ଭଲ କର୍ମ କରିବା ସତ୍ତ୍ୱେବି ମଣିଷ ସହିତ କାହିଁକି ହୋଇଥାଏ ଖରାପ । ଭଗବାନ ବିଷ୍ଣୁ କହିଛନ୍ତି ନିରାଟ ସତ୍ୟତା ।
ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ଭଲ କର୍ମ କରିଛନ୍ତି ତଥାପି ସେମାନେ ଦୁଃଖୀ ରହନ୍ତି । ଭଗବାନ ବିଷ୍ଣୁଙ୍କୁ ଏହି ବିଷୟରେ ମହର୍ଷି ନାରଦ ଏହି ବିଷୟରେ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ ଭଗବାନ ବିଷ୍ଣୁ ନାରଦଙ୍କୁ ଏକ କାହାଣୀ ଶୁଣାଇଛନ୍ତି । ଏହି କଥା ଅନୁଯାୟୀ ମଧ୍ୟଦେଶରେ ଏକ ଅତି ଶୋଭାୟମାନ ନଗରୀ ଥିଲା ଯେଉଁଠି ଜଣେ ଚାଷୀ ଚାଷ କରି ନିଜ ପରିବାର ସହିତ ଖୁସିରେ ରହୁଥିଲା । ନିଜ ସ୍ତ୍ରୀ ଏବଂ ତିନି ପୁଅ ସହିତ ସେ ଖୁବ ଖୁସିରେ ରହୁଥିଲା । ଚାଷୀ ନିଜର ତିନି ପୁଅକୁ ଏତେ ଭଲ ପାଉଥିଲା ଯେ ସେମାନଙ୍କର ଯେମିତି କୌଣସି ଅସୁବିଧା ନହେବ ସେଥିପାଇଁ ସେ ଅନେକ ଧନ ସମ୍ପତ୍ତି ସଞ୍ଚୟ କରି ରଖିଥିଲା । ପୁଅ ମାନେ ବଡ଼ ହେବା ପରେ ସେମାନଙ୍କର ବିବାହ ମଧ୍ୟ କରାଇ ଦେଲା । କିନ୍ତୁ ସେମାନଙ୍କୁ କେବେ କାମ କରିବାକୁ ସୁଦ୍ଧା ଦେଉ ନଥିଲା ।
ଏମିତି ହେଉ ହେଉ ଚାଷୀ ଜଣକ ବୁଢ଼ା ହୋଇଗଲା ମାତ୍ର ତାର ତିନି ପୁଅକୁ କୌଣସି କାମ ଆସୁ ନଥିଲା । କାରଣ ସେମାନେ କାଳେ ରୋଗରେ ପଡ଼ିବେ ସେଥିପାଇଁ ଚାଷୀ ସେମାନଙ୍କୁ କାମ କରିବାକୁ ଦେଉ ନଥିଲା । ତିନି ପୁଅ ମଧ୍ୟ କୌଣସି କାମ ଜାଣି ନଥିଲେ ଏବଂ କାହାକୁ କେମିତି ବ୍ୟବହାର କରିବା ଆବଶ୍ୟକ ତାହା ମଧ୍ୟ ଜାଣି ନଥିଲେ । ଏପଟେ ଚାଷୀ ବୁଢ଼ା ହୋଇଯିବାରୁ ନିଜ ପୁଅ ମାନେ କିଭଳି ଚଳିବେ ତାହାକୁ ଚିନ୍ତା କରି ସବୁବେଳେ ଦୁଃଖୀ ରହୁଥିଲା । ଏପଟେ କାମ ନକରିବାରୁ ଘରେ ଅଭାବ ଦେଖା ଦେବାରେ ଆରମ୍ଭ କଲା । ଏତେ ବଡ଼ ପରିବାରକୁ ଚଳାଇବା ପାଇଁ ଅଧିକ ଧନ ଏବଂ ଖାଦ୍ୟର ଆବଶ୍ୟକତା ପଡ଼ିବାରୁ ତିନି ପୁଅ ବୃଦ୍ଧ ଚାଷୀଙ୍କୁ ହିଁ ଦାୟୀ କରିବାରେ ଲାଗିଲେ ଏବଂ କହିବାରେ ଲାଗିଲେ ଯେ ତାଙ୍କ ବାପା ତାଙ୍କ ପାଇଁ କିଛିବି କରି ନାହାଁନ୍ତି ।
ଏହା କହି ଭଗବାନ ବିଷ୍ଣୁ ନାରଦଙ୍କୁ କହନ୍ତି ଯେ , ଦେଖନ୍ତୁ ବୃଦ୍ଧ ଚାଷୀ ଜୀବନ ସାରା ନିଜ ପୁଅ ମାନଙ୍କର ଖୁବ ଯତ୍ନ ନେଇଥିଲା ଏବଂ ଖୁବ କଠିନ ପରିଶ୍ରମ ମଧ୍ୟ କରିଥିଲା । ତଥାପି ତାକୁ ନିଜ ପୁଅଙ୍କ ଠାରୁ ଏଭଳି ଶୁଣିବାକୁ ମିଳିଲା । ଏହାପରେ ନାରଦ ମୁନି ନିଜର ମତ ଦିଅନ୍ତି ଯେ ଏଠାରେ ଚାଷୀଙ୍କ ତିନି ପୁଅକୁ ନିଜ ପିତାଙ୍କୁ ଆଶୀର୍ବାଦ ଦେବା ଆବଶ୍ୟକ । କିନ୍ତୁ ଭଗବାନ ବିଷ୍ଣୁ ତାଙ୍କୁ ବୁଝାଇ କହନ୍ତି ଯେ , ଜଣେ ପିତା ନିଜ ପିଲାଙ୍କର ୫ ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ , ୧୦ ବର୍ଷ ପର୍ଯ୍ୟନ୍ତ ତାରଣ ଏବଂ ତାପରେ ସାଙ୍ଗ ଭଳି ମିଶିବା ସହିତ ତାପରେ ତାଙ୍କୁ କାମରେ ଲଗାଇ ଦେବା ଉଚିତ । ଯେଉଁ ଭୁଲ ଚାଷୀ କରିଥିଲା । ଏହା କହି ଭଗବାନ ବିଷ୍ଣୁ କହନ୍ତି ଯେ , ଯେଉଁ ବ୍ୟକ୍ତି କାମ କରି ପାରୁଛି ତାହାକୁ ବସାଇ ଖୁଆଇବା କଣ ଦରକାର ।
କୌଣସି ଦୁର୍ବଳ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଏବଂ କୌଣସି ଭିନ୍ନକ୍ଷମକୁ ସାହାଯ୍ୟ କରିବା ଭଲ କର୍ମ ହୋଇଥାଏ । ମଣିଷ ତାହାକୁ ସାହାଯ୍ୟ କରିଥାଏ ଯାହାକୁ ବାସ୍ତବରେ ଆବଶ୍ୟକତା ନଥାଏ । ଯେଉଁ କାରଣରୁ ସେହି ମଣିଷ ଜୀବନ ସାରା ଦୁଃଖୀ ହୋଇଥାଏ । ଯେଉଁ ମଣିଷ ଅନ୍ୟ ଠାରୁ ପ୍ରଶଂସା ପାଇବାକୁ ଭଲ କାମ କରିବାରେ ଲାଗିଥାଏ ସେହି ବ୍ୟକ୍ତିକୁ ପ୍ରଶଂସା ମିଳେ ନାହିଁ କିମ୍ବା ସେ ଜୀବନସାରା ଦୁଃଖରେ ରହିଥାଏ । ତେଣୁ ଦେହ ଧାରୀ ମଣିଷଙ୍କୁ ପୁରୁଷାର୍ଥ ନିହାତି କରିବା ଆବଶ୍ୟକ । ବ୍ରତ ଯେତିକି ସମୟ କରିବା ଆବଶ୍ୟକ ସେତିକି ସମୟ କରିବା ଉଚିତ । ସମୟ ଶେଷ ହେବା ପରେ ବ୍ରତ କରିବାର କୌଣସି ଲାଭ ହୋଇ ନଥାଏ । ସେହିଭଳି ଭଲ କର୍ମ କରିବାର ସମୟସୀମା ମଧ୍ୟ ନିର୍ଦ୍ଧାରିତ ହୋଇଥାଏ ।