ଜାଣନ୍ତୁ ଜନ୍ମାଷ୍ଟମୀର ସଠିକ ମାସ ଏବଂ ତାରିଖ । ସତର୍କ ରହିବେ ଏହି ଚାରୋଟି ରାଶିର ଲୋକେ । ନଚେତ ହୋଇପାରେ ଅନର୍ଥ ।
ବାସ୍ତବରେ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ ଅବସରରେ ପାଳନ କରାଯାଏ ଏବଂ ଏହି ଦିନ ଅନେକ ନୀତି ନିୟମରେ ଶ୍ରୀକୃଷ୍ଣଙ୍କ ପୂଜା କରାଯାଏ । ତେବେ ଏହି ପର୍ବ କେବଳ ଭାରତରେ ନୁହେଁ ବରଂ ବାହାର ଦେଶରେ ଲୋକେ ମଧ୍ୟ ପାଳନ କରୁଛନ୍ତି । ଚଳିତ ବର୍ଷ ଜନ୍ମାଷ୍ଟମୀ ତାରିଖକୁ ନେଇ ଲୋକେ ଦ୍ଵନ୍ଦରେ ଅଛନ୍ତି । କହିରଖିବୁ ଯେ ଚଳିତ ବର୍ଷ ଜନ୍ମାଷ୍ଟମୀ ସେପ୍ଟେମ୍ବର ମାସ ୬ ତାରିଖ ତଥା ବୁଧବାର ୦୩.୩୭ ରୁ ୭ ତାରିଖ ଗୁରୁବାର ଅପରାହ୍ଣ ୦୪.୧୪ ମିନିଟରେ ଶେଷ ହେବାକୁ ଯାଉଛି । ତେଣୁ ଆପଣ ବୁଧବାର ଦିନ ଏହି ପର୍ବ ପାଳନ କରି ପାରିବେ ଏବଂ ସବୁ ରୀତିନୀତି ପ୍ରଥାକୁ ମଧ୍ୟ ପାଳି ପାରିବେ ।
ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ହୋଇଥିବା କାରଣରୁ ଏହାକୁ ଜନ୍ମାଷ୍ଟମୀ ଆକାରରେ ପାଳନ କରାଯାଉଛି । ଏହିଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି , ସୁଖ ସମୃଦ୍ଧି ଏବଂ ଆୟୁଷ ବୃଦ୍ଧି ହୋଇଥାଏ । ଏହିଦିନ ବ୍ରତର ଅନେକ ମହତ୍ତ୍ୱ ରହିଛି । କୁହାଯାଏ ଯେ ଏହାଦ୍ବାରା ଜୀବନର ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ଏହାଦ୍ବାରା ଆପଣଙ୍କ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ । ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ବାଳ ଗୋପାଳ ମୂର୍ତ୍ତି ପୂଜା କରାଯାଏ । ତେବେ ଏହିଦିନ କିଛି କାମ କରିବା ବର୍ଜିତ ବୋଲି କୁହାଯାଇଛି । ଯେମିତିକି ଏହିଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ ।
କାରଣ ତୁଳସୀ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ବ୍ରତ ରଖୁଥିଲେ ପୂଜା ପାଇଁ ଜନ୍ମାଷ୍ଟମୀର ପୂର୍ବ ଦିନ ହିଁ ତୁଳସୀ ପତ୍ର ଛିଡ଼ାଇ ରଖନ୍ତୁ । ଜନ୍ମାଷ୍ଟମୀରେ ବ୍ରତ ରଖୁଥିବା ବ୍ୟକ୍ତି ଅନ୍ନ ଭୋଜନ କରିବା ଉଚିତ ନୁହେଁ । ଏହିଦିନ ତାମସିକ ଭୋଜନ ମଧ୍ୟ ବର୍ଜିତ ଅଟେ । ଜନ୍ମାଷ୍ଟମୀ ଦିନ କାହାକୁ ଅପମାନିତ କରନ୍ତୁ ନାହିଁ । ତେଣୁ କୌଣସିବି ବ୍ୟକ୍ତି ହୁଅନ୍ତୁ ସେମାନଙ୍କୁ ଅପମାନିତ କରନ୍ତୁ ନାହିଁ । ଏହିଦିନ ଗଛ କାଟିବା ବର୍ଜିତ ଅଟେ । ତେଣୁ ବରଂ ଆପଣ ଏହିଦିନ ବୃକ୍ଷ ରୋପଣ କରିବା ଭଲ ଅଟେ । ଜନ୍ମାଷ୍ଟମୀ ଦିନ ବ୍ରହ୍ମଚର୍ଯ୍ୟ ପାଳବ ବାଧ୍ୟତାମୂଳକ ଅଟେ । ଜନ୍ମାଷ୍ଟମୀ ଦିନ ଗାଈକୁ ମଧ୍ୟ ପୂଜା କରିବା ଉଚିତ ଏବଂ ଗାଈ ଉପରେ ଅତ୍ୟାଚାର କରିବା ଉଚିତ ନୁହେଁ ।
ଏହିଦିନ ପୂଜାରେ ନଡ଼ିଆ ଲଗାନ୍ତୁ ନାହିଁ କାରଣ ତାହା ଏହା ମାଂସ ଖାଇବା ସହିତ ସମାନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ଜନ୍ମାଷ୍ଟମୀରେ ଗ୍ରହ ଏବଂ ନକ୍ଷତ୍ରଙ୍କ ମନରେ ମହାସଂଯୋଗ ଘଟିବାକୁ ଯାଉଛି । ଯେଉଁ କାରଣରୁ କିଛି ରାଶିଙ୍କ ଜୀବନ ମଧ୍ୟ ବଦଳିବାକୁ ଯାଉଛି । ଦୀର୍ଘ ୫୦୦ ବର୍ଷ ପରେ ଏଭଳି ସଂଯୋଗ ଘଟୁଛି । ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରୁ ପାଞ୍ଚଟି ରାଶିର ଭାଗ୍ୟରେ ଖୁସି ଆସିବାକୁ ଯାଉଛି ।
୧ . ମେଷ ରାଶି:-
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଜନ୍ମାଷ୍ଟମୀ ଅତ୍ୟନ୍ତ ଫଳପ୍ରଦ ହେବ । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବା ସହିତ ଧନ ପ୍ରାପ୍ତିର ଯୋଗ ମଧ୍ୟ ସୃଷ୍ଟି ହେଉଛି । କମ ପରିଶ୍ରମରେ ଅଧିକ ଫଳ ମିଳିବ ଏବଂ ସଫଳତା ମଧ୍ୟ ପାପ୍ତ ହେବ ।
୨ . ମିଥୁନ ରାଶି:-
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଜନ୍ମାଷ୍ଟମୀ ଅତ୍ୟନ୍ତ ଶୁଭ ରହିବ ଏବଂ ଚାକିରୀରେ ଥିଲେ ପଦୋନ୍ନତି ହେବ । ନିବେଶ କରିଥିଲେ ସେଥିରେ ଲାଭବାନ ହେବେ । ପରିବାର ସଦସ୍ୟ ଏବଂ ବନ୍ଧୁ ମାନଙ୍କର ସହଯୋଗ ପ୍ରାପ୍ତ ହେବ ।
୩ . କନ୍ୟା ରାଶି:-
ଏମାନଙ୍କ ପାଇଁ ଜନ୍ମାଷ୍ଟମୀ ଅତ୍ୟନ୍ତ ଶୁଭ ରହିବ । ସୁଖ ସୁବିଧା ସହିତ ଆନନ୍ଦ ମଧ୍ୟ ପ୍ରାପ୍ତ ହେବ । ପଦୋନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ ।
୪ . ତୁଳା ରାଶି:-
ଜନ୍ମାଷ୍ଟମୀ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ । କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ । ଯାହାଦ୍ୱାରା ଭଲ ଫଳ ମଧ୍ୟ ପ୍ରାପ୍ତ ହେବ । ବ୍ୟବସାୟରେ ଲାଭ ମିଳିବ । ଖର୍ଚ୍ଚ ଉପରେ ସଂଯମତା ରଖନ୍ତୁ । ନଚେତ ଅଭାବ ହୋଇପାରେ ।