Excuse Me Odisha

ଯାହା କହିବୁ ସତ କହିବୁ

ଗରୁଡ ପୁରାଣ ଅନୁସାରେ, ଏହି ୧୭ଟି ମହାପାପ କରୁଥିବା ବ୍ୟକ୍ତି ନର୍କ ଗାମୀ ହୋଇଥାନ୍ତି, ଆପଣ ମଧ୍ୟ ଜାଣନ୍ତୁ ।

ସେୟାର୍ କରନ୍ତୁ

ହିନ୍ଦୁମାନଙ୍କ ମଧ୍ୟରେ ବିଶ୍ୱାସ ଅଛି ପୃଥିବୀରେ ସର୍ବ ପୁରାତନ ଧର୍ମ ହେଉଛି ହିନ୍ଦୁ ସନାତନ ଧର୍ମ ଅଟେ । ଏହା ଅନୁସାରେ ବ୍ରହ୍ମାଙ୍କର କାର୍ଯ୍ୟ ହେଉଛି ସୃଷ୍ଟିର ରଚନା କରିବା, ଭଗବାନ ବିଷ୍ଣୁଙ୍କ କାର୍ଯ୍ୟ ହେଉଛି ଜଗତକୁ ପରିଚାଳନା କରିବା ଏବଂ ଭଗବାନ ଶିବଙ୍କ କାର୍ଯ୍ୟ ବିନାଶ କରିବା ବୋଲି ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମରେ ଏହାର ପ୍ରତ୍ୟେକ ଗ୍ରନ୍ଥଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି । କିନ୍ତୁ ଯେତେବେଳେ ଗରୁଡ ପୁରାଣ କଥା ଆସେ ତେବେ ଏହାର ମହତ୍ତ୍ଵ ଆହୁରି ବଢି ଯାଇଥାଏ । ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ପ୍ରସିଦ୍ଧ ଧାର୍ମିକ ଗ୍ରନ୍ଥଗୁଡ଼ିକ ମଧ୍ୟରୁ ଅନ୍ୟତମ ।

ବୈଷ୍ଣବ ସମ୍ପ୍ରଦାୟର ସହିତ ସମ୍ବଦ୍ଧିତ ଗୁରୁଡ଼ ପୁରାଣ ସନାତନ ଧର୍ମରେ ମୃତ୍ୟୁ ପରେ ସଦଗତି ପ୍ରଦାନ କରୁଥାଏ ବୋଲି ବିଶ୍ୱାସ କରାଯାଏ । ସେଥିପାଇଁ ସନାତନ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଗରୁଡ ପୁରାଣ ଶୁଣିବାକୁ ଏକ ନିୟମ ଅଛି । ମୃତ୍ୟୁ ହେଉଛି ପ୍ରକୃତିର ଅବିସ୍ମରଣୀୟ ସତ୍ୟ ଅଟେ । ଯିଏ ଏହି ପୃଥିବୀକୁ ଆସିଛି ତାଙ୍କୁ ଗୋଟେ ଦିନେ ଏଠାରୁ ଯିବାକୁ ପଡିଥାଏ । ଗରୁଡ ପୁରାଣଙ୍କ ଅନୁଯାୟୀ, ଆମର କାର୍ଯ୍ୟର ଫଳ ଆମକୁ ଆମ ଜୀବନରେ ମିଳିଥାଏ, କିନ୍ତୁ ମୃତ୍ୟୁ ପରେ ମଧ୍ୟ ଆମ କାର୍ଯ୍ୟର ଭଲ ଏବଂ ଖରାପ ଫଳ ନିଶ୍ଚିତ ମିଳିଥାଏ । କାରଣ ଗରୁଡ ପୁରାଣରେ ସ୍ୱର୍ଗ ଏବଂ ନର୍କର ବର୍ଣ୍ଣନା ଦେଖିବାକୁ ମିଳିଥାଏ । ସେଥିପାଇଁ ଯଦି କୌଣସି ବ୍ୟକ୍ତି ୧୭ ପ୍ରକାରର ପାପ କରେ, ତେବେ ବୁଝି ଯାଆନ୍ତୁ ସେ ମୃତ୍ୟୁ ପରେ ସିଧାସଳଖ ନର୍କର ରାସ୍ତା ମାପିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଗରୁଡ ପୁରାଣ ଅନୁଯାୟୀ ଏହି ୧୭ ଟି ପାପ କ’ଣ କ’ଣ ଅଟେ ?

Google

୧. ବ୍ରାହ୍ମଣ କିମ୍ବା ପୁରୋହିତଙ୍କୁ ହତ୍ୟା କରିବା, ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କାହାକୁ ଛାଡ଼ିକରି ଚାଲି ଆସିବା, କୌଣସି ପବିତ୍ର ଶପଥ ଓ ପ୍ରତିଜ୍ଞା ଭାଙ୍ଗିବା, ଭ୍ରୁଣକୁ ହତ୍ୟା କରିବା, କିମ୍ବା ଏକ ଭ୍ରୁଣକୁ ନଷ୍ଟ କରିବା ଗରୁଡ ପୁରାଣରେ ବହୁତ ବଡ଼ ପାପ ବୋଲି ବିଶ୍ୱାସ କରାଯାଏ । ଯଦି କୌଣସି ବ୍ୟକ୍ତି ଏପରି କରିଥାଏ ତେବେ ନିଶ୍ଚିତ ଭାବରେ ମୃତ୍ୟୁ ପରେ ତାଙ୍କୁ ନର୍କର ଦଣ୍ଡ ଦିଆଯାଇଥାଏ ।

୨. କୌଣସି ମହିଳାଙ୍କୁ ହତ୍ୟା କରିବା, କୌଣସି ମହିଳାଙ୍କୁ ନିର୍ଯାତନା ଦେବା, ମୂକ ଦର୍ଶକ ହୋଇ ନିଜର ଆଖି ଆଗରେ କୌଣସି ମହିଳାଙ୍କ ସମ୍ମାନ ଲୁଟୁଥିବା ଦେଖି ନିରବ ରହିବା କିମ୍ବା ଗର୍ଭବତୀ ମହିଳାଙ୍କୁ ପିଟିବା କିମ୍ବା ମାରିବା ଇତ୍ୟାଦି ଆପଣଙ୍କୁ ନର୍କ ପହଞ୍ଚାଇବା ପାଇଁ ଯଥେଷ୍ଟ ଅଟେ ।

୩. କାହାର ବିଶ୍ୱାସକୁ ବିଶ୍ୱାସଘାତକତା କରିବା, ଏବଂ କାହାକୁ ମାରିବା ପାଇଁ ବିଷକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ମଧ୍ୟ ପାପ ହୋଇଥାଏ ଏବଂ ଏହାର ପଥ ମଧ୍ୟ ନର୍କ ଆଡ଼କୁ ଯାଇଥାଏ ।

୪. ପବିତ୍ର ସ୍ଥାନଗୁଡିକୁ ଖରାପ ଦୃଷ୍ଟିରେ ଦେଖିବା, ଭଲ ଲୋକଙ୍କୁ ପ୍ରତାରଣା କରିବା ସହିତ ସେମାନଙ୍କୁ ଅପମାନିତ କରିବା କିମ୍ବା ଅପବ୍ୟବହାର କରିବା କିମ୍ବା କୌଣସି ଧର୍ମ, ପୁରାଣ, ବେଦ ଇତ୍ୟାଦିକୁ ଅପମାନ କରିବା ମଧ୍ୟ ନର୍କକୁ ଯିବାର ସଙ୍କେତ ଅଟେ ।

Google

୫. ଯେଉଁ ବ୍ୟକ୍ତି ଅସହାୟ ଏବଂ ଗରିବ ଲୋକଙ୍କୁ ସାହାର୍ଯ୍ୟ କରେ ନାହିଁ ଏବଂ ଦୁର୍ବଳମାନଙ୍କୁ ଦଣ୍ଡ ଦେଇଥାଏ, ଅର୍ଥାତ୍ ଦୁର୍ବଳମାନଙ୍କୁ ତାଡ଼ନା କରେ, ଏପରି ବ୍ୟକ୍ତି ସିଧା ନର୍କକୁ ଯାଇଥାଏ ।

୬. କୌଣସି ଅଭାବୀ ଲୋକଙ୍କୁ ଜାଣିଶୁଣି ଖାଦ୍ୟ ଓ ଜଳ ନ ଦେବା ଏବଂ ଖାଦ୍ୟ ଓ ପାଣି ବିନା ଅତିଥିଙ୍କୁ ଦ୍ୱାରରୁ ଫେରାଇ ଦେବା ମଧ୍ୟ ଏକ ବହୁତ ବଡ଼ ପାପ ବୋଲି ବିଶ୍ୱାସ କରାଯାଏ ।

୭. ଯେଉଁ ବ୍ୟକ୍ତି କାହାକୁ ସାହାର୍ଯ୍ୟ କରିବା ପରିବର୍ତ୍ତେ ତାଙ୍କ ଠାରୁ କିଛି ଛଡ଼ାଇ ନେଇଥାଏ, ଯିଏ ନିଜର ମଙ୍ଗଳ ପାଇଁ ଅନ୍ୟର ଜୀବିକା ଛଡ଼ାଇ ନେଇଥାଏ କିମ୍ବା କୌଣସି ଧାର୍ମିକ ନିଷ୍ପତ୍ତିକୁ ଭୁଲ୍ ବୋଲି କହିଥାନ୍ତି, ସେପରି ବ୍ୟକ୍ତି ମୃତ୍ୟୁ ପରେ ସିଧା ନର୍କକୁ ଯାଇଥାଏ ।

୮. ଯେଉଁ ବ୍ୟକ୍ତି ମଦ ଓ ମାଂସ ବିକ୍ରିରେ ସାମିଲ ଥାଏ ଏବଂ ଯେଉଁ ମହିଳା କିମ୍ବା ପୁରୁଷ ନିଜର ଜୀବନସାଥୀ। ବ୍ୟତୀତ ଅନ୍ୟ କାହା ସହିତ ରମଣ କରିଥାଏ, ଗରୁଡ଼ ପୁରାଣ ଅନୁସାରେ ସେହି ବ୍ୟକ୍ତି ବା ମହିଳାଙ୍କୁ ମଧ୍ୟ ନର୍କ ପ୍ରାପ୍ତି ହୋଇଥାଏ ।

୯. ନିଜର ସନ୍ତୁଷ୍ଟତା ପାଇଁ ଯେଉଁ ବ୍ୟକ୍ତି ପଶୁମାନଙ୍କୁ ହତ୍ୟା କରେ, ତାହାକୁ ସବୁଠାରୁ ବଡ଼ ପାପ ବୋଲି ବିବେଚନା କରାଯାଏ, ଏପରି କରୁଥିବା ବ୍ୟକ୍ତି ନର୍କ ପାଇଥାଏ ।

୧୦. କୌଣସି ରାଜା କିମ୍ବା ପଣ୍ଡିତଙ୍କ ପତ୍ନୀଙ୍କ ଉପରେ ଖରାପ ନଜର ରଖିବା କିମ୍ବା କୌଣସି ଯୁବତୀଙ୍କ ଜ୍ଞାନ ଏବଂ ଇଚ୍ଛାକୁ ଅସମ୍ମାନ କରିବା ଏବଂ ତାଙ୍କୁ ଦୁର୍ବ୍ୟବହାର କରିବା, ଜଣେ ନିର୍ଦ୍ଦୋଷକୁ ନିନ୍ଦା କରୁଥିବା ବ୍ୟକ୍ତି ମଧ୍ୟ ନର୍କ ପାଇଥାଏ ।

୧୧. ମିଥ୍ୟା ସାକ୍ଷୀ ଦେବା, କୌଣସି ନିର୍ଦ୍ଦୋଷକୁ ଫାନ୍ଦରେ ପକାଇବା ପାଇଁ ନିଜର ସତ୍ୟ ପ୍ରଦର୍ଶନ କରିବା ମିଥ୍ୟା ହାତରେ ସତ୍ୟ ବିକ୍ରୟ କରିବା ପରି ସମାନ ହୋଇଥାଏ । ଏପରି ବ୍ୟକ୍ତି ମଧ୍ୟ ନର୍କକୁ ଯାଇଥାନ୍ତି ।

