Excuse Me Odisha

ଯାହା କହିବୁ ସତ କହିବୁ

ପତିବ୍ରତା ସ୍ତ୍ରୀର ରହିଥାଏ ଏଭଳି ଲକ୍ଷଣ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପତିବ୍ରତା ସ୍ତ୍ରୀର କଥା ।

ସେୟାର୍ କରନ୍ତୁ

ଦେବର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ ପତିବ୍ରତା ନାରୀର ସଙ୍କେତ ବିଷୟରେ କହିଛନ୍ତି । ଯାହାର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ ପତିବ୍ରତା ନାରୀ ମାନଙ୍କର ତିନୋଟି ଲକ୍ଷଣ ବିଷୟରେ କହିଛନ୍ତି । ଯେଉଁ ସ୍ତ୍ରୀ ମାନେ ପତିବ୍ରତା ହୋଇଥାନ୍ତି ସେମାନେ ମୃତ୍ୟୁ ପରେ ବିଷ୍ଣୁଲୋକକୁ ଯାଇଥାନ୍ତି । ଯେଉଁ ବ୍ୟକ୍ତି ଭଗବାନ ବିଷ୍ଣୁଙ୍କର କହିଥିବା ଏହି କଥାକୁ ଧ୍ୟାନର ସହିତ ଶୁଣିଥାଏ ଭଗବାନ ତାହାର ସବୁ ପାପକୁ ନାଶ କରନ୍ତି । ସେହି କଥା ଅନୁଯାୟୀ ପ୍ରାଚୀନ କାଳରେ ମଧ୍ୟଦେଶରେ ଏକ ଶୋଭାୟମାନ ନଗରୀରେ ଜଣେ ଶୈବ୍ୟା ନାମକ ପତିବ୍ରତା ବ୍ରାହ୍ମଣୀ ଥିଲେ । ଶୈବ୍ୟାଙ୍କ ସ୍ୱାମୀ ନିଜର ପୂର୍ବ ଜନ୍ମର ପାପ କାରଣରୁ ରୋଗାକ୍ରାନ୍ତ ହୋଇ ପଡ଼ିଥିଲେ । ସ୍ୱାମୀର ଏଭଳି ଅବସ୍ଥା ସତ୍ତ୍ୱେବି ଶୈବ୍ୟା ତାଙ୍କ ସହିତ ରହି ଆସୁଥିଲେ ।

ଥରେ ଶୈବ୍ୟାଙ୍କ ସ୍ୱାମୀ ବାହାରେ ଶୋଇଥିବା ସମୟରେ ଜଣେ ଅତି ସୁନ୍ଦରୀ ବେଶ୍ୟାକୁ ରାସ୍ତାରେ ଦେଖି ସେହି ବେଶ୍ୟା ପ୍ରତି କାମୁକ ହୋଇ ଦୀର୍ଘ ନିଶ୍ଵାସ ଛାଡିବାରେ ଲାଗିଲା । ଏମିତିକି ସେହି ମହିଳା ଜଣକ ଦୂରକୁ ଚାଲିଯିବା କାରଣରୁ ସେ ଦୁଃଖୀ ହୋଇଗଲେ । ନିଜ ସ୍ୱାମୀର ଏପରି ଦୁର୍ଦଶାର କାରଣ ପଚାରିବାରୁ ସ୍ୱାମୀ କହିଥିଲେ ଯେ ସେ ଯାହା ଚାହୁଁଛନ୍ତି ତାହା ଶୈବ୍ୟା ଦେଇ ପାରିବେ ନାହିଁ । ଶୈବ୍ୟା ପୁଣି ପଚାରିବାରୁ ସ୍ୱାମୀ ସେହି ସୁନ୍ଦରୀ ବେଶ୍ୟା କଥା କହିଲେ ଏବଂ ସେ ତାଙ୍କର ଦରକାର ବୋଲି କହିଥିଲେ । ଏହା ଶୁଣି ଶୈବ୍ୟା ହୁଏତ ବହୁତ ଦୁଃଖୀ ହେଲା କିନ୍ତୁ ସେ ସ୍ୱାମୀଙ୍କ ଆଜ୍ଞା ପାଳନ କରିବ ବୋଲି ମଧ୍ୟ କହି ଚାଲିଗଲା । ସେହିଦିନ ରାତିରେ ଶୈବ୍ୟା ହାତରେ ଗୋବର ଏବଂ ଝାଡୁ ନେଇ ଘରୁ ବାହାରି ଗଲା ଏବଂ ଠିକ ସେହି ବେଶ୍ୟା ଘରର ବାହାରେ ଝାଡୁ କରି ଗୋବରରେ ଲିପି ଚାଲି ଆସିଲା ।

ଏମିତି ତିନି ଦିନ କରିବା ପରେ ବେଶ୍ୟା ନିଜ ସେବକ ମାନଙ୍କୁ ପଚାରିବାରେ ଲାଗିଲା ଯେ ଘରର ଅଗଣା ଏଭଳି ସୁନ୍ଦର କେମିତି ହେଲା ? ଆଉ ଯିଏ ଏମିତି କାମ କରିଥିବେ ତାର ଇଚ୍ଛା ମଧ୍ୟ ସେ ପୂରଣ କରିବେ ଆଜ୍ଞା ଦେଲେ । କିନ୍ତୁ ଶୈବ୍ୟାଙ୍କୁ କେହିବି ଦେଖି ନଥିଲେ କାରଣ ସେ ସମସ୍ତେ ସକାଳୁ ଉଠିବା ପୂର୍ବରୁ ଏଭଳି ଲିପିବା ପରେ ଚାଲି ଯାଉଥିଲା । ବେଶ୍ୟା ଖୁବ ଆଶ୍ଚର୍ଯ୍ୟ ହେଲେ । ଆଗାମୀ ଦିନ ବେଶ୍ୟା ରାତିରେ ଲୁଚି ଲୁଚି ନଜର ରଖି ଦେଖନ୍ତି ଯେ ଶୈବ୍ୟା ବ୍ରାହ୍ମଣୀ ଆସି ଏଭଳି କାମ କରୁଛନ୍ତି । ଏହା ଦେଖି ବେଶ୍ୟା କହନ୍ତି ଯେ ” ଦେବୀ ଆପଣ ଏହି ପାପୀ ସ୍ତ୍ରୀର ଅଗଣା ପରିଷ୍କାର କାହିଁକି କରୁଛନ୍ତି ? ” ଏହା କହି ସେ ଶୈବ୍ୟା ଗୋଡ଼ ଧରି କାରଣ ପଚାରିଲେ ।

ଶୈବ୍ୟା କିଛିଦିନ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ନଜର ସେହି ବେଶ୍ୟାଙ୍କ ଶରୀର ଉପରେ ପଡ଼ିଥିବା କହିଲେ । ଯେଉଁ କାରଣରୁ ତାଙ୍କ ଶରୀରକୁ ପାଇବା ପାଇଁ ତାଙ୍କ ସ୍ୱାମୀ ଇଚ୍ଛା କରିଥିବା ସେ କହିଲେ । ଏହାପରେ ବେଶ୍ୟା ଆଶ୍ଚର୍ଯ୍ୟ ହୋଇଗଲା ଏବଂ କହିଲା ଯେ ଯଦି ସେ ତାଙ୍କ ସ୍ୱାମୀଙ୍କୁ ଗୋଟିଏ ଦିନ ପାଇଁ ତାଙ୍କ ଘରକୁ ନେଇ ଆସନ୍ତି ତେବେ ସେ ତାଙ୍କ ଇଚ୍ଛା ନିଶ୍ଚୟ ପୂରଣ କରିବେ । ଶୈବ୍ୟା ଘରକୁ ଆସି ନିଜ ସ୍ୱାମୀଙ୍କୁ ସବୁକଥା କହିବା ସହିତ ସେହିଦିନ ରାତିରେ ସେ ନିଜ ପିଠିରେ ସ୍ୱାମୀଙ୍କୁ ବୋହି ନେଇ ସେହି ବେଶ୍ୟା ଘରକୁ ନେଇଗଲେ । ରାସ୍ତାରେ ଯାଉଥିବା ସମୟରେ ଜଣେ ରାଜା ମଣ୍ଡବ୍ୟ ଋଷିଙ୍କୁ ଚୋର ଭାବି ଶୁଳିରେ ଚଢ଼ାଇ ଦେଇଥିଲେ । କିନ୍ତୁ ଋଷି ତଥାପି ତପସ୍ୟାରେ ରତ ଥିଲେ ।

ଏହି ସମୟରେ ବ୍ରହ୍ମଣ ଯାଉଥିବା ସମୟରେ କ୍ଷତାକ୍ତ ଗୋଡ଼ ବାଜିବାରୁ ମଣ୍ଡବ୍ୟ ଋଷିଙ୍କ ତପସ୍ୟା ଭଙ୍ଗ ହୋଇଗଲା । ତେଣୁ ସେ କ୍ରୋଧିତ ହୋଇ ଅଭିଶାପ ଦେବାକୁ ଲାଗିଲେ ଯେ ଯେଉଁ ବ୍ୟକ୍ତି ତାଙ୍କର ତପସ୍ୟା ଭଙ୍ଗ କରିଛି ସେହି ବ୍ୟକ୍ତି ସୂର୍ଯ୍ୟ ଉଦୟ ପୂର୍ବରୁ ହିଁ ଭସ୍ମ ହୋଇଯିବ । ଶୈବ୍ୟାଙ୍କ ସ୍ୱାମୀ ତଳେ ପଡ଼ିଗଲେ ଏବଂ ଏହା ଦେଖି ଶୈବ୍ୟା କହିଲେ ଯେ ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହିଁ ନହେଉ । ଏହା କହି ନିଜ ସ୍ୱାମୀକୁ ନେଇ ଚାଲିଗଲେ । ପତିବ୍ରତାର ବଚନରେ ଖୁବ ଶକ୍ତି ଥାଏ ଏବଂ ସେ ଯାହା କଲେ ତାହା ସତ୍ୟ ହୋଇଯାଏ । ତେଣୁ ତିନି ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହୋଇ ନଥିଲା । ଏହା ପରେ ବ୍ରହ୍ମା ଏବଂ ସବୁ ଦେବଦେବୀ ପତିବ୍ରତା ନାରୀ ପାଖକୁ ଯାଇ ନିଜ ସ୍ତ୍ରୀର ମୃତ୍ୟୁ ହୋଇଯିବ ବୋଲି କହିଲେ ।

ମାତ୍ର ପତିବ୍ରତା ନାରୀ ମାନି ନଥିଲେ । ତେଣୁ ବ୍ରହ୍ମା ବର ଦାନ କଲେ ଯେ ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାଙ୍କ ସ୍ୱାମୀ ମଧ୍ୟ ଖୁବ ସୁନ୍ଦର ହୋଇଯିବେ ।ଏହାପରେ ପତିବ୍ରତା ନାରୀ ହଁ କହି ସ୍ୱୀକୃତି ଦେଇଦେଲେ । ଏହାପରେ ସୂର୍ଯ୍ୟ ଉଦୟ ହେଲା ଏବଂ ତାର ସ୍ୱାମୀ ଜଳି ଭସ୍ମ ହେବା ପରେ ସୁନ୍ଦର କାମଦେବ ରୂପୀ ସ୍ୱାମୀ ଜନ୍ମ ହେଲା । ଏହାପରେ ସ୍ୱର୍ଗରୁ ଏକ ବିମାନ ଆସିଲା ଏବଂ ଦୁହେଁ ସ୍ୱର୍ଗଲୋକ ଚାଲିଗଲେ । ତେବେ ଏହି କାହାଣୀରୁ ଏହା ଶିକ୍ଷା ହେଉଛି ଯେ ପତିବ୍ରତା ନାରୀର ବଚନ ଦୃଢ଼ ହୋଇଥାଏ । ଆଉ ଜଣେ ପତିବ୍ରତା ନାରୀର ଏହିଭଳି ଲକ୍ଷଣ ଥାଏ ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *