Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏହିସବୁ ଜିନିଷ ରଖିବା ଦ୍ୱାରା ଜୀବନ ନଷ୍ଟ  ହୋଇଯାଇଥାଏ, ଆଜି ହିଁ ଏହି ସବୁ ଜିନିଷ ଗୁଡିକୁ ଘରୁ ବାହାର କରିଦିଅନ୍ତୁ ।

ସେୟାର୍ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ଅନେକ ବହୁତ ଜିନିଷ ଅଛି, ଯାହାର ଆବଶ୍ୟକତା ନଥାଇ ମଧ୍ୟ ସେ ଜିନିଷ କୋଉଠି ନାଁ କୋଉଠି ଘରେ ପୋଡି ରହିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ଏହି ସବୁ ହୋଇଥାଏ ସେ ଘରେ କେବଳ ସମସ୍ୟା ହିଁ ସମସ୍ୟା ଉପୁଜିଥାଏ। କିନ୍ତୁ ଯେହେତୁ ସେମାନେ ଏହା ବିଷୟରେ ଅବଗତ ନୁହଁନ୍ତି, ସେଥିପାଇଁ ଏହିସବୁ ସମସ୍ୟା ପାଇଁ ଲୋକେ ନିଜକୁ ନିଜେ କେତେକ ଲୋକ ସେମାନଙ୍କର ଶତ୍ରୁମାନଙ୍କୁ ଓ କିଛି ଲୋକ ଭଗବାନଙ୍କୁ ଏଥିପାଇଁ ଦାୟୀ କରିଥାନ୍ତି। ଆଉ କିଛି ଲୋକ ତ ଏହି ଅସୁବିଧା ହେବା କାରଣରୁ ମାନସିକ ରୋଗରେ ମଧ୍ୟ ପୀଡିତ ହୋଇଯାନ୍ତି। ଯଦି ଆମେ ବାସ୍ତୁ ଶାସ୍ତ୍ର କଥା ଉପରେ ବିଶ୍ୱାସ କରିବା ତ, ଏହି ଅସୁବିଧା ପାଇଁ ଲୋକେ ବାସ୍ତୁ ଶାସ୍ତ୍ରଙ୍କ ସାହାଯ୍ୟ ନେବା ଉଚିତ୍। ଆଜ୍ଞା ହଁ, ବାସ୍ତୁ ବିଶେଷଜ୍ଞମାନେ ସୂଚାଇ ଛନ୍ତି ଯେ ଅନେକ କ୍ଷେତ୍ରରେ ଏହି ସବୁ ସମସ୍ୟାର କାରଣ ଘରର ଉପୁଜୁ ଥିବା ତ୍ରୁଟି ବ୍ୟତୀତ ଅନ୍ୟ କେହି ନୁହେଁ। ଯେଉଁମାନେ ଘରେ ଅନାବଶ୍ୟକ ଜିନିଷ ରଖିଥାନ୍ତି ସେହି ନ ଜିନିଷରୁ ନିଷ୍କ୍ରିୟ ବାସ୍ତୁ ଜନ୍ମ ଗ୍ରହଣ କରନ୍ତି । କିନ୍ତୁ ସେଗୁଡ଼ିକ କ’ଣ? ସମସ୍ତେ ଏହା ବିଷୟରେ ଜାଣନ୍ତି ନାହିଁ | ତାହେଲେ ଆସନ୍ତୁ ଆପଣଙ୍କୁ କହିବା କେଉଁ ଜିନିଷ ଗୁଡ଼ିକ ଘରେ ରଖିବା ଦ୍ୱାରା ଯାହା ଘରର ସୁଖ ସବୁ ଘରର ଦ୍ୱାର ପାଖରୁ ହିଁ ଚାଲିଯାଇଥାଏ|

Google

କିଛି ଲୋକଙ୍କୁ ଜୀବଜନ୍ତୁ ଯେମିତିକି କୁକୁର,ବିଲେଇ ଇତ୍ୟାଦି ବ୍ୟତୀତ ପକ୍ଷୀ ରଖିବାର ସୌକ ଥାଏ, ଏମିତିରେ କିଛି ଲୋକ ଘରେ ଶୁଆ ରଖିଥାନ୍ତି ତ ଆଉ କିଛି ଲୋକ ଘରେ ପାରା ବସା ତିଆରି କରିଥାନ୍ତି। ଯଦି ଆପଣ ବାସ୍ତୁ କଥା ମାନିବେ ତ , ତାହେଲେ ଏହାକୁ ଘରେ ଲଗାଇବା କଦାପି ଶୁଭ ନୁହେଁ, ଏହି କାରଣରୁ ଘରେ ଅସୁବିଧା ହେବା ସମ୍ଭାବନା ବଢିଥାଏ।

ପ୍ରାୟତ କେତେକ ଘରେ ଦେଖାଯାଏ ଯେଉଁଠାରେ ମହୁମାଛି ମାନେ ବସା କରିଥାନ୍ତି । କୁହାଯାଏ ଯେ ଏସବୁ ଦେଖିବା ପରେ ବ୍ୟକ୍ତି ଶୀଘ୍ର ନିଜ ଘରୁ ବାହାର କରିଦେବା ଉଚିତ। କାରଣ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଏହି କାରଣରୁ ଅନେକ ଥର ସେହି ଘରର ଲୋକଙ୍କ ଜୀବନରେ ବଡ଼ ଦୁର୍ଘଟଣା ଘଟିଥାଏ।

ଏହା ବ୍ୟତୀତ କୌଣସି ଘରେ କେବେବି ବୁଢ଼ିଆଣିର ଜାଲ ରହିବା ଉଚିତ୍ ନୁହେଁ। ଏହା ସେଠାରେ ରହୁଥିବା ସଦସ୍ୟମାନଙ୍କ ଜୀବନରେ ଦ୍ୱନ୍ଦ୍ୱ ଏବଂ ସମସ୍ୟା ସୃଷ୍ଟି କରିଥାଏ।

କେବେବି କୌଣସି ବ୍ୟକ୍ତିଙ୍କ ନିଜ ଘରେ ଭଙ୍ଗା ଦର୍ପଣ ଏବଂ କାଚ ରଖିବା ଉଚିତ୍ ନୁହେଁ। ବାସ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଏଥିରେ ଘରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

Google

ଘରର ଛାତ ଉପରେ ଅଳିଆ ରହିବା, ଘରର ପୂଜା ଘରେ ବାସୀ ଫୁଲ ସଂଗ୍ରହ କରି ରଖିବା ଏବଂ ଖରାପ ହୋଇଯାଇଥିବା ବିଦ୍ୟୁତ ଉପକରଣକୁ ଘରେ ରଖିବା ଦ୍ୱାରା ଘରେ ରହୁଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

ଏହି ସବୁ ବ୍ୟତୀତ ଘରେ ଚମବାଦୁଡି ପ୍ରବେଶ କରିବା ଭଲ ନୁହେଁ । ବାସ୍ତୁ ବିଜ୍ଞାନ ଅନୁଯାୟୀ, ଘରେ ଏମାନଙ୍କର ଆଗମନ ଶୁନ୍ୟତାର ସଙ୍କେତ ଅଟେ। ଏହାର ଗୋଟେ ଅର୍ଥ ମଧ୍ୟ କୁହାଯାଇପାରେ ଯେ ଏହା ସୂଚିତ କରେ ଯେ ଘରେ କିଛି ଖରାପ ହେବାକୁ ଯାଉଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *