ଏହି ତିନି ପ୍ରକାରର ସ୍ତ୍ରୀ କେବେ ହୁଅନ୍ତି ନାହିଁ ବିଧବା । କହିଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ ।
ଭଗବାନ ବିଷ୍ଣୁ କହନ୍ତି ଯେ ସମୟ ପୂର୍ବରୁ କେଉଁ ସ୍ତ୍ରୀ ବିଧବା ହୁଅନ୍ତି । ଅସନ୍ତୁ ଜାଣିବା ପ୍ରାଚୀନ କଥା ମାଧ୍ୟମରେ । ଗୋଟେ ଦିନ ଭଗବାନ ବିଷ୍ଣୁଙ୍କୁ ସାକ୍ଷାତ କରିବାକୁ ମାତା ଲକ୍ଷ୍ମୀ ଶିରସାଗରରେ ଥିବା ସମୟରେ ଭଗବାନ ବିଷ୍ଣୁଙ୍କୁ ପ୍ରଣାମକରି ଏକ ପ୍ରଶ୍ନ ପଚାରିଲେ । କହିଲେ ପ୍ରଭୁ ପ୍ରତିବ୍ରତା ସ୍ତ୍ରୀ କଣ ପାଇଁ କେଉଁ କାର୍ଯ୍ୟ କଲେ ସ୍ତ୍ରୀର ପ୍ରତିବ୍ରତା ନଷ୍ଟ ହେଇଯାଏ । ତେବେ ଭଗବାନ ବିଷ୍ଣୁ ପ୍ରତିବ୍ରତା ସ୍ତ୍ରୀ ୩ ଲକ୍ଷଣ କହିଲେ । ଯେଉଁ ନାରୀର ୩ ଲକ୍ଷଣ ରହେ ସେ ପ୍ରତିବ୍ରତା ହୋଇଥାଏ । ସେ ସ୍ତ୍ରୀର ଘରେ ଧନ ଜନ କେବେ ହାନି ହୁଏନି । ପ୍ରାଚୀନ କାଳରେ କଥା ମଧ୍ୟଦେଶରେ ଏକ ଶୋଭନୀୟ ନଗରୀରେ ଜଣେ ପ୍ରତିବ୍ରତା ବ୍ରାହ୍ମଣୀ ରହୁଥିଲେ । ତାଙ୍କ ନାମ ଥିଲା ଶୈବ୍ୟାଙ୍କ । ଶୈବ୍ୟାଙ୍କ ପତି ପୂର୍ବ ଜନ୍ମରେ ପାପ କର୍ମ ଯୋଗୁଁ ରୋଗାକ୍ରାନ୍ତ ହୋଇ ଯାଇଥିଲେ ।
ଶୈବ୍ୟାଙ୍କ ତାଙ୍କ ପତିଙ୍କ ଅବସ୍ଥା ଦେଖି କେବେବି ହାର ମାନିନଥିଲେ । ସଦାସର୍ବଦା ପତିଙ୍କ ସେବା କରୁଥିଲେ । ପତିଙ୍କ ଯେଉଁ ଯେଉଁ ଇଛା ରହୁଥିଲା ସଦ୍ୟ ତାଙ୍କ ଚେଷ୍ଟା ଅନୁସାରେ ପୁରାଣ କରୁଥିଲେ । ଶୈବ୍ୟାଙ୍କ ସ୍ୱାମୀ ଦିନେ ବାହାରେ ଶୋଇଥିବା ସମୟରେ ଜଣେ ଅତି ସୁନ୍ଦରୀ ବେଶ୍ୟାକୁ ରାସ୍ତାରେ ଦେଖି ସେହି ବେଶ୍ୟା ପ୍ରତି କାମୁକ ହୋଇ ଦୀର୍ଘ ନିଶ୍ଵାସ ଛାଡିବାରେ ଲାଗିଲା । ଏମିତିକି ସେହି ମହିଳା ଜଣକ ଦୂରକୁ ଚାଲିଯିବା କାରଣରୁ ସେ ଦୁଃଖୀ ହୋଇଗଲେ । ନିଜ ସ୍ୱାମୀର ଏପରି ଦୁର୍ଦଶାର କାରଣ ପଚାରିବାରୁ ସ୍ୱାମୀ କହିଥିଲେ ଯେ ସେ ଯାହା ଚାହୁଁଛନ୍ତି ତାହା ଶୈବ୍ୟା ଦେଇ ପାରିବେ ନାହିଁ । ଶୈବ୍ୟା ପୁଣି ପଚାରିବାରୁ ସ୍ୱାମୀ ସେହି ସୁନ୍ଦରୀ ବେଶ୍ୟା କଥା କହିଲେ ଏବଂ ସେ ତାଙ୍କର ଦରକାର ବୋଲି କହିଥିଲେ । ଏହା ଶୁଣି ଶୈବ୍ୟା ହୁଏତ ବହୁତ ଦୁଃଖୀ ହେଲା କିନ୍ତୁ ସେ ସ୍ୱାମୀଙ୍କ ଆଜ୍ଞା ପାଳନ କରିବ ବୋଲି ମଧ୍ୟ କହି ଚାଲିଗଲା ।
ସେହିଦିନ ରାତିରେ ଶୈବ୍ୟା ହାତରେ ଗୋବର ଏବଂ ଝାଡୁ ନେଇ ଘରୁ ବାହାରି ଗଲା ଏବଂ ଠିକ ସେହି ବେଶ୍ୟା ଘରର ବାହାରେ ଝାଡୁ କରି ଗୋବରରେ ଲିପି ଚାଲି ଆସିଲା । ଏମିତି ତିନି ଦିନ କରିବା ପରେ ବେଶ୍ୟା ନିଜ ସେବକ ମାନଙ୍କୁ ପଚାରିବାରେ ଲାଗିଲା ଯେ ଘରର ଅଗଣା ଏଭଳି ସୁନ୍ଦର କେମିତି ହେଲା ? ଆଉ ଯିଏ ଏମିତି କାମ କରିଥିବେ ତାର ଇଚ୍ଛା ମଧ୍ୟ ସେ ପୂରଣ କରିବେ ଆଜ୍ଞା ଦେଲେ । କିନ୍ତୁ ଶୈବ୍ୟାଙ୍କୁ କେହିବି ଦେଖି ନଥିଲେ କାରଣ ସେ ସମସ୍ତେ ସକାଳୁ ଉଠିବା ପୂର୍ବରୁ ଏଭଳି ଲିପିବା ପରେ ଚାଲି ଯାଉଥିଲା । ବେଶ୍ୟା ଖୁବ ଆଶ୍ଚର୍ଯ୍ୟ ହେଲେ । ଆଗାମୀ ଦିନ ବେଶ୍ୟା ରାତିରେ ଲୁଚି ଲୁଚି ନଜର ରଖି ଦେଖନ୍ତି ଯେ ଶୈବ୍ୟା ବ୍ରାହ୍ମଣୀ ଆସି ଏଭଳି କାମ କରୁଛନ୍ତି । ଏହା ଦେଖି ବେଶ୍ୟା କହନ୍ତି ଯେ ” ଦେବୀ ଆପଣ ଏହି ପାପୀ ସ୍ତ୍ରୀର ଅଗଣା ପରିଷ୍କାର କାହିଁକି କରୁଛନ୍ତି ? ” ଏହା କହି ସେ ଶୈବ୍ୟା ଗୋଡ଼ ଧରି କାରଣ ପଚାରିଲେ ।
ଶୈବ୍ୟା କିଛିଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ନଜର ସେହି ବେଶ୍ୟାଙ୍କ ଶରୀର ଉପରେ ପଡ଼ିଥିବା କହିଲେ । ଯେଉଁ କାରଣରୁ ତାଙ୍କ ଶରୀରକୁ ପାଇବା ପାଇଁ ତାଙ୍କ ସ୍ୱାମୀ ଇଚ୍ଛା କରିଥିବା ସେ କହିଲେ । ଏହାପରେ ବେଶ୍ୟା ଆଶ୍ଚର୍ଯ୍ୟ ହୋଇଗଲା ଏବଂ କହିଲା ଯେ ଯଦି ସେ ତାଙ୍କ ସ୍ୱାମୀଙ୍କୁ ଗୋଟିଏ ଦିନ ପାଇଁ ତାଙ୍କ ଘରକୁ ନେଇ ଆସନ୍ତି ତେବେ ସେ ତାଙ୍କ ଇଚ୍ଛା ନିଶ୍ଚୟ ପୂରଣ କରିବେ । ଶୈବ୍ୟା ଘରକୁ ଆସି ନିଜ ସ୍ୱାମୀଙ୍କୁ ସବୁକଥା କହିବା ସହିତ ସେହିଦିନ ରାତିରେ ସେ ନିଜ ପିଠିରେ ସ୍ୱାମୀଙ୍କୁ ବୋହି ନେଇ ସେହି ବେଶ୍ୟା ଘରକୁ ନେଇଗଲେ । ରାସ୍ତାରେ ଯାଉଥିବା ସମୟରେ ଜଣେ ରାଜା ମଣ୍ଡବ୍ୟ ଋଷିଙ୍କୁ ଚୋର ଭାବି ଶୁଳିରେ ଚଢ଼ାଇ ଦେଇଥିଲେ । କିନ୍ତୁ ଋଷି ତଥାପି ତପସ୍ୟାରେ ରତ ଥିଲେ ।
ଏହି ସମୟରେ ବ୍ରହ୍ମଣ ଯାଉଥିବା ସମୟରେ କ୍ଷତାକ୍ତ ଗୋଡ଼ ବାଜିବାରୁ ମଣ୍ଡବ୍ୟ ଋଷିଙ୍କ ତପସ୍ୟା ଭଙ୍ଗ ହୋଇଗଲା । ତେଣୁ ସେ କ୍ରୋଧିତ ହୋଇ ଅଭିଶାପ ଦେବାକୁ ଲାଗିଲେ ଯେ ଯେଉଁ ବ୍ୟକ୍ତି ତାଙ୍କର ତପସ୍ୟା ଭଙ୍ଗ କରିଛି ସେହି ବ୍ୟକ୍ତି ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଭସ୍ମ ହୋଇଯିବ । ଶୈବ୍ୟାଙ୍କ ସ୍ୱାମୀ ତଳେ ପଡ଼ିଗଲେ ଏବଂ ଏହା ଦେଖି ଶୈବ୍ୟା କହିଲେ ଯେ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହିଁ ନହେଉ । ଏହା କହି ନିଜ ସ୍ୱାମୀକୁ ନେଇ ଚାଲିଗଲେ । ପତିବ୍ରତାର ବଚନରେ ଖୁବ ଶକ୍ତି ଥାଏ ଏବଂ ସେ ଯାହା କଲେ ତାହା ସତ୍ୟ ହୋଇଯାଏ । ତେଣୁ ତିନି ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହୋଇ ନଥିଲା । ଏହା ପରେ ବ୍ରହ୍ମା ଏବଂ ସବୁ ଦେବଦେବୀ ପତିବ୍ରତା ନାରୀ ପାଖକୁ ଯାଇ ନିଜ ସ୍ତ୍ରୀର ମୃତ୍ୟୁ ହୋଇଯିବ ବୋଲି କହିଲେ ।
ମାତ୍ର ପତିବ୍ରତା ନାରୀ ମାନି ନଥିଲେ । ତେଣୁ ବ୍ରହ୍ମା ବର ଦାନ କଲେ ଯେ ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାଙ୍କ ସ୍ୱାମୀ ମଧ୍ୟ ଖୁବ ସୁନ୍ଦର ହୋଇଯିବେ ।ଏହାପରେ ପତିବ୍ରତା ନାରୀ ହଁ କହି ସ୍ୱୀକୃତି ଦେଇଦେଲେ । ଏହାପରେ ସୂର୍ଯ୍ୟ ଉଦୟ ହେଲା ଏବଂ ତାର ସ୍ୱାମୀ ଜଳି ଭସ୍ମ ହେବା ପରେ ସୁନ୍ଦର କାମଦେବ ରୂପୀ ସ୍ୱାମୀ ଜନ୍ମ ହେଲା । ଏହାପରେ ସ୍ୱର୍ଗରୁ ଏକ ବିମାନ ଆସିଲା ଏବଂ ଦୁହେଁ ସ୍ୱର୍ଗଲୋକ ଚାଲିଗଲେ । ତେବେ ଏହି କାହାଣୀରୁ ଏହା ଶିକ୍ଷା ହେଉଛି ଯେ ପତିବ୍ରତା ନାରୀର ବଚନ ଦୃଢ଼ ହୋଇଥାଏ । ଆଉ ଜଣେ ପତିବ୍ରତା ନାରୀର ଏହିଭଳି ଲକ୍ଷଣ ଥାଏ ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ।