Excuse Me Odisha

ଯାହା କହିବୁ ସତ କହିବୁ

ଏହି ପତ୍ରର କେବଳ ଦୁଇ ବୁନ୍ଦା । ଦୂର କରିଦେବ ଶରୀରର ସବୁ ସମସ୍ୟା ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ ପୁଦିନା ଗଛର ଲାଭ ଏବଂ କ୍ଷତି ବିଷୟରେ କହିବୁ । ଯାହାକୁ ସବୁ ଲୋକ ଜାଣିବା ନିହାତି ଜରୁରୀ ଅଟେ । କହିବାକୁ ଗଲେ ପୁଦିନା ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ ଏବଂ ଏହାର ଥଣ୍ଡା ତାସିର ହେତୁ ଗରମ ସମ୍ବନ୍ଧୀୟ ରୋଗର ରାମବାଣ ସଦୃଶ୍ୟ ଏହା କାମ କରିଥାଏ । ଏଥିରେ ଭିଟାମିନ ସି ରହିଥାଏ । ଏହାର ସ୍ୱାଦ ଖୁବ ଭଲ ଏବଂ ଆୟୁର୍ବେଦରେ ଏହାର ଅନେକ ଫାଇଦା ଦେଖିବାକୁ ମିଳିଥାଏ । ସାଧରଣତଃ ଦାନ୍ତ ପାଇଁ ପୁଦିନା ଖୁବ ଲାଭଦାୟୀ ଅଟେ କାରଣ ଅନେକ ଟୁଥପେଷ୍ଟ ଏବଂ ଟୁଥ ଫ୍ରେସନରରେ ପୁଦିନା ରହିଥାଏ । ଏହି ଗଛର ପତ୍ରକୁ ମକଚି ଶୁଙ୍ଘିବା ଦ୍ୱାରା ଅର୍ଦ୍ଧ କପାଳି ମୁଣ୍ଡ ବ୍ୟଥା ଭଲ ହୋଇଯାଏ ।

ପୁଦିନା ତେଲ ଦୁଇ ବୁନ୍ଦା ନାକରେ ପକାଇ ଦେଲେ କୌଣସି ପ୍ରକାରର ମୁଣ୍ଡ ବ୍ୟଥା ହେଉ ତାହା ଦୂର ହୋଇଯିବ । ପୁଦିନାରେ ଥିବା ଏକ ପ୍ରକାରର ତିକ୍ତ ଗନ୍ଧକୁ ମଶା ସହ୍ୟ କରିପାରେ ନାହିଁ । ତେଣୁ ପୁଦିନା ପତ୍ରକୁ ଜାଳି ତାହାର ଧୂଆଁକୁ ଘର ସାରା ଦେଖାଇଲେ ଘରୁ ମଶା ଦୂର ହୋଇଥାଏ ।

ଯଦି ବିଛା କାମୁଡ଼ିଛି ତେବେ ପୁଦିନାର ପାଞ୍ଚଟି ପତ୍ର ନେଇ ହାତରେ ମକଚି ସେହି ସ୍ଥାନରେ ଲଗାଇ ଦିଅନ୍ତୁ । ପ୍ରତି ପନ୍ଦର ମିନିଟରେ ଏହି ଉପାୟକୁ ବାରମ୍ବାର କରନ୍ତୁ । ଦେଖିବେ ତିନି ଥର କରିବା ମାତ୍ରେ ୪୫ ମିନିଟ ଭିତରେ ବିଛା ବିଷ କମିଯିବ । ଯେଉଁ ବ୍ୟକ୍ତିକୁ ବିଛା କାମୁଡ଼ିଥିବ ସେ ଚାହିଁଲେ ଦୁଇଟି ପୁଦିନା ପତ୍ର ମଧ୍ୟ ଖାଇ ପାରିବେ । ଯଦି ଆପଣଙ୍କ ଦାନ୍ତ ବ୍ୟଥା କିମ୍ବା ପାଇରିଆ ସମସ୍ୟା ରହିଛି ତେବେ ଏହି ପୁଦିନା ପତ୍ରର ରସ ଦ୍ୱାରା କୁଳି କଲେ ସମସ୍ୟା ଦୂର ହୋଇଯିବ ।

ସକାଳୁ ଉଠିବା ପରେ ମୁହଁ ନଧୋଇ ସେହି ରସକୁ ମୁହଁରେ ୫ ମିନିଟ ରଖିବା ପରେ କୁଳି କରନ୍ତୁ । ଯଦି ଏହି ଉପାୟ ଆପଣ ଦିନରେ ଦୁଇଥର କରନ୍ତି ତେବେ ଏହା ଦାନ୍ତ ଜନିତ ସମସ୍ୟାକୁ ମୂଳକୁ ଦୂର କରିଥାଏ । ଏହି ଗଛର ପତ୍ରକୁ ଜାଳି ତାହାର ଧୂଆଁ ଦେଖାଇଲେ ଦାନ୍ତରେ ପୋକ ଥିଲେ ତାହା ମଧ୍ୟ ବାହାରି ଯିବ । ଶୁଖିଲା ପୁଦିନା ପତ୍ର ନେଇ କର୍ପୂର ସହିତ ଜାଳି ତାହାର ଧୂଆଁକୁ ସମସ୍ୟା ଥିବା ଦାନ୍ତରେ ଦେଖାନ୍ତୁ । କୌଣସିବି ସମସ୍ୟା ତାହା ଦୂର ହୋଇଯିବ । ପୁଦିନା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଥାଏ । ତେଣୁ ଆପଣ ଏହାର ଜୁସ କିମ୍ବା ଚା ବନାଇ ପିଇ ପାରିବେ । ରାତିରେ ଏକ ମାଟିର ପାତ୍ରରେ ପାଣି ନେଇ ଦଶଟି ପୁଦିନା ପତ୍ର ପକାଇ ଦିଅନ୍ତୁ ଏବଂ ଆଗାମୀ ଦିନ ତାହାକୁ ସକାଳୁ ପିଇ ଦିଅନ୍ତୁ । ଏହାଦ୍ବାରା କଫ କିମ୍ବା ଲିଭର ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *