Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ ୨୧ ଦିବ୍ୟ ସଂଯୋଗ ନାଗପଞ୍ଚମୀରେ ଏହି ଖାସ ଉପାୟ କଲେ ନିଶ୍ଚିତ ହେବେ କୋଟିପତି । ଜାଣି ନିଅନ୍ତୁ ସମ୍ପୂର୍ଣ୍ଣ ପୂଜା ବିଧି ।

ସେୟାର୍ କରନ୍ତୁ

ଶ୍ରାବଣ ମାସ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହି ମାସରେ ମହାଦେବଙ୍କୁ ପୂଜା କରିବା ପାଇଁ କୌଣସି ଦିନ ବାର ତିଥିର ଆବଶ୍ୟକତା ନାହିଁ । ମହାଦେବଙ୍କର ଅନ୍ୟ ନାମ ହେଉଛି ଆଶୁତୋଷ ଅର୍ଥାତ ବହୁତ ଜଲଦି ପ୍ରସନ୍ନ । ତେଣୁ ମହାଦେବ ନିଜ ଭକ୍ତର ପୂଜାରେ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଶ୍ରାବଣ ମାସରେ ପଡୁଥିବା ନାଗପଞ୍ଚମୀ ଦିନ ମହାଦେବଙ୍କୁ କେଉଁ ଜିନିଷ ଅର୍ପିତ କଲେ ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ଜୀବନର ସବୁ ଦୁଃଖ ଦୂର ହୋଇଥାଏ । ଆସନ୍ତା ୨୧ ରେ ପଞ୍ଚମୀ ତିଥି ପଡ଼ୁଛି ଯାହାକୁ ନାଗପଞ୍ଚମୀ କିମ୍ବା ମନୀଷା ପଞ୍ଚମୀ ମଧ୍ୟ କୁହାଯାଏ ।

ଏହିଦିନ ଉଭୟ ସୋମବାର ଏବଂ ନାଗପଞ୍ଚମୀ ଅଟେ , ଯାହାର ଅନେକ ମହତ୍ତ୍ୱ ରହିଛି । ମହର୍ଷି କଶ୍ୟପଙ୍କ ଠାରୁ ଜନ୍ମ ହୋଇଥିବାରୁ ତାଙ୍କ ନାମ ମନୀଷା ହୋଇଛି । ମାତା ସୀତାଙ୍କୁ ମନୀଷାଙ୍କୁ ଏହି ଦିନ ସ୍ୱର୍ଗ ମର୍ତ୍ତ ପାତାଳରେ ପୂଜା କରାଯାଇଥିଲା ଯେଉଁ କାରଣରୁ ତାଙ୍କୁ ଜାଗ୍ରତ ଗୌରୀ ମଧ୍ୟ କୁହାଯାଏ । ମାତା ମନୀଷା ଏହି ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ତୁଲ୍ୟ ସୁନ୍ଦର କେହିବି ନଥିଲେ । ତେଣୁ ତାଙ୍କୁ ଜଗତ ଗୌରୀ ବୋଲି ମଧ୍ୟ କୁହାଯାଏ । ନାଗପଞ୍ଚମୀ ଦିନ ବିଶେଷ ଭାବରେ ମହାଦେବଙ୍କ ପୂଜା କରିବାର ନିୟମ ରହିଛି । ଏହିଦିନ ସକାଳୁ ଜଲଦି ଉଠି ସ୍ନାନ କରି ମହାଦେବଙ୍କ ପୂଜା କରନ୍ତୁ ।

ଏଥିପାଇଁ କ୍ଷୀର , ବେଲପତ୍ର , ଧୁତୁରା ଫଳ , ଫୁଲ , ନାଲି ଚନ୍ଦନ , ଶ୍ୱେତ ଚନ୍ଦନ , କନିଅର ଫୁଲ ଇତ୍ୟାଦି ପୂଜାରେ ବ୍ୟବହାର କରନ୍ତୁ । ଧୁତୁରା ଫଳ ନିଶ୍ଚୟ ଅର୍ପିତ କରନ୍ତୁ । ଏହାଦ୍ବାରା ବ୍ୟକ୍ତିର ସମସ୍ତ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ । ଏସବୁ ସହିତ ଧୂପ ଦୀପ ନୈବେଦ୍ୟ ମଧ୍ୟ ନେଇ ଆସନ୍ତୁ । ତେଣୁ ପୂଜା କରିବା ପାଇଁ ସର୍ବପ୍ରଥମେ ଭଗବାନ ଗଣେଶ ଏବଂ ଏହାପରେ କାର୍ତ୍ତିକଙ୍କୁ ସ୍ମରଣ କରି ଆରାଧନା କରନ୍ତୁ । ଏହାପରେ ମାତା ପାର୍ବତୀଙ୍କୁ ସ୍ମରଣ କରି ପୂଜା କରନ୍ତୁ । ଏହାପରେ ବୃଷଭଙ୍କୁ ସ୍ମରଣ କରି ତାଙ୍କର ଅଣ୍ଡକୁ ସ୍ପର୍ଶ କରିବା ପରେ ହିଁ ମାହାଦେବଙ୍କୁ ପୂଜା କରନ୍ତୁ ।

ବୃଷଭଙ୍କ ଡାହାଣ କାନରେ ନିଜର ଇଚ୍ଛା କହି ଦିଅନ୍ତୁ । ନିଜ ସାଥିରେ ନେଇଥିବା ସବୁ ଜିନିଷ ଅର୍ପିତ କରନ୍ତୁ । ତାହାକୁ ପ୍ରଥମେ ନିଜ ମୁଣ୍ଡରେ ସ୍ପର୍ଶ କରାଇ ନିଜର ମନସ୍କାମନା କହି ଦିଅନ୍ତୁ । ଏହାପରେ ଶ୍ରଦ୍ଧାରେ ନେଇଥିବା ଧୁତୁରା ଫଳକୁ ଲଗାନ୍ତୁ । ଏହାପରେ ଭଗବାନଙ୍କୁ ପ୍ରାର୍ଥନା କରି ପ୍ରଣାମ କରନ୍ତୁ । କିନ୍ତୁ ସିଧା ପଛକୁ କରି ବାହାରକୁ ଆସିବେ ନାହିଁ । ନଚେତ ତାହା ମହାଦେବଙ୍କୁ ଅପମାନ ହୋଇଥାଏ । ବାହାରକୁ ଆସିବା ପରେ ଆପଣ ଭଗବାନଙ୍କୁ ପଛ କରି ଆସି ପାରିବେ । ଏହାପରେ ପ୍ରତ୍ୟକ୍ଷଣ ଏବଂ ପରିକ୍ରମା କରି ପାରିବେ । ଶାସ୍ତ୍ର ଅନୁଯାୟୀ ସମସୂତ୍ର ପର୍ଯ୍ୟନ୍ତ ପରିକ୍ରମା କରି ପାରିବେ । ତେଣୁ ଆଗାମୀ ନାଗପଞ୍ଚମୀରେ ଏହି ଉପାୟରେ ପୂଜା କଲେ ମହାଦେବ ନିଶ୍ଚିତ ପ୍ରସନ୍ନ ହେବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *