ଏକ ମାସ ଭିତରେ ଉତୁରି ଯିବ ସବୁ କରଜ । କୌଣସି ଦିନ ହନୁମାନ ମନ୍ଦିରରେ ନିଷ୍ଠାର ସହିତ କରି ଦିଅନ୍ତୁ ଏହି ଖାସ ଉପାୟ ।
ଜୀବନରେ କରଜ ସମସ୍ୟା ଜୀବନକୁ ଖୁବ ଜଟିଳ ବନାଇ ଦେଇଥାଏ । କରଜ ନେବା ଯେତିକି ସହଜ ତାକୁ ସୁଝିବା ତାଠାରୁ ଅନେକ ଗୁଣା କଷ୍ଟକର ହୋଇଥାଏ । ବିଶେଷ ଭାବରେ କରଜ କଲେ ନିଜ ବ୍ୟତୀତ ପୁରା ପରିବାର ସଦସ୍ୟଙ୍କ ଜୀବନରେ ସମସ୍ୟା ଆସିଥାଏ । କାରଣ ଏହାଦ୍ବାରା କରଜ ନେଇଥିବା ଏବଂ ଦେଇଥିବା ମନୁଷ୍ୟ ଉପରେ ମଧ୍ୟ ସମସ୍ୟା ହୋଇପାରେ । କରଜ ନେଇଥିବା ବ୍ୟକ୍ତି ସବୁବେଳେ ଚିନ୍ତାରେ ରହିଥାଏ । କରଜ କାରଣରୁ ମାନହାନୀ ଭଳି ସମସ୍ୟା ମଧ୍ୟ ହୋଇପାରେ । କରଜ ନେବା ସମୟରେ ଗ୍ରହର ସ୍ଥିତି ମଧ୍ୟ ଦେଖିବା ଜରୁରୀ ଅଟେ । କାରଣ ଠିକ ସମୟରେ ନିଆଯାଇଥିବା କରଜ ସୁଝିବାରେ ସହଜ ହୋଇଥାଏ ।
କରଜ ନେବା ପୂର୍ବରୁ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ ଅଟେ । ଆଠ ଅଙ୍କ ଶନିଙ୍କର ମାନା ଯାଇଥାଏ । ତେଣୁ ୮ , ୧୮ ଏବଂ ୨୬ ତାରିଖରେ କେବେ କରଜ ନିଅନ୍ତୁ ନାହିଁ । ଏହି ତାରିଖରେ ନିଆଯାଇଥିବା କରଜ ଜୀବନରେ ସମସ୍ୟା ବଢ଼ାଇ ଥାଏ । କରଜ ନେବାକୁ ଚାହୁଁଥିଲେ ସୋମବାର , ବୁଧବାର ଏବଂ ଗୁରୁବାର ନେଇ ପାରିବେ । ଏହାକୁ ସୁଝିବାରେ କୌଣସି ବଡ଼ ସମସ୍ୟା ଆସେ ନାହିଁ । କରଜରେ ନେବା ସମୟରେ ହସ୍ତାକ୍ଷର କରିବା ସମୟରେ ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତୁ । କରଜରୁ ମୁକ୍ତ ହେବା ସହଜ ନୁହେଁ କିନ୍ତୁ କଠିନ ମଧ୍ୟ ନୁହେଁ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ କରଜ ସୁଝିବାରେ କିମ୍ବା କରଜରୁ ମୁକ୍ତ ହେବାରେ ସହାୟତା କରିବ ।
କରଜରୁ ମୁକୁଳିବାର ଏକ ସହଜ ଉପାୟ ପାଇଁ ଏକ ଭଲ ପାନ ପତ୍ର ନିଅନ୍ତୁ । ବର୍ତ୍ତମାନ ଏହି ପତ୍ର ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖନ୍ତୁ । ତାପରେ ଏହି ପାନ ପତ୍ରକୁ ମୋଡି ନିଅନ୍ତୁ ଏବଂ ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଏହି ପାନ ପୁଡ଼ିଆ ଅର୍ପିତ କରିଦିଅନ୍ତୁ । ଏହି ଉପାୟ ଲଗାତାର ୩ ମାସ ମଙ୍ଗଳବାର ଏହି ଉପାୟ କରନ୍ତୁ । ଏହି ଉପାୟ ସମୟରେ ତାମସିକ ପଦାର୍ଥର ସେବନ କରନ୍ତୁ ନାହିଁ । ସାତ୍ଵିକତା ବଜାୟ ରଖନ୍ତୁ । ଖୁବଶୀଘ୍ର କରଜ ସୁଝିବାର ରାସ୍ତା ନଜର ଆସିବ ଏବଂ ଆପଣ ଋଣରୁ ରକ୍ଷା ପାଇଯିବେ ।
ଅନେକ ସମୟରେ କରଜ ନେବା ପରେ ସମସ୍ୟା ବହୁତ ଅଧିକ ବଢ଼ିଯାଏ । ଆମଦାନୀ କରଜ ଠାରୁ ଖୁବ କମ ହୋଇଯାଏ । ଏହାବ୍ୟତୀତ ଅନ୍ୟାନ୍ୟ କାମରେ ମଧ୍ୟ ସମସ୍ୟା ଦେଖାଦିଏ । ଶୁଭ କାର୍ଯ୍ୟରେ ବାଧା ଆସିଥାଏ । ବ୍ୟବସାୟ ହଠାତ ବନ୍ଦ ହୋଇଯାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ଗୋଟା ପାନ ପତ୍ର ନେଇ ଚିକ୍କଣ ଭାଗକୁ ଉପରକୁ ରଖି ତାହା ଉପରେ ଦୁଇଟି ଲବଙ୍ଗ ରଖନ୍ତୁ ଏବଂ ସାବଧାନତାର ସହିତ ପାନ ପତ୍ରକୁ ଉଠାଇ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ । ହାତ ଯୋଡ଼ି ଈଶ୍ୱରଙ୍କୁ ନିଜ ସମସ୍ୟା ବିଷୟରେ କୁହନ୍ତୁ । ସେହି ପତ୍ର ଆପଣଙ୍କ ସମସ୍ୟାକୁ ନିଜ ସହିତ ପ୍ରବାହିତ କରି ନେଇଯିବ । ପଛକୁ ନବୁଲି ସିଧା ଘରକୁ ପଳାଇ ଆସନ୍ତୁ । ଅଳ୍ପ ଦିନ ମଧ୍ୟରେ ଆପଣଙ୍କର ସବୁ ସମସ୍ୟା ଦୂରେଇ ଯିବ ।
ଯଦି ଜୀବନରେ ଅନବରତ କରଜ ବଢ଼ି ବଢ଼ି ଚାଲିଛି ତେବେ ନବରାତ୍ରୀ ସମୟରେ ପାନ ପତ୍ରରେ ପ୍ରତ୍ୟେକ ଦିନ ମାତା ଦୁର୍ଗାଙ୍କୁ ରିମ ଲେଖି ଅର୍ପିତ କରନ୍ତୁ । ନବମ ଦିନ ସେହି ପାନ ପତ୍ରକୁ ନିଜ ସିନ୍ଧୁକରେ ରଖି ଦିଅନ୍ତୁ । ଏହାବ୍ୟତୀତ ଆପଣ ରାତ୍ରି ସମୟରେ ଏକାକୀ ଏକ ଆସନ ପକାଇ ଶ୍ରୀହନୁମାନଙ୍କ ସାମ୍ନାରେ ବସି ଯାଆନ୍ତୁ । ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ନାଲି ଫୁଲ ଅର୍ପଣ କରନ୍ତୁ । ଏବଂ ୧୧ ଥର ହନୁମାନ ଚାଲିଶା ପାଠ କରନ୍ତୁ । ଏହି ଉପାୟକୁ ନିୟମିତ ଭାବରେ ଆପଣଙ୍କୁ ୧୧ ଟି ମଙ୍ଗଳବାର କରିବାକୁ ପଡ଼ିବ । ପ୍ରତ୍ୟେକ ମଙ୍ଗଳବାର ରାତି ୧୧ ରୁ ୧୨ ମଧ୍ୟରେ ହିଁ ଏହି ଉପାୟକୁ କରନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ସବୁ ସମସ୍ୟା ଦୂରେଇ ଯିବ । କରଜ ସମସ୍ୟା ହୋଇଥିଲେ ତାହା ମଧ୍ୟ ଠିକ ହୋଇଯିବ ।