ଭୁଲରେ ବି ନିବସ୍ତ୍ର ହୋଇ କରନ୍ତୁନି ଏହି ତିନୋଟି କାମ । ନଚେତ ହୋଇଯିବେ ମୃତ ବୃକ୍ଷ ।
ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଗରୁଡ଼ ପହଞ୍ଚି ପ୍ରଶ୍ନ କଲେ ଯେ ମନୁଷ୍ୟ କେଉଁ କାମ ନିବସ୍ତ୍ର ହୋଇ କରିବା ଉଚିତ ନୁହେଁ । ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ , ମନୁଷ୍ୟ ନିବସ୍ତ୍ର ହୋଇ ଭୋଜନ , ସ୍ନାନ ଏବଂ ଶୟନ କରିବା ଉଚିତ ନୁହେଁ । ଏହାଦ୍ବାରା ମନୁଷ୍ୟ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାକୁ ବୁଝାଇ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ଏକ କଥା ଶୁଣାଇଛନ୍ତି । ଯାହାକୁ ଯଦି କେହିବି ମଣିଷ ଶୁଣନ୍ତି ତେବେ ସବୁ ପାପରୁ ମୁକ୍ତି ମିଳିଯିବ । ସେହି କଥା ଅନୁଯାୟୀ ପ୍ରାଚୀନ କାଳରେ ଏକ ଅତି ଶୋଭାୟମାନ ନଗରୀ ଥିଲା ଯେଉଁଠି ଦେବଶର୍ମା ନାମକ ଜଣେ ବିଦ୍ୱାନ ବ୍ରାହ୍ମଣ ରହୁଥିଲେ । ସେ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ ଏବଂ ଅନେକ ଜ୍ଞାନର ଅଧିକାରୀ ମଧ୍ୟ ଥିଲେ ।
ଥରେ ଦେବଶର୍ମା ତୀର୍ଥକୁ ବାହାରିଲେ ଏବଂ ଭୋଜନ ପାଇଁ ସାଥିରେ କିଛି ଚାଉଳ ମଧ୍ୟ ନେଲେ । ସେ ଏକ ଜଙ୍ଗଲ ଦେଇ ଯାଉଥିଲେ । ଜଙ୍ଗଲ ମଧ୍ୟରେ ଏକ ବଡ଼ ପୁଷ୍କରିଣୀ ଦେଖି ଦେବଶର୍ମା ସେଠାରେ ଭୋଜନ କରିବା ସହିତ କିଛି ସମୟ ବିଶ୍ରାମ କରିବାକୁ ଭାବିଲେ । ପୁଷ୍କରିଣୀରୁ ଜଳ ଭରିବା ସମୟରେ ସେ ଏକ ବିଚିତ୍ର ଦୃଶ୍ୟ ଦେଖିଲେ । ପୁଷ୍କରିଣୀର ଚାରି ପାଖରେ ସବୁ ଗଛ ସବୁଜ ଏବଂ ପୂର୍ଣ୍ଣ ଦେଖା ଯାଉଥିବା ବେଳେ କେବଳ ଦୁଇଟି ଗଛ ଶୁଖିଲା ଏବଂ ଜୀବନ ନଥିବା ଭଳି ଦେଖା ଯାଉଥିଲା । କିଛି ସମୟ ଭାବିବା ପରେ ଦେବଶର୍ମା ଭାବିଲେ ଯେ ଯାହାହେଉ ରୋଷେଇ ପାଇଁ ଶୁଖିଲା କାଠ ମିଳିଗଲା । ଏହା ଭାବି ସେହି ଗଛରୀ କାଠ ଭାଙ୍ଗିବା ଆରମ୍ଭ କରିଦେଲେ । ଗଛକୁ ଛୁଇଁବା ମାତ୍ରେ କାହାରି ଏକ ଅଦୃଶ୍ୟ ଶବ୍ଦ ଶୁଣିବାକୁ ମିଳିଲା ‘ ହେ ବ୍ରାହ୍ମଣ ! ‘ ।
ଏହା ଶୁଣି ଦେବଶର୍ମା ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଦେଖିଲେ କିନ୍ତୁ ପାଖରେ କେହିବି ନଥିଲେ । ଏହାପରେ ଗଛ ଦୁଇଟି ନିଜର ପରିଚୟ ଦେଲେ । ଦେବଶର୍ମା ଆଶ୍ଚର୍ଯ୍ୟ ହୋଇଗଲେ କାରଣ ସେହି ଶୁଖିଲା ବୃକ୍ଷ ଦୁଇଟି ମଣିଷ ସ୍ୱରରେ କଥା ହେଉଥିଲେ । ଦେବଶର୍ମା ସେମାନଙ୍କୁ ଏପରି ଦୁର୍ଦଶା ହେବାର କାରଣ ବିଷୟରେ ପଚାରିଲେ । ଗଛ ଦୁଇଟି କହନ୍ତି