ଦେବୀ ସନ୍ଧ୍ୟା ପୁରୁଷଙ୍କୁ ଦେଇଥିଲେ ତିନୋଟି ଅଭିଶାପ । ଯାହାକୁ ଆଜିବି ଭୋଗୁଛନ୍ତି ପୁରୁଷ ।
ଏକ ପ୍ରାଚୀନ କଥା ଅନୁଯାୟୀ ଦେବୀ ସନ୍ଧ୍ୟାଙ୍କ କାରଣରୁ ସମଗ୍ର ପୁରୁଷ ଜାତିଙ୍କୁ ଅଭିଶାପ ମିଳିଛି । ପ୍ରାଚୀନ କଥା ଅନୁଯାୟୀ ଥରେ ଦେବର୍ଷି ନାରଦ ମହାଦେବଙ୍କୁ ଦର୍ଶନ କରିବାକୁ କୈଳାସରେ ଯାଇ ପହଞ୍ଚିଲେ । ମହାଦେବଙ୍କୁ ନାରଦ ଦେବୀ ସନ୍ଧ୍ୟାଙ୍କ ବିଷୟରେ ପଚାରିବା ସହିତ ସେ କାହିଁକି ସମଗ୍ର ପୁରୁଷ ଜାତିକୁ ଅଭିଶାପ ଦେଇଥିଲେ ସେହି ବିଷୟରେ ପଚାରିଲେ । ଏହାପରେ ମହାଦେବ ଦେବୀ ସନ୍ଧ୍ୟାଙ୍କର ଜନ୍ମ କଥା ଶୁଣାଇଛନ୍ତି । ସୃଷ୍ଟି ରଚନା ସମୟରେ ଯେତେବେଳେ ବ୍ରହ୍ମା ପଦ୍ମ ଉପରେ ବିରାଜମାନ କରି କିଛି ସୁନ୍ଦର ଚିନ୍ତା କରୁଥିଲେ ସେତେବେଳେ ସେହି ମାନସରୁ ହିଁ ଜଣେ ସୁନ୍ଦର କନ୍ୟାଙ୍କ ଜନ୍ମ ହେଲା । ଯାହାଙ୍କ ମୁହଁରେ ଖୁବ ତେଜ ଥିଲା ତେଣୁ ତାଙ୍କ ନାମ ହେଲା ସନ୍ଧ୍ୟା । କିନ୍ତୁ ସେ ଏତେ ସୁନ୍ଦର ଥିଲେ ଯେ ତାଙ୍କୁ ଜନ୍ମ କରିଥିବା ବ୍ରହ୍ମାଙ୍କ ମନରେ ମଧ୍ୟ ତାଙ୍କୁ ଦେଖି ଅଳ୍ପ କ୍ଷଣ ପାଇଁ କାମନା ଭାବ ଜାଗ୍ରତ ହେଲା ।
ଯାହା ଦେଖି ସନ୍ଧ୍ୟା ଖୁବ ଦୁଃଖିତ ହୋଇ ସେଠାରୁ ଚାଲିଗଲେ ଏବଂ ଚନ୍ଦ୍ରଭାଗ ପର୍ବତ ପାଖରେ ପହଞ୍ଚି କେଉଁ ଭଗବାନଙ୍କୁ ତପସ୍ୟା କରିବେ ଭାବି ପାଖରେ ଥିବା ବୃହଲୋହିତ ସରୋବର ନିକଟରେ ପହଞ୍ଚିଗଲେ । ସେହି ବାଟ ଦେଇ ମହର୍ଷି ବଶିଷ୍ଠ ଯାଉଥିଲେ ଏବଂ ସନ୍ଧ୍ୟାଙ୍କୁ ଏକୁଟିଆ ଦେଖି ତାଙ୍କୁ କାରଣ ପଚାରିଲେ । ଦେବୀ ସନ୍ଧ୍ୟା କାହାକୁ ତପସ୍ୟା କରିବେ ବୋଲି ପଚାରିବାରୁ ବଶିଷ୍ଠ ତାଙ୍କୁ ମନ ଏବଂ ବସ୍ତ୍ରକୁ ପବିତ୍ର କରି ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରିବାକୁ କହିଲେ । ଦେବୀ ସନ୍ଧ୍ୟା ମଧ୍ୟ ଖୁବ ଖୁସି ହୋଇଗଲେ ଏବଂ ସବୁ ନିୟମକୁ ପାଳନ କରି ଚାରି ଯୁଗ ପର୍ଯ୍ୟନ୍ତ ନିଜର ତପସ୍ୟା ଜାରି ରଖିଲେ । ତାଙ୍କର ବ୍ରତ ତପାସ୍ୟକୁ ଦେଖି ସବୁ ଦେବତାଙ୍କୁ ଖୁବ ଆଶ୍ଚର୍ଯ୍ୟ ହେଲା । ଭଗବାନ ବିଷ୍ଣୁ ତପସ୍ୟାରେ ପ୍ରସନ୍ନ ହୋଇ ମନୋହର ଚତୁର୍ଭୁଜ ରୂପ ଧାରଣ କରି ଦେବୀ ସନ୍ଧ୍ୟାଙ୍କ ସାମ୍ନାରେ ପ୍ରକଟ ହେଲେ ।
ଭଗବାନଙ୍କ ରୂପକୁ ସ୍ୱୟଂ ଦେଖି ସନ୍ଧ୍ୟା କିଭଳି ସ୍ତୁତି କରିବେ ଭାବି ପାରୁ ନଥିଲେ । ଭଗବାନ ବିଷ୍ଣୁ ଜାଣିପାରି ତାଙ୍କୁ ଦିବ୍ୟଜ୍ଞାନ ଏବଂ ଦିବ୍ୟଦୃଷ୍ଟି ଦେଲେ ଏବଂ ଦେବୀ ସନ୍ଧ୍ୟା ଖୁବ ଭକ୍ତିରେ ନିଜର ସ୍ତୁତି କରିବାରେ ଲାଗିଲେ । ଏଥିରେ ଖୁସି ହୋଇ ଦେବୀ ସନ୍ଧ୍ୟାଙ୍କୁ ତିନୋଟି ବର ମାଗିବାକୁ କହିଲେ । ଦେବୀ ସନ୍ଧ୍ୟା ପ୍ରଥମ ବର ମାଗିଲେ ଯେ ସଂସାରରେ କୌଣସି ମନୁଷ୍ୟ ଜନ୍ମ ହେବା ପରେ କାମ ଭାବନା ଜାଗ୍ରତ ନହେଉ । ଦ୍ୱିତୀୟରେ ତାଙ୍କର ପତିବ୍ରତା ଧର୍ମ କେବେ ନଷ୍ଟ ନହେଉ ଏବଂ ତୃତୀୟରେ ଥିଲା ତାଙ୍କ ସ୍ୱାମୀଙ୍କ ବ୍ୟତୀତ ଯଦି କେହି ପୁରୁଷ ତାଙ୍କ ଉପରେ କାମନା ନଜର ପକାଇବେ ତେବେ ସେ ନପୁଂସକ ହୋଇଯିବେ । ସଂସାରର କଲ୍ୟାଣ ପାଇଁ ସେ ମାଗିଥିବା ସବୁ ବରକୁ ଭଗବାନ ବିଷ୍ଣୁ ତଥାସ୍ତୁ କହିଦେଲେ । ସନ୍ଧ୍ୟାଙ୍କ ମନର କଥାକୁ ଜାଣି ସେ ବ୍ରହ୍ମାଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିବାରୁ ସେ ନିଜର ଶରୀରର ତ୍ୟାଗ କରିବାକୁ ଚାହୁଁଥିବା ଜାଣି ପାରିଲେ ।
ଏହାପରେ ଭଗବାନ ବିଷ୍ଣୁ ପାଖରେ ଥିବା ଚନ୍ଦ୍ରଭାଗା ନଦୀ ତଟରେ ମହର୍ଷି ମୈଦାତିଥି କରୁଥିବା ୧୨ ବର୍ଷ ଯଜ୍ଞରେ ସନ୍ଧ୍ୟାଙ୍କୁ ନିଜର ଶରୀର ତ୍ୟାଗ କରିବାକୁ କହିଲେ । କିନ୍ତୁ ତାଙ୍କୁ ଯେମିତି ସେଠାକାର ଋଷି ମାନେ ନଦେଖନ୍ତି । ଏହା କହି ଭଗବାନ ବିଷ୍ଣୁ ତାଙ୍କ ମୁଣ୍ଡକୁ ଛୁଇଁବା ମାତ୍ରେ ତାଙ୍କ ଶରୀର ଅଟାର ହୋଇଗଲା । କାରଣ ସେହି ମହର୍ଷି ମାନେ ସଂସାରର ଭଲ ପାଇଁ ଯଜ୍ଞ କରୁଥିଲେ ତେଣୁ ସେଥିରେ ମାଂସ ପଡ଼ି ଅପବିତ୍ର ନହେଉ ସେଥିପାଇଁ ଭଗବାନ ବିଷ୍ଣୁ ଏପରି କଲେ । ସେ ପୃଥିବୀକୁ ଆସିବା ପରେ ସର୍ବପ୍ରଥମେ ମହର୍ଷି ବଶିଷ୍ଠଙ୍କୁ ଦେଖିଥିଲେ ଯାହାଙ୍କୁ ସେ ନିଜର ସ୍ୱାମୀ ଭାବି ନେଇଥିଲେ । ଏହା ଭାବି ସେ ସେ ଯଜ୍ଞ ନିଆଁରେ ନିଜ ଶରୀର ତ୍ୟାଗ ଦେଲେ । ଏହାପରେ ସୂର୍ଯ୍ୟ ଦେବ ସନ୍ଧ୍ୟାଙ୍କ ଶରୀରକୁ ସୂର୍ୟ୍ଯ ମଣ୍ଡଳକୁ ନେଇ ପପିତୃଙ୍କୁ ପ୍ରସନ୍ନ କରିବାକୁ ଦୁଇ ଭାଗ କରି ରଥରେ ସ୍ଥାପନ କଲେ ।
ଉପର ଭାଗ ପ୍ରାତଃ କାଳ ଏବଂ ତଳ ଭାଗ ସନ୍ଧ୍ୟା କାଳ ହେଲା । ଏହାପରେ ଦେବୀ ସନ୍ଧ୍ୟା ଆଗାମୀ ଜନ୍ମରେ ଅରୁନ୍ଧତୀ ରୂପରେ ଜନ୍ମ ହେଲେ ଏବଂ ମହର୍ଷି ବଶିଷ୍ଠଙ୍କ ସ୍ତ୍ରୀ ହେଲେ । ତେଣୁ ସନ୍ଧ୍ୟାଙ୍କ କାରଣରୁ ହିଁ ପୃଥିବୀରେ ଜନ୍ମ ହେଉଥିବା ପ୍ରତ୍ୟେକ ମନୁଷ୍ୟ କାମନା ରୋହିତ ହୋଇ ଜନ୍ମ ହୋଇଥାଏ । କୁମାର ପ୍ରାପ୍ତ ପରେ ହିଁ କାମ ଏବଂ ବାସନା ଜନ୍ମ ହୋଇଥାଏ ।