Excuse Me Odisha

ଯାହା କହିବୁ ସତ କହିବୁ

ରାହୁ – କେତୁର ରାଶି ପରିବର୍ତ୍ତନ ୨୦୨୦ : ୨୩ ସେପ୍ଟେମ୍ବରରୁ ଆଗାମୀ ୧୮ ମାସ ପର୍ଯ୍ୟନ୍ତ ୪ ରାଶିର ଲୋକଙ୍କ ଭାଗ୍ୟ ଚମକିବ।

ସେୟାର୍ କରନ୍ତୁ

ଭାରତୀୟ ଜ୍ୟୋତିଷରେ ରାହୁ କେତୁକୁ ଛାୟା ଗ୍ରହ ମାନା ଯାଇଛି। ଏମାନଙ୍କର ସ୍ୱୟଂ କୌଣସି ରାଶି ନଥାଏ। ତଥାପି ଏମାନଙ୍କର ନକାରାତ୍ମକ ପ୍ରଭାବ ରହିଥାଏ। ଦୁଇଜଣ ବକ୍ର ଗତିରେ ଗୋଟେ ରାଶିରେ ୧୭ ମାସ ପର୍ଯ୍ୟନ୍ତ ତଥା ଗୋଟେ ନକ୍ଷତ୍ର ରେ ୮ ମାସ ବକ୍ରୀୟ ରହିଛନ୍ତି।

୨୩ ସେପ୍ଟେମ୍ବର ୨୦୨୦ କୁ ରାହୁ ମିଥୁନ ରାଶିରୁ ତଥା ଧନୁ ରାଶିରେ ବୃହସ୍ପତିର ସାଥି ଛାଡ଼ି ବିଛା ରାଶିରେ ପ୍ରବେଶ କରୁଛନ୍ତି। ୨୮ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ରାହୁ ମୃଗଶିରା ନକ୍ଷତ୍ର ତଥା କେତୁ ଜ୍ୟେଷ୍ଠା ନକ୍ଷତ୍ରରେ ବକ୍ରୀୟ ରହିବେ। ଅର୍ଥାତ ମଙ୍ଗଳ ତଥା ବୁଧ ଉପରେ ନିଜର ପ୍ରଭାବ ପକାଇବ। ମିଥୁନ ତଥା ଧନୁ ରାଶିରେ ଏହି ଗ୍ରହ ସଂକ୍ରମଣ ରୋଗକୁ ବଢାଇ ଥାଏ।

୩୦ ସେପ୍ଟେମ୍ବର ୨୦୨୦ କୁ ଶନି ଗ୍ରହ ମାର୍ଗୀ ହୋଇ ମକର ରାଶିରେ ନକ୍ଷତ୍ର ( ସୂର୍ଯ୍ୟ ) ରେ ଭ୍ରମଣ କରିବେ। ଯାହାର ପିଛା କରି ଗୁରୁ ୨୫ ନେଭେମ୍ବର ୨୦୨୦ କୁ ଉଷା ନକ୍ଷତ୍ରରେ ପ୍ରବେଶ କରିବ।

ରାହୁ କେତୁର ରାଶି ପରିବର୍ତ୍ତନର ପ୍ରଭାବ ରାଷ୍ଟ୍ରରେ ଦୁର୍ଘଟଣା ଏବଂ ଲୁଟପାଟ ଘଟଣା ବୃଦ୍ଧି ହେବାର ଯୋଗ ରହିଛି। ଶେୟର ବଜାରରେ ଏହି ଗ୍ରହର ପ୍ରଭାବ ଦେଖିବାକୁ ମିଳିବ। ସଂକ୍ରମଣ ରୋଗ କମ୍ ହେବାର ସମ୍ଭାବନା ରହିଛି।

ଲଗ୍ନ ରାଶିର ଆଧାରରେ ଜ୍ୟୋତିଷ ବିଶାରଦ ପାଖରୁ ଜାଣନ୍ତୁ ଆପଣଙ୍କ ଜୀବନ ଉପରେ ରାହୁ କେତୁର କିପରି ପ୍ରଭାବ ରହିବ।

Google

ମେଷ ରାଶି –

ମାରକ ସ୍ଥାନରେ ଛାୟା ଗ୍ରହର ଭ୍ରମଣରେ ଅପ୍ରତ୍ୟାଶିତ ଘଟଣା ଘଟିପାରେ। ଅପମାନର ଶିକାର ହୋଇ ପାରନ୍ତି। ଆପଣ ଭାଗ୍ୟବାନ ରହିବେ। ଧନ ସଞ୍ଚୟ କରିବାରେ ସଫଳ ରହିବେ। ପୂର୍ବରୁ ଯାହା ହାନୀ ହୋଇଛି ତାହାର ଭରପାଇ ହୋଇଯିବ। ଉଚିତ ସମୟ ମଧ୍ୟରେ ଆପଣ ନିଷ୍ପତ୍ତି ନେବେ। ଦାର୍ଶନିକ ବିଚାରରେ ରୁଚି ରଖିବେ।

ବୃଷ ରାଶି –

ଲଗ୍ନ ତଥା ସପ୍ତମ ଭାବରେ ରାହୁ କେତୁ ଅବସାଦକୁ ବଢାଇ ଥାଏ। ସାବଧାନ ରୁହନ୍ତୁ। ଧନ ସଞ୍ଚୟ କରନ୍ତୁ। ସରକାରଙ୍କ ତରଫରୁ ଆପଣଙ୍କୁ ଧନ ଲାଭ ହେବ। ଅହଙ୍କାରରେ ପ୍ରଦର୍ଶନ କରିବାରୁ ବଞ୍ଚିତ ହୁଅନ୍ତି। ପାରିବାରିକ ଜୀବନ ଅଶାନ୍ତି ଲାଗି ରହିପାରେ। ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିଘ୍ନ ସୃଷ୍ଟି ହୋଇପାରେ। ଆପଣଙ୍କୁ ଜଣେ ଦାୟିତ୍ବବାନ ବ୍ୟକ୍ତି ହେବାକୁ ପଡ଼ିବ।

ମିଥୁନ ରାଶି –

ଧାର୍ମିକ ସ୍ଥଳରେ ଯାତ୍ରା କରିବା ପାଇଁ ଯୋଗ ରହିଛି। ଅଚାନକ ଖର୍ଚ୍ଚ ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ଏହି ରାଶିର ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବେ। ରାହୁଙ୍କ ଶୁଭ ପରିଣାମ ପ୍ରାପ୍ତି ପାଇଁ ଭଗବାନ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ।

Google

କର୍କଟ ରାଶି –

ପ୍ରଥମ ସନ୍ତାନଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଖାସ୍ ମିତ୍ର କ୍ରୋଧିତ ହୋଇ ପାରନ୍ତି। ଦାମ୍ପତ୍ୟ ସୁଖରେ ବାଧା ସୃଷ୍ଟି ହୋଇ ପାରେ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ମନୋରଂଜନରେ ଅଧିକ ସମୟ ଅତିବାହିତ କରିବେ।

ସିଂହ ରାଶି –

ଏହି ଲଗ୍ନ ଥିବ ପିଲାମାନଙ୍କୁ ଉଚିତ ସଫଳତା ପ୍ରାପ୍ତ ହେବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ସମୟ ରହିଛି। ଚାକିରୀ ପେଶାରେ ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଭୁଲ ବୁଝାମଣା ସୁବିଧାରେ ହଟି ଯିବ। ବ୍ୟାପାରରେ ଉନ୍ନତି ହେବ।

କନ୍ୟା ରାଶି –

ଏହି ଲଗ୍ନ ଥିବା ଜାତକଙ୍କୁ ଅସଫଳତା ହାସଲ ହେବ। ଭାଗ୍ୟ ସପକ୍ଷରେ ରହିବ ନାହିଁ। କଠିନ ପରିସ୍ଥିତିକୁ ସ୍ବୀକାର କରିବା ପାଇଁ ଆପଣ ସର୍ବଦା ପ୍ରସ୍ତୁତ ରହିବେ। ଆର୍ଥିକ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ବାହନ ବା ଭୂମି କ୍ରୟର ଯୋଗ ରହିଛି।

ତୁଳା ରାଶି –

ବିନିଯୋଗରେ ଅପ୍ରତ୍ୟାଶିତ ହାନୀ ହେବାର ସମ୍ଭାବନା ରହିଛି। ଦୁର୍ଘଟଣା ଘଟି ପାରେ। ଆଧ୍ୟାତ୍ମ୍ୟ ଆଡ଼କୁ ଅଗ୍ରସର ହେବେ। ଯଦି ଆପଣ ମାଂସାସୀ ବା ମଦ୍ୟପାନ କରନ୍ତି, ତାହେଲେ ଆପଣଙ୍କୁ ଅନେକ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡ଼ିବ। ନିଜ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ। ନଚେତ ଘର ପରିବାର, ସହକର୍ମୀଙ୍କ ସହିତ ବିବାଦ ହୋଇପାରେ।

ବିଛା ରାଶି –

ଦାମ୍ପତ୍ୟ ଜୀବନରେ ଅଚାନକ ଖରାପ ମୋଡ଼ ଆସିଯିବ। ଧର୍ମ ପ୍ରତି ଆସ୍ଥା ବଢିବ। ଧର୍ମ ଏବଂ ବୈରାଗ୍ୟ ପ୍ରତି ଆପଣ ଶରଣାପନ୍ନ ହେବେ। ବୈବାହିକ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ସବୁ କାର୍ଯ୍ୟରେ ବିଚାର ଭଲ ଭାବରେ କରନ୍ତୁ। ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଭଗବାନ ମହାଦେବଙ୍କ ପ୍ରାର୍ଥନା ସର୍ବଦା କରନ୍ତୁ , ରାହୁର ଶୁଭ ଫଳ ପ୍ରାପ୍ତ ହେବ।

ଧନୁ ରାଶି –

ଅଚାନକ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ନିଶାର ଲାଳସା ଜାଗ୍ରତ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ପ୍ରେମ ଏବଂ ବୈବାହିକ ଜୀବନରେ ସମସ୍ୟା ବଢିବ। କ୍ରୋଧ ଏବଂ ଉଗ୍ରତା ବଢିବ। ପରିଶ୍ରମ ଏ ଉଚିତ ପରିଣାମ ପ୍ରାପ୍ତ କରିବେ।

Google

ମକର ରାଶି –

ପ୍ରଥମ ସନ୍ତାନଙ୍କ ଅବସାଦ ଗ୍ରସିତ ହେବାର ଯୋଗ ରହିଛି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢିପାରେ। ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଆପଣଙ୍କ ଶତ୍ରୁ ଆପଣଙ୍କ ଉପରେ ପ୍ରଭାବ ବିସ୍ତାର କରି ପାରନ୍ତି। ଏଥିପାଇଁ ସାବଧାନ ରୁହନ୍ତୁ ।

କୁମ୍ଭ ରାଶି –

ସ୍ଥାୟୀ ବିନିଯୋଗର ଯୋଗ ବନାଇବେ। ଅପୂର୍ଣ୍ଣ ଯୋଜନା ପୂର୍ଣ୍ଣ ହେବାର ଯୋଗ ରହିଛି। ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହି ପାରନ୍ତି। କୋର୍ଟ କଚେରୀ ମାମଲାରେ ଫସି ପାରନ୍ତି। ସମ୍ପତ୍ତି ମାମଲାରେ ହାନୀ ହେବାର ସମ୍ଭାବନା ରହିଛି। ସନ୍ତାନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଭାଇ ଭଉଣୀଙ୍କ ସହିତ ସମ୍ପର୍କ ସୁଦୃଢ ରହିବ।

ମୀନ ରାଶି –

ସମ୍ପଦ ବଢିବାର ଯୋଗ ରହିଛି। ଧାର୍ମିକ ଯାତ୍ରା ଆପଣଙ୍କ ପାଇଁ କଷ୍ଟଦାୟକ ରହିବ। କାର୍ଯ୍ୟ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ବିରୋଧୀ ଆପଣଙ୍କ ଛବି ଖରାପ କରିବା ପାଇଁ ପ୍ରୟାସ କରିବେ। ମୀନ ରାଶି ପାଇଁ ରାହୁ ର ଗୋଚର କୁଣ୍ଡଳୀ ରେ ତୃତୀୟ ଭାବରେ ହେବାକୁ ଯାଉଛି। ଆପଣଙ୍କ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆସିବ। ଆପଣ ସ୍ପଷ୍ଟ ରୂପରେ ନିଷ୍ପତ୍ତି ନେବାରେ ସକ୍ଷମ ରହିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *