Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟିଏ ମଙ୍ଗଳବାର କରନ୍ତୁ ଏହି ପ୍ରୟୋଗ । ଭଗବାନ ଶ୍ରୀହନୁମାନଙ୍କ କୃପାରୁ ଖୋଲିଯିବ ଭାଗ୍ୟ ।

ସେୟାର୍ କରନ୍ତୁ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ଶ୍ରୀହନୁମାନ କେବଳ ଜଣେ ହିଁ ଦେବତା ଯିଏକି ସବୁଠି ସବୁ ସମୟରେ ଉପସ୍ଥିତ ରହନ୍ତି । ଶ୍ରୀହନୁମାନନଙ୍କୁ ସଙ୍କଟ ମୋଚକ କୁହାଯାଏ ଏବଂ ଶ୍ରୀହନୁମାନ ମହାଦେବଙ୍କ ୧୧ତମ ଅବତାର ମଧ୍ୟ ଅଟନ୍ତି । ତେଣୁ ମହାଦେବଙ୍କ ଭଳି ହନୁମାନ ମଧ୍ୟ ନିଜ ଭକ୍ତର ପ୍ରାର୍ଥନା ଦ୍ୱାରା ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଶ୍ରୀହନୁମାନଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ଦିନ ଉତ୍ତମ ଅଟେ । ଏହାଦ୍ବାରା ସବୁ ମନସ୍କାମନା ପୂରଣ ହେବା ସହିତ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ । ଏହାବ୍ୟତୀତ କିଛି ସହଜ ଉପାୟ ମଧ୍ୟ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ଆଜି ଆମେ କିଛି ଖାସ ତୋଟକା ବିଷୟରେ କହିବୁ ଯାହାକୁ ମଙ୍ଗଳବାର କରିଲେ ଆପଣଙ୍କ ଭାଗ୍ୟ ବଦଳି ଯିବ ।

ପ୍ରଥମ ଉପାୟ ଅନୁଯାୟୀ ଯଦି ଆପଣ ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ଚୋଲା ଅର୍ପିତ କରନ୍ତି ତେବେ ଜୀବନର ସବୁ ପ୍ରକାରର ସମସ୍ୟା ଦୂର ହୋଇଯିବ । ଏହି ଉପାୟ ଅନୁଯାୟୀ ଆପଣ ସକାଳୁ ଜଲଦି ଉଠି ସ୍ନାନ କରି ନାଲି ବସ୍ତ୍ର , ହଳଦିଆ କିମ୍ବା କେଶର ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହାପରେ ପାଖ କୌଣସି ମନ୍ଦିରରେ ସିନ୍ଦୁରି ହନୁମାନ ଥିଲେ ସେହି ମନ୍ଦିରକୁ ଯାଇ ପୂଜା କରନ୍ତୁ । ହନୁମାନଙ୍କୁ ଅଭିଷେକ କରାଇ କପଡ଼ାରେ ପୋଛି ଦିଅନ୍ତୁ ଏବଂ ଏକ କଟୋରିରେ ହଳଦିଆ ସିନ୍ଦୁରରେ ଚେମେଲି ତେଲ କିମ୍ବା ଘିଅ ମିଶାଇ ହନୁମାନଙ୍କୁ ଲେପ ଦିଅନ୍ତୁ । ମହିଳା ମାନେ ଶ୍ରୀହନୁମାନଙ୍କୁ ସ୍ପର୍ଶ କରିବା ବର୍ଜିତ ଅଟେ