Excuse Me Odisha

ଯାହା କହିବୁ ସତ କହିବୁ

କୋଇଲିର ଏହି ତିନୋଟି କଥା ଶୁଣିଲେ ବୃଦ୍ଧାବସ୍ଥାରେ ଆପଣ ପାଇବେନି ଦୁଃଖ । ସବୁ ମଣିଷଙ୍କର ଆସିବ କାମରେ ।

ସେୟାର୍ କରନ୍ତୁ

କୋଇଲିର ତିନୋଟି କଥାକୁ ମନେ ରଖୁଥିବା ବ୍ୟକ୍ତି ଜୀବନରେ କେବେବି ଦୁଃଖୀ ରହେନାହିଁ । ସେ ନିଜ ଜୀବନର ସବୁ ସଙ୍କଟକୁ ଦୂର କରିଥାଏ । ସେ ସବୁବେଳେ ନିଜ ଘର ସଦସ୍ୟଙ୍କ ପାଳନ ପୋଷଣ କରିଥାଏ । ବାପା ମା ପିଲାଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରନ୍ତି । କିନ୍ତୁ ଆଜିକାଲି ସେହି ପିଲାମାନେ ବାପା ମା’ଙ୍କ କଷ୍ଟକୁ ଖାତିର ନକରି ସେମାନଙ୍କୁ ଘରୁ ତଡ଼ି ଦେଉଛନ୍ତି କିମ୍ବା ବୃଦ୍ଧାଶ୍ରମରେ ଛାଡ଼ିଦେଇ ଆସୁଛନ୍ତି । ଅନେକ ସମୟରେ କିଛି ପୁରୁଷ ଲୋକ ନିଜ ସ୍ତ୍ରୀ କଥାରେ ପଡ଼ି ମଧ୍ୟ ନିଜ ବୃଦ୍ଧ ବାପା ମା’ଙ୍କୁ କଷ୍ଟ ଦେଇଥାନ୍ତି । ଆଜି ଆମେ ଏହି ବିଷୟରେ ଏକ କାହାଣୀ ମାଧ୍ୟମରେ କହିବୁ । ଯାହାକୁ ପ୍ରତ୍ୟେକ ମନୁଷ୍ୟ ସମ୍ପୂର୍ଣ୍ଣ ଶୁଣିବା ଆବଶ୍ୟକ ।

ପ୍ରାଚୀନ କାଳରେ ଏକ ଜଙ୍ଗଲରେ ଏକ କୋଇଲି ଏବଂ ତାର ସ୍ୱାମୀ ବାସ କରୁଥିଲେ । ଦୁହେଁ ବେଶ ଖୁସିରେ ଦିନ କାଟୁଥିଲେ । କୋଇଲି ଗର୍ଭବତୀ ହେଲା ଏବଂ ପ୍ରସବର ସମୟ ଯେତେ ନିକଟତର ହେଲା ସେ ନିଜ ସ୍ୱାମୀକୁ କହିଲା ଯେ ଏଭଳି ଏକ ଭଲ ସ୍ଥାନ ଖୋଜିବା ପାଇଁ ଯେଉଁଠି ସେମାନେ ଭଲରେ ପ୍ରସବ କରାଇ ପାରିବେ । ସେହି ଅଞ୍ଚଳରେ ରହୁଥିବା ଏକ ସାହୁକାର ପାଖକୁ କୋଇଲି ଏବଂ ତାର ସ୍ୱାମୀ ଗଲେ ଏବଂ ସାହୁକାର ଏବଂ ତାର ପୁଅକୁ ଦୂରରୁ ଦେଖିବାରେ ଲାଗିଲେ । ଯେଉଁ ସାହୁକାର ନିଜ ପୁଅକୁ ଅନେକ ପାଠ ପଢ଼ାଇ ବଡ଼ ମଣିଷ କଲା ସେହି ପୁଅ କହିଲା ଯେ ସେ ରାଜା ହେବାକୁ ଚାହୁଁଛି । ପୁଅ ଚାହୁଁଥିଲା ଯେ ସାହୁକାର ନିଜର ସବୁ ଜମା ପୁଞ୍ଜି ଲଗାଇ ଏକ ବିଶାଳ ସେନା ନିର୍ମାଣ କରନ୍ତୁ ।

କିନ୍ତୁ ସାହୁକାର କିନ୍ତୁ ମନା କରିବାରେ ଲାଗିଲା । କାରଣ ସେହି ଦେଶର ରାଜା ଜାଣିଲେ ସେମାନଙ୍କୁ ରାଜ୍ୟରୁ ବାହାର କରିଦେବେ । ପୁଅ ସବୁବେଳେ ଜିଦ କରିବାରେ ଲାଗିଲା । ସାହୁକାର ବୃଦ୍ଧ ହେବାରେ ଲାଗିଲା ଏବଂ ସେ ନିଜ ପୁଅକୁ ସାମ୍ନା କରି ପାରିଲା ନାହିଁ । ଯାହାଦ୍ୱାରା ପୁଅ ତା ସହିତ ମାରପିଟ କରିବାରେ ଲାଗିଲେ । ସେ ସବୁ ଜମା ପୁଞ୍ଜି ଲଗାଇ ସେନା ନିର୍ମାଣ କରିବାକୁ ଜିଦ କଲା । ସାହୁକାର ନିଜ ପୁଅକୁ ବୁଝାଉଥିଲା । ଶେଷରେ ପୁଅର ପ୍ରହରରେ ବାପର ମୃତ୍ୟୁ ହୋଇଗଲା । ବାପାର ମୃତ୍ୟୁ ପରେ ଶବ ସତ୍କାର ନକରି ପୁଅ ସେମିତି ଫିଙ୍ଗି ଦେଲା । ଶବ ସଢ଼ି ଯିବା ପରେ ପୁରା ଅଞ୍ଚଳରେ ଦୁର୍ଗନ୍ଧ ବ୍ୟାପିଗଲା । ଏପଟେ ପୁଅ ସବୁ ଜମା ପୁଞ୍ଜି ଲଗାଇ ସେନା ନିର୍ମାଣ କରି ସେହି ରାଜ୍ୟର ରାଜାଙ୍କ ଉପରେ ଆକ୍ରମଣ କଲା ଏବଂ ପରାସ୍ତ ହେଲା । ରାଜା ତାର ମୁଣ୍ଡ କାଟ କଲେ ।

ସାହୁକାରର ପୁଅକୁ ଦେଖି କାଇଲିର ସ୍ୱାମୀ ନିଜ ସ୍ତ୍ରୀକୁ ପ୍ରସବ ପାଇଁ ମନା କଲା କାରଣ ଯଦି ସେମାନଙ୍କ ସନ୍ତାନ ବି ସେହିଭଳି ହୁଏ ତେବେ ତାଙ୍କ ଜୀବନ ନର୍କ କରିଦେବ । ଏପଟେ ସ୍ତ୍ରୀ ଭଲ ସ୍ଥାନ ପାଇଁ ଜିଦ ଧରିଥିଲା ଏପଟେ ସ୍ୱାମୀ ପୁଅ ପାଇବାକୁ ନାରାଜ ଥିଲେ ଏବଂ କୋଇଲିକୁ ଏହା ମଧ୍ୟ କହିବାରେ ଲାଗିଲେ ଯେ ଯଦି ସେ ପୁତ୍ର ଜନ୍ମ ଦିଏ ତେବେ ସେ ତାକୁ ଛାଡ଼ି ଦେବ । କୋଇଲିର ଇଚ୍ଛା ମା’ ହେବା ଥାଏ । ତେଣୁ କୋଇଲି ନିଜ ଅଣ୍ଡା କାଉ ବସାରେ ରଖିଦେଲା ଏବଂ ଦୂରରୁ ଦେଖିଲା । ସ୍ୱାମୀ ପଚାରିବାରୁ ତାହାକୁ ସମୁଦ୍ରରେ ଫିଙ୍ଗି ଦେଇଥିବା କହିଲା । କାଇଲିର ଛୁଆ ମାନେ ବଡ଼ ହେଲେ ମାତ୍ର ଲାଳନ ପାଳନ କାଉ କରୁଥିଲା । ତେଣୁ କହିବାର ଯଥାର୍ଥ ଯଦି ଆପଣ ନିଜ ମାତା ପିତାଙ୍କ ସେବା ନକରନ୍ତି ତେବେ ଆପଣଙ୍କ ସନ୍ତାନ ମଧ୍ୟ ଆପଣଙ୍କ ଯତ୍ନ ନେବେ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *