Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ ପ୍ରକାରର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ପିଆଜ , ଜାଣନ୍ତୁ କିପରି

ସେୟାର୍ କରନ୍ତୁ

ପିଆଜକୁ କାଟିବା ଏକ ଅତ୍ୟନ୍ତ କଠିନ କାର୍ଯ୍ୟ ପରି ଲାଗିଥାଏ , କିନ୍ତୁ ପିଆଜ ଦ୍ୱାରା ହେଉଥିବା ଏହି ସମସ୍ୟାକୁ ଭୁଲିଗଲା ପରେ ପିଆଜ ସ୍ୱାସ୍ଥ୍ୟ ପାଇଁ କୌଣସି ଆଶୀର୍ବାଦ ଠାରୁ କମ୍ ନୁହେଁ। ଆପଣ ପ୍ରତିଦିନ ଖାଦ୍ୟରେ ପିଆଜ ବ୍ୟବହାର କରନ୍ତି। କିନ୍ତୁ କଞ୍ଚା ପିଆଜ ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇପାରିବେ। ଆସନ୍ତୁ କଞ୍ଚା ପିଆଜ ଖାଇବାର ଉପକାରିତା ବିଷୟରେ ଜାଣିବା।

ରକ୍ତଚାପ ନିୟନ୍ତ୍ରଣ:-

ଆପଣଙ୍କର ରକ୍ତଚାପର ସମସ୍ୟା ରହିଥିଲେ , ଆପଣ ପ୍ରତିଦିନ ଦୁଇଟି ପିଆଜ ଖାଇପାରିବେ , ଏହା ରକ୍ତଚାପକୁ ହ୍ରାସ କରିଥାଏ। ପିଆଜ ଖାଇବା ଦ୍ୱାରା ରକ୍ତଚାପ ସମ୍ବନ୍ଧୀୟ ରୋଗରୁ ଆରାମ ମିଳିଥାଏ।କଞ୍ଚା ପିଆଜକୁ ଆପଣ ପ୍ରତିଦିନ ଖାଦ୍ୟ ସହିତ ସାଲାଡରେ ଅନ୍ତର୍ଭୂକ୍ତ କରିପାରିବେ।

Google

କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିଥାଏ:-

ଯଦି ଆପଣଙ୍କର ପେଟ ପ୍ରାୟତଃ ଖରାପ ରହିଥାଏ କିମ୍ବା କୋଷ୍ଠକାଠିନ୍ୟର ସମସ୍ୟା ରହିଥାଏ ତେବେ କଞ୍ଚା ପିଆଜ ଖାଇବା ଦ୍ୱାରା ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇପାରେ। ଏହା କୋଷ୍ଠକାଠିନ୍ୟରୁ ଦୂର କରିପାରେ। ଏହାଦ୍ୱାରା ପେଟ ମଧ୍ୟ ସଫା ହୋଇଥାଏ। ପିଆଜରେ ଅତ୍ୟନ୍ତ ପରିମାଣରେ ଫାଇବର ରହିଥାଏ।

କର୍କଟ:-

ପିଆଜରେ ଏପରି ଉପାଦାନ ରହିଥାଏ , ଯାହା କର୍କଟ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଅନ୍ୟ ପକ୍ଷରେ କୌଣସି ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ଥିଲେ , ପିଆଜ ଖାଇବା ଦ୍ୱାରା କର୍କଟ ରୋଗ ସହିତ ଲଢ଼ିବାପାଇଁ ସାହାଯ୍ୟ ମିଳିଥାଏ।

ମଧୁମେହ:-

ମଧୁମେହ ରୋଗୀଙ୍କ ପାଇଁ ପିଆଜ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। ପିଆଜରେ କ୍ରୋମିୟମ ରହିଥାଏ ,  ଯାହା ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

Google

ହୃଦ ରୋଗୀଙ୍କ ପାଇଁ ଲାଭଦାୟକ:-

ଯଦି ଆପଣ ହୃଦ ରୋଗରେ ପୀଡିତ ଅଛନ୍ତି , ତେବେ ପିଆଜ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। କୋଲେଷ୍ଟ୍ରଲ ହୃଦ ରୋଗକୁ ବୃଦ୍ଧି କରିଥାଏ। ପ୍ରତିଦିନ ପିଆଜ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ଦୂର ହୋଇପାରିବ। ଏହା ଲାଲ ରକ୍ତ କଣିକାକୁ ଏକାଠି ହେବାକୁ ରୋକିଥାଏ ଏବଂ ସ୍ନାୟୁ ଅବରୋଧ ହେବାରେ ମଧ୍ୟ ରୋକିଥାଏ।

ବନ୍ଧୁଗଣ ଦେଶ ଦୁନିଆର ସମସ୍ତ ଖବର ଜାଣିବା ପାଇଁ ଏହାକୁ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *