Excuse Me Odisha

ଯାହା କହିବୁ ସତ କହିବୁ

ଜାନୁଆରୀ ୨ ମଙ୍ଗଳବାର , ଘରକୁ କେବଳ ଏହି ଗୋଟିଏ ଜିନିଷ ନେଇ ଆସିଲେ ଦୂର ହୋଇଯାଏ କରଜ । ଆପଣ ବି ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

କରଜ ଏପରି ଏକ ସାଂଘାତିକ ଜିନିଷ ଅଟେ ଯାହାକି ବ୍ୟକ୍ତିକୁ ସବୁବେଳେ ମାନସିକ ଅଶାନ୍ତି ମଧ୍ୟରେ ଘେରି ରଖିଥାଏ । ଆଉ ଏହି କାରଣରୁ ଅନେକ ସମୟରେ ମନୁଷ୍ୟ ନିଜର ଆତ୍ମସମ୍ମାନ ହରାଇଥାଏ । କରଜ କରିଥିବା ବ୍ୟକ୍ତିକୁ ତା ନିଜ ସମେତ ପୁରା ପରିବାରକୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହାଦ୍ବାରା ଘରେ ଅଶାନ୍ତି , କଳହ , ପାଟିତୁଣ୍ଡ ମଧ୍ୟ ଦେଖା ଦେଇଥାଏ । କିନ୍ତୁ କରଜ ନେବା ପୂର୍ବରୁ କିଛି ସତର୍କତା ଏବଂ ଉପାୟ କଲେ କରଜ ନାମକ ସମସ୍ୟା ଦୂର ହୋଇଯିବ । ମଙ୍ଗଳବାର ଏବଂ ଶନିବାର ଦିନ କରଜ ନେଲେ ସମାଧାନ ବିଳମ୍ବ ହୋଇଥାଏ । ତେଣୁ ଏହିଦିନ କରଜ ନିଅନ୍ତୁ ନାହିଁ ।

କିଛି ବିଶେଷ ତାରିଖ ଯେମିତିକି ୮ , ୧୭ , ୨୬ ରେ କରଜ ଦେବା କିମ୍ବା ନେବା ବର୍ଜିତ ଅଟେ । କରଜ ନେଉଥିବା କାଗଜପତ୍ରରେ କଳା କାଳିରେ ହସ୍ତାକ୍ଷର କରିବା ଉଚିତ ନୁହେଁ । କରଜ ନେବାର ଉପଯୁକ୍ତ ବାର ହେଉଛି ସୋମବାର , ବୁଧବାର ଏବଂ ଶୁକ୍ରବାର ଅଟେ । ଆଉ କିଛି କ୍ଷେତ୍ରରେ କିଛି ଖାସ ଉପାୟ କରିପାରିବେ । ପ୍ରଥମତଃ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଏକ ପାନ ପତ୍ର ଆଣନ୍ତୁ । ବୁଧ ଗ୍ରହ ସହିତ ପାନର ଅନେକ ସଂଯୋଗ ରହିଛି । ଏକ ଖାସ ଉପାୟ ଅନୁଯାୟୀ ଏକ ଗୋଟା ପାନ ପତ୍ର ନେଇ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ମୋଡ଼ି ଦିଅନ୍ତୁ ଏବଂ ମଙ୍ଗଳବାର ଦିନ ସନ୍ଧ୍ୟ ସମୟରେ ସ୍ନାନ କରି ପରିଷ୍କାର ବସ୍ତ୍ର ଧାରଣ କରି କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ ।

ଏହି ଉପାୟ ଲଗାତାର ତିନି ମାସ ପ୍ରତ୍ୟକ ମଙ୍ଗଳବାର ଦିନ କରିବା ସାମୟରେ ସାତ୍ଵିକତା ବଜାୟ ରଖିବାକୁ ଭୁଲନ୍ତୁ ନାହିଁ । ଅନେକ ସମୟରେ କରଜ କାରଣରୁ ବ୍ୟବସାୟରେ ମଧ୍ୟ କ୍ଷତି ଦେଖା ଦେଇଥାଏ । ତେଣୁ ଏକ ପାନ ପତ୍ର ଆଣି ଡେମ୍ଫ ବାହାର କରି ଚିକ୍କଣ ଅଂଶକୁ ତଳକୁ ରଖି ଖଦଡ଼ିଆ ପାର୍ଶ୍ଵ ଉପରେ ଦୁଇଟି ଲବଙ୍ଗ ରଖି ଭଗବାନଙ୍କୁ ପ୍ରାର୍ଥନା କରି କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ଏହାଦ୍ୱାରା ଜୀବନରେ କୌଣସିବି ସମସ୍ୟା ଏହି ପାନ ପତ୍ର ସହିତ ବୋହି ଯିବ । କରଜ ଜନିତ ସମସ୍ୟାରୁ ମୁକ୍ତି ପାଇଁ ନବରାତ୍ରୀର ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପାନ ପତ୍ର ଆଣି ସେଥିରେ ରିମ ଲେଖି ମାତା ଦୁର୍ଗାଙ୍କୁ ଅର୍ପିତ କରି ଦିଅନ୍ତୁ ଏବଂ ମାତା ଦୁର୍ଗାଙ୍କ ମନ୍ତ୍ର ଜପ କରନ୍ତୁ ।

ଏହି ଉପାୟକୁ ଘରର କେହିବି କରି ପାରିବେ । କିନ୍ତୁ ମନେ ରଖନ୍ତୁ ଯେ ମହିଳା ମାନେ ଶ୍ରୀହନୁମାନଙ୍କୁ ସ୍ପର୍ଶ କରିବା ବର୍ଜିତ ଅଟେ । ମଙ୍ଗଳବାର ଦିନ ଦିନ ସାତ୍ଵିକ ଭୋଜନ କରନ୍ତୁ ଏବଂ ଲୁଣ ସେବନ କରନ୍ତୁ ନାହିଁ । ରାତି ୧୧ ରୁ ୧ ମଧ୍ୟରେ ଶୁଦ୍ଧ ହୋଇ ହନୁମାନଙ୍କ ସାମ୍ନାରେ ଆସନ ପକାଇ ବସି ଯାଆନ୍ତୁ ଏବଂ ନାଲି ଫୁଲ ଅର୍ପିତ କରନ୍ତୁ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ନିୟମିତ ଭାବରେ ୧୧ ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ପୁରୁଷ ମାନେ ମଙ୍ଗଳବାର ଦିନ ଦକ୍ଷିଣବର୍ତ୍ତି ହନୁମାନଙ୍କୁ ସିନ୍ଦୁର ଅର୍ପିତ କରିବା ଉଚିତ ଏବଂ ନାଲି ଫୁଲ ଅର୍ପିତ କରିବା ସହିତ ସକାଳ ସନ୍ଧ୍ୟା ଶଙ୍ଖ ବଜାଇ କରଜ ମୁକ୍ତି ନିମିତ୍ତ ପ୍ରାର୍ଥନା କରିବା ଉଚିତ । ଏହାଦ୍ବାରା ଯେତେ ବଡ଼ କରଜ ସମସ୍ୟା ହେଉ ନା କାହିଁକି ତାହା ଦୂରେଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *