Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ( ୧୪ ରୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ) : ଏହି ସପ୍ତାହରେ ୬ଟି ରାଶିର ଲୋକଙ୍କ ଉପରେ ପ୍ରସନ୍ନ ହେଉଛନ୍ତି କୁବେର ଦେବ, ହୋଇପାରେ ଧନର ବର୍ଷା।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୧୪ ସେପ୍ଟେମ୍ବର ରୁ ୨୦  ସେପ୍ଟେମ୍ବର ପର୍ଯ୍ୟନ୍ତ।

ମେଷ ରାଶି –

ବ୍ୟବସାୟ ପାଇଁ। ସମୟ ଅନୁକୂଳ ରହିଛି। ନୂତନ ଯୋଜନା ପ୍ରତି ଆକର୍ଷିତ ହେବେ। ପାରିବାରିକ ମାମଲାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ଅଫିସ କାର୍ଯ୍ୟ ଧୀର ଗତିରେ ସମ୍ପନ୍ନ ହେବ। ବ୍ୟକ୍ତିଗତ ଏବଂ ବ୍ୟବସାୟିକ ଗତିବିଧିରେ ଆପଣ ଚିନ୍ତିତ ରହି ପାରନ୍ତି। କାର୍ଯ୍ୟସ୍ଥଳରେ ବିବାଦ ହୋଇପାରେ। ଧାର୍ମିକ ଲାଭ ମିଳିପାରେ।

ପ୍ରେମ ମାମଲାରେ, ପାର୍ଟନରଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ରହିବ। ପ୍ରେମରେ ବୃଦ୍ଧି ହେବ।

କ୍ୟାରିୟର ମାମଲାରେ, ଲାଭର ଅବସର ମିଳିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କ ପେଟ ବ୍ୟଥା ହୋଇପାରେ। ଖାଦ୍ୟପେୟରେ ଧ୍ୟାନ ରଖନ୍ତୁ।

ବୃଷ ରାଶି –

ବନ୍ଧୁ ମାନଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କାର୍ଯ୍ୟ ସମ୍ବନ୍ଧୀୟ ନୂତନ ଆଇଡ଼ିଆ ଆପଣଙ୍କୁ ମିଳିବ। ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ, ଘରେ ସୁଖ ଶାନ୍ତି ବଜାୟ ରହିବ। ଶାରୀରିକ ଚିନ୍ତା ଦୂର ହେବ।  ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। ଶାନ୍ତି ବନାଇ ରଖନ୍ତୁ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଉତ୍ତମ ସମ୍ବନ୍ଧ ରଖିବାରେ ଆପଣ ସଫଳ ରହିବେ।

ପ୍ରେମ ମାମଲାରେ, ବ୍ୟସ୍ତତା ଯୋଗୁଁ ସାଥୀଙ୍କୁ ସମୟ ଦେଇ ପାରିବେ ନାହିଁ।

କ୍ୟାରିୟର ମାମଲାରେ , ପୂର୍ବରୁ କରିଥିବା ପରିଶ୍ରମର ଫଳ ମିଳିବ। କାର୍ଯ୍ୟସ୍ଥଳରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ମିଥୁନ ରାଶି –

ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସୁଖଦ ସମାଚାର ମିଳିବ। ଦାମ୍ପତ୍ୟ ଜୀବନରେ ଚିନ୍ତିତ ରହି ପାରନ୍ତି। ବିତ୍ତୀୟ ଦେବାନେବା କରୁଥିବା ଲୋକଙ୍କ ସହିତ ସଂଘର୍ଷ କରି ପାରନ୍ତି। ଆପଣଙ୍କ କାର୍ଯ୍ୟଶୈଳୀ ଲୋକମାନଙ୍କୁ ପସନ୍ଦ ଆସିବ। ପିତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଏଥିପାଇଁ ନିରାଶ ହୁଅନ୍ତୁ ନାହିଁ

ପ୍ରେମ ମାମଲାରେ, ପାର୍ଟନରଙ୍କ ସହିତ ପ୍ରେମ ସୁଦୃଢ ରହିବ। ପ୍ରେମ ଜୀବନ ସୁଖମୟ ରହିବ।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢିବା ପାଇଁ ଅବସର ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ କୌଣସି ବେମାରୀରେ ପୀଡ଼ିତ ରହି ପାରନ୍ତି।

Google

କର୍କଟ ରାଶି –

ଏହି ରାଶିର ଲୋକଙ୍କୁ ନିଜ ପୂର୍ବ କଥା ଉପରେ ଧ୍ୟାନ ଦେବା ଉଚିତ ନୁହେଁ। ସାମାଜିକ ଗତିବିଧିରେ ଭାଗ ନେବେ। ଆର୍ଥିକ ମାମଲାରେ ଦିନଟି ଅନୁକୂଳ ରହିଛି। କୌଣସି ଶୁଭ ସମାଚାର ମିଳିପାରେ। ଆମଦାନୀରେ ବୃଦ୍ଧି ହେବ।

ପ୍ରେମ ମାମଲାରେ, ଜୀବନସାଥୀ ଙ୍କ ସହିତ ଆପଣାର ଅନୁଭବ କରିବେ। ବ୍ୟକ୍ତିଗତ ଜୀବନ ନିୟନ୍ତ୍ରଣରେ ରହିବ।

କ୍ୟାରିୟର ମାମଲାରେ, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ଆଳସ୍ୟ ଅନୁଭବ କରିବେ। ବ୍ୟାୟାମ ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ।

ସିଂହ ରାଶି –

ବାହାର ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କୁ କିଛି ଉପହାର ମିଳିପାରେ। ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। କାହା ଉପରେ ଅଧିକ ଭରସା କରନ୍ତୁ ନାହିଁ। ଉଚ୍ଚ ଅଧିକାରୀଙ୍କ ସହିତ ଆବଶ୍ୟକ ବିଷୟକୁ ନେଇ ଚର୍ଚ୍ଚା କରି ପାରନ୍ତି।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ସବୁ ସମସ୍ୟା ଦୂର ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ଦେଖା ଦେବ।

କ୍ୟାରିୟର ମାମଲାରେ, ପ୍ରତିଯୋଗୀ ପରୀକ୍ଷାକୁ ନେଇ ବ୍ୟସ୍ତ ରହି ପାରନ୍ତି ଏବଂ କଠିନ ପରିଶ୍ରମ କରିବେ।

ସ୍ବାସ୍ଥ୍ୟ ମାମଲାରେ, ଓଜନ ନିୟନ୍ତ୍ରଣ କରିବା ପାଇଁ ବ୍ୟାୟାମ କରିବା ଆବଶ୍ୟକ।

କନ୍ୟା ରାଶି –

ଏହି ସପ୍ତାହରେ ଆପଣଙ୍କୁ ସବୁ ସମସ୍ୟାର ସମାଧାନ ପାଇଁ ଅଧିକ ବିଚାର କରିବା ପାଇଁ ପଡ଼ିବ। କାର୍ଯ୍ୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିପାରେ। ଭାଇଭଉଣୀଙ୍କ ଠାରୁ କିଛି ଆବଶ୍ୟକ ସାହାଯ୍ୟ ମିଳିପାରେ। କାରବାରରେ ସଫଳତା ମିଳିବ। କାରବାରରେ କିଛି ଲୋକେ ଆପଣଙ୍କୁ ସହଯୋଗ କରି ପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଜରୁରୀ ସୁଧାର କରିବାର ଆବଶ୍ୟକତା ରହିଛି ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ଏଥିପାଇଁ ବିବାଦ କରନ୍ତୁ ନାହିଁ।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ମାନଙ୍କ କ୍ୟାରିୟରରେ ପରିବର୍ତ୍ତନ ଆସିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ତୁଳା ରାଶି –

ଏହି ସପ୍ତାହରେ କାର୍ଯ୍ୟସ୍ଥଳରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଅନାବଶ୍ୟକ ରୂପରେ ଆପଣ ଲୋକଙ୍କ ସହିତ ବିବାଦ କରନ୍ତୁ ନାହିଁ। କୌଣସି କାର୍ଯ୍ୟକୁ ନେଇ ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ପାଇଁ ଆପଣଙ୍କର ଇଛା ଜାଗ୍ରତ ହେବ। ସମ୍ପତ୍ତି ମାମଲାରେ ସଫଳତା ମିଳିବ। ପେଶାରେ ଥିବା ଲୋକଙ୍କୁ ସଫଳତା ମିଳିବ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯୋଜନା କରିବେ।

କ୍ୟାରିୟର ମାମଲାରେ, ବ୍ୟବସାୟରେ ସଫଳତା ଏବଂ ଫାଇଦା ମିଳିବ। ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ମିଳିବ।

ପ୍ରେମ ମାମଲାରେ, ଜଙ୍କ ଫୁଡ ସେବନ କରନ୍ତୁ ନାହିଁ। ନଚେତ ବେମାର ପଡି ପାରନ୍ତି।

Google

ବିଛା ରାଶି –

ଏହି ରାଶିର ଲୋକଙ୍କୁ କିଛି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ଥଗିତ ରଖିବା ଉଚିତ। କୌଣସି ଜିନିଷ ରେ ନେଇ ଥିବା ନିବେଶ ଫାଇଦା ସାବ୍ୟସ୍ତ ହେବ। ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ରେ ପରିବର୍ତ୍ତନ ହେବ। ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ। ଲାଭର ଅବସର ହାତକୁ ଆସିବ। ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଭୁଲ ବୁଝାମଣା ଦୂର କରିବା ପାଇଁ ଆପଣ ପ୍ରୟାସ କରିବେ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣ ବ୍ୟାପାର ଏବଂ ଚାକିରୀ ସମ୍ବନ୍ଧିତ ଲାଭ ପ୍ରାପ୍ତ କରିବେ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହ ଆପଣ ମାନସିକ ରୂପରେ ଅଶାନ୍ତ ରହିବେ।

ଧନୁ ରାଶି –

କୋର୍ଟ କଚେରୀ କାର୍ଯ୍ୟ ଅନୁକୂଳ ରହିବ। ଭାଇଭଉଣୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଆପଣ ସବୁ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରନ୍ତୁ। ପୂଜାପାଠରେ ମନ ଲାଗିବ। ବେକାର ବସ୍ତୁରେ ନିଜ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ଜମିବାଡ଼ି କିଣାକିଣି କରିବାର ଯୋଗ ରହିଛି।

ପ୍ରେମ ମାମଲାରେ, ବିବାହିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ପାର୍ଟନରଙ୍କ ସାହାଯ୍ୟ ଦ୍ଵାରା ଆପଣଙ୍କୁ ଲାଭ ମିଳିପାରେ ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ନିଜ ବ୍ୟବସାୟକୁ ସୁଦୃଢ କରିବା ପାଇଁ ପ୍ରୟାସ କରନ୍ତୁ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ମାମଲାରେ ଦିନଟି ଦୁର୍ବଳ ରହିଛି। କିଛି ଲୋକଙ୍କୁ ଡାକ୍ତରଖାନା ଯିବାକୁ ପଡିପାରେ।

ମକର ରାଶି –

ଏହି ସପ୍ତାହଟି ଲାଭଦାୟକ ରହିଛି। ପାରିବାରିକ କଳହ ରୁ ଦୂରେଇ ରୁହନ୍ତୁ। କୌଣସି ଲୋକଙ୍କ ସହିତ ବିବାଦ ଦ୍ଵାରା ଅଶାନ୍ତି ସୃଷ୍ଟି ହୋଇପାରେ। ଧନ ସଞ୍ଚୟ କରିବାରେ ଆପଣ ସଫଳ ରହିବେ। କାର୍ଯ୍ୟକ୍ଷେତ୍ରରେ ଏହି ସପ୍ତାହରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଆପଣଙ୍କ ପରାକ୍ରମ ଏବଂ ସାହସରେ ବୃଦ୍ଧି ହେବ। ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।

ପ୍ରେମ ମାମଲାରେ, ଶାରୀରିକ ରୂପରେ ସୁସ୍ଥ ରହିବାକୁ ହେଲେ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ।

କ୍ୟାରିୟର ମାମଲାରେ, ଆପଣଙ୍କୁ ଉତ୍ତମ ଚାକିରୀର ଅବସର ମିଳିପାରେ। ଆପଣ ନିଜ ମନ ପସନ୍ଦ ଜାଗାରେ କାମ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ଦୈନିକ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ଶାରୀରିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ।

Google

କୁମ୍ଭ ରାଶି –

ଏହି ସପ୍ତାହ ରେ ଆପଣ ସାମାଜିକ ଏବଂ ସାର୍ବଜନୀକ ରୂପରେ ପ୍ରଶଂସାର ପାତ୍ର ହେବେ। ଆପଣଙ୍କୁ ବରିଷ୍ଠ ଲୋକଙ୍କ ସହିତ ସମ୍ମାନର ସହିତ କଥାବାର୍ତ୍ତା କରିବା ଆବଶ୍ୟକ। ରୋଜଗାର ପ୍ରାପ୍ତିରେ ଆପଣଙ୍କ ପ୍ରୟାସ ସଫଳ ରହିବ। ଧନଲାଭର ଯୋଗ ରହିଛି। ଘର ମାମଲାରେ କୌଣସି ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ କାମରେ ଆସିବ। ଟଙ୍କା ନିବେଶ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଆପଣଙ୍କ ସମ୍ବନ୍ଧ ମଧୁର ରହିବ। ସମ୍ବନ୍ଧରେ ନୂଆ ଆରମ୍ଭ ହୋଇପାରେ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ଆପଣଙ୍କର କ୍ୟାରିୟର ରେ ପ୍ରଗତି ହୋଇପାରେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସୁଧାର ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ।

ମୀନ ରାଶି –

ସେୟାର ବଜାରରେ ଲାଭ ମିଳିବାର ସମ୍ଭାବନା ରହିଛି। ଆପଣଙ୍କ ଆତ୍ମବିଶ୍ବାସରେ ବୃଦ୍ଧି ହେବ। ଭାଇଭଉଣୀଙ୍କ ମଧ୍ୟରେ ବିବାଦ ହୋଇପାରେ। ସମସ୍ୟାର ସାମ୍ନା କରିବା ସମୟରେ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟସ୍ଥଳରେ କୌଣସି ପ୍ରତିଷ୍ଠିତ ପଦ ପାଇଁ ବଛା ଯାଇ ପାରନ୍ତି। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟ କ୍ଷେତ୍ରରେ ଅଧିକ ବ୍ୟସ୍ତତା ରହିବ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ବିବାଦ ସାବଧାନ ହୋଇ ପ୍ରେମମୟ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, ବିରୋଧୀ ମାନଙ୍କୁ ପରାସ୍ତ କରିବାରେ ବିଜୟୀ ରହିବେ।

ସ୍ବାସ୍ଥ୍ୟ ମାମଲାରେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନିଶା ସେବନରୁ ଦୂରେଇ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖନ୍ତୁ । ପ୍ରଭୁଙ୍କର ଆଶୀର୍ବାଦ ହେଲେ ଆପଣଙ୍କ ଜୀବନରେ ଲାଗି ରହିଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *