Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଗୋଟେ ଛୋଟ ପିଲା ହଠାତ୍ ଝାଡୁ ଲଗେଇବା ଆରମ୍ଭ କରେ, ତାହେଲେ ଆପଣଙ୍କ ଘରେ କିଛି ଏପରି ଘଟିବାକୁ ଯାଉଛି।

ସେୟାର୍ କରନ୍ତୁ

ଘରର ପରିଷ୍କାର ପରିଚ୍ଛନ୍ନତାକୁ ମାଲକ୍ଷ୍ମୀଙ୍କ ସହିତ ଯୋଡ଼ା ଯାଇଛି। ଝାଡୁର ସମ୍ପର୍କ ସିଧା ପରିଷ୍କାର,ପରିଛନ୍ନତା ସହିତ ଜଡିତ, ସେଥିପାଇଁ ଶାସ୍ତ୍ରରେ ଝାଡୁକୁ ମଧ୍ୟ ମା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ବୈଦିକ ମାନ୍ୟତା ଅନୁସାରେ ଝାଡୁକୁ ଘରର କେଉଁ ସ୍ଥାନରେ ରଖିବା ଏବଂ ଏହାର ବ୍ୟବହାର ପର୍ଯ୍ୟନ୍ତ କିଛି ବିଶେଷ ନିୟମ  କରାଯାଇଛି, ଯାହାକୁ ପ୍ରତ୍ୟେକ ଖୁସି ପରିବାର ଅନୁସରଣ କରିବା ଆବଶ୍ୟକ ବୋଲି ମାନାଯାଏ।

ଝାଡୁର ବ୍ୟବହାର ସହିତ ଜଡିତ ଅନେକ ନିୟମ ଅଛି, ଯେପରିକି ସକାଳେ ପ୍ରଥମେ ଘର ଦ୍ୱାର ଝାଡୁ ଦ୍ୱାରା ସଫା କରିବା,ନୂଆ ଘରକୁ ପୁରୁଣା ଝାଡୁ ନ ନେବା ,ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ନ ଲଗେଇବା ଇତ୍ୟାଦି। ଏଗୁଡିକ ହେଉଛି କେତେକ ନୀତି ନିୟମ ଯାହାକୁ କରିବା ଦ୍ୱାରା ମା ଲକ୍ଷ୍ମୀ ଘରର ଦରିଦ୍ରତା ଦୂର କରିଥାନ୍ତି ଏବଂ ମା ଲକ୍ଷ୍ମୀ ଘରେ ଅବଶ୍ୟ ବାସ କରିଥାନ୍ତି ବୋଲି ବିଶ୍ୱାସ ଅଛି।

Google

ଯଦି ବୟସ୍କ ଲୋକ ମାନେ ଆମକୁ କିଛି କୁହନ୍ତି କିମ୍ବା ଆମକୁ ଆଦେଶ ଦିଅନ୍ତି ତ, ତା ପଛରେ କିଛି ନାଁ କିଛି ଅର୍ଥ ନିଶ୍ଚୟ ଥାଏ, କିନ୍ତୁ ଏସବୁ ଜାଣିବା ପରେ ମଧ୍ୟ ଆମେ ସେମାନଙ୍କ କହିବା କଥାକୁ ଅଣଦେଖା କରିଦେଇଥାଉ, କିନ୍ତୁ ତାଙ୍କ କହିବା ପଛରେ କିଛି ଅଭିଜ୍ଞତା ଓ ରହସ୍ୟ ଅଛି | ଛୋଟ ଛୋଟ ଜିନିଷ ରହିଥାଏ ଯାହାକୁ ଏକ ସଂକେତ ଭାବରେ ବିବେଚନା କରାଯାଏ, ଏବଂ ବିଶେଷ କରି ଝାଡୁକୁ ନେଇ ଯେଉଁ ସଂକେତ ଦିଆଯାଏ ତାହା ନିଜ ଭିତରେ ବହୁତ  ଅଲଗା ହୋଇଥାଏ।

ଏହା ବ୍ୟତୀତ ଝାଡୁକୁ ରଖିବାକୁ ନେଇ କିଛି ଅନେକ ପ୍ରକାରର ନିୟମ ଅଛି ବୋଲି ବିଶ୍ୱାସ କରାଯାଏ। ଏମିତି ବିଶ୍ୱାସ କରାଯାଏ ଯେ ଝାଡୁକୁ କେବେବି ଠିଆ କରି ରଖିବା ଉଚିତ ନୁହେଁ, ଏମିତ କରିବା ଦ୍ୱାରା ଘରର ଶତ୍ରୁ ଅଧିକ ବଢ଼ିଥାନ୍ତି। ଏହା ବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଝାଡୁକୁ କେବେ ଖୋଲା ସ୍ଥାନରେ ରଖାଯିବା ଉଚିତ୍ ନୁହେଁ, ବରଂ ଏହାକୁ ସେହି ଘରର ଏମିତି ଜାଗାରେ ରଖିବା ଉଚିତ୍ ଯେଉଁଠାରେ କେହି ଏହାକୁ ଦେଖିପାରିବେନି। ବିଶେଷକରି ବାହାରେ ଆସୁଥିବା ଲୋକ କିମ୍ବା ଅତିଥିଙ୍କ ଦୃଷ୍ଟିରେ ଯେମିତି ଝାଡୁ କେବେବି ନ ଆସେ।

Gogole

ସେମିତିରେ ତ ଆପଣମାନେ ଜାଣିଥିବେ ଝାଡୁ ଗୋଟେ ପ୍ରକାରର ସ୍ୱଚ୍ଛତାର ପ୍ରତୀକ ଅଟେ ଏବଂ ସ୍ୱଚ୍ଛତା ହେତୁ ଲକ୍ଷ୍ମୀ ମା ମଧ୍ୟ ସେହି ଘରକୁ ଆସିଥାନ୍ତି, ସେହିଭଳି ପିଲାମାନଙ୍କ ବିଷୟରେ ଆଉ ଏକ ବିଶ୍ୱାସ କରାଯାଏ।ଘରେ ପ୍ରାୟତ ଦେଖାଯାଏ ଯେ ଛୋଟ ପିଲାମାନେ ହଠାତ୍ ସେମାନଙ୍କର ଖେଳନା ଛାଡି, ଝାଡୁ ଉଠାଇ ତା ସହିତ ଖେଳିବାକୁ ଲାଗନ୍ତି କିମ୍ବା ବଡ଼ ଲୋକ ମାନଙ୍କୁ ଅନୁକରଣ କରି ସଫା କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଛୋଟ ପିଲାମାନଙ୍କୁ ମଧ୍ୟ ଭଗବାନଙ୍କ ରୂପ ବୋଲି ମାନାଯାଏ, ତାହେଲେ ଆପଣ ଏହି ସଂଯୋଗ ବିଷୟରେ ଭାବନ୍ତି କି? କାରଣ ଆପଣ ହୁଏତ ଜାଣି ନଥିବେ, କିନ୍ତୁ ଯଦି ଆପଣଙ୍କ ଘରେ ଛୋଟ ପିଲା ହଠାତ୍ ଝାଡୁ ଧରେ ତ, ତାହେଲେ ଏହା ପଛରେ ଗୋଟିଏ ନୁହେଁ ବରଂ ଏହାର ଦୁଇ ଦୁଇଟି ଅର୍ଥ ଥାଇପାରେ।

ପ୍ରଥମଟି ଏହା ହେଉଛି ଆପଣଙ୍କ ଘରକୁ ବନ୍ଧୁ କିମ୍ବା  ଅତିଥିମାନେ ଆସିପାରନ୍ତି ଏବଂ ଏହା ଗୋଟେ ବଡ଼  ସାଧାରଣ କଥା ଯେ ଯଦି କୌଣସି ଛୋଟ ପିଲା ଆପଣଙ୍କ ଘରେ ଝାଡୁ କରୁଛନ୍ତି, ତାହେଲେ ଏହାର ଅର୍ଥ ହୋଇପାରେ ଯେ ଜଣେ ଅତିଥି ଆସିବାକୁ ଯାଉଛନ୍ତି କିମ୍ବା ଅନ୍ୟ ଅର୍ଥ ଏହା ମଧ୍ୟ ହୋଇପାରେ |ଏହା ସମ୍ଭବ ଯେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାକୁ ଯାଉଛନ୍ତି, ଅର୍ଥାତ୍ ଆପଣଙ୍କୁ ବହୁତ ପରିମାଣରେ ଧନ ପ୍ରାପ୍ତି ହେବ। ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ ସେଥିପାଇଁ ଏହି ସଂକେତକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ ଏବଂ ନିଜକୁ ପ୍ରସ୍ତୁତ କରିନିଅନ୍ତୁ।

Google

ଏହି ପରି ଅନେକ ଛୋଟ ଛୋଟ ସଂକେତ ମାନ ଅଛି, ଯାହାର ଶକ୍ତି ଉପରେ ଜଣା ତ ନାହିଁ, କିନ୍ତୁ ଏହା ଅନୁମାନ କରାଯାଇପାରେ ଯେ ଆପଣ ଏବଂ ଆମର ଭବିଷ୍ୟତରେ କଣ ଘଟିବ ଏବଂ ଆମେ ଏହାକୁ ନେଇ ଭଲ ଭାବରେ ପ୍ରସ୍ତୁତ ହୋଇ ପାରିବା ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଲେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *