ଗୋଟିଏ ତୁଳସୀ ଗଛ ଲଗାଇଲେ କେତେ ପୁଣ୍ୟ ମିଳିଥାଏ । କହିଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ ।
ଦିନେ ଭଗବାନ ବିଷ୍ଣୁଙ୍କର ଦୁଇ ପାରସଦ ଶିଳ ଏବଂ ସୁଶୀଳ ପ୍ରଶ୍ନ କଲେ ଯେ ଯେଉଁ ମଣିଷ ନିଜ ଜୀବନରେ ନିସ୍ଥାର ସହିତ ଭଗବାନ ବିଷ୍ଣୁଙ୍କ ପୂଜା ଆରାଧନା ଏବଂ ପୁଣ୍ୟ କାମ କରିଥାଏ ସେମାନେ ତାଙ୍କୁ ଦିବ୍ୟ ବିମାନରେ ବସାଇ ବୈକୁଣ୍ଠକୁ ନେଇ ଆସନ୍ତି । କିନ୍ତୁ ଜଣେ ବୃଦ୍ଧ ଯିଏକି ଭଗବାନ ବିଷ୍ଣୁଙ୍କ ପୂଜା ନିଷ୍ଠାର ସହିତ ବି କରି ନଥିଲେ କିନ୍ତୁ ତାଙ୍କୁ ବୈକୁଣ୍ଠକୁ କେଉଁ କାରଣରୁ ଆଣିଲେ । ଯାହାର କାରଣ ଭଗବାନ ବିଷ୍ଣୁ ସେଇ ଦୁହିଁଙ୍କୁ କହିଛନ୍ତି । ଏହାପରେ ଭଗବାନ ବିଷ୍ଣୁ ସେହି ବ୍ରାହ୍ମଣର କଥା ଶୁଣାଇଛନ୍ତି । କଥା ଅନୁଯାୟୀ ପ୍ରାଚୀନ କାଳରେ କାଞ୍ଚିଗୁରିରେ ରାଜା ଚୋଳ ନାମକ ଜଣେ ସମ୍ରାଟ ଥିଲେ । ସେ ଖୁବ ଭଲ ଶାସନ ଚଳାଇ ଥିଲେ ଏବଂ ତାଙ୍କ ସମୟରେ କେହିବି ଦୁଃଖ ଦାରିଦ୍ର୍ୟତାରେ ଜୀବନ କାଟୁ ନଥିଲେ ।
ଥରେ ସେ ଅନନ୍ତ ଶୟନ ଯାତ୍ରାରେ ଯାଇ ସେଠାରେ ଥିବା ଏକ ବିଷ୍ଣୁ ମନ୍ଦିରରେ ଭଗବାନ ବିଷ୍ଣୁଙ୍କର ଏକ ଅତି ପବିତ୍ର ମୂର୍ତ୍ତି ଥିବା ଦେଖିଲେ । ସେ ବିଧି ବିଧାନରେ ପୂଜା କରି ମୋତି ମାଣିକ ଅର୍ପଣ କରି ଗୋଟିଏ ଆସନରେ ସେଠାରେ ବସିଗଲେ । କିଛି ସମୟ ପରେ ରାଜାଙ୍କ ଦେଶର ଜଣେ ଗରିବ ବ୍ରାହ୍ମଣ ପୂଜା ସାମଗ୍ରୀ ସହିତ ତୁଳସୀ ଦଳ ଆଣିଲେ ଏବଂ ବିଧି ବିଧାନର ସହିତ ପୂଜା କରି ଭଗବାନ ବିଷ୍ଣୁଙ୍କୁ ତୁଳସୀ ଦଳ ଏବଂ ପତ୍ର ଅର୍ପିତ କରିଦେଲେ । ସେହି ମୋତି ମାଣିକ ସବୁ ତୁଳସୀ ପତ୍ର ତଳେ ରହିଯିବାରୁ ରାଜା କ୍ରୋଧିତ ହୋଇ ବ୍ରାହ୍ମଣକୁ ମୂର୍ଖ ବୋଲି କହିଲେ । ଏହା ଶୁଣି ବ୍ରାହ୍ମଣ ବିଷ୍ଣୁ ଦାସ କହିଲା ରାଜା ନିଜର ଧନ ସମ୍ପତ୍ତି ଥିବାର ଗର୍ବ କାରଣରୁ ହିଁ ତୁଳସୀ ପତ୍ରକୁ ସାମାନ୍ୟ ମଣୁଛନ୍ତି ।
ଏଥିରେ ରାଜା ଓଲଟା ବ୍ରାହ୍ମଣକୁ ନିଜ ଜ୍ଞାନ କାରଣରୁ ଗର୍ବ କରୁଥିବା କହି ଯିଏ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରି ସର୍ବପ୍ରଥମେ ଦର୍ଶନ କରିବ ସେ ହିଁ ଶ୍ରେଷ୍ଠ ହେବ ବୋଲି କହିଲେ । ଏହା କହି ରାଜା ମହଲକୁ ଏବଂ ବିଷ୍ଣୁ ଦାସ ନିଜ ଘରକୁ ଚାକିଗଲେ । ରାଜା ମୁଦ୍ଗଲ ଋଷି ଏବଂ ଅନ୍ୟ ଋଷିଙ୍କ ସହାୟତାରେ ବଡ଼ ଯଜ୍ଞର ଆୟୋଜନ କରି ଯଜ୍ଞ ଆରମ୍ଭ କଲେ । ଅନେକ ବ୍ରାହ୍ମଣଙ୍କୁ ଡକାଇ ଭୋଜନ କରାଇବା ସହିତ ଦାନ ମଧ୍ୟ କଲେ । ବିଷ୍ଣୁ ନିଜ ଘରେ ହିଁ ଭଗବାନ ବିଷ୍ଣୁଙ୍କ ପୂଜା କରିବାରେ ଲାଗିଲେ । ବିଷ୍ଣୁ ଦାସ ପ୍ରତ୍ୟେକ ଦିନ ପୂଜା ସହିତ ବାହାରେ ଥିବା ତୁଳସୀ ଗଛ ଏବଂ ଘରକୁ ଆସୁଥିବା ସବୁ ଜୀବଜନ୍ତୁଙ୍କ ମଧ୍ୟରେ ଭଗବାନ ବିଷ୍ଣୁଙ୍କୁ ଦେଖି ସେମାନଙ୍କ ସେବା କରିବାରେ ଲାଗିଲେ । ଦିନେ ସକାଳୁ ବିଷ୍ଣୁ ଦାସ ଭୋଜନ ପ୍ରସ୍ତୁତ କରି ସାରି ପୂଜା କରିବାକୁ ଯାଇ ଆସି ଦେଖନ୍ତି ତ କିଏ ତାଙ୍କ ଭୋଜନ ଚୋରାଇ ନେଇଛି ।
ପୂଜା କରିବାକୁ ବିଳମ୍ବ ହେଉଥିବାରୁ ସେ ଭୋକିଲା ରହିଗଲେ । ଏମିତି ସାତ ଦିନ ବିତି ଯିବାରୁ ସେ ସନ୍ଦେହ କଲେ ଏବଂ ଘରେ ଲୁଚି ରହି କିଏ ଭୋଜନ ଚୋରି କରି ନେଇ ଯାଉଛି ତାହା ଜାଣିବାକୁ ଇଚ୍ଛା କଲେ । ଦେଖିଲେ ଯେ ଜଣେ ଅତି ଦୁର୍ବଳ ଚଣ୍ଡାଳ ଆସି ଭୋଜନ ନେଇ ଯାଉଛି । ଏହା ଦେଖି ବିଷ୍ଣୁ ଦାସଙ୍କୁ ଦୟା ହେଲା ଏବଂ ସେ ଖିରି ମଧ୍ୟ ସାଙ୍ଗରେ ନେଇ ଯିବାକୁ କହିଲେ । ବିଷ୍ଣୁ ଦାସଙ୍କ ସ୍ୱର ଶୁଣି ସେହି ଚଣ୍ଡାଳ ଦୌଡ଼ିବାରେ ଲାଗିଲା ଏବଂ କିଛି ବାଟ ଯାଇ ମୂର୍ଚ୍ଛା ହୋଇ ପଡ଼ିଗଲା । ବିଷ୍ଣୁ ଦାସ ତାଙ୍କ ମୁହଁରେ ପାଣି ଦେବା ପରେ ସେ ଉଠି ଛିଡ଼ା ହେଲେ । ଯେତେବେଳେ ବିଷ୍ଣୁ ଦାସ ତାଙ୍କୁ ତାଙ୍କ ପରିଚୟ ପଚାରିଲେ ସେତେବେଳେ ସେ ନିଜର ଅସଲ ରୂପକୁ ଆସିଲେ । ସେ ଥିଲେ ସ୍ବୟଂ ଭଗବାନ ବିଷ୍ଣୁ । ଭଗବାନ ବିଷ୍ଣୁ ତାଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ଏବଂ ଏକ ଦିବ୍ୟ ବିମାନରେ ତାଙ୍କୁ ବୈକୁଣ୍ଠ ଯିବାକୁ କହିଲେ ।
ବିଷ୍ଣୁ ଦାସ ମଧ୍ୟ ସେଥିରେ ବସି ବୈକୁଣ୍ଠ ଯିବା ସମୟରେ ରାଜା ଚୋଳ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଋଷି ମୁଦ୍ଗଲଙ୍କୁ ତାହାର କାରଣ ବିଷୟରେ ପଚାରିଲେ । ସେ ଏପରି କେଉଁ କାମ କରି ନାହାଁନ୍ତି ଯାହାଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହେଲେ ନାହିଁ । ଏସବୁ କହି ରାଜା ନିଜର ପ୍ରାଣ ତ୍ୟାଗ ଦେବାକୁ ନିର୍ଣ୍ଣୟ କଲେ । ସିଂହାସନ ତ୍ୟାଗ କରି କେହି ସନ୍ତାନ ନଥିବାରୁ ନିଜର ଭଣଜାକୁ ସିଂହାସନରେ ବସାଇ ଦେଲେ । ଯଜ୍ଞ କୁଣ୍ଡକୁ ଯାଇ ସେ ଆତ୍ମାହୁତି ଦିଅନ୍ତେ ସେହି ସମୟରେ ଦେବର୍ଷି ନାରଦ ଆସି ଅଟକାଇ ଦେଲେ । ଏହାପରେ ନାରଦ କହିଲେ ଯେ ଆପଣ ଆଜି ପର୍ଯ୍ୟନ୍ତ ସମସ୍ତ ଉପଯୁକ୍ତ କାର୍ଯ୍ୟ କରିଛନ୍ତି କିନ୍ତୁ ଭଗବାନ ବିଷ୍ଣୁଙ୍କ ଦର୍ଶନ ପିଇବା ଭଳି କୌଣସି କାମ କରି ନାହାଁନ୍ତି ।
ଏହାପରେ ନାରଦ କହନ୍ତି ଯେ ଆପଣ ଭଗବାନ ବିଷ୍ଣୁଙ୍କ ପୂଜାରେ ତୁଳସୀ ଦଳ ଅର୍ପିତ କରି ନାହାଁନ୍ତି । ଯେତେବେଳେ ସେହି ବ୍ରାହ୍ମଣ ତୁଳସୀ ପତ୍ର ଅର୍ପିତ କରିଥିଲେ ସେହି ସମୟରେ ଆପଣ ସାଧାରଣ ଗଛ କହି ତୁଳସୀ ଗଛର ଅପମାନ କରିଛନ୍ତି । କିନ୍ତୁ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଦଳ ଅତ୍ୟନ୍ତ ପ୍ରିୟ । ଯାହା ସାମ୍ନାରେ ହୀରା , ମୋତି ଏବଂ ମାଣିକ ସବୁକିଛି ମୁଲ୍ୟହୀନ ଅଟେ । ଯଦି ଆପଣ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଭଗବାନ ବିଷ୍ଣୁଙ୍କୁ ତୁଳସୀ ପତ୍ର ନିହାତି ଚଢ଼ାନ୍ତୁ । ଭଗବାନ ବିଷ୍ଣୁ ତୁଳସୀ ପତ୍ର ବିନା କୌଣସି ପ୍ରକାରର ଭୋଗ ଗ୍ରହଣ କରନ୍ତି ନାହିଁ । ବ୍ରାହ୍ମଣ ନିତ୍ୟ ତୁଳସୀ ଅର୍ପଣ କରୁଥିଲେ ତେଣୁ ତାଙ୍କୁ ବୈକୁଣ୍ଠ ପ୍ରାପ୍ତି ହେଲା ।