Excuse Me Odisha

ଯାହା କହିବୁ ସତ କହିବୁ

୨୯ ସେପ୍ଟେମ୍ବରରେ ବଦଳିବ ଶନିଙ୍କ ଚଳନ , ୪ଟି ରାଶିକୁ ମିଳିବ ଖୁସିର ଖବର ତ ୨ଟି ରାଶିକୁ ମିଳିବ ଖରାପ ଖବର।

ସେୟାର୍ କରନ୍ତୁ

ଅକ୍ଟୋବର ମାସରେ କିଛି ରାଶିର ଜାତକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି। କହିବାକୁ ଗଲେ ଅକ୍ଟୋବର ମାସର ଆରମ୍ଭ ଏଭଳି ସ୍ଥିତିରେ ହେଉଛି କି , ଯେବେ ସେପ୍ଟେମ୍ବରରେ ଅନ୍ତିମ ସପ୍ତାହରେ ୨୯ ତାରିଖ ଦିନ ଶନିଙ୍କ ସ୍ଥିତି ବଦଳି ଯାଇଥିବ। ଅର୍ଥାତ ଅକ୍ଟୋବର ଆରମ୍ଭରେ ଦୁଇଦିନ ପୂର୍ବରୁ ଶନି ନିଜ ସ୍ଥିତି ପରିବର୍ତ୍ତନ କରିବେ। ଶନି ମାର୍ଗୀ ହୋଇଯିବେ। କହି ରଖୁଛୁ କି ଗ୍ରହ ନକ୍ଷତ୍ରର ସ୍ଥିତି ବଦଳି ଥାଏ। ଏହାର ପ୍ରଭାବ ପ୍ରତ୍ୟେକ ରାଶିର ଜାତକ ଉପରେ ପଡିବ। କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡ଼ିବ ଏବଂ ଆଉ କିଛି ରାଶି ଉପରେ ଉତ୍ତମ ପ୍ରଭାବ ପଡ଼ିବ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ଉପରେ ଶନିଙ୍କ ମାର୍ଗୀ ହେବାର ଉତ୍ତମ ପ୍ରଭାବ ପଡ଼ିବ।

କହିବାକୁ ଗଲେ ଶନିଙ୍କ ମାର୍ଗୀ ହେବାର ଉତ୍ତମ ପ୍ରଭାବ ପଡ଼ିବ। ଏହି ରାଶିର ଜାତକଙ୍କ ସମସ୍ୟା ଦୂର ହେବାର ସମ୍ଭାବନା ରହିଛି। ବାକି ୭ଟି ରାଶି ଉପରେ ଶନିଙ୍କ ମାର୍ଗୀ ହେବାର ଖରାପ ପ୍ରଭାବ ପଡ଼ିବ। ଆସନ୍ତୁ ଜାଣିବା ଶନିଙ୍କ ମାର୍ଗୀ ହେବା କେଉଁ ରାଶିର ଲୋକଙ୍କ ଉପରେ କିଭଳି ପ୍ରଭାବ ପକାଇବ।

ମେଷ ରାଶି –

ଶନିଙ୍କ ମାର୍ଗୀ ହେବା ଦ୍ବାରା ଶନିଙ୍କ ଖରାପ ପ୍ରଭାବ ମେଷ ରାଶିର ଲୋକଙ୍କ ଉପରେ ପଡ଼ିବ। ଏହି ରାଶିର ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଯଦି ବାହନ ଆଦି କ୍ରୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ସମୟରେ ସ୍ଥଗିତ ରଖି ଦିଅନ୍ତୁ। ପାରିବାରିକ କଳହ ଦେଖା ଦେବ। ଏହି ସମୟରେ ଧର୍ମ କର୍ମ ପ୍ରତି ରୁଚି ବଢ଼ିବ।

ବୃଷ ରାଶି –

ଗ୍ରହର ପରିବର୍ତ୍ତନ ଏହି ରାଶିର ଜାତକଙ୍କ ଉପରେ ଖରାପ ପ୍ରଭାବ ପକାଇବ। ଏହି ସମୟରେ ଅନାବଶ୍ୟକ ଯାତ୍ରାରୁ ବଞ୍ଚିତ ହୁଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ଉଚିତ ତାଳମେଳ ବନାଇ ରଖନ୍ତୁ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇଁ ଅପେକ୍ଷା କରିବାକୁ ପଡିପାରେ। ବ୍ୟାପାର ସହିତ ଜଡିତ ଲୋକଙ୍କୁ ଶୁଭ ସଙ୍କେତ ମିଳିପାରେ।

ମିଥୁନ ରାଶି –

ଶନିଙ୍କ ମାର୍ଗୀର ପ୍ରଭାବ ଏହି ରାଶି ଉପରେ ପଡ଼ିବ, ଯାହାଦ୍ବାରା ଜୀବନରେ ଚାଲିଥିବା ବିବାଦ ଦୂର ହୋଇଯିବ। ବିଗିଡି ଯାଇଥିବା ସମ୍ପର୍କ ରେ ସୁଧାର ଆସିବ। ବାହନ କିଣିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଉଚିତ ଅବସର ରହିଛି। ବାହନ ସୁଖ ମିଳିବାର ସମ୍ଭାବନା ରହିଛି। ଧର୍ମ କର୍ମ ପ୍ରତି ରୁଚି ବଢିବ। ସମ୍ପର୍କରେ ଥିବା ପାର୍ଟନର ଙ୍କ ସହିତ ଉତ୍ତମ ସମ୍ବନ୍ଧ ସ୍ଥାପନ ହେବ। ପାରିବାରିକ ସମ୍ପର୍କରେ ସୁଧାର ଆସିବ ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

Google

କର୍କଟ ରାଶି –

ଏହି ରାଶିର ସ୍ଵାମୀ ଚନ୍ଦ୍ରମା ଅଟନ୍ତି। କର୍କଟ ରାଶିର ଜାତକ ରେ ଶନି ମାର୍ଗୀ ହେବା ଅତ୍ୟନ୍ତ ଫଳଦାୟକ ସାବ୍ୟସ୍ତ ହେବ। ଶନିଙ୍କ ପ୍ରଭାବରେ ସାମାଜିକ କାର୍ଯ୍ୟରେ ରୁଚି ବଢିବ। ଜୀବନରେ ସବୁ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ। ଅସୁସ୍ଥ ଲୋକଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ବିଦ୍ୟାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ସଫଳତା ମିଳିବ। ସେମାନେ ପାଠପଢାକୁ ନେଇ ଏକାଗ୍ର ରହିବେ।

ସିଂହ ରାଶି –

ଗ୍ରହ ପରିବର୍ତ୍ତନର ପ୍ରଭାବ ସିଂହ ରାଶିର ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇବ। ଆପଣଙ୍କ ଅଭିଳାଷା ଏହି ସମୟରେ ପୂରଣ ହେବନାହିଁ। ଆପଣ ଘରେ ଏହି କୌଣସି ମଙ୍ଗଳ କାର୍ଯ୍ୟର ଯୋଜନା ବନାଇବେ। ଦେବାନେବା କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ବନ୍ଧୁ ମାନେ ଏବଂ ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ ନାହିଁ। ସନ୍ତାନଙ୍କୁ କଷ୍ଟ ହୋଇପାରେ। ସ୍ବାସ୍ଥ୍ୟ ମାମଲାରେ ସତର୍କ ରୁହନ୍ତୁ। ଧନ ସଂପତ୍ତି ମାମଲାରେ ହାନୀ ହେବାର ସମ୍ଭାବନା ରହିଛି।

କନ୍ୟା ରାଶି –

ଶନି, ରାହୁ, କେତୁର ମାର୍ଗୀ ହେବା କନ୍ୟା ରାଶିର ଜାତକଙ୍କ ଉପରେ ଖରାପ ପ୍ରଭାବ ପକାଇବ। ପାରିବାରିକ ସମ୍ପର୍କ ସୁଦୃଢ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରହିବ। ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ସଫଳତା ପ୍ରାପ୍ତ ହେବ ଏବଂ ପ୍ରଗତି ମାର୍ଗରେ ଆଗେଇ ରହିବେ। ବ୍ୟାପାର କ୍ଷେତ୍ରରେ ଥିବା ଲୋକଙ୍କ ସ୍ଥିତି ସୁଧୁରିବ। ବାହନ କ୍ରୟ ପାଇଁ ଉତ୍ତମ ସମୟ ରହିଛି। ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ।

ତୁଳା ରାଶି –

ଗ୍ରହ ନକ୍ଷତ୍ର ପରିବର୍ତ୍ତନ ହେବା ଦ୍ବାରା ତୁଳା ରାଶିର ଜାତକ ଙ୍କୁ ଆର୍ଥିକ ହାନୀ ହେବାର ସମ୍ଭାବନା ରହିଛି। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ, ଘର ଖାଦ୍ୟ ଗ୍ରହଣ କରନ୍ତୁ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବାର ସମ୍ଭାବନା ରହିଛି। ତୁଳା ରାଶିର ଜାତକଙ୍କୁ ବାହନ ଏହି ସମୟରେ କିଣିବା ଉଚିତ ନୁହେଁ।

ବିଛା ରାଶି –

ଗ୍ରହ ର ମାର୍ଗୀ ହେବା ବିଛା ରାଶିର ଲୋକଙ୍କ ପାଇଁ ଶୁଭ ପ୍ରଭାବ ପକାଇବ। ଆପଣଙ୍କର ସବୁ ଅଭିଳାଷା ପୂରଣ ହେବ। ଶୁଭ ମଙ୍ଗଳ କାର୍ଯ୍ୟକ୍ରମ ଆୟୋଜନ କରି ପାରନ୍ତି। ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ରୁଚି ରଖିବେ। ଆପଣଙ୍କର ମାନସମ୍ମାନରେ ବୃଦ୍ଧି ହେବ। ଆପଣ କୌଣସି ସମସ୍ୟାରେ ଫସି ଯାଇ ପାରନ୍ତି। ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ। ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିପାରେ।

ଧନୁ ରାଶି –

ଗ୍ରହ ପରିବର୍ତ୍ତନ ପ୍ରଭାବ ଧନୁ ରାଶିରେ ମଧ୍ୟ ଦେଖିବାକୁ ମିଳିବ। ସ୍ଥାୟୀ ସମ୍ପତ୍ତି ମାମଲାରେ କରିଥିବା ପ୍ରୟାସ ସଫଳ ରହିବ। ବିଦେଶ ରେ ରହୁଥିବା ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ। କୌଣସି ସୁଖଦ ସମାଚାର ମିଳିବାର ସମ୍ଭାବନା ରହିଛି। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ତରଫରୁ ସୁଖଦ ସମାଚାର ପ୍ରାପ୍ତ ହେବ।

Google

ମକର ରାଶି –

ଗ୍ରହ ପରିବର୍ତ୍ତନ ମକର ରାଶିର ଲୋକଙ୍କ ପାଇଁ ଅଶୁଭ ରହିଛି। ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରିବାରୁ ବଞ୍ଚିତ ହୁଅନ୍ତୁ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ଅନାବଶ୍ୟକ ଯାତ୍ରାରୁ ବଞ୍ଚିତ ହୁଅନ୍ତୁ। ଟଙ୍କାପଇସା ହିସାବ ସମୟରେ ସାବଧାନ ରୁହନ୍ତୁ। ବ୍ୟାପାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ସାମାଜିକ ମାନସମ୍ମାନ ବଢିବ। ଆର୍ଥିକ ହାନୀ ହେବାର ସମ୍ଭାବନା ରହିଛି।

କୁମ୍ଭ ରାଶି –

କୁମ୍ଭ ରାଶିର ଜାତକଙ୍କୁ ଶନିଙ୍କ ମାର୍ଗୀ ହେବା କୌଣସି ଲାଭ ପ୍ରଦାନ କରିବ ନାହିଁ। ପାରିବାରିକ କଳହ ବଢିପାରେ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କୁ ଅଧିକ ପରିଶ୍ରମ କରିବା ଆବଶ୍ୟକ। ଘରେ ସାଜସଜ୍ଜାରେ ଅଧିକ ଖର୍ଚ୍ଚ ହୋଇପାରେ। ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡ଼ିବ। କିଛି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ମୀନ ରାଶି –

ଗ୍ରହ ମାନଙ୍କ ପରିବର୍ତ୍ତନର ଶୁଭ ପ୍ରଭାବ ପଡ଼ିବ ନାହିଁ। ଧନ ହାନୀ ହେବାର ସମ୍ଭାବନା ରହିଛି। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ଚାକିରୀ ପେଶାରେ ଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ସମ୍ଭାଳି ଚାଲିବା ଉଚିତ। ଦାମ୍ପତ୍ୟ ଜୀବନରେ ବିବାଦ ହୋଇପାରେ। ପରୀକ୍ଷାର୍ଥୀ ମାନଙ୍କୁ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବନ୍ଧୁଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ଶନିଦେବଙ୍କ କୃପା ରହିଲେ ଆପଣଙ୍କ ଜୀବନରେ ଆସିବାକୁ ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *