Excuse Me Odisha

ଯାହା କହିବୁ ସତ କହିବୁ

ପଞ୍ଚାମୃତ ପ୍ରସ୍ତୁତିର ପଦ୍ଧତି , ପଞ୍ଚାମୃତର ସାମଗ୍ରୀ , ଆପଣ ମଧ୍ୟ ଜାଣନ୍ତୁ

ସେୟାର୍ କରନ୍ତୁ

ପଞ୍ଚାମୃତ ପ୍ରତ୍ୟେକ ପୂଜାରେ ଅତି ଆବଶ୍ୟକ ହୋଇଥାଏ। ଜୀବନରେ ଏବଂ ଆପଣଙ୍କ ପରିବାରରେ ଯେତେ ମଧ୍ୟ ଶୁଭ କାର୍ଯ୍ୟ ହୋଇଥାଏ , ସେ ସବୁରେ ପଞ୍ଚାମୃତର ବିଶେଷ ମହତ୍ତ୍ୱ ରହିଥାଏ। ପୂଜା ସମୟରେ ପଞ୍ଚାମୃତରେ ଭଗବାନଙ୍କୁ ସ୍ନାନ କରାଯାଏ। ଭଗବାନଙ୍କ ସ୍ନାନ ପଞ୍ଚାମୃତ ସହିତ ଅନ୍ୟ ଜିନିଷରେ ମଧ୍ୟ କରାଯାଏ। ତଥା ଭଗବାନଙ୍କୁ ପଞ୍ଚାମୃତର ନୈବେଦ୍ୟ ମଧ୍ୟ ଦେଖାଯାଏ। ନୈବେଦ୍ୟ ପରେ ପଞ୍ଚାମୃତର ସେହି ପ୍ରସାଦ ପୂଜା ପରେ ଭକ୍ତମାନଙ୍କୁ ଦିଆ ଯାଇଥାଏ। ତେଣୁ ପଞ୍ଚାମୃତ ପ୍ରସ୍ତୁତି କରିବାର ବିଧି ଏବଂ ପଞ୍ଚାମୃତର ଅତ୍ୟାବଶ୍ୟକ ଉପାଦାନଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା।

ଯେକୌଣସି ଜିନିଷକୁ ତିଆରି ଏବଂ ରଖିବା ପାଇଁ ପାତ୍ରର ଚୟନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଆପଣ ପୂଜାରେ ଜଳ ରଖିଥାନ୍ତି , ସେଥିପାଇଁ ମଧ୍ୟ ପାତ୍ର ଏବଂ ଧାତୁ ନିର୍ଦ୍ଧାରିତ ହୋଇଥାଏ। ସେଇଭଳି ପଞ୍ଚାମୃତ ପାଇଁ ମଧ୍ୟ ହିନ୍ଦୁ ଶାସ୍ତ୍ରରେ ପାତ୍ର ନିର୍ଦ୍ଧାରିତ ହୋଇଥାଏ ଏବଂ କ୍ଷୀର ପାଇଁ ମଧ୍ୟ ପାତ୍ର ନିର୍ଦ୍ଧାରିତ ଅଟେ। ଏପରିକି ଆପଣ ଭଗବାନଙ୍କ ଅଭିଷେକ ପାଇଁ ଯେଉଁ ବସ୍ତୁ ରଖନ୍ତି , ଶାସ୍ତ୍ରରେ ଏହା ପାଇଁ ମଧ୍ୟ ବିଭିନ୍ନ ଧାତୁର ବାସନ ନିର୍ଦ୍ଧାରିତ ହୋଇଥାଏ। ତେଣୁ ଏହିପରି ଶାସ୍ତ୍ରରେ ପଞ୍ଚାମୃତ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଧାତୁର ପାତ୍ର ଚୟନ କରାଯାଏ। ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଧାତୁର ନିଜସ୍ୱ ଭିନ୍ନ ଗୁଣ ରହିଛି , ସେହି କାରଣରୁ ଶାସ୍ତ୍ରରେ ସେହି ଧାତୁର ମହତ୍ତ୍ୱ ଉଲ୍ଲେଖ କରାଯାଇଛି । ତେଣୁ ସେହି ଧାତୁର ବ୍ୟବହାର ସେଠାରେ କରାଯାଏ।

Google

ଶାସ୍ତ୍ର ଅନୁଯାୟୀ ପାତ୍ରର ଚୟନ ଦାନ କରିବା ସମୟରେ ମଧ୍ୟ କରାଯିବା ଉଚିତ। ଶାସ୍ତ୍ର ଅନୁଯାୟୀ କେବଳ ଭଲପାତ୍ରରେ ଦାନ ଦେବା ଉଚିତ। ପାତ୍ରର ଅର୍ଥ ଯୋଗ୍ୟତା ଅଟେ। ଅର୍ଥାତ ସେହି ବସ୍ତୁର ଯୋଗ୍ୟରେ ସବୁକିଛି ହେବା ଆବଶ୍ୟକ। ତେଣୁ ଶାସ୍ତ୍ରରେ ପଞ୍ଚାମୃତ ପ୍ରସ୍ତୁତି ପାଇଁ ସବୁଠାରୁ ଭଲ ପାତ୍ର ଚାନ୍ଦିର ପାତ୍ର ବୋଲି କୁହାଯାଏ। ଯଦି ଆପଣଙ୍କ ପାଖରେ ଚାନ୍ଦିର ପାତ୍ର ନାହିଁ , ତେବେ ଆପଣ ଏକ ଷ୍ଟିଲର ପାତ୍ର କିମ୍ବା ମାଟିର ପାତ୍ର ନେଇପାରିବେ। କିନ୍ତୁ ପଞ୍ଚାମୃତ ତିଆରି କରିବା ପାଇଁ ଆପଣ ତମ୍ବା , ପିତ୍ତଳ , ଅଷ୍ଟଧାତୁର ପାତ୍ର ବ୍ୟବହାର କରିବା ଉଚିତ ନୁହେଁ।

ପଞ୍ଚାମୃତର ଉପାଦାନ:-

ପଞ୍ଚାମୃତ ତିଆରି କରିବା ପାଇଁ ଆପଣଙ୍କୁ କ୍ଷୀର , ଦହି , ଘିଅ , ଚିନି , ମହୁର ବ୍ୟବହାର କରିବା ଉଚିତ। କେଉଁ କେଉଁ ସ୍ଥାନରେ ଚିନି ବଦଳରେ ପଞ୍ଚାମୃତରେ ଗୁଡ ବ୍ୟବହାର କରାଯାଏ। ଏହା ସହିତ ପଞ୍ଚାମୃତ ତିଆରି କରିବାରେ ଆପଣଙ୍କୁ ଗାଈର କ୍ଷୀର , ଦହି ଏବଂ ଘିଅ ବ୍ୟବହାର କରିବା ଉଚିତ।

ପଞ୍ଚାମୃତ ତିଆରି କରିବାର ବିଧି:-

Google

ଯଦି ଆପଣ ପଞ୍ଚାମୃତରେ ଗଙ୍ଗାଜଳ ପକେଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଗଙ୍ଗାଜଳକୁ ପାତ୍ରରେ ରଖନ୍ତୁ। ପରେ ଆପଣ କେବେ ଗଙ୍ଗାଜଳକୁ ପଞ୍ଚାମୃତରେ ରଖିବା ଉଚିତ ନୁହେଁ। ଏହା ପରେ ସର୍ବପ୍ରଥମେ ଆପଣ ପାତ୍ରରେ କ୍ଷୀର ମିଶାନ୍ତୁ। ଏବଂ ତାପରେ ଦହି ଏବଂ ଘିଅ ମିଶାନ୍ତୁ। ଦହି ଉପରେ ସମାନ ପରିମାଣର ଘିଅ ମିଶାନ୍ତୁ। ପଞ୍ଚାମୃତ ପ୍ରସ୍ତୁତ କରିବା ସମୟରେ ଘିଅରେ କଞ୍ଜୁସ ହୁଅନ୍ତୁ ନାହିଁ। ଏହା ପରେ ପାତ୍ରରେ ସମାନ ଭାଗର ମହୁ ମିଶାନ୍ତୁ। ଏବଂ ସର୍ବଶେଷରେ ପାତ୍ରରେ ଅଧିକ ପରିମାଣର ଚିନି କିମ୍ବା ଗୁଡ଼ ମିଶାନ୍ତୁ। ଏବଂ ପଞ୍ଚାମୃତ ତିଆରି କରିବା ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ। ଏବଂ ପଞ୍ଚାମୃତକୁ ମିଶ୍ରିତ କରିବା ଉଚିତ। ଯଦି ଆପଣ ଚାହିଁବେ ପଞ୍ଚାମୃତରେ ମଧ୍ୟ ପଞ୍ଚାମେବା ମଧ୍ୟ ମିଶେଇ ପାରିବେ। କିନ୍ତୁ ପଞ୍ଚାମୃତରେ ତୁଳସୀକୁ କେବେ ମଧ୍ୟ ପ୍ରଥମେ ମିଶାଇବା ଉଚିତ ନୁହେଁ। ତୁଳସୀକୁ ପଞ୍ଚାମୃତରେ ସର୍ବଶେଷରେ ମିଶାଇବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *