ଦୀପାବଳି ଠାରୁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଶରତ ପୂର୍ଣ୍ଣିମା ରାତି । ଏହି ସ୍ଥାନରେ ଦୀପ ଜାଳିଲେ ମାତା ଲକ୍ଷ୍ମୀ ହୁଅନ୍ତି ପ୍ରସନ୍ନ ।
ଶରତ ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ସମୁଦ୍ର ମନ୍ଥନରୁ ଜନ୍ମ ହୋଇଥିଲେ ବୋଲି କୁହାଯାଏ । ତେଣୁ ଏହିଦିନ ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ କ୍ଷୀରି ଅର୍ପିତ କରନ୍ତି ତେବେ ମାତା ଲକ୍ଷ୍ମୀ ନିଶ୍ଚୟ ପ୍ରସନ୍ନ ହେବେ । ଏହିଦିନ କିଛି ଖାସ ଉପାୟ କଲେ ମାତା ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଅଁଳା , ନଡ଼ିଆ , ଗୋଲାପ ଫୁଲ ପାଖୁଡ଼ା , ଲବଙ୍ଗ , ଅଳେଇଚ ଏବଂ ଧଳା ମିଠା ମାତାଙ୍କୁ ଅର୍ପିତ କରି ମାତାଙ୍କ କଥା ଶୁଣନ୍ତୁ । ଏହାଦ୍ବାରା ଧନ ଏବଂ ସୁଖ ସମୃଦ୍ଧିର କୌଣସି ଅଭାବ ହୁଏନାହିଁ । ଯଦି ଆପଣ ଏହିଦିନ ଅଁଳାକୁ ଚନ୍ଦ୍ର ଆଲୋକରେ ରଖି ତାହାକୁ ସେବନ କରନ୍ତି ତେବେ ବର୍ଷ ସାରା ସ୍ୱାସ୍ଥ୍ୟ ଭଲ ରହିବ ।
ଏହିଦିନ ପୂଜା ପାଠ ଏବଂ ଦାନ କଲେ ଜୀବନସାରା ଦାରିଦ୍ର୍ୟତା ଆସିବ ନାହିଁ । ଏହିଦିନ ଭୁଲରେବି କଳା ପୋଷାକ ପରିଧାନ ବର୍ଜିତ ଅଟେ । ଯଦି ଆପଣ ରାତିସାରା ଏକ ଅଖଣ୍ଡ ଦୀପରେ ଦୁଇଟି ଲବଙ୍ଗ ପକାଇ ଜାଳନ୍ତି ତେବେ ଏହାଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆକର୍ଷିତ ହୋଇ ଆସିବେ । ଯଦି ଆପଣ ମାତାଙ୍କୁ ଦହି ଅର୍ପିତ କରନ୍ତି ତେବେ ଆପଣଙ୍କ ଜୀବନରେ କେବେ ଦୁଃଖ ଆସିବ ନାହିଁ । ଏହି ଦିନ ଚନ୍ଦ୍ରମା ଚନ୍ଦ୍ର କଳା ବିନା ଆସନ୍ତି ତେଣୁ ଚନ୍ଦ୍ର ଆଲୋକରେ ଅତି କମ ବସ୍ତ୍ର ସହିତ ରହିଲେ ବର୍ଷ ସାରା ସ୍ୱାସ୍ଥ୍ୟ ଭଲ ରହେ ଏବଂ ଚର୍ମ ଉଜ୍ଜଳ ହୋଇଥାଏ ।
ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ଗୋଟିଏବି ବେଲପତ୍ର ଅର୍ପିତ କରନ୍ତି ତେବେ ଜୀବନରେ କେବେବି ଅଭାବ ହୁଏନାହିଁ । ସକାଳ ସନ୍ଧ୍ୟା ଶଙ୍ଖ ବଜାଇବା ସହିତ ମାତାଙ୍କୁ ନିଶ୍ଚୟ ଅତର ଅର୍ପିତ କରନ୍ତୁ । ଏପରି କରିବା ଦ୍ୱାରା ଘରୁ ନକରାତ୍ମକତା ଦୂର ହୋଇଯିବ । ଏହିଦିନ ଘରେ ପ୍ରେମ ପୂର୍ବକ ରହିବା ଉଚିତ ଏବଂ ଝଗଡ଼ା ବାଦ ବିବାଦ ଆଦି ସୃଷ୍ଟି ହେବା ଉଚିତ ନୁହେଁ । ପୂର୍ଣ୍ଣିମା ତିଥିରେ ଦୀପ ଜାଳିବାର ବିଧାନ ରହିଛି । ତେଣୁ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଦୀପ ଜାଳି ଧଳା ମିଠା ନିଶ୍ଚୟ ଅର୍ପିତ କରନ୍ତୁ । ପୂର୍ଣ୍ଣିମା ଦିନ ତୁଳସୀ ଗଛ ସାମ୍ନାରେ ମଧ୍ୟ ଦୀପ ଜଳାଇ ପରିକ୍ରମା କରନ୍ତୁ ।
କିନ୍ତୁ ଭୁଲରେବି ତୁଳସୀକୁ ସ୍ପର୍ଶ କରନ୍ତୁ ନାହିଁ । ଏହିଦିନ ଭଗବାନ ଶିବଙ୍କର ବିଶେଷ ରୂପରେ ପୂଜା କରିବାର ବିଧାନ ରହିଛି । ଯଦି ମହାଦେବଙ୍କୁ ରୁପାର ପାତ୍ରରେ କ୍ଷୀର ଅର୍ପିତ କରାଯାଏ ତେବେ ଚନ୍ଦ୍ରମା ସମ୍ବନ୍ଧୀୟ ସବୁ ଦୋଷ ଦୂର ହୋଇଥାଏ । ସନ୍ଧ୍ୟା ସମୟରେ ଶିବାଳୟ ଯାଇ ସେଠାରେ ଏକ ଦୀପ ନିଶ୍ଚୟ ଜାଳି ଦିଅନ୍ତୁ । ଏହାଦ୍ବାରା ବାତାବରଣରେ ପ୍ରକାଶ ଆସିବ । ଆପଣ ଶ୍ରୀହନୁମାନଙ୍କ ଭକ୍ତ ହୋଇଥିଲେ ହନୁମାନଙ୍କ ସାମ୍ନାରେ ଦୀପ ଜାଳି ପାରିବେ । କାର୍ତ୍ତିକ ମାସରେ ଦୀପ ଦାନ କଲେ ପରିବାର ସଦସ୍ୟଙ୍କ ଜୀବନରେ ଅନ୍ଧକାର ରୂପୀ ସମସ୍ୟାର ସମାପ୍ତ ହୁଏ ।