୧୨. ସବୁଜ ବନ, ଜଙ୍ଗଲ, ଫସଲ ଏବଂ ଗଛ କାଟିବା ଏବଂ ପ୍ରକୃତିର ନୂତନ ଜନ୍ମକୁ ନଷ୍ଟ କରିବା ମଧ୍ୟ ଗରୁଡ ପୁରାଣରେ ପାପ ଶ୍ରେଣୀରେ ଆସିଥାଏ, ଏବଂ ଏହିପରି ବ୍ୟକ୍ତି ମଧ୍ୟ ନର୍କଗାମୀ ହୋଇଥାଏ ।

୧୩. କୌଣସି ବିଧବା ନାରୀର ପବିତ୍ରତାକୁ ନଷ୍ଟ କରିବା କିମ୍ବା କୌଣସି ପୁରୁଷ ସହିତ ବିବାହର ସୀମା ଭାଙ୍ଗି ସମ୍ପର୍କ ସ୍ଥାପନ କରିବା ମଧ୍ୟ ଭଗବାନଙ୍କ ଦୃଷ୍ଟିରେ ଏକ ବଡ଼ ପାପ ହୋଇଥାଏ, ଏପରି କରିବା ଦ୍ୱାରା ବ୍ୟକ୍ତିର ପୁଣ୍ୟ କାର୍ଯ୍ୟ ନଷ୍ଟ ହୋଇଯାଏ ଏବଂ ସେ ମୃତ୍ୟୁ ପରେ ନର୍କକୁ ଯାଇଥାଏ ।

Google

୧୪. ନିଜର ପତ୍ନୀ ଏବଂ ପିଲାମାନଙ୍କର ଆବଶ୍ୟକତାକୁ ଅଣଦେଖା କରିବା, ପିତୃପୁରୁଷଙ୍କୁ ଅବହେଳା କରିବା ଜଣେ ବ୍ୟକ୍ତିଙ୍କୁ ନର୍କ ଆଡ଼କୁ ନେଇ ଯାଇଥାଏ ।

୧୫. ଯେଉଁ ବ୍ୟକ୍ତି ଭଗବାନ ଶିବ, ବିଷ୍ଣୁ, ସୂର୍ଯ୍ୟ, ଗଣେଶ ଏବଂ ଦୁର୍ଗାଙ୍କୁ ସମ୍ମାନ କରନ୍ତି ନାହିଁ ଏବଂ ଦେବତାଙ୍କୁ ପୂଜା କରନ୍ତି ନାହିଁ, ସେହି ବ୍ୟକ୍ତି ସିଧା ନର୍କକୁ ଯାଇଥାଏ ।

୧୬. ଯେଉଁ ବ୍ୟକ୍ତି କୌଣସି ମହିଳାଙ୍କ ସମ୍ମାନ ଲୁଟୁବା ଆଶାରଖି ସେହି ମହିଳାଙ୍କୁ ଶରଣାର୍ଥୀ ଭାବରେ ଆଶ୍ରୟ ଦେଇଥାଏ, ଏବଂ ଏପରି ଆଡରେ ସେହି ବ୍ୟକ୍ତି ଅପରାଧ କରିଥାଏ, ଏପରି ବ୍ୟକ୍ତି ମଧ୍ୟ ପାପର ଭାଗିଦାର ଦେଇଥାଏ ଏବଂ ସେ ନର୍କ ପ୍ରାପ୍ତି କରିଥାଏ ।

୧୭. ଯିଏ ପବିତ୍ର ଅଗ୍ନି, ପବିତ୍ର ଜଳ, ବଗିଚା କିମ୍ବା ଗୌଶାଳ ଇତ୍ୟାଦିରେ ମଳମୁତ୍ର ତ୍ୟାଗ କରିଥାଏ, ତାଙ୍କୁ ନିଜେ ଯମରାଜଙ୍କ ଦଣ୍ଡିତ କରିଥାନ୍ତି ଏବଂ ତାଙ୍କୁ ନର୍କକୁ ପଠାଇ ଦେଇଥାନ୍ତି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ଗୋଟିଏ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *