Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିର କୌଣସି ଦିନ ପୂଜା ପରେ ତାବିଜରେ ଧାରଣ କରନ୍ତୁ କୌଣସି ଗୋଟିଏ ଗଛର ଚେର । ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ରରେ ଅନେକ ପୌରାଣିକ ମାନ୍ୟତା ରହିଛି ଏବଂ ଏହା ସହିତ କିଛି ଗଛ ଏଭଳି ରହିଛି ଯାହାକୁ ପୂଜା କରାଯିବା ସହିତ ଦେବତା ମାନା ଯାଇଥାଏ । ଏହା ବ୍ୟତୀତ ବେଦ ପୁରାଣରେ ଅନେକ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକି ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଥାଏ । ତେବେ ଆଜି ଆମେ ଗୋଟିଏ ଗଛର ଚେର ବିଷୟରେ କହିବୁ ଯାହାକୁ ଯଦି ଆପଣ ନବରାତ୍ରୀ ସମୟରେ ଚେରକୁ ଧାରଣ କରନ୍ତି ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ । ଏହାଦ୍ବାରା ଶାରୀରିକ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଭାଗ୍ୟ ବଦଳି ଯିବ ଏବଂ ଆପଣ ସିଦ୍ଧି ମଧ୍ୟ ପ୍ରାପ୍ତ କରିବେ । ଏହି ଗଛର ଚେରକୁ ଆଣି ମାତା ଦୁର୍ଗାଙ୍କ ଭଳି ନଅ ଦିନ ପର୍ଯ୍ୟନ୍ତ ପୂଜା କରିବା ପରେ ବିଜୟା ଦଶମୀ ଦିନ ଏହାକୁ ରୁପାର ତାବିଜ କିମ୍ବା ତମ୍ବାର ତାବିଜରେ ପୁରାଇ ଧାରଣ କରି ପାରିବେ । ତେବେ ଚାଲନ୍ତୁ ଜାଣିନେବା ସେହି ଗଛ ଗୁଡ଼ିକ ବିଷୟରେ ।

୧ . ଚାମେଲି ଗଛ:-

ଏହି ଗଛର ଚେରରେ ଦୈବୀ ଶକ୍ତିର ବାସ ହୋଇଥାଏ । ଏଥିରେ ଶ୍ରୀହନୁମାନଙ୍କର ଶକ୍ତି ରହିଥାଏ । ଏହି ଗଛର ଚେରକୁ ଆଣି ନଅ ଦିନ ପର୍ଯ୍ୟନ୍ତ କିମ୍ବା ଗୋଟିଏ ଦିନ ପୂଜା କରି ତାବିଜରେ ପୁରାଇ ବିଜୟା ଦଶମୀ ଦିନ ଧାରଣ କରନ୍ତୁ । ଏହାଦ୍ବାରା ଶ୍ରୀହନୁମାନ ପ୍ରସନ୍ନ ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଆପଣ ନୀରବ ମଧ୍ୟ ରହିବେ ।

୨ . ଅପାମାର୍ଗ ଗଛ:-

ଏହି ଗଛର ଅନେକ ଲାଭ ରହିଛି । ଏହାକୁ ଅପାମାର୍ଗ ଗଛ କୁହାଯିବାର କାରଣ ହେଉଛି ଏଥିରେ ମଞ୍ଜୁ ଗୁଡ଼ିକ ଓଲଟା ରହିଥାଏ । ଏହି ଗଛର ମଞ୍ଜିକୁ ପୂର୍ବ କାଳରେ ସନ୍ଥ ମହାତ୍ମା ମାନେ ଖିରି ବନାଇ ଖାଉଥିଲେ । ଯାହାଦ୍ୱାରା ଅଧିକ ଦିନ ପର୍ଯ୍ୟନ୍ତ ଭୋକ ଲାଗୁ ନଥିଲା ଏବଂ ସେମାନେ ନିଜର ତପସ୍ୟା କରି ପାରୁଥିଲେ । ତେଣୁ ଏହି ଗଛର ଚେରକୁ ମଧ୍ୟ ଆଣି ପୂଜା କରି ତାବିଜରେ ପୁରାଇ ଧାରଣ କରି ପାରିବେ । ଏହି ଗଛର ଚେରକୁ ଧାରଣ କଲେ ଶତ୍ରୁ ଶକ୍ତି ନାଶ ହୋଇଥାଏ , ପ୍ରିୟର ଲୋକେ ବଶୀଭୂତ ହୋଇଥାନ୍ତି ଏବଂ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହୋଇଥାଏ ।

୩ . ବର ଗଛର ଚେର:-

ଏହା ଭାଗ୍ୟର ତାଲା ଖୋଲିଦିଏ । ହିନ୍ଦୁ ଧର୍ମ ଅନୁଯାୟୀ ଏହା ଅତ୍ୟନ୍ତ ପବିତ୍ର , ଦେବତୁଲ୍ୟ ଏବଂ ଏଥିରେ ସବୁ ଦେବଦେବୀଙ୍କ ବାସ ହୋଇଥାଏ ବୋଲି କୁହାଯାଏ । ଏଭଳି କୁହାଯାଏ ଯେ ଏହି ବରଗଛକୁ ବଟ ସାବୁତ୍ରୀ ବ୍ରତରେ ବିଶେଷ ଭାବରେ ପୂଜା କରାଯାଏ । ଏହି ଗଛରେ ପିତୃଙ୍କ ବାସ ହୋଇଥାଏ ବୋଲି ମଧ୍ୟ କୁହାଯାଏ । ନବରାତ୍ରୀରେ ଏହି ଗଛର ଚେରକୁ ଧାରଣ କଲେ ମଧ୍ୟ ଅନେକ ଫାଇଦା ମିଳିଥାଏ ।

୪ . ଧଳା ଅରଖ ଗଛ:-

ଏହି ଗଛକୁ ଭଗବାନ ଗଣେଶଙ୍କ ସ୍ୱରୂପ ମାନା ଯାଏ । ତେଣୁ ଯଦି ଆପଣ ଋଦ୍ଧି ସିଦ୍ଧି ଶୁଭ ଲାଭ ପ୍ରାପ୍ତ କରିବାକୁ ଯାଉଛନ୍ତି , ତେବେ ନବରାତ୍ରୀରେ ଅରଖ ଗଛର ଚେର ନେଇ ଆସନ୍ତୁ ଏବଂ ନଅ ଦିନ ପୂଜା କରି ଦଶମ ଦିନ ଧାରଣ କରି ପାରିବେ । ଏହାକୁ ଧାରଣ କରିବା ଦ୍ୱାରା ନବଗ୍ରହ ପୀଡ଼ା ଦୂର ହୋଇଥାଏ ।

୫ . ଅପରାଜିତା ଗଛ:-

ଏହି ଗଛର ଫୁଲ ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ନବରାତ୍ରୀରେ ଏହି ଗଛର ଚେରକୁ ତାବିଜରେ ନିଶ୍ଚୟ ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଚାକିରୀ ମଧ୍ୟ ମିଳି ପାରିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *