Excuse Me Odisha

ଯାହା କହିବୁ ସତ କହିବୁ

ଏହା ହେଉଛି ମାଲକ୍ଷ୍ମୀଙ୍କର ୮ଟି ରୂପ, ଅଷ୍ଟ ଲକ୍ଷ୍ମୀଙ୍କ ପୂଜା ଏହିପରି କରାଯାଏ।

ସେୟାର୍ କରନ୍ତୁ

ମା ଲକ୍ଷ୍ମୀଙ୍କର ଗୋଟେ ରୂପ ନୁହେଁ ପୁରା ୮ଟି ରୂପ ଏବଂ ମା ଲକ୍ଷ୍ମୀ ବିଭିନ୍ନ ଉପାୟରେ ନିଜର ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି । ଶୁକ୍ରବାର ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ରୀତି ନୀତି ସହିତ ପୂଜା କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ସେହି ପରିବାର ଉପରେ ଧନ ବର୍ଷା କରନ୍ତି । ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଜାୟ ରଖିବା ପାଇଁ ଲୋକମାନେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି। କୁହାଯାଏ ଯେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା କେବେବି ଅର୍ଥର ଅଭାବ ହୁଏ ନାହିଁ। ଧର୍ମ ଶାସ୍ତ୍ରରେ ଧନ ଏବଂ ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କୁ କୁହାଯାଇଛି । ମା ଲକ୍ଷ୍ମୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ଏବଂ ଆଦିଶକ୍ତି ମଧ୍ୟ କୁହାଯାଏ। ଲୋକମାନେ ଧନ ସମୃଦ୍ଧି ପାଇଁ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜା ଅର୍ଚ୍ଚନା କରନ୍ତି, କିନ୍ତୁ ମା ଲକ୍ଷ୍ମୀ ଜଣେ ନୁହଁନ୍ତି ପୁରା ୮ ଜଣ ଏବଂ ସେ ବିଭିନ୍ନ ଉପାୟରେ ନିଜର ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି । ତେଣୁ ଶାସ୍ତ୍ରରେ ଅଷ୍ଟ ଲକ୍ଷ୍ମୀ ଉଲ୍ଲେଖ କରାଯାଇଛି। ଏହି ଅଷ୍ଟ ଲକ୍ଷ୍ମୀ ତାଙ୍କ ନାମ ଅନୁଯାୟୀ ଫଳ ଦିଅନ୍ତି, ତେଣୁ ଆପଣଙ୍କର ଇଚ୍ଛା ଏବଂ ସୁଖ ଏବଂ ସମୃଦ୍ଧିର ଇଚ୍ଛା ଅନୁଯାୟୀ ଆପଣ ବିଭିନ୍ନ ପ୍ରକାରରେ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍, ଏହା କରିବା ଦ୍ୱାରା ଶୀଘ୍ର ଧନ ପ୍ରାପ୍ତି ହୋଇଥାଏ ।

ମା ଲକ୍ଷ୍ମୀଙ୍କର ପ୍ରଥମ ରୂପ ହେଉଛି ଆଦିଲକ୍ଷ୍ମୀ :-

ମା ଲକ୍ଷ୍ମୀଙ୍କର ପ୍ରଥମ ରୂପ ହେଉଛି ଆଦିଲକ୍ଷ୍ମୀ, ତାଙ୍କୁ ଧନଲକ୍ଷ୍ମୀ, ଆଦିଶକ୍ତି ମଧ୍ୟ କୁହାଯାଏ । ଶ୍ରୀମଦ ଭାଗବତ ପୁରାଣ ଅନୁସାରେ, ମହାଲକ୍ଷ୍ମୀ ସୃଷ୍ଟିର ଆରମ୍ଭରେ ତ୍ରିଶକ୍ତିବା (ତିନି ଦେବୀ) ଙ୍କୁ ପ୍ରକଟ କରିଥିଲେ ଏବଂ ସେମାନେ ମହାକାଳି ଏବଂ ମହାସରସ୍ୱତୀ ରୂପ ନେଇଥିଲେ । ଜଗତର କଲ୍ୟାଣ ପାଇଁ ଆଦି ଲକ୍ଷ୍ମୀ ନିଜେ ଭଗବାନ ବିଷ୍ଣୁଙ୍କ ସହ ରହିବା ପାଇଁ ସ୍ୱୀକୃତି ଦେଇଥିଲେ। ଏହି ଆଦି ଲକ୍ଷ୍ମୀ ଜୀବଜନ୍ତୁ ମାନଙ୍କୁ ଜୀବନ ଦିଅନ୍ତି,ଏହି ଆଦି ଲକ୍ଷ୍ମୀଙ୍କ ପାଖରୁ ଜୀବନ ଉତ୍ପନ୍ନ ହୋଇଛି । ତାଙ୍କର ଭକ୍ତମାନେ ମୋହ ମଧ୍ୟରୁ ମୁକ୍ତି ପାଇ ପରିତ୍ରାଣ ପ୍ରାପ୍ତ କରନ୍ତି । ଏହି ମାଙ୍କ କୃପାରୁ ସମସ୍ତ ଲୋକ ପରଲୋକ ହେବା ଯାଏଁ ସାଧାରଣ ଜୀବନରେ ସୁଖ ଭୋଗ କରନ୍ତି।

Google

ମା ଲକ୍ଷ୍ମୀଙ୍କର ଦ୍ୱିତୀୟ ରୂପ ଧନ ଲକ୍ଷ୍ମୀ:-

ମା ଲକ୍ଷ୍ମୀଙ୍କର ଅନ୍ୟ ଗୋଟେ ରୂପ ମା ଧନଲକ୍ଷ୍ମୀ । ଏହି ମା ଧନ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ କୁବେରଙ୍କ ଋଣରୁ ମୁକ୍ତ କରିବା ପାଇଁ ସେ ଏହି ରୂପ ନେଇଥିଲେ। ଏହି ମା ପ୍ରଭୁ ଭେଙ୍କଟେଶଙ୍କ ସହ ଜଡିତ, ଯିଏ ଭଗବାନ ବିଷ୍ଣୁଙ୍କ ଅବତାର ଭାବରେ ବିବେଚନା କରାଯାଏ। ମା ପଦ୍ମାବତୀଙ୍କୁ ବିବାହ ପାଇଁ ପ୍ରଭୁ ଭେଙ୍କଟେଶ କୁବେରଙ୍କଠାରୁ ଋଣ ନେଇଥିଲେ।ଭଗବାନଙ୍କୁ ଏହି ଋଣ ପରିଶୋଧ କରିବାରେ ସାହାଯ୍ୟ କରିବାକୁ ମା ଲକ୍ଷ୍ମୀ ଧନଲକ୍ଷ୍ମୀ ଭାବରେ ଦେଖାଦେଇଥିଲେ। ତାଙ୍କ ପାଖରେ ଧନରେ ଭରପୂର କଳସ ଏବଂ ଅନ୍ୟ ଗୋଟିଏ ହାତରେ ପଦ୍ମ ଫୁଲ ଥିଲା । ଏହି ମା ଧନ ଲକ୍ଷ୍ମୀଙ୍କୁ ପୂଜା କଲେ ଏବଂ ଭକ୍ତି  କଲେ ଆର୍ଥିକ ଅସୁବିଧା ଏବଂ ଋଣରୁ ମୁକ୍ତି ହୋଇଥାଏ । ଋଣ ଜନିତ ଅସୁବିଧାରେ ପଡ଼ିଥିବା ଲୋକମାନେ ଲକ୍ଷ୍ମୀଙ୍କ ଏହି ଧନ ଲକ୍ଷ୍ମୀ ରୂପକୁ ପୂଜା କରିବା ଦରକାର।

ମା ଙ୍କର ତୃତୀୟ ରୂପ ଅନ୍ନ ଲକ୍ଷ୍ମୀ:-

ମାଆଙ୍କର ତୃତୀୟ ରୂପ ଅନ୍ନ ଲଷ୍ମୀ । ଅନ୍ନର ଅର୍ଥ ହେଉଛି ଶସ୍ୟ ଧନ । ମା ଲକ୍ଷ୍ମୀଙ୍କ ଏହି ରୂପ ଖାଦ୍ୟ ଶସ୍ୟର ଭଣ୍ଡାରକୁ ବଜାୟ ରଖେ । ସେ ମଧ୍ୟ ମାତା ଅନ୍ନପୂର୍ଣ୍ଣାଙ୍କର ରୂପ ବୋଲି ବିବେଚନା କରାଯାଏ । ଏହି ମା ପ୍ରତ୍ୟେକ ଘରେ ଅନ୍ନ ରୂପରେ ବିରାଜ ମାନ କରନ୍ତି । ତାଙ୍କୁ ଖୁସି କରିବାର ଏକ ସରଳ ଉପାୟ ହେଉଛି ଘରେ ଖାଦ୍ୟ ନଷ୍ଟ ନକରିବା,ଯେଉଁ ଘରେ ଖାଦ୍ୟ ପ୍ରତି ଅପମାନ ହୁଏ ନାହିଁ, ଏହି ମା ସେହି ଘରେ ଖୁସି ପୂର୍ବକ ରୁହନ୍ତି ଏବଂ ଧାନ ଧନ୍ୟରେ ଭଣ୍ଡାର ହୋଇ ରହିଥାଏ।

ମାଙ୍କର ଚତୁର୍ଥ ରୂପ ହେଉଛି ଗଜ ଲକ୍ଷ୍ମୀ:-

ଗଜଲକ୍ଷ୍ମୀ ମା ଙ୍କର ଚତୁର୍ଥ ରୂପ ଅଟେ । ମା ଲକ୍ଷ୍ମୀଙ୍କୁ ତାଙ୍କର ଚତୁର୍ଥ ରୂପରେ ଗଜଲକ୍ଷ୍ମୀ ଭାବରେ ପୂଜା କରାଯାଏ। ଏହି ରୂପରେ ମା ପଦ୍ମ ଫୁଲ ଉପରେ ହାତୀ ଉପରେ ବସିଛନ୍ତି ଏବଂ ଏହାର ଉଭୟ ପାର୍ଶ୍ୱରେ ହାତୀମାନେ ଶୁଣ୍ଢରେ ପାଣି ନେଇ ମାଙ୍କୁ ଅଭିଷେକ କରନ୍ତି। ମାଙ୍କର ଚାରିଟି ବାହୁ ଅଛି, ଯେଉଁଥିରେ ମା ପଦ୍ମଫୁଲ,ଅମୃତ କଳସ, ଘଣ୍ଟି ଏବଂ ଶଙ୍ଖ ଧାରଣ କରିଛନ୍ତି । ମା ଗଜଲକ୍ଷ୍ମୀଙ୍କୁ କୃଷି ଏବଂ ଉର୍ବରତାର ଦେବୀ ବୋଲି ମାନାଯାଏ। ଏହି ମା ଗଜଲକ୍ଷ୍ମୀ ରାଜାଙ୍କୁ ସମୃଦ୍ଧି ପ୍ରଦାନ କରନ୍ତି ବୋଲି ତାଙ୍କୁ ରାଜଲକ୍ଷ୍ମୀ ବୋଲି ମଧ୍ୟ କୁହାଯାଏ। ଏହି ମା ସନ୍ତାନ ସୁଖ ମଧ୍ୟ ପ୍ରଦାନ କରନ୍ତି। କୃଷି ସହିତ ଜଡିତ ବ୍ୟକ୍ତି ମାନେ ଏବଂ ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ମା ଗଜଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ୍।

Google

ମାଆଙ୍କର ପଞ୍ଚମ ରୂପ ସନ୍ତାନଲକ୍ଷ୍ମୀ:-

ସନ୍ତାନଲକ୍ଷ୍ମୀ ମାଙ୍କର ପଞ୍ଚମ ରୂପ ଅଟେ । ଶ୍ରୀମଦ ଭଗବତ ପୁରାଣଙ୍କ ଅନୁସାରେ ମା ଆଦିଶକ୍ତି ପଞ୍ଚମ ରୂପ ହେଉଛି ସ୍କନ୍ଦମାତା, ଯିଏ କି ତାଙ୍କ କୋଳରେ ବାଳକ କୁମାର ସ୍କନ୍ଦଙ୍କୁ ବସେଇଛନ୍ତି। ମା ସନ୍ତାନ ଲକ୍ଷ୍ମୀଙ୍କର ରୂପ ସ୍କନ୍ଦମାତା ସହିତ ସମାନ ଏବଂ ଏହା ମାଲକ୍ଷ୍ମୀଙ୍କ ପଞ୍ଚମ ରୂପ, ସେଥିପାଇଁ ସ୍କନ୍ଦମାତା ଏବଂ ସନ୍ତାନ ଲକ୍ଷ୍ମୀ ସମାନ ଭାବରେ ବିବେଚନା କରାଯାଏ।ମା ସନ୍ତାନଲକ୍ଷ୍ମୀ ଙ୍କର ଚାରିଟି ବାହୁ ଅଛି, ଯେଉଁଥିରେ ମା ଦୁଇ ବାହୁରେ କଳସ ଧରିଛନ୍ତି ଏବଂ ତଳେ ଦୁଇ ହାତରେ ଖଣ୍ଡା ଏବଂ ଢାଲ ଧରିଛନ୍ତି। ଏହି ମା ତାଙ୍କ ପିଲାମାନଙ୍କ ଭଳି ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି। ଏହି ମାଙ୍କୁ ପୂଜା କଲେ ସେମାନଙ୍କର ଯୋଗ୍ୟ ସନ୍ତାନ ପ୍ରାପ୍ତି ହୋଇଥାଏ । ପିଲାମାନଙ୍କ ପାଇଁ ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ।

ମାଙ୍କର ଷଷ୍ଠ ରୂପ ବୀର ଲକ୍ଷ୍ମୀ:-

ବୀରଲକ୍ଷ୍ମୀ ମା ଲକ୍ଷ୍ମୀଙ୍କ ଷଷ୍ଠ ରୂପ । ଏହାର ନାମ ଅନୁଯାୟୀ ଏହି ମା ବୀର ଏବଂ ସାହସୀ ଲୋକମାନଙ୍କ ପାଇଁ ଆରାଧ୍ୟ ଦେବୀ ଅଟନ୍ତି। ଏହି ମା ଯୁଦ୍ଧରେ ବିଜୟ ପ୍ରଦାନ କରନ୍ତି। ତାଙ୍କର ଆଠଟି ବାହୁ ଅଛି, ଯେଉଁଥିରେ ଦେବୀ ବିଭିନ୍ନ ଅସ୍ତ୍ର ଧରିଛନ୍ତି। ମାତା ବୀର ଲକ୍ଷ୍ମୀ ଭକ୍ତମାନଙ୍କୁ ସୁରକ୍ଷା ଦିଅନ୍ତି ଏବଂ ସେମାନଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି | ତାଙ୍କ ଅନୁଗ୍ରହ ଦ୍ୱାରା ଜଣେ ଶୁଭଫଳ ଏବଂ ସମୃଦ୍ଧତା ପାଏ | ସେ ମଧ୍ୟ ମାତା କାତ୍ୟାୟିନିଙ୍କ ରୂପ ବୋଲି ବିବେଚନା କରାଯାଏ, ଯିଏ ମହିଷାସୁରଙ୍କୁ ବଧ କରି ଭକ୍ତମାନଙ୍କୁ ସୁରକ୍ଷା ଦେଇଥିଲେ।

ମାଆଙ୍କର ସପ୍ତମ ରୂପ ବିଜୟଲକ୍ଷ୍ମୀ:-

ବିଜୟଲକ୍ଷ୍ମୀ ମା ଲକ୍ଷ୍ମୀଙ୍କର ସପ୍ତମ ରୂପ ଅଟେ। ମାଙ୍କର ସପ୍ତମ ରୂପ ହେଉଛି ବିଜୟଲକ୍ଷ୍ମୀ। ତାଙ୍କୁ ଜୟଲକ୍ଷ୍ମୀ ମଧ୍ୟ କୁହାଯାଏ । ଏହି ରୂପରେ ମା ସମସ୍ତ ପ୍ରକାରର ବିଜୟ ପ୍ରଦାନ କରିଥାନ୍ତି । ଏହି ଅଷ୍ଟଭୁଜି ମା ଭକ୍ତଙ୍କୁ ଅଭୟ ପ୍ରଦାନ କରନ୍ତି । କୋର୍ଟ- କୋଚେରୀ ଝାମଲା ହେଉ କିମ୍ବା ଆପଣ କୌଣସି କ୍ଷେତ୍ରରେ ଅସୁବିଧାରେ ପଡ଼ିଛନ୍ତି ତାହେଲେ ମାଆଙ୍କର ଏହି ରୂପକୁ ପୂଜା କରିବା ଦରକାର।

Google

ମା ଙ୍କର ଅଷ୍ଟମ ରୂପ ବିଦ୍ୟାଲକ୍ଷ୍ମୀ:-

ବିଦ୍ୟାଲକ୍ଷ୍ମୀ ମା ଲକ୍ଷ୍ମୀଙ୍କ ଅଷ୍ଟମ ରୂପ ଅଟେ । ମା ଲକ୍ଷ୍ମୀଙ୍କ ଅଷ୍ଟମ ରୂପ ଯିଏ ଶିକ୍ଷା ଏବଂ ଜ୍ଞାନ ମାଧ୍ୟମରେ ସମୃଦ୍ଧତା ପ୍ରଦାନ କରିଥାଆନ୍ତି । ତାଙ୍କର ଏହି ସ୍ୱରୂପ ମାତା ଦୂର୍ଗାଙ୍କ ଦ୍ଵିତୀୟ ସ୍ୱରୂପ ବ୍ରହ୍ମଚାରିଣୀ ମାତାଙ୍କ ସହିତ ମିଶି ଯାଇ ଥାଏ । ତାଙ୍କ ସାଧନା ଦ୍ୱାରା ଶିକ୍ଷା କ୍ଷେତ୍ରରେ ସଫଳତା ଓ ଜ୍ଞାନ ବୃଦ୍ଧି ହୋଇଥାଏ । ଏହି ମାତାଙ୍କ ସାଧକ ନିଜର ବୁଦ୍ଧି ଓ ଜ୍ଞାନରେ ପ୍ରସିଦ୍ଧ ହୋଇ ଥାନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କର କୃପା ହେଲେ ଆପଣଙ୍କ ଜୀବନରେ ଲାଗି ରହିଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *