ଅକ୍ଟୋବର ୨୮ ଚନ୍ଦ୍ରଗ୍ରହଣ , କୁମାର ପୂର୍ଣ୍ଣିମାରେ ଏହି ଆଠଟି ରାଶି ହେବେ ମାଲାମାଲ । ଜାଣି ରଖନ୍ତୁ ହାଣ୍ଡି ଛାଡ଼ ସମୟ ।
ଆସନ୍ତା ୨୮ ତାରିଖ ଶନିବାର ଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ତେବେ କହି ରଖିବୁ ଯେ ଏହି ଗ୍ରହଣ ସାଧାରଣତଃ ସୂର୍ଯ୍ୟ , ପୃଥିବୀ ଏବଂ ଚନ୍ଦ୍ରର ଅବସ୍ଥାନ କାରଣରୁ ହୋଇଥାଏ । ଯାହା ଘଟିବା କାରଣରୁ ଅନ୍ୟ ଗ୍ରହ ମାନଙ୍କର ଅବସ୍ଥିତିରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୮ କୁମାର ପୁର୍ଣିମା ଦିନ ଲାଗୁଛି ଏବଂ ଗ୍ରହର ଅବସ୍ଥିତିରେ ପରିବର୍ତ୍ତନ କାରଣରୁ ୮ ଟି ରାଶିର ଜୀବନ ବଦଳିବାକୁ ଯାଉଛି । ଚନ୍ଦ୍ର ଗ୍ରହଣ ସମୟରେ ରନ୍ଧା ଯାଇଥିବା ଖାଦ୍ୟ ଖାଇବା ବର୍ଜିତ ଅଟେ । ଏହି ସମୟରେ ଆପଣ ଶୁଖିଲା ଖାଦ୍ୟ ଖାଇ ପାରିବେ । ମାତ୍ର ଅତି ଜରୁରୀ ହେଲେ ରନ୍ଧା ଖାଦ୍ୟରେ ତୁଳସୀ ପତ୍ର ପକାଇ ସେବନ କରି ପାରିବେ ।
ଚନ୍ଦ୍ର ଗ୍ରହଣ ସମୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ , ଦେବଦେବୀ ପୂଜା କିମ୍ବା ଆରତୀ ସୁଦ୍ଧା କରିବା ବର୍ଜିତ ଅଟେ । ନଚେତ ଏହାଦ୍ବାରା ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଗ୍ରହଣ ସମୟରେ ଆପଣ ଅନ୍ନ ଦାନ କରି ପାରିବେ । ଏହାଦ୍ବାରା ଶରୀରରେ ରୋଗ ହୋଇ ନଥାଏ ବୋଲି କୁହାଯାଏ । ତେଣୁ ଗ୍ରହଣ ପରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଦରିଦ୍ର୍ୟଙ୍କୁ କିଛି ନା କିଛି ଅନ୍ନ ଦାନ ନିଶ୍ଚୟ କରନ୍ତୁ । ଚନ୍ଦ୍ର ଗ୍ରହଣ ସମୟରେ କାହାରି ସହିତ କଥା ନହୋଇ ଭଗବାନଙ୍କ ମନ୍ତ୍ର କିମ୍ବା ନାମ ଜପ କଲେ ତାହା ସିଦ୍ଧ ହୋଇଥାଏ ।
ଗ୍ରହଣ ସମୟରେ ଘରର କବାଟ ଝରକା ବନ୍ଦ କରିବାର ବିଧାନ ରହିଛି । ଏହି ସମୟରେ କେଶ କିମ୍ବା ନଖ କାଟିବା ବର୍ଜିତ ଅଟେ ଏବଂ ଖାସ କରି ଗର୍ଭବତୀ ମହିଳା ମାନେ ସତର୍କ ରହିବା ସହିତ ବାହାରକୁ ଯିବା ଉଚିତ ନୁହେଁ । ଗ୍ରହଣର ଚାରି ପ୍ରହର ପୂର୍ବରୁ ପାଖ ହାଣ୍ଡି ଛାଡ଼ କରିବାର ନିୟମ ରହିଛି । ଏହାକୁ ସୂତକ ସମୟ କୁହାଯାଏ । ସୂତକ ସମୟ ଅର୍ଥାତ ପାଖ ନିଷେଧ ସମୟ ହେଉଛି ଶନିବାର ଦିନ ୨.୩୨ ରୁ ମଧ୍ୟରାତ୍ରୀ ୩.୫୫ । ଗ୍ରହଣ ଲାଗିବାର ସମୟ ହେଉଛି ରାତି ୧୧.୩୨ ରୁ ମଧ୍ୟରାତ୍ରୀ ୩.୫୫ । ଏହାର ଅନ୍ତିମ ସଂଯୋଗ ରାତ୍ରି ୨.୩୨ ପର୍ଯ୍ୟନ୍ତ ରହିଛି ।
ଏହି ଗ୍ରହଣ ୪ ଘଣ୍ଟା ୩୦ ମିନିଟ ସାତ ସେକେଣ୍ଡ ପର୍ଯ୍ୟନ୍ତ ମହାକାଶରେ ଦୃଶ୍ୟମାନ ହେବ । ଚଳିତ ବର୍ଷ କୁମାର ପୂର୍ଣ୍ଣିମା ସୂତକ କାଳ ପୂର୍ବରୁ ହିଁ ପାଳନ କରିବାକୁ ଏବଂ ପୂଜା କରିବାକୁ କୁହାଯାଇଛି । ଏହାବ୍ୟତୀତ ଗଜଲକ୍ଷ୍ମୀ ପୂଜା ମଧ୍ୟ ସୂତକ କାଳ ପୂର୍ବରୁ ହିଁ ପାଳିତ ହେବ । ଗ୍ରହଣ ଲାଗୁଥିବା ସମୟରେ ଗର୍ଭବତୀ ମହିଳା ମାନେ ବିଶେଷ ଧ୍ୟାନ ରଖିବା ଉଚିତ ଏବଂ ଏହି ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ ବର୍ଜିତ ଅଟେ । ଯେଉଁ ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବାକୁ ଯାଉଛି ସେହି ରାଶି ମାନେ ହେଉଛନ୍ତି ବୃଷ ରାଶି , ମିଥୁନ ରାଶି , କର୍କଟ ରାଶି , କନ୍ୟା ରାଶି , ତୁଳା ରାଶି , ବିଛା ରାଶି , ମକର ରାଶି ଏବଂ କୁମ୍ଭ ରାଶି ।