ଯେ ପୂର୍ବ ଜନ୍ମର କିଛି ଭୁଲ କାରଣରୁ ହିଁ ସେମାନଙ୍କର ଏଭଳି ଦୁର୍ଦଶା ହୋଇଛି । ନିଜର କାହାଣୀ ଶୁଣାଇ ଗଛ ଦୁଇଟି କହନ୍ତି ଯେ , ପୂର୍ବ କାଳରେ ବୈଶ୍ୟ ଧନେଶ୍ୱର ନିଜ ପତ୍ନୀ ଦୁର୍ମତିଙ୍କ ସହିତ ରହୁଥିଲେ । ଦୁହେଁ ଭୋଗ ବିଳାସରେ ସବୁବେଳେ ଲିପ୍ତ ରହୁଥିଲେ । ଏମିତିକି ଗରିବଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର କରି ଟଙ୍କା ଲୁଟୁଥିଲେ । ସବୁବେଳେ ଭୋଗ ବିଲସରେ ଲିପ୍ତ ରହିବା ସହିତ ବିନା ବସ୍ତ୍ରରେ ଭୋଜନ , ଶୟନ ଏବଂ ସ୍ନାନ ମଧ୍ୟ କରୁଥିଲେ ।
କିନ୍ତୁ ଅନେକ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କର କୌଣସି ସନ୍ତାନ ହୋଇ ନଥିଲେ । ଭୋଗ ବିଳାସ ଏବଂ ନିବସ୍ତ୍ର ହୋଇ କାମ କରୁଥିବାରୁ ସେମାନଙ୍କ ପିତୃ ମଧ୍ୟ ରୁଷ୍ଟ ହେଉଥିଲେ । ଏହାପରେ ଦୁହେଁ ଥରେ ତୀର୍ଥ ନିମନ୍ତେ ବାହାରିଲେ । ସେହି ସମୟରେ ଯେଉଁ ନଦୀରେ ଦୁହେଁ ନିବସ୍ତ୍ର ହୋଇ ସ୍ନାନ କରୁଥିଲେ ସେହି ନଦୀରେ ବୁଡ଼ି ଦୁହିଁଙ୍କର ମୃତ୍ୟୁ ହୋଇଗଲା । ମୃତ୍ୟୁ ପରେ ଯମରାଜଙ୍କ ଦୂତ ଦୁହିଁଙ୍କୁ ନେବାକୁ ଆସିଲେ । ସେଠାରେ ପ୍ରଥମେ ସ୍ୱାମୀକୁ ନର୍କକୁ ପଠାଇବା ପରେ ସ୍ତ୍ରୀ ଦୁର୍ମତିକୁ ଯମରାଜଙ୍କ ନିକଟରେ ଛିଡ଼ା କରାଗଲା । ସ୍ତ୍ରୀ ମଧ୍ୟ ସ୍ୱାମୀ ଭଳି ନିବସ୍ତ୍ର ହୋଇ ସ୍ନାନ , ଭୋଜନ ଏବଂ ଶୟନ କରିଥିବାରୁ ସବୁ ଦେବଦେବୀ ଅସନ୍ତୁଷ୍ଟ ହୋଇଛନ୍ତି । ନର୍କରେ ଦୁହେଁ ଦଣ୍ଡ ଭୋଗିବା ପରେ ଦୁହିଁଙ୍କର ବୃକ୍ଷ ଜନ୍ମ ହୋଇଛି । ପୂର୍ବ ଜନ୍ମର ସେହି କର୍ମ କାରଣରୁ ବୃକ୍ଷ ଜନ୍ମରେ ମଧ୍ୟ ନିବସ୍ତ୍ର ହେବାକୁ ପଡ଼ିଲା
ଦୁହେଁ ଦେବଶର୍ମାଙ୍କୁ ସେମାନଙ୍କ ମୁକ୍ତି ପାଇଁ ଉପାୟ କହିବାକୁ କହିଲେ । ଦେବଶର୍ମାଙ୍କୁ ଦୟା ଆସିଲା ଏବଂ ସେ ଦୁହିଁଙ୍କ ମୁକ୍ତି ପାଇଁ ସେହିଠାରେ ଭଗବାନ ବିଷ୍ଣୁଙ୍କ ତପସ୍ୟା କରିବାରେ ଲାଗିଲେ । ଏତିକି କହିବା ମାତ୍ରେ ସେହି ଗଛ ଦୁଇଟି ତଳେ ଭାଙ୍ଗି ପଡ଼ିଗଲା ଏବଂ ତାଭିତରୁ ସୁନ୍ଦର ବସ୍ତ୍ର ଧାରଣ କରିଥିବା ବୈଶ୍ୟ ଏବଂ ତାଙ୍କ ପତ୍ନୀ ବାହାରିଲେ । ଦୁହେଁ ଦିବ୍ୟ ବିମାନରେ ବସି ଦିବ୍ୟଲୋକ ଚାଲିଗଲେ । ଏହିଭଳି ଭାବରେ ଦେବଶର୍ମା ଭଗବତ ଗୀତାର ପାଠ କରି ବୈଶ୍ୟ ଏବଂ ତାଙ୍କ ପତ୍ନୀଙ୍କୁ ମୁକ୍ତି ଦେଲେ । ଏହି କାହାଣୀ ଶୁଣାଇବା ପରେ ଭଗବାନ ଶ୍ରୀକୃଷ୍ଣ ପକ୍ଷୀରାଜ ଗରୁଡ଼ଙ୍କୁ କହିଛନ୍ତି ଯେ ମନୁଷ୍ୟକୁ କେବେବି ନିବସ୍ତ୍ର ହୋଇ ସ୍ନାନ , ଭୋଜନ ଏବଂ ଶୟନ କରିବା ଉଚିତ ନୁହେଁ ।