Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଶଙ୍ଖ ରଖୁଥିଲେ କରନ୍ତୁନି ଏହି ଭୁଲ । ନଚେତ ହୋଇଯିବ ଅନର୍ଥ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ହିନ୍ଦୁ ଘରର ପୂଜା ଘରେ ଶଙ୍ଖ ରହିଥାଏ । କିନ୍ତୁ ଶଙ୍ଖ ରଖିବା ପୂର୍ବରୁ କିଛି ଖାସ ନିୟମ ମଧ୍ୟ ମାନିବା ଜରୁରୀ ଅଟେ । ଭଗବାନ ବିଷ୍ଣୁଙ୍କ ପ୍ରିୟ ବସ୍ତୁ ଶଙ୍ଖ ହୋଇଥିବା ବେଳେ ଶଙ୍ଖ ବଜାଇବା ଦ୍ୱାରା ଘରର ସବୁ ନକାରାତ୍ମକ ଶକ୍ତି ବାହାରି ଯାଇଥାଏ । ଯେହେତୁ ସନ୍ଧ୍ୟା ସମୟରେ ନକାରାତ୍ମକ ଶକ୍ତି ଅଧିକ ସକ୍ରିୟ ଥାଏ ତେଣୁ ତୁଳସୀ ଗଛ ମୂଳରେ ଦୀପ ଜାଳିବା ସହିତ ଶଙ୍ଖ ମଧ୍ୟ ବଜା ଯାଇଥାଏ । ଶଙ୍ଖକୁ ତିନି ଥର ଏବଂ ଅଧା ବଜାଇଲେ ତାହା ଶୁଭ ହୋଇଥାଏ । କେବେବି ଅଧା ଖଣ୍ଡିଆ ଶଙ୍ଖ ବଜାଇବା ଉଚିତ ନୁହେଁ । ସନ୍ଧ୍ୟା ସମୟରେ ଏହି ଭୁଲ କଲେ ସେହି ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏନାହିଁ ଏବଂ ଅଶୁଭ ହୋଇଥାଏ ।

ଠାକୁର ଘରେ ଶଙ୍ଖକୁ କେବେ ତଳେ ନରଖି ସର୍ବଦା ଉପରେ ରଖିବା ଉଚିତ । ଯଦି ଆପଣଙ୍କର କୌଣସି ପେଟ ଜନିତ କିମ୍ବା ହାର୍ଟ ଜନିତ ସମସ୍ୟା ରହିଛି ତେବେ ନିଶ୍ଚିତ ଭାବରେ ଶଙ୍ଖ ବଜାଇବା ଆବଶ୍ୟକ । ଶଙ୍ଖ ଖୁବ ପବିତ୍ର ହୋଇଥାଏ । ତେଣୁ ଆପଣ ସ୍ନାନ କରିବା ପରେ ହିଁ ଶଙ୍ଖକୁ ସ୍ପର୍ଶ କରନ୍ତୁ । ଘରେ ପୂଜା ଘରେ ସଧାରଣ ଶଙ୍ଖ ସହିତ ଦକ୍ଷିଣାବର୍ତ୍ତି ଶଙ୍ଖ ରଖିବା ଶୁଭ ଅଟେ ।

ଯଦି ଆପଣ ଶଙ୍ଖରେ ପାଣି ନେଇ ସେହି ପାଣିକୁ ପାଦୁକା କରି ସେବନ କରନ୍ତି ତେବେ ୯୦% ରୋଗ ଭଲ ହୋଇଯିବ । ଶାସ୍ତ୍ର ଅନୁଯାୟୀ ପୃଥିବୀର ସବୁ ତୀର୍ଥର ବାସ ଶଙ୍ଖରେ ହୋଇଥାଏ । ଠାକୁର ଘରେ ଶଙ୍ଖ ରଖିବା ସମୟରେ ତାହାକୁ ଭୁଲରେବି ତଳେ ରଖିବେ ନାହିଁ ।

ତାହାକୁ କୌଣସି ଆସନ ଉପରେ ରଖି ପାରିବେ । ଯଦି ଆପଣ ତାହାକୁ ତଳେ ରଖନ୍ତି ତେବେ କୁଷ୍ଠ ବ୍ୟାଧି ରୋଗରେ ପୀଡ଼ିତ ହେବାକୁ ପଡ଼ିଥାଏ । ତାହା ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ଅଭିଶାପ ହୋଇ ରହିଥାଏ । ଶାସ୍ତ୍ର ଅନୁଯାୟୀ ଶଙ୍ଖକୁ ଦକ୍ଷିଣ ଦିଗରେ ରଖିବା ଉଚିତ । ଶଙ୍ଖରେ ଜଳ ଭରି ତାହାକୁ ଭଗବାନଙ୍କ ଦକ୍ଷିଣ ପାର୍ଶ୍ଵରେ ରଖିବା ଉଚିତ । ଯେଉଁ ଲୋକ ଶଙ୍ଖରେ ତୁଳସୀ ରଖନ୍ତି ନାହିଁ କିମ୍ବା ସାଙ୍ଗରେ ରଖିବାକୁ ଦିଅନ୍ତି ନାହିଁ ସେମାନେ ସ୍ତ୍ରୀ ବିଚ୍ଛେଦ ଅଭିଶାପରେ ପୀଡ଼ିତ ହୋଇଥାନ୍ତି । ଭଗବାନ ସୂର୍ଯ୍ୟଙ୍କୁ କେବେବି ଶଙ୍ଖରେ ଜଳ ଭରି ଦିଅନ୍ତୁ ନାହିଁ । ଏହାବ୍ୟତୀତ ମହାଦେବଙ୍କୁ ମଧ୍ୟ ଶଙ୍ଖରେ ଜଳ ଅର୍ପଣ କରିବା ଉଚିତ ନୁହେଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *