍ତୁ, ତାହେଲେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଆପଣ ସମ୍ପର୍କ ପ୍ରତି ସକାରାତ୍ମକ ରହିବେ। ପରିବାରରେ ନୂଆ କାର୍ଯ୍ୟ ଆରମ୍ଭ ହୋଇପାରେ। ବାହନ ସୁଖ ମିଳିପାରେ। ବଡ଼ ଚାକିରୀ ମିଳିବାର ସମ୍ଭାବନା ରହିଛି। ପ୍ରେମ ମାର୍ଗରେ ବଢେଇ ଥିବା ପଦକ୍ଷେପ ସଫଳ ରହିବ। ପ୍ରେମ ଜୀବନ ସୁଖମୟ ରହିବ। ଗୃହ ନିର୍ମାଣ ବା ବାହନ ସୁଖ ପ୍ରାପ୍ତ ହୋଇପାରେ।

Google

କର୍କଟ ରାଶି –

ସମ୍ପର୍କୀୟ ଆପଣଙ୍କ ଦୁଃଖରେ ଭାଗୀଦାର ହେବେ। ନିଜ ମନରୁ ନକାରାତ୍ମକ ବିଚାର କାଢି ସକାରାତ୍ମକ କରନ୍ତୁ। ସାହିତ୍ୟ କ୍ଷେତ୍ରରେ ଲେଖନ ଦ୍ଵାରା ଆପଣଙ୍କୁ ଲାଭ ମିଳିବ। ରଚନାତ୍ମକ କାର୍ଯ୍ୟ ସମ୍ପନ୍ନ ହେବ। ପରିବାରରେ ଶୁଭ କାର୍ଯ୍ୟ ହେବ। ଗୃହ ନିର୍ମାଣ ବା ବାହନ ସୁଖ ପ୍ରାପ୍ତ ହୋଇପାରେ।
ସହକର୍ମୀଙ୍କ ସହିତ ଉତ୍ତମ ସମ୍ବନ୍ଧ ସ୍ଥାପନ କରନ୍ତୁ। କାର୍ଯ୍ୟରେ ଅଧିକ ପରିଶ୍ରମ କରିବେ।

ସିଂହ ରାଶି –

ସମ୍ପତ୍ତି ନବୀକରଣ ରେ ଖର୍ଚ୍ଚ ହୋଇପାରେ। ଚାକିରୀ ପେଶାରେ ଥିବା କର୍ତ୍ତବ୍ୟକୁ ପୂରଣ କରିବେ। ଅଧିକାରୀଙ୍କ ସହିତ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ସମୟ ରହିଛି। ଆପଣଙ୍କ ପ୍ରୟାସ ସଫଳ ରହିବ। ନୂଆ ଲୋକଙ୍କ ସହିତ ଦେବା ନେବା କରନ୍ତୁ ନାହିଁ। ସନ୍ଧ୍ୟା ସମୟରେ ଆପଣ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଭାଗ ନେଇ ପାରନ୍ତି।

କନ୍ୟା ରାଶି –

ଆଜି ଆପଣ ନିଜ ଶରୀରର ଧ୍ୟାନ ରଖନ୍ତୁ। ସକାଳୁ ଉଠି ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ବନ୍ଧୁ ମାନଙ୍କ ସହିତ ସୁଖମୟ ସମୟ ଅତିବାହିତ କରିବେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ। ଆପଣଙ୍କୁ କୌଣସି ସକାରାତ୍ମକ ସମାଚାର ମିଳିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ କିଛି ସରପ୍ରାଇଯ ମିଳିପାରେ।

ତୁଳା ରାଶି –

ଆଜି ଆପଣଙ୍କର ପରିବାରରେ ଦାୟିତ୍ୱ ବଢିପାରେ। ମାତାପିତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କୌଣସି ଅପରିଚିତ ମାର୍ଗଦର୍ଶକ ମିଳିପାରେ। ଚାକିରୀରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ସନ୍ତାନଙ୍କ ସଫଳତା ରେ ଆପଣଙ୍କ ମନ ପ୍ରସନ୍ନ ରହିବ। ନିଜ ଖାଦ୍ୟପେୟ ରେ ଧ୍ୟାନ ରଖନ୍ତୁ। ନିଜ କ୍ରୋଧ କୁ ନିୟନ୍ତ୍ରଣରେ ରଖନ୍ତୁ। ବ୍ୟାପାରୀ, ଖେଳାଳୀ, ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ଆକସ୍ମିକ ଧନ ଲାଭ ହୋଇପାରେ।

ବିଛା ରାଶି –

ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ଚାକିରୀରେ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଦେବାନେବା ସମୟରେ ଶୀଘ୍ରତା କରନ୍ତୁ ନାହିଁ। ଆପଣଙ୍କ କ୍ୟାରିୟର ଏବଂ ପ୍ରତିଷ୍ଠା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ପତ୍ନୀଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି। ଆପଣ ବନାଇ ଥିବା ଯୋଜନା ରେ ଲାଭ ମିଳିବ। ମଧ୍ୟାହ୍ନ ରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

ଧନୁ ରାଶି –

ଛାତ୍ରଛାତ୍ରୀ ମାନେ ମନ ଲଗାଇ ପାଠ ପଢ଼ିବେ। କୌଣସି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଅବସର ମିଳିବ। ବ୍ୟବସାୟ ଠିକ୍ ଠାକ୍ ଚାଲିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ବ୍ୟବସାୟ ରେ ଉନ୍ନତି ହେବ। ପରିବାର କୁ ଆଗକୁ ବଢିବା ପାଇଁ ଆପଣଙ୍କ ଯୋଗଦାନ ରହିବ। ବିବାଦୀୟ ପରିସ୍ଥିତି ରୁ ବଞ୍ଚିତ ହେବା ପାଇଁ ପ୍ରୟାସ କରନ୍ତୁ।

Google

ମକର ରାଶି –

ଆଜି ଆପଣ ସବୁ କାର୍ଯ୍ୟ ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ବାସ ସହିତ କରିବେ। ବ୍ୟବସାୟ ଠିକ୍ ରହିବ। ବ୍ୟବସାୟ ରେ ନୂତନ ଅନୁବନ୍ଧ ଆସିବ। ଲାଭ ହେବ। ଆପଣଙ୍କ ଘରର କିଛି ଦୃଶ୍ୟ ଅପ୍ରତ୍ୟାଶିତ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ବ୍ୟାପାର ପାଇଁ ସମୟ ଅନୁକୂଳ ରହିଛି। ସରକାରୀ କାର୍ଯ୍ୟ ସଫଳ ରହିବ। ବ୍ୟବସାୟ ରେ ନୂତନ ମାର୍ଗ ମିଳିବ।

କୁମ୍ଭ ରାଶି –

ସାମାଜିକ ମିଳାମିଶା ରେ ଆପଣ ପ୍ରସନ୍ନ ରହିବେ।ବରିଷ୍ଠ ଲୋକଙ୍କ ଠାରୁ ପରାମର୍ଶ ମିଳିବ। କୌଣସି ବଡ଼ ଚିନ୍ତାରୁ ମୁକ୍ତି ମିଳିବ। ଜୀବନସାଥୀ ଙ୍କ ସହିତ ଆଲୋଚନା ନକରି କୌଣସି ଯୋଜନା କରନ୍ତୁ ନାହିଁ, ନଚେତ ନକାରାତ୍ମକ ପ୍ରତିକ୍ରିୟା ମିଳିପାରେ।ଆଳସ୍ୟ ପରିତ୍ୟାଗ କରନ୍ତୁ। ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢିବ ।

ମୀନ ରାଶି –

ଆଜି ଲାଭର ଅବସର ହାତକୁ ଆସିବ। ଆଜି ପରିବାର ସହିତ ସମୟ ଅତିବାହିତ କରିବା ପାଇଁ ଅନୁକୂଳ ରହିଛି। କାର୍ଯ୍ୟ କୁଶଳତା ରେ ବୃଦ୍ଧି ହେବ। କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଜନା କରି ପାରନ୍ତି। ଆପଣ ନୂଆ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ରହିବେ। ଛାତ୍ର ମାନଙ୍କୁ ନୂତନ ଅବସର ମିଳିବ। ନୂତନ ଚାକିରୀ ଯଦି ଖୋଜୁଛନ୍ତି ତାହେଲେ ଆପଣଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ। ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *