କୋପତ ଅନୁଯାୟୀ , ଏହି ସ୍ତ୍ରୀଙ୍କ ଠାରୁ ନେବା ଆଦୋୖ ଉଚିତ ନୁହେଁ । ଜାଣି ନିଅନ୍ତୁ ସବୁ ପୁରୁଷ ।
ଥରେ ଏକ ଗଛ ଡାଳରେ ଗୋଟିଏ କୋପତ ଏବଂ ଗୋଟିଏ କାଉ ବସି କଥା ହେଉଥିଲେ । ଏତିକିରେ କୋପତ କାଉକୁ ତାର ମାଂସ ଭୋଜନ ଏବଂ କର୍କଶ ସ୍ୱରକୁ ନେଇ କହିବାରେ ଲାଗିଲା । ଯାହାକୁ କାଉ ଆଦୋୖ ମାନି ନଥିଲା । ତାହାକୁ ବୁଝାଇବାକୁ ଯାଇ କୋପତ କାଉକୁ ଏକ କାହାଣୀ ମାଧ୍ୟମରେ ଏହା ବୁଝାଇବାକୁ ଚେଷ୍ଟା କରିଛି ଯେ ମନୁଷ୍ୟର ଭୋଜନ କିପରି ମନୁଷ୍ୟର ଜୀବନ ଉପରେ ପ୍ରଭାବ ପକାଇଥାଏ । ପ୍ରାଚୀନ ସମୟରେ କାଞ୍ଚନପୁରୀରେ କୋମଲଭୋଜ ନାମକ ଜଣେ ରାଜା ଥିଲେ । ରାଜାଙ୍କ ଦରବାରକୁ ଥରେ ତିନି ଜଣ ବିଦ୍ୱାନ ଆସି କାମ ମାଗିଲେ । ସେମାନଙ୍କ କାର୍ଯ୍ୟ ଦକ୍ଷତା ରାଜା ପଚାରନ୍ତେ ସେମାନଙ୍କ ମଧ୍ୟରୁ ଜଣେ ସବୁ ସ୍ଥାନକୁ ଚିହ୍ନିବାର ପରଙ୍ଗମତା ରଖୁଥିବା କହିଲେ । ଆଉ ଜଣେ କେଉଁ ଜିନିଷ ଖାଦ୍ୟ ପାଇଁ ଉଚିତ ଏବଂ ଅନୁଚିତ ତାହା ଜାଣିବାରେ ପରଙ୍ଗମତା ରଖୁଥିଲେ ।
ଶେଷ ବ୍ୟକ୍ତି ଜଣକ କେଉଁ ଭୋଜନ ଖାଇବା ଯୋଗ୍ୟ ତାହା ଜାଣି ପାରୁଥିଲେ । ଏହା ଶୁଣି ରାଜା ସେମାନଙ୍କ ପରୀକ୍ଷା କରିବେ କହି ଅତିଥି ଶାଳାରେ ସେମାନଙ୍କୁ ରଖିଲେ । ଏମିତି କିଛି ଦିନ ପରେ ରାଜା ବୁଲି ଯିବାକୁ ବାହାରିଲେ । ତେଣୁ ସେ ତାଙ୍କ ସହିତ ସେହି ପାରଖ ବ୍ୟକ୍ତି ଯାହାଙ୍କୁ ସବୁ ସ୍ଥାନରେ ଜ୍ଞାନ ଥିଲା ତାଙ୍କୁ ନେଇ ଗଲେ । ଜଙ୍ଗଲ ଭିତର ଦେଇ ଯାଉ ଯାଉ ରାତି ହୋଇଗଲା ଯେଉଁ କାରଣରୁ ଏକ ଗାଁ ଠାରୁ କିଛି ଦୂରରେ ଥିବା ଏକ ଉଚ୍ଚ ସ୍ଥାନରେ ରାଜାଙ୍କ ସମେତ ସେହି ପାରଖ ବ୍ୟକ୍ତି ଏବଂ ଅନ୍ୟ ମାନଙ୍କୁ ରାତି ବିତାଇବାକୁ ପଡ଼ିଲା । ପାଖରେ ଏକ ଶିବ ମନ୍ଦିର ଥିଲା କିନ୍ତୁ ସେଠାରେ କୌଣସି ପୂଜାରୀ କିମ୍ବା ମନ୍ଦିର ଭଳି ବାତାବରଣ ନଥିଲା ଯାହା ଖୁବ ଆଶ୍ଚର୍ଯ୍ୟ ଜନକ ଥିଲା ।
ତେବେ ରାତିରେ ଶୋଇବା ସମୟରେ ରାଜାଙ୍କୁ ଅତି ଅଦ୍ଭୁତ ସ୍ୱପ୍ନ ଆସିଲା ଯେ ସେ ନିଜ ମାତାଙ୍କ ହତ୍ୟା କରୁଛନ୍ତି । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କ ନିଦ ଭାଙ୍ଗିବା ପରେ ସେ ଯେତେବେଳେ ମହଲକୁ ଫେରି ଯିବାକୁ ବାହାରିଲେ ସେତେବେଳେ ପାରଖ ବ୍ୟକ୍ତି ଜଣକ କହିଲେ ଯେ ସେହି ମନ୍ଦିରର ପୂଜାରୀ କ୍ରୋଧରେ ନିଜ ମା’ଙ୍କୁ ହତ୍ୟା କରିଥିଲେ । ଯେଉଁ କାରଣରୁ ରାଜାଙ୍କୁ ସେଭଳି ସ୍ୱପ୍ନ ଆସୁଛି । ସକାଳ ହେବା ମାତ୍ରେ ଗାଁ ଲୋକଙ୍କୁ ପଚାରିବା ମାତ୍ରେ ଗାଁ ଲୋକେ ମଧ୍ୟ ସମାନ ଉତ୍ତର ଦେଲେ । ରାଜା ମହଲକୁ ଯାଇ ନିଜ ମା’ ଠିକ ଥିବା ଦେଖିଲେ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ସେ କିଭଳି ଏ ବିଷୟରେ ଜାଣି ପାରୁଛନ୍ତି ତାହା ପଚାରିଲେ । ବିଦ୍ୱାନ ଜଣକ କହିଲେ ଯେ ପ୍ରତ୍ୟେକ ସ୍ଥାନ ଅନୁଯାୟୀ ବାତାବରଣ ଭିନ୍ନ ଭିନ୍ନ ହୋଇଥାଏ ଏବଂ ସ୍ଥାନ ଅନୁଯାୟୀ ଚିନ୍ତାଧାରା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ ।
ରାଜା ସେହି ବିଦ୍ୱାନଙ୍କ କଥା ଶୁଣି ଖୁସି ହୋଇଗଲେ ଏବଂ ତାଙ୍କୁ ଆଜୀବନ ଚାକିରୀରେ ରଖିନେଲେ । ରାଜାଙ୍କର ଜଣେ ବ୍ୟାପାରି ଥିଲେ ଯିଏକି ୫୦୦ କ୍ୱିଣ୍ଟାଲ ଗହମ ଆଣି ତାହା ଭଲ କିସମର କହିଲେ ଏବଂ ସେଥିପାଇଁ ଅଧିକ ଅର୍ଥ ଲାଗିବ ବୋଲି କହିଲେ । ଗହମ ଦେଖିବା ପରେ ମଧ୍ୟ ତାହା ଭଲ ବୋଲି ପ୍ରତୀତ ହେଉଥିଲା । ମନ୍ତ୍ରୀ ମଧ୍ୟ ତାହାକୁ ରଖି ନେବାକୁ ପରାମର୍ଶ ଦେଲେ । କିନ୍ତୁ ଅତିଥି ଗୃହରେ ଥିବା ଅନ୍ୟ ଜଣେ ବିଦ୍ୱାନଙ୍କୁ ଡାକି ଶସ୍ୟ ପରଖିବାକୁ କହିଲେ । ବିଦ୍ୱାନ ଜଣକ ସେହି ଶସ୍ୟକୁ ହାତରେ ନେଇ କହିଲେ ଯେ ତାହା କୌଣସି ଚୋର ଦ୍ୱାରା ଚୋରି କରାଯାଇଛି । ଏହାକୁ ନେଲେ ମହଲରେ ଥିବା ସବୁ କର୍ମକର୍ତ୍ତା ଏବଂ ସମସ୍ତଙ୍କ ମନରେ ଚୋର ଭାବନା ଜାଗ୍ରତ ହୋଇଯିବ ।
ତେଣୁ ସେହି ବ୍ୟବସାୟୀକୁ ରାଜା ଚୋରି କଥା ପଚାରିବା ମାତ୍ରେ ସେ ଜଣେ ଜମିଦାର ଚାଷୀ ଠାରୁ କିଣିଥିବା କହିଲେ । ସେହି ଚାଷୀକୁ ଡାକି ଯେତେବେଳେ ରାଜା ପଚାରିଲେ ସେ କହିଲେ ଯେ ଏହା ତାଙ୍କ କ୍ଷେତରେ ହିଁ ଚାଷ କରାଯାଇଛି । ରାଜା ବିଦ୍ୱାନଙ୍କୁ ଚାହିଁ ଯେତେବେଳେ ଏହି ବିଷୟରେ କହିଲେ ସେତେବେଳେ ଚାଷୀ ଜଣକ ପୁଣି କହିଲେ ଯେ ଏହା ଚୋରି ଜିନିଷ ନୁହେଁ ବରଂ ଜଣେ ଚୋର ଯିଏକି ରାଜାଙ୍କ କଏଦରୁ ବାହାରି ତାଙ୍କ ପାଖରେ ଚାଷ କାର୍ଯ୍ୟ କରୁଥିଲେ ତାଙ୍କର ପ୍ରାପ୍ୟ ଅଟେ । ତେଣୁ ନିଜ ପାଖରେ ଏଭଳି ଜଣେ ବିଦ୍ୱାନ ପାଇ ରାଜା ଖୁବ ଖୁସି ହୋଇଗଲେ ଏବଂ ଉକ୍ତ ବିଦ୍ୱାନଙ୍କୁ ଆଜୀବନ ଚାକିରୀରେ ରଖିଲେ । କୁହାଯାଏ ଯେ ଯେଉଁ ଶସ୍ୟ ଆପଣ ଖାଇବେ ସେହି ଅନୁଯାୟୀ ଆପଣଙ୍କ ମନ ହୋଇଯିବ । ଥରେ ଜଣେ ପ୍ରସିଦ୍ଧ ରୋଷେଇୟା ରାଜାଙ୍କ ମହଲକୁ ଆସିଲେ ଏବଂ କାମ ମାଗିଲେ ।
ରାଜା ତାଙ୍କୁ କାମରେ ରଖିବା ପୂର୍ବରୁ ତାଙ୍କର ପରୀକ୍ଷା ନେବେ ବୋଲି କହିଲେ । ସେଦିନ ସେହି ରୋଷେଇୟା ଖାଦ୍ୟ ବନାଇ ରାଜାଙ୍କୁ ଭୋଜନ କରିବାକୁ ଡାକିଲେ । ରାଜା ପୂର୍ବରୁ ରଖିଥିବା ପରଖ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଭୋଜନ ଗୃହକୁ ଗଲେ । ସମସ୍ତେ ଭୋଜନ କରି ବହୁତ ପ୍ରସନ୍ନ ହେଲେ । ଯେତେବେଳେ ରାଜା ସେହି ବିଦ୍ୱାନଙ୍କୁ ପଚାରିଲେ ବିଦ୍ୱାନ କହିଲେ ଯେ ଯଦି ରାଜା ସେହି ରୋଷେଇୟାଙ୍କୁ ମହଲରେ ରଖନ୍ତି ତେବେ ତାଙ୍କ ଦ୍ୱାରା ପ୍ରସ୍ତୁତ ଭୋଜନ ଖାଇ ମହଲର ସବୁ କର୍ମଚାରୀ ଲୁଟେରା ହୋଇଯିବେ । ଏହାପରେ ରାଜା ସେହି ରୋଷେଇୟାକୁ ଡାକି ତାଗିଦ କରି ସେ ପୂର୍ବରୁ କେଉଁ କାମ କରୁଥିଲେ ସେ ବିଷୟରେ ପଚାରିଲେ । ସେ ଭୟଭୀତ ହୋଇ ସବୁ ମାନିଗଲା ଯେ ସେ ପୂର୍ବରୁ ଗୋଟିଏ ଡକାୟତ ଥିଲା । ରାଜା ଖୁସି ହୋଇ ଭୋଜନ ପରଖ କରୁଥିବା ବିଦ୍ୱାନଙ୍କୁ ନିଜ ପାଖରେ ରଖିନେଲେ । ଶାସ୍ତ୍ର ଅନୁଯାୟୀ ଭୋଜନ ପ୍ରସ୍ତୁତ ବେଳେ ମନ ଏବଂ ବିଚାର ଯେଉଁଭଳି ଥାଏ ଭୋଜନ ମଧ୍ୟ ସେହିଭଳି ପ୍ରସ୍ତୁତ ହୁଏ । ସ୍ତ୍ରୀ ମାନେ ଭୋଜନ କରିବା ସମୟରେ ପ୍ରସନ୍ନ ଚିତ୍ତରେ ରହିବା ଉଚିତ ଏବଂ କ୍ରୋଧ କରିବା ଆଦୋୖ ଉଚିତ ନୁହେଁ ।