ବସ୍ତ୍ର ଧୋଉଥିବା ମାଆ, ପତ୍ନୀ ଓ ଭଉଣୀ ମାନେ ଜାଣି ରଖନ୍ତୁ ଏହି ବିଶେଷ କଥା, ନଚେତ ପଶ୍ଚାତାପ କରି ପାରନ୍ତି।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣ ମାନଙ୍କୁ ଦୈନନ୍ଦିନ ଜୀବନରେ କେଉଁ କାର୍ଯ୍ୟ କରିବା ଉଚିତ ଏବଂ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ, ସେହି ବିଷୟରେ ଜାଣିବା। ଆମ ଦୈନନ୍ଦିନ ଜୀବନରେ ଆମେ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି କାର୍ଯ୍ୟ କରି ଦେଇ ଥାଉ, ଯାହାଦ୍ଵାରା ଆମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ଗାଧୋଇ ସାରି କେବେବି ଗାଧୁଆ ପାଣିକୁ ବାଲଟିରେ ରଖନ୍ତୁ ନାହିଁ, ନଚେତ ଆପଣଙ୍କୁ ଅନେକ ସଂକଟର ସାମ୍ନା କରିବାକୁ ପଡିପାରେ। ମାନା ଯାଇଥାଏ କି ଜଣେ ଗାଧୋଇ ଥିବା ପାଣିରେ ଯଦି ଆଉ ଜଣେ ବ୍ୟକ୍ତି ସ୍ନାନ କରନ୍ତି, ତାହେଲେ ତାର ଆୟୁଷ ହାନୀ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଲୁଗା ନିଜେ ଧୋଇବା ଉଚିତ। ସ୍ନାନ କଲେ ମନ ଶୁଦ୍ଧ ହୋଇଥାଏ। ତେଣୁ ପ୍ରତ୍ୟେକଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଉଚିତ।ସ୍ନାନ କରିବା ସମୟରେ କେବେବି ମୌନ ରହିବା ଉଚିତ ନୁହେଁ।
କିଛି ଲୋକେ ସ୍ନାନ କରି ସାରି ଅଗ୍ନିକୁ ସ୍ପର୍ଶ କରିଥାନ୍ତି। କିନ୍ତୁ ସ୍ନାନ କରି ସାରି ଭୋକିଲା ପେଟରେ କେବେବି ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ। ସ୍ନାନ ନକରି ଗ୍ୟାସ ଚୁଲା ଜାଳିବା ଉଚିତ ନୁହେଁ। ଯଦି ଆପଣ କୌଣସି ନଦୀରେ ସ୍ନାନ କରୁଛନ୍ତି, ତାହେଲେ ନଦୀକୁ ପ୍ରଥମେ ପ୍ରଣାମ କରି ନଦୀ ଭିତରକୁ ପ୍ରବେଶ କରନ୍ତୁ। ଖାଦ୍ୟ ଖାଇବା ସମୟରେ ପ୍ରଥମେ ଈଶ୍ୱରଙ୍କୁ ଭୋଗ ଅର୍ପଣ କରନ୍ତୁ ତାପରେ ଭୋଜନ ଗ୍ରହଣ କରନ୍ତୁ। ସକାଳୁ ସ୍ନାନ ସାରି ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଦେଖିବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ।