Excuse Me Odisha

ଯାହା କହିବୁ ସତ କହିବୁ

୧୬ ସେପ୍ଟେମ୍ବରକୁ କନ୍ୟା ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ଦ୍ଵାରା ଏମାନଙ୍କୁ ରହିବାକୁ ହେବ ସାବଧାନ। ହାନୀ ହେବାର ସମ୍ଭାବନା ରହିଛି।

ସେୟାର୍ କରନ୍ତୁ

ସୂର୍ଯ୍ୟଦେବ ୧୬ ସେପ୍ଟେମ୍ବରକୁ କନ୍ୟା ରାଶିରେ ଗୋଚର କରିବେ। ଏହି ରାଶିରେ ୧୭ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଜ୍ୟୋତିଷ ବିଜ୍ଞାନରେ ସୂର୍ଯ୍ୟଙ୍କୁ ସବୁ ଗ୍ରହର ରାଜା କୁହାଯାଏ। ତାଙ୍କୁ ମାନସମ୍ମାନ , ପିତା, ଉଚ୍ଚ ପଦ, ସରକାରୀ କାର୍ଯ୍ୟକ୍ରମ ଆତ୍ମା ଆଦି କାରକ ମାନା ଯାଇଥାଏ। ସୂର୍ଯ୍ୟର ଏହି ଗୋଚର ପ୍ରଭାବରେ ସବୁ ୧୨ଟି ରାଶି ଉପରେ ଏହାର ଶୁଭ ପ୍ରଭାବ ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା ଆପଣଙ୍କ ରାଶି ଉପରେ ସୂର୍ଯ୍ୟଦେବଙ୍କ ଏହି ଗୋଚରର ପ୍ରଭାବ କଣ ପଡୁଛି।

ମେଷ ରାଶି –

ସବୁ ପ୍ରକାରର ସୁଖ ସୁବିଧା ପ୍ରଦାନ କରିବେ। ନିଜ ସାହସ ଏବଂ ପରାକ୍ରମ ରେ ବିଜୟ ହାସଲ କରିବେ ।ରୋଜଗାର ଦୃଷ୍ଟିରେ କାର୍ଯ୍ୟକ୍ଷେତ୍ରରେ ବିସ୍ତାର ହେବ ।କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ ।ପରିବାରରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ବଢିପାରେ।

ବୃଷ ରାଶି –

ପ୍ରେମ ସମ୍ବନ୍ଧ ମାମଲାରେ ଦିନଟି ଅନୁକୂଳ ରହିଛି ।ଉଚ୍ଚ ଶିକ୍ଷା ଏବଂ ଶୋଧ କାର୍ଯ୍ୟ ରେ ସଫଳତା ମିଳିବ । ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହେବ। ନିଜ ଜିଦ୍ କାରଣରୁ ସଫଳତା ହାସଲ କରିବେ। ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

ମିଥୁନ ରାଶି –

ଗୃହରେ କ୍ଲେଶ ଏବଂ ଅଶାନ୍ତି ଲାଗି ରହିପାରେ। ହୃଦୟ ସମ୍ବନ୍ଧିତ ମାମଲାରେ ସାବଧାନ ରୁହନ୍ତୁ। ମାତାପିତାଙ୍କ ସ୍ବାସ୍ଥ୍ୟ ପ୍ରତି ଚିନ୍ତିତ ରହି ପାରନ୍ତି। ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ବିସ୍ତାର ହେବ ଏବଂ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ ।ରାଜନୀତିଜ୍ଞଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ହେବ।

Google

କର୍କଟ ରାଶି –

ଆପଣଙ୍କ ସାହସ ଏବଂ ପରାକ୍ରମରେ ବୃଦ୍ଧି ହେବ ।ବିଚାର କରିଥିବା କାର୍ଯ୍ୟ ରଣନୀତି ରେ କାରିଗର ହେବ। ଆପଣଙ୍କୁ ନିଜ ନିଷ୍ପତ୍ତି ଉପରେ ଗର୍ବ ଅନୁଭବ ହେବ। ଧର୍ମ କର୍ମ ମାମଲାରେ ଆପଣ ଭାଗ ନେବେ ।ବିଦେଶୀ କମ୍ପାନୀରେ ସର୍ଭିସ ଆଦି ପାଇଁ ଆବେଦନ କରିବା ସଫଳ ରହିବ।

ସିଂହ ରାଶି –

ଆର୍ଥିକ ପକ୍ଷ ସୁଦୃଢ ରହିବ। କିଛି ମହଙ୍ଗା ବସ୍ତୁ କିଣି ପାରନ୍ତି। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ନିଜ ଶରୀର ପ୍ରତି ଅଧିକ ଧ୍ୟାନ ରଖନ୍ତୁ।

କନ୍ୟା ରାଶି –

ଶାସନ ସତ୍ତାର ଭରପୂର ସହଯୋଗ ମିଳିବ। ସର୍ଭିସ ଆଦି ପାଇଁ ଆବେଦନ ସଫଳ ରହିବ। ଚାକିରୀରେ ନୂତନ ଅନୁବନ୍ଧ ପ୍ରାପ୍ତିର ଯୋଗ ରହିଛି। ଧର୍ମ ଏବଂ ଆଧ୍ୟାତ୍ମ୍ୟ ପ୍ରତି ରୁଚି ବଢ଼ିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ସମୟ ଅନୁକୂଳ ରହିଛି। ସନ୍ତାନ ସମ୍ବନ୍ଧିତ ଚିନ୍ତା ଦୂର ହେବ।

ତୁଳା ରାଶି –

କଷ୍ଟ କାରକ ଯାତ୍ରା କରିବାକୁ ପଡିପାରେ। ସମ୍ପର୍କୀୟଙ୍କ ଠାରୁ ଅଶୁଭ ସୂଚନା ମିଳିପାରେ। ବିଦେଶ ସମ୍ବନ୍ଧିତ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଅତ୍ୟଧିକ ଖର୍ଚ୍ଚ ପାଇଁ ଆର୍ଥିକ ସମସ୍ୟା ଦେଖା ଦେଇପାରେ। ବାହନ ସାବଧାନ ହୋଇ ଚଳାନ୍ତୁ।

ବିଛା ରାଶି –

ଆପଣଙ୍କ ସମସ୍ୟା ଦୂର ହେବ। ସନ୍ତାନ ସମ୍ବନ୍ଧିତ ଚିନ୍ତାରୁ ମୁକ୍ତି ମିଳିବ। ଉଚ୍ଚ ଅଧିକାରୀଙ୍କ ସହିତ ମଧୁର ସମ୍ପର୍କ ରହିବ। ସରକାର ସମ୍ବନ୍ଧିତ କାର୍ଯ୍ୟ ଉତ୍ତମ ରୂପରେ ସମ୍ପନ୍ନ ହେବ। ପ୍ରତିଯୋଗୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ। ପ୍ରେମ ସମ୍ବନ୍ଧିତ ମାମଲାରେ ଉଦାସୀନତା ରହିବ।

ଧନୁ ରାଶି –

କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ରୋଜଗାରରେ କରି ଥିବା ପ୍ରୟାସ ସଫଳ ରହିବ। ନୂତନ କାରବାର ପାଇଁ ସମୟ ଅନୁକୂଳ ରହିଛି। ବିଦେଶୀ କମ୍ପାନୀରେ ଚାକିରୀ ପାଇଁ ଆବେଦନ ସଫଳ ରହିବ। ମାତାପିତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ସାମାଜିକ ପ୍ରତିଷ୍ଠା ବଢିବ।

Google

ମକର ରାଶି –

ଆଜି ଦାନ ପୁଣ୍ୟ ଅଧିକ କରିବେ। ବିଦେଶୀ ନାଗରିକତା ପାଇଁ ଆବେଦନ ସଫଳ ରହିବ। ଉଚ୍ଚ ଅଧିକାରୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। କୋର୍ଟ କଚେରୀ ମାମଲା ଉଚିତ ରୂପରେ ତୁଲାଇବା ପାଇଁ ପ୍ରୟାସ କରନ୍ତୁ। ଶତ୍ରୁଙ୍କ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ ରାଶି –

ଆପଣଙ୍କ ମାନସମ୍ମାନରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ପ୍ରତିକୂଳ ରହିଛି। ଜମିବାଡ଼ି ସମ୍ବନ୍ଧିତ ମାମଲା ସମାଧାନ ହେବ। ସମ୍ପର୍କୀୟ ଆପଣଙ୍କୁ ନିଚା ଦେଖେଇବା ପାଇଁ ପ୍ରୟାସ କରିବେ। କାର୍ଯ୍ୟକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହେବାରୁ ବଞ୍ଚିତ ହୁଅନ୍ତୁ। ଗୂଢ ବିଦ୍ୟା ପ୍ରତି ରୁଚି ରଖିବେ।

ମୀନ ରାଶି –

ଦାମ୍ପତ୍ୟ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ ।ଦୈନିକ ବ୍ୟାପାର ପାଇଁ ସମୟ ଅନୁକୂଳ ରହିଛି ।ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ସାବଧାନ ହୋଇ କାର୍ଯ୍ୟ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ। ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *