Excuse Me Odisha

ଯାହା କହିବୁ ସତ କହିବୁ

ଏକାଦଶୀରେ କାହିଁକି ଭାତ ଖିଆଯାଏ ନାହିଁ , ଜାଣନ୍ତୁ ଏହାର ଧାର୍ମିକ କାରଣ

ସେୟାର୍ କରନ୍ତୁ

ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ ଅଟେ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ଵାରା ବିଶେଷ ଲାଭ ମିଳିଥାଏ। କିନ୍ତୁ ଏହି ଦିନ କିଛି କାମ କରିବା ନିଷେଧ ବୋଲି ବିବେଚନା କରାଯାଇଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ଏକାଦଶୀ ତିଥି ଦିନରେ ଭାତ ଖିଆଯାଏ ନାହିଁ। କାହିଁକି ଏକାଦଶୀ ତିଥିରେ ଭାତ ଖିଆଯାଏ ନାହିଁ , ଆସନ୍ତୁ ଏହାର ଧାର୍ମିକ କାରଣ ବିଷୟରେ ଜାଣିବା।

ଏକାଦଶୀ ତିଥିରେ କାହିଁକି ଭାତ ଖିଆଯାଏ ନାହିଁ:-

ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯେଉଁ ଧାନ ବିନା ଚାଷ କରି ଉତ୍ପାଦିତ ହୋଇଥାଏ। ତାହାକୁ ହିଁ ବ୍ରତ ଏବଂ ଉପବାସରେ ଗ୍ରହଣର ଯୋଗ୍ୟ ବୋଲି ବିବେଚନା କରାଯାଏ। ଯଦି ଏପରି ପ୍ରଦାର୍ଥ ଉପଲବ୍ଧ ହୁଏ ନାହିଁ ତେବେ ଫଳକୁ ସେବନ କରିପାରିବେ। ଏକାଦଶୀରେ ଭାତ ଖାଇବା ଶାସ୍ତ୍ର ଅନୁଯାୟୀ ନିଷେଧ ବୋଲି ବିବେଚନା କରାଯାଏ। ଧାନର ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଣିରେ ହିଁ କରାଯାଏ। ଧାନ ବୁଣିବା ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ସବୁକିଛି କେବଳ ପାଣିରେ ହୋଇଥାଏ। ଏହା ସହିତ ଭାତ ରାନ୍ଧିବାବେଳେ ମଧ୍ୟ ପାଣି ବ୍ୟବହୃତ ହୋଇଥାଏ।

Google

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରକୁ ଏକ ଜଳ ଗ୍ରହ ଭାବରେ ବିବେଚନା କରାଯାଏ। ଏହା ଜଳକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଅଷ୍ଟମୀ ତିଥି ଠାରୁ ଚନ୍ଦ୍ରର ଜଳ ପ୍ରତି ଆକର୍ଷଣ ବଢ଼ିବାକୁ ଲାଗିଥାଏ ଏବଂ ଏକାଦଶୀ ତିଥି ଦିନ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଜଳକୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିଥାଏ। ପୂର୍ଣ୍ଣିମା ତିଥି ଦିନ ଚନ୍ଦ୍ରର ଆକର୍ଷଣ କ୍ଷମତା ବହୁତ ଅଧିକ ହୋଇଥାଏ। ଏହି କାରଣରୁ ସମୁଦ୍ରରେ ଜୁଆର ଭଟ୍ଟା ଆସିଥାଏ।

Google

ବିଶ୍ୱାସ କରାଯାଏ ଯେ ଯେଉଁ ଜଳ ଭାତ ଆକାରରେ ଆମ ଶରୀରକୁ ଯାଏ , ତାହାକୁ ଚନ୍ଦ୍ର ନିଜ ଆଡକୁ ଆକର୍ଷିତ କରିଥାଏ। ଫଳସ୍ୱରୂପ ଏକାଦାଶୀରେ ଭାତ ଖାଇବା ଦ୍ୱାରା ଅଜୀର୍ଣ୍ଣ , ବଦହଜମି ଏବଂ ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ହୋଇଥାଏ। ଏହା ସହିତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଭାତ ଖାଇବା ଦ୍ୱାରା ଅଳସୁଆର ମାତ୍ରା ବଢ଼ିଯାଏ। ତେଣୁ ଏକାଦଶୀ ତିଥିରେ ଭାତ ଖାଇବା ଉଚିତ ନୁହେଁ ଏବଂ ଏକାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କୁ ଚାଉଳ ଅର୍ପଣ କରିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *