ନାଗ ପଞ୍ଚମୀ ଦିନ ଭୁଲରେବି କରିବା ଉଚିତ ନୁହେଁ ଏହି ତିନୋଟି କାମ । ନଚେତ ଆସିଥାଏ ଦୁର୍ଭାଗ୍ୟ ।
ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ନାଗ ପଞ୍ଚମୀ ପାଳନ କରାଯାଏ । ନାଗପଞ୍ଚମୀରେ ଯେଉଁ ବ୍ୟକ୍ତି ନାଗକୁ କ୍ଷୀରରେ ସ୍ନାନ କରାଇଥାଏ ତାଙ୍କ ପାଖରେ ସବୁ ବଡ଼ ନାଗ ଭୟ କରିଥାନ୍ତି । ହିନ୍ଦୁ ଧର୍ମରେ ଏହି ପର୍ବର ଅନେକ ମହତ୍ତ୍ୱ ରହିଛି । ଧାର୍ମିକ ଶାସ୍ତ୍ର ଅନୁଯାୟୀ ନାଗର ପୂଜା କଲେ ଆଧ୍ୟାତ୍ମିକ ଶକ୍ତି ଅପାର ଧନ ଏବଂ ମନଇଚ୍ଛା ଫଳ ପ୍ରାପ୍ତ ହୋଇଥାଏ । ଏଥର ଅଗଷ୍ଟ ୨୧ ସୋମବାର ଦିନ ନାଗପଞ୍ଚମୀ ପର୍ବ ରାତି ୧୨ ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ରାତି ୨ ରେ ସମାପ୍ତି ହେବ । ଏହିଦିନ ନାଗ ଦେବତାଙ୍କୁ କ୍ଷୀର ଅର୍ପିତ କରାଯିବା ସହିତ ସ୍ତ୍ରୀ ଲୋକ ମାନେ ନିଜ ଭାଇର ସୁରକ୍ଷା ପାଇଁ ପ୍ରାର୍ଥନା ମଧ୍ୟ କରିଥାନ୍ତି ।ଏହି ଦିନ ନାଗପଞ୍ଚମୀ କଥା ମଧ୍ୟ ଶୁଣିବା ଉଚିତ ।
ଭବିଷ୍ୟ ପୁରାଣ ଅନୁଯାୟୀ ରାକ୍ଷସ ଏବଂ ଦେବତା ମାନେ ଦିନେ ସମୁଦ୍ର ମନ୍ଥନ କଲେ । ସେହି ସମୟରେ ଏକ ଉଚ୍ଚ ଧଳା ରଙ୍ଗର ଘୋଡ଼ା ବାହାରି ଥିଲା । ସେହି ଘୋଡ଼ାକୁ ଦେଖି ସମସ୍ତ ନାଗର ମାତା କର୍ତ୍ତୁ ନିଜ ସୌତୁଣୀ ବିନତାଙ୍କୁ କହିଲେ ଘୋଡ଼ା ଧଳା ରଙ୍ଗର ହୋଇଥିଲେ ବି ଲାଞ୍ଜ କଳା ଦେଖା ଯାଉଛି । କିନ୍ତୁ ଗରୁଡ଼ଙ୍କ ମାତା ବିନତା କିନ୍ତୁ ସେଥିରେ ସହମତ ନଥିଲେ ଏବଂ ଘୋଡ଼ା ପୂର୍ଣ୍ଣ ଧଳା ରଙ୍ଗର ବୋଲି କହିଥିଲେ । ଏହା ଶୁଣି କର୍ତ୍ତୁ ବିନତାଙ୍କୁ ଶପଥ କଲେ ଯଦି ସେ ତାହାକୁ କଳା ଦେଖନ୍ତି ତେବେ ବିନତା ତାଙ୍କର ଦାସୀ ହୋଇ ରହିବେ । ଏହା କହି କର୍ତ୍ତୁ ନିଜ ପୁତ୍ର ନାଗ ମାନଙ୍କୁ ଡକାଇ ସେହି ଘୋଡ଼ାର ଲାଞ୍ଜରେ ଏଭଳି ରହିବାକୁ କହିଲେ ଯେଭଳି ତାହା କଳା ରଙ୍ଗର ଦେଖାଯିବ ।
କିନ୍ତୁ ତାଙ୍କ ପୁତ୍ର ମାନେ ଏଭଳି ଅଧର୍ମ ମାତା ବିନତାଙ୍କ ସହିତ କରିବେ ନାହିଁ ବୋଲି କହିବାରୁ କର୍ତ୍ତୁ ଖୁବ କ୍ରୋଧିତ ହେଲେ ଏବଂ ନିଜ ପୁତ୍ର ମାନଙ୍କୁ ମହା ଯଜ୍ଞରେ ଭସ୍ମ ହୋଇଯିବେ ବୋଲି କହି ସେଠାରୁ ଚାଲିଗଲେ । ଏହା ଶୁଣି ସବୁ ନାଗ ଭୟଭୀତ ହେବା ପରେ ନାଗରାଜ ବାସୁକି ସବୁ ନାଗ ମାନଙ୍କୁ ଧରି ବ୍ରହ୍ମାଙ୍କ ନିକଟକୁ ଗଲେ ଏବଂ ନିଜ ସମସ୍ୟା କହିଲେ । ବ୍ରହ୍ମା କହିଲେ ଯେ ୟାୟାବର ବଂଶରେ ଜରତକାରୁ ନାମକ ଜଣେ ତପସ୍ୱୀଙ୍କର ଜନ୍ମ ହେବ । ତେଣୁ ତାଙ୍କ ସହିତ ଭଉଣୀ ମନଷାଙ୍କର ବିବାହ କରାଇଲେ ଜନ୍ମ ହେବାକୁ ଯାଉଥିବା ଆସ୍ତିକ ନାମକ ପୁତ୍ର ହିଁ ସେମାନଙ୍କୁ ଯଜ୍ଞରୁ ବଞ୍ଚାଇବ ବୋଲି ବ୍ରହ୍ମା କହିଲେ ।
ସେହିଦିନ ହିଁ ଆସ୍ତିକ ମୁନି ନାଗ ମାନଙ୍କୁ ଯଜ୍ଞରୁ ରକ୍ଷା କରିଥିଲେ । ତେଣୁ ସେହି ଦିନ ନାଗ ପଞ୍ଚମୀ ଖୁବ ପ୍ରିୟ ହୋଇ ଆସୁଛି । ନାଗ ପଞ୍ଚମୀର ଆଠ ଜଣ ନାଗ , ଯଥା ଅନନ୍ତ , ବାସୁକି , ପଦ୍ମ , ମହାପଦ୍ମ , ତକ୍ଷକ , କୁଲିର , କର୍କଟ ଏବଂ ଶଙ୍ଖ ନାମକ ଅଷ୍ଟ ନାଗଙ୍କୁ ପୂଜା କରାଯାଏ । ଚତୁର୍ଥୀ ଦିନ ପୂଜା କରି ପଞ୍ଚମୀ ଦିନ ଉପବାସ ରଖାଯାଇ ସନ୍ଧ୍ୟାରେ ପୂଜା କରାଯାଏ । ନାଗଙ୍କ କାଠରେ ପ୍ରତିମା କରି ପୂଜା କରିବା ପରେ କଞ୍ଚା କ୍ଷୀର ଘିଅ ମିଶାଇ ଅର୍ପିତ କରାଯାଏ । ପଞ୍ଚମୀ ଦିନ ଗୋବରରେ ମଧ୍ୟ ପ୍ରତିମା ବନାଇ କ୍ଷୀରରେ ଅଭିଷେକ କରିବାର ବିଧାନ ରହିଛି । ଏହାଦ୍ବାରା ବାସୁକି ନାଗ ସନ୍ତୁଷ୍ଟ ହୁଅନ୍ତି । ଯେଉଁ ବ୍ୟକ୍ତି ଏହି ପୂଜା କରିଥାଏ ସେ ଶାରୀରିକ ଏବଂ ମାନସିକ ସମସ୍ୟାରୁ ମୁକ୍ତି ପାଇବା ସହିତ ଧନ ଧାନ୍ୟ ପ୍ରାପ୍ତ କରିଥାଏ ।
ନାଗ ପଞ୍ଚମୀ ଦିନ ଭୂମି ଦହନ କିମ୍ବା ହଳ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାଟି ତଳେ ରହିଥିବା ସାପଙ୍କୁ କ୍ଷତି ପହଞ୍ଚିପାରେ । ଏହି ଦିନ ଗଛ ଉପାଡ଼ିବା ସହିତ ଧାରୁଆ ବସ୍ତୁର ପ୍ରୟୋଗ ମଧ୍ୟ କରିବା ଉଚିତ ନୁହେଁ । ନାଗ ପଞ୍ଚମୀ ଦିନ ଭୋଜନ ବନାଇବା ପାଇଁ ଚୁଲିରେ ଲୁହାର ତାୱା କିମ୍ବା କରେଇର ବ୍ୟବହାର କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ଏହିଦିନ ମାଟିରେ କିମ୍ବା ଅନ୍ୟ ଧାତୁର ପାତ୍ରରେ ଭୋଜନ ବନାଇବା ଉଚିତ ।