Excuse Me Odisha

ଯାହା କହିବୁ ସତ କହିବୁ

ଯଦି ଆପଣବି ଡାଲଚିନି ଖାଉଛନ୍ତି ତେବେ ଜାଣି ରଖନ୍ତୁ କିଛି ଖାସ କଥା । ନଚେତ ହୋଇଯିବ ମୃତ୍ୟୁ ।

ସେୟାର୍ କରନ୍ତୁ

ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ରୋଷେଇରେ ବ୍ୟବହୃତ ହେଉଥିବା ମସଲା ଡାଲଚିନି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ନିଶ୍ଚିତ ଭାବିରେ ଜାଣିଥିବେ ଯେ ଡାଲଚିନି ଶରୀରର ଅଧିକାଂଶ ରୋଗକୁ ଦୂର କରିବା ପାଇଁ ରାମବାଣ ସଦୃଶ କାମ କରିଥାଏ । ଅତି ଭୟଙ୍କର ବିଛା ବିଷରୁ ମଧ୍ୟ ଏହା ମୁକ୍ତି ଦେଇଥାଏ । ବାସ୍ତବରେ ଅର୍ଜୁନ ଗଛର ବକ୍କଳ ଭଳି ଏହି ଡାଲଚିନି ଗଛର ଛାଲ ମଧ୍ୟ ବ୍ୟବହୃତ ହୋଇଥାଏ ।

ଡାଲଚିନି ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ସକାଳ ଚା ପିଇବା ସମୟରେ ଆପଣ ସେଥିରେ ଏକ ଟୁକୁଡ଼ା ଡାଲଚିନି ଏବଂ ଗୋଲମରିଚ ମିଶାଇ ପିଇ ପାରିବେ । ଅଳ୍ପ ଦିନ ଭିତରେ ହିଁ ମନ ଶାନ୍ତ ହେବ ।ଏହା ଧମନୀ ସଂକ୍ରମଣରୁ ରକ୍ଷା କରିଥାଏ । ହାର୍ଟ ଅଟାକ ଜନିତ ସମସ୍ୟାରେ ପୀଡ଼ିତ ଲୋକ ଏହି ଜିନିଷ ଖାଇବା ଜରୁରୀ ଅଟେ । ଏକ କପ ପାଣିରେ ଏହାକୁ ପକାଇ ଫୁଟାଇ ଦିଅନ୍ତୁ ।

ଏହାକୁ ସେବନ କଲେ ହୃଦୟ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ । ଅଧିକ କାମ କରିବା କାରଣରୁ ଲୋକଙ୍କର ମୁଣ୍ଡ ଯନ୍ତ୍ରଣା ସମସ୍ୟା ହୋଇଥାଏ । ତେଣୁ ଏକ ଡାଲଚିନି ନେଇ ତାହାକୁ ପେଶୀ ଏକ କାଢ଼ା ବନାଇ ଦିଅନ୍ତୁ । ତାହାକୁ ମୁଣ୍ଡରେ ଲଗାଇ ୧୫-୨୦ ମିନିଟ ଛାଡ଼ି ଦିଅନ୍ତୁ । ତାପରେ ମୁଣ୍ଡକୁ ଧୋଇ ଦିଆନ୍ତୁ । ଏହି ପ୍ରୟୋଗ ଦ୍ୱାରା ମୁଣ୍ଡ ଯନ୍ତ୍ରଣା ଦୂର ହୋଇଥାଏ । କୋଷ୍ଟକାଠିନ୍ୟ ସମସ୍ୟା ପାଇଁ ମଧ୍ୟ ଏହା ରାମବାଣ ସଦୃଶ କାମ କରିଥାଏ ।

ପାଣିରେ ଏହାକୁ ଫୁଟାଇ ସକାଳ ସନ୍ଧ୍ୟା ଅଧା ଗ୍ଲାସ ଲେଖାଏଁ ପିଇଲେ ସେହି ସମସ୍ୟା ଦୂର ହୋଇଥାଏ । ବିଛା କାମୁଡ଼ିଲେ ଡାଲଚିନିର ଏହି ପ୍ରୟୋଗ ନିହାତି କରନ୍ତୁ । ଦୁଇ ତିନୋଟି ଡାଲଚିନି ସହିତ ତିନୋଟି ଗୋଲମରିଚ ମିଶାଇ ପେଷ୍ଟ କରି ସେହି ସ୍ଥାନରେ ଲଗାଇ ଦିଅନ୍ତୁ । ଦେଖିବେ ବିଛା ବିଷ ଯେତେ ଅଧିକ ହୋଇଥାଉ ନା କାହିଁକି ତାହା ଉତୁରି ଯିବ । ବୟସ୍କ ଲୋକଙ୍କର ଗଣ୍ଠି ଯନ୍ତ୍ରଣା ହେଉଥିଲେ ସେହି ଲୋକମାନେ ଏହି ଡାଲଚିନି ପେଷ୍ଟ କରି ଲଗାଇଲେ ମୂଳରୁ ଯନ୍ତ୍ରଣା ଦୂର ହୋଇଯିବ । ମୁହଁରେ ବ୍ରଣ କିମ୍ବା କଳା ଦାଗ ଦୂର କରିବା ପାଇଁ ସପ୍ତାହରେ ନିଶ୍ଚିତ ଥରେ ଡାଲଚିନି ପେଷ୍ଟ ଲଗାନ୍ତୁ । ଏହାଦ୍ବାରା ବ୍ରଣ ସମସ୍ୟା କିମ୍ବା କୁଞ୍ଚନ ଏବଂ କଳା ଦାଗ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *