Excuse Me Odisha

ଯାହା କହିବୁ ସତ କହିବୁ

ଚନ୍ଦ୍ର ଗ୍ରହଣ ଅକ୍ଟୋବର ୨୮ ରେ ପାଳନ ହେବନି କୁମାର ପୂର୍ଣ୍ଣିମା । ଭୁଲ କଲେ ମିଳିବ ଏହିସବୁ ଦଣ୍ଡ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ଅକ୍ଟୋବର ୨୮ ରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଯାହାକି ଆଂଶିକ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏଭଳି ଶାସ୍ତ୍ର ଅନୁଯାୟୀ ମାନ୍ୟତା ରହିଛି ଯେ ସୂର୍ଯ୍ୟଙ୍କର ନକ୍ଷତ୍ରର ଚନ୍ଦ୍ର ଗୋଚର କଲେ ଶେଷ ପ୍ରହରରେ ଗ୍ରହଣ ଲାଗିଥାଏ । ସାଧରଣତଃ ପୂର୍ଣ୍ଣିମାରେ ହିଁ ଚନ୍ଦ୍ର ଗ୍ରହଣ ଲାଗିଥାଏ । ଏହି ଚନ୍ଦ୍ର ଗ୍ରହଣର ଚାରି ପ୍ରହର ପୂର୍ବରୁ ହିଁ ସୂତକ ସମୟ ପାଳିତ ହୋଇଥାଏ । ଅର୍ଥାତ ପାଖ ନିଷେଧ ସମୟ ହେଉଛି ଶନିବାର ଦିନ ୨.୩୨ ରୁ ମଧ୍ୟରାତ୍ରୀ ୩.୫୫ । ଗ୍ରହଣ ଲାଗିବାର ସମୟ ହେଉଛି ରାତି ୧୧.୩୨ ରୁ ୩.୫୫ । ଏହାର ଅନ୍ତିମ ସଂଯୋଗ ରାତ୍ରି ୨.୩୨ ପର୍ଯ୍ୟନ୍ତ ରହିଛି ।

ସର୍ବପରେ କହିବାକୁ ଗଲେ ପୂର୍ଣ୍ଣିମା ଏବଂ ପ୍ରତିପଦ ତିଥିର ସନ୍ଧି ସମୟରେ ହିଁ ସ୍ପର୍ଶ ସମୟ ଲାଗିବାକୁ ଯାଉଛି । ଗ୍ରହଣର ସ୍ପର୍ଶ ସମୟ ଠାରୁ ୮ ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ କରିବା ଉଚିତ ଏବଂ ଯଦି ଆପଣ ରୋଷେଇ କରୁଛନ୍ତି ତେବେ ସେଥିରେ ତୁଳସୀ ପତ୍ର ପକାଇ ଦିଅନ୍ତୁ ଅର୍ଥାତ ୪.୫୫ ପୂର୍ବରୁ ହିଁ ହାଣ୍ଡି ଛାଡ଼ କରନ୍ତୁ । ଏହା ପୂର୍ବରୁ ହିଁ ସମସ୍ତ ଦେବ କାର୍ୟ୍ଯ ସମ୍ପନ୍ନ କରି ଦିଅନ୍ତୁ । ଚନ୍ଦ୍ର ଗ୍ରହଣ ସମୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ , ଦେବଦେବୀ ପୂଜା କିମ୍ବା ଆରତୀ ସୁଦ୍ଧା କରିବା ବର୍ଜିତ ଅଟେ । ନଚେତ ଏହାଦ୍ବାରା ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

ଗ୍ରହଣ ସମୟରେ ଆପଣ ଅନ୍ନ ଦାନ କରି ପାରିବେ । ଏହାଦ୍ବାରା ଶରୀରରେ ରୋଗ ହୋଇ ନଥାଏ ବୋଲି କୁହାଯାଏ । ଚନ୍ଦ୍ର ଗ୍ରହଣ ସମୟରେ ମନ୍ତ୍ର ଜପ କଲେ ତାହା ସିଦ୍ଧ ହୋଇଥାଏ । ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୮ କୁମାର ପୁର୍ଣିମା ଦିନ ଲାଗୁଛି । ସାଧରଣତଃ କୁମାର ପୂର୍ଣ୍ଣିମା ପୂଜା ସନ୍ଧ୍ୟା ସମୟରେ ବୃନ୍ଦାବତୀଙ୍କ ପାଖରେ ହୋଇଥାଏ । ଉପଯୁକ୍ତ ସମୟରେ ପୂଜା କରିବା ଉଚିତ ଏବଂ ଏହା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ପୂଜା ମଧ୍ୟ ଶେଷ କରିବା ଜରୁରୀ ଅଟେ । ଧ୍ୟାନ ଦେବେ ପୂଜା ସମୟରେ ଚନ୍ଦ୍ର ଦୃଶ୍ୟ ମାନ ହୁଅନ୍ତୁ କି ନହୁଅନ୍ତୁ କୌଣସି ଅସୁବିଧା ନାହିଁ । ଗ୍ରହଣ ସମୟରେ ସବୁ ବ୍ୟକ୍ତିଙ୍କ ପାଇଁ ସମାନ ନିୟମ ଭୋଜନ ବର୍ଜିତ ଅଟେ ।

ମାତ୍ର କୌଣସି ରୋଗୀ ବୃଦ୍ଧ ଏବଂ ଛୋଟ ପିଲାଙ୍କ ପାଇଁ କୌଣସି ନିୟମ ରହିବ ନାହିଁ । ଚନ୍ଦ୍ର ଗ୍ରହଣ ସମୟରେ ଅନେକ କାର୍ଯ୍ୟ ବର୍ଜିତ ରହିଛି । ଯେମିତିକି ଶାସ୍ତ୍ର ଅନୁଯାୟୀ ଗ୍ରହଣର ତିନି ପ୍ରହର ପୂର୍ବରୁ ହିଁ ପାକ ନିଷେଧ କରାଯିବା ଉଚିତ । ଏହି ସମୟରେ କୌଣସି ପ୍ରକାରର ପୂଜା ପଦ୍ଧତି କିମ୍ବା କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ମୋକ୍ଷ ହେତୁ ୨୭ ତାରିଖ ୪.୫୭ ପାଖରୁ ଏହିସବୁ କାମ ବନ୍ଦ କରି ନିଅନ୍ତୁ ଏବଂ ଦେବ ବିଧି ମଧ୍ୟ ବର୍ଜିତ କରନ୍ତୁ । ଗ୍ରହଣ ସମୟରେ ଗର୍ଭବତୀ ମହିଳା ମାନେ ଅଧିକ ସତର୍କ ରହିବା ଉଚିତ । ଘରୁ ବାହାରକୁ ଯିବା ଉଚିତ ନୁହେଁ ଏବଂ ଗର୍ଭବତୀ ମହିଳା ନିଜ କୋଳରେ ଗୋଟିଏ ନଡ଼ିଆ ଏବଂ ତୁଳସୀ ପତ୍ର ଧରି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ନାମ ଜପ କରିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *