ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୋଇବା ସମୟରେ ନିଜ ପାଖରେ ଭୁଲରେବି ରଖନ୍ତୁ ନାହିଁ ଏହିସବୁ ଜିନିଷ । ନଚେତ ହୋଇଯିବେ ଗରୀବ ।
ବାସ୍ତୁ ଶାସ୍ତ୍ର ସବୁବେଳେ ମନୁଷ୍ୟ ଜୀବନର ଉନ୍ନତି ପାଇଁ କିଛିଖାସ ନିୟମ କିଛି ଟିପସ ବିଷୟରେ କହିଥାଏ । ଯାହାସବୁ ମନୁଷ୍ୟର ଜୀବନକୁ ଖୁବ ସହଜ କରିଥାଏ । କହିବାକୁ ଗଲେ ଆମର ନୀତି ଜୀବନରେ ଆମେ ବ୍ୟବହାର କରୁଥିବା ଅନେକ ଜିନିଷ କେବେକେବେ ଖରାପ ପ୍ରଭାବ ପକାଇ ଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବୁ ଯାହାକୁ ଆପଣ ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ । ଶୋଇବା ସମୟରେ ଶରୀର କାର୍ଯ୍ୟ ରୋହିତ ଥାଏ ଏବଂ କେବଳ ପଞ୍ଚ ତତ୍ତ୍ୱହିଁ କାମ କରିଥାଏ ।
ତେଣୁ ସେହି ସମୟରେ ଆପଣଙ୍କ ପାଖରେ କିଛି ସେପରି ବସ୍ତୁ ଯାହା ନକରାତ୍ମକ ଶକ୍ତି ଉତ୍ପନ୍ନ କରିଥାଏ , ତାହାକୁ ରଖିଲେ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ ଆଜି ଆମେ କିଛି ଏପରି ଜିନିଷ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ନିଦ ମଧ୍ୟ ଭଲ ହେବ ଏବଂ ସକାରାତ୍ମକ ଶକ୍ତିର ଉତ୍ପତ୍ତି ହେବ । ଯଦି ଆପଣଙ୍କୁ ଶୋଇବାରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତେବେ ରୁମାଲରେ କିଛି କର୍ପୂର ବାନ୍ଧି ନିଜ ମୁଣ୍ଡ ପାଖରେ ରଖି ଦିଅନ୍ତୁ । ତାହାକୁ ଆପଣ ଶୁଙ୍ଘି ପାରିବେ । କର୍ପୂର ସକାରାତ୍ମକ ଶକ୍ତିର ଉତ୍ସ ଅଟେ । ଏହାଦ୍ବାରା ମସ୍ତକ ଶାନ୍ତ ରହିଥାଏ । ଶୋଇବା ସମୟରେ ଖରାପ ଚିନ୍ତାଧାରା ମନକୁ ଅଧିକ ପ୍ରଭାବିତ କରିଥାଏ ।
ତାହାର କାରଣ କାହାରି ଖରାପ ନଜର କିମ୍ବା ଖରାପ ଶକ୍ତିର ପ୍ରଭାବ ହୋଇପାରେ । ସେଥିରୁ ବର୍ତ୍ତିବା ପାଇଁ ଶୋଇବା ସ୍ଥାନରେ ନିଜ ତକିଆ ତଳେ ତାହାକୁ ଏକ ରୁମାଲରେ ବାନ୍ଧି ରଖି ଦିଅନ୍ତୁ । ଚାଉଳ ଶୁଦ୍ଧତାର ପ୍ରତୀକ ହୋଇଥାଏ । ଏହାକୁ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଆପଣଙ୍କ ନିକଟକୁ ଆସି ପାରିବ ନାହିଁ । ଶୋଇବା କକ୍ଷରେ ଶୁଦ୍ଧତାର ବାତାବରଣ ହେବା ଅତ୍ୟନ୍ତ ଜରୁରୀ ଅଟେ । ଏଥିପାଇଁ ନିଜ ରୁମରେ ବିଛଣା ପାଖରେ ମୟୁର ପର ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ସକାରାତ୍ମକ ବିଚାର ଆସିବା ଆରମ୍ଭ ହୋଇଯାଏ । ଏହାଦ୍ବାରା ଖରାପ ଶକ୍ତି ଆପଣଙ୍କ ନିକଟକୁ ଆସିବ ନାହିଁ ।
ଏହିସବୁ ଜିନିଷ ଶୋଇବା ସମୟରେ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ :-
ମଇଳା କପଡ଼ା – ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ମଇଳା କପଡ଼ା ବାହାର କରି ନିଜ ବିଛଣା ପାଖରେ ହିଁ ରଖି ଦିଅନ୍ତି । ଯେଉଁ କାରଣରୁ ନକରାତ୍ମକ ଶକ୍ତି ବୃଦ୍ଧି ହେବାରେ ଲାଗିଥାଏ । ନିଜ ବିଛଣା ପାଖରେ ଜୋତା ଚପଲ ମଧ୍ୟ ରଖିବା ଉଚିତ ନୁହେଁ । ସମସ୍ତେ ମୋଜା , ଜୋତା ଚପଲ , ରୁମାଲ ଏବଂ ମାସ୍କ ବ୍ୟବହାର କରିଥାନ୍ତି । ମାତ୍ର ରାତିରେ ଶୋଇବା ସମୟରେ ଏହିସବୁ ଜିନିଷକୁ ନିଜ ବିଛଣା ଠାରୁ ଦୂରରେ ରଖିବା ଉଚିତ । ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ହାନୀ କାରକ ହୋଇଥାଏ ।
ଏହି ଭୁଲ ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଲାଗିପାରେ । ଲୁଣ , ହଳଦୀ , ସିନ୍ଦୁର ଏବଂ ଶୁଖିଲା ତୁଳସୀ ପତ୍ର ଯଦି ଆପଣ ନିଜ ମୁଣ୍ଡ ପାଖରେ ରଖି ଦିଅନ୍ତି ତେବେ ଆପଣଙ୍କ ଜୀବନ ଉପରେ ଏହାର ଗଭୀର ପ୍ରଭାବ ପଡ଼ିପାରେ । ଏସବୁ ନଜର ଉତାରିବା କାମରେ ବ୍ୟବହୃତ ହୋଇଥାଏ । ରାତ୍ରି ସମୟରେ ଏହିସବୁ ଜିନିଷର ବ୍ୟବହାର ବର୍ଜିତ ମାନା ଯାଏ । ଏସବୁ ମଧ୍ୟରୁ କୌଣସିବି ଜିନିଷ ଆପଣ ନିଜ ପାଖରେ ରଖନ୍ତୁ ନାହିଁ । ତୁଳସୀ ପତ୍ରକୁ ସନ୍ଧ୍ୟା ସମୟରେ କିମ୍ବା ରାତି ସମୟରେ ତୋଳନ୍ତୁ ନାହିଁ । ବିଛଣାରେ କେବେ ବହି ଖାତା ଶୋଇବା ସମୟରେ ରଖନ୍ତୁ ନାହିଁ । କାରଣ ଶୋଇବା ସମୟରେ ଭୁଲ ବଶତଃ ଏଥିରେ ପାଦ ଲାଗିଲେ ମାତା ସରସ୍ୱତୀଙ୍କ ଅପମାନ ହୋଇଥାଏ । ଶୋଇବା ସମୟରେ ମୋବାଇଲ , ଲାପଟୋପ , ବ୍ଲୁଟୁଥ , ହେଡ ଫୋନ ଏହିପରି କୌଣସି ଜିନିଷ ଲଗାଇ ଶୁଅନ୍ତୁ ନାହଁ । କାରଣ ଏହିସବୁ ଜିନିଷର ରେଡ଼ିଏସନ ଶରୀର ଉପରେ ଖରାପ ପ୍ରଭାବବ ପକାଇଥାଏ ।