Excuse Me Odisha

ଯାହା କହିବୁ ସତ କହିବୁ

ଋଣରୁ ସବୁଦିନ ପାଇଁ ମୁକ୍ତି ମିଳିବ , ଆସନ୍ତା ଏକାଦଶୀରେ ଏହି କାମ ଗୁଡିକ କରନ୍ତୁ

ସେୟାର୍ କରନ୍ତୁ

ଆସନ୍ତା ରବିବାର ଅର୍ଥାତ ଅଶ୍ୱିନ ମାସର କୃଷ୍ଣ ପକ୍ଷର ଏକାଦଶୀ ତିଥି ଦିନ ଇନ୍ଦିରା ଏକାଦଶୀ ପାଳନ କରାଯିବ। ପ୍ରତ୍ୟେକ ଏକାଦଶୀ ତିଥି ପରି ଏହି ଦିନ ମଧ୍ୟ ସୃଷ୍ଟିକର୍ତ୍ତା ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ନିୟମ ରହିଛି। ସନାତନ ଧର୍ମର ବିଶ୍ୱାସ ଅନୁଯାୟୀ ଏକାଦଶୀ ତିଥୀ ବିଷ୍ଣୁଙ୍କର ଅତ୍ୟନ୍ତ ପସନ୍ଦ ଅଟେ। ସେଥିପାଇଁ ଏହି ଦିନ ଶ୍ରୀ ହରିଙ୍କର ଭକ୍ତମାନେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଲାଗି ପଡ଼ିଥାନ୍ତି। ଇନ୍ଦିରା ଏକାଦଶୀ ପିତୃ ପକ୍ଷରେ ପଡୁଥିବାରୁ ଏହାର ଗୁରୁତ୍ୱ ଆହୁରି ଅଧିକ ବଢି ଯାଇଥାଏ। କୁହାଯାଏ ଯେ ଶ୍ରାଦ୍ଧ ପକ୍ଷରେ ପଡୁଥିବା ଏହି ଏକାଦଶୀ ତିଥି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏଥିସହିତ ଏହା ମଧ୍ୟ କୁହାଯାଇଛି ଯେ ଇନ୍ଦିରା ଏକାଦଶୀରେ ଶ୍ରୀ ହରିଙ୍କୁ ପୂଜା କରିବା ଦ୍ୱାରା ପିତୃପୁରୁଷମାନେ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ଦେଇଥାନ୍ତି , ଯାହାଦ୍ଵାରା ଜୀବନ ସୁଖମୟ ହୋଇଯାଏ।

ତେଣୁ ଯଦି ଆପଣ ମଧ୍ୟ ଭଗବାନ ବିଷ୍ଣୁଙ୍କ ସହିତ ଆପଣଙ୍କ ପିତୃପୁରୁଷଙ୍କୁ ଏକାଦଶୀ ତିଥିରେ ପ୍ରସନ୍ନ କରିବାକୁ ଚାହୁଁଛନ୍ତି , ତେବେ ଏହି ଇନ୍ଦିରା ଏକାଦଶୀରେ ଆପଣଙ୍କୁ କେଉଁ ଉପାୟ କରିବାକୁ ପଡିବ ଜାଣନ୍ତୁ।

Google

ଏହାପୂର୍ବରୁ ଏକାଦଶୀ ତିଥିର ଶୁଭ ମୁହୂର୍ତ୍ତ ବିଷୟରେ ଜାଣନ୍ତୁ:-

ଇନ୍ଦିରା ଏକାଦଶୀ ରବିବାର , ସେପ୍ଟେମ୍ବର ୧୩ , ୨୦୨୦ରେ

ଏକାଦଶୀ ତିଥି ଆରମ୍ଭ – ସେପ୍ଟେମ୍ବର ୧୩ , ୨୦୨୦ ରେ ୪.୧୩ AM ରେ

ଏକାଦଶୀ ତିଥି ସମାପ୍ତ – ସେପ୍ଟେମ୍ବର ୧୪ , ୨୦୨୦ ରେ ୩.୧୬ AM ରେ

୧୪ ସେପ୍ଟେମ୍ବର ଦିନ , ପାରଣ (ବ୍ରତ ଭାଙ୍ଗିବା) ସମୟ – ୧.୩୨ PM ରୁ ୪.୦୧ PM

ପାରଣ ତିଥି ଦିନ ହରି ଭାସର ଶେଷ କରିବାର ସମୟ – ୮.୪୯ AM

ଘରେ ସୁଖ ଏବଂ ଶାନ୍ତି ପାଇଁ ଇନ୍ଦିରା ଏକାଦଶୀ ଦିନ ସନ୍ଧ୍ୟାରେ ତୁଲସୀ ଆଗରେ ଗାଈ ଘିଅର ଏକ ଦୀପ ଜାଳନ୍ତୁ ଏବଂ ‘ଓଁ ବାସୁଦେବାୟ ନମଃ’ର ମନ୍ତ୍ର ଜପ କରନ୍ତୁ ଏବଂ ୧୧ ଥର ପରିକ୍ରମା କରନ୍ତୁ। ବିଶ୍ୱାସ କରାଯାଏ ଯେ ଏହାଦ୍ୱାରା ଘରର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ।

ଏହି ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ଏବଂ ହଳଦିଆ ଫୁଲ ଦ୍ୱାରା ତାଙ୍କୁ ସଜାନ୍ତୁ। ଧାର୍ମିକ ଶାସ୍ତ୍ର ଅନୁଯାୟୀ ଭଗବାନଙ୍କର ହଳଦିଆ ରଙ୍ଗ ପ୍ରିୟ ଅଟେ , ଯେଉଁ କାରଣରୁ ତାଙ୍କର ପୂଜା ସାମଗ୍ରୀରେ ବ୍ୟବହୃତ ହେଉଥିବା ପ୍ରାୟତଃ ସବୁ ଜିନିଷ ହଳଦିଆ ରଙ୍ଗର ହୋଇଥାଏ। ଏହି କ୍ଷେତ୍ରରେ ହଳଦିଆ ଜିନିଷର ଦାନ କରିବା ମଧ୍ୟ ଶୁଭଦାୟକ ହୋଇଥାଏ।

Google

ଇନ୍ଦିରା ଏକାଦଶୀରେ ଉପବାସ କରିବା ଉଚିତ ଏବଂ ଭଗବାନ ବିଷ୍ଣୁଙ୍କୁ କ୍ଷୀର ଭୋଗ ଅର୍ପଣ କରିବା ଉଚିତ। ମନେରଖନ୍ତୁ ଯେ ଏହା ତୁଳସୀ ବିନା ହେବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ ଏହି ଭୋଗର ପ୍ରସାଦ ଗ୍ରହଣ କରିବା ଦ୍ୱାରା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ଭାଇଚାରା ବୃଦ୍ଧି ପାଇଥାଏ।

ଯେଉଁ ବ୍ୟକ୍ତି ଋଣ ଦ୍ୱାରା ଚିନ୍ତିତ ଅଛନ୍ତି , ସେଥିରୁ ମୁକ୍ତି ପାଇବାକୁ ଚାହୁଁଥିଲେ , ତାଙ୍କୁ ଏହି ଦିନ ଅଶ୍ୱତ୍ଥ ଗଛରେ ଶ୍ରଦ୍ଧା ଭାବନା ସହିତ ଜଳ ଅର୍ପଣ କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ବିଷ୍ଣୁ ଦେବାୟ ନମଃ ” ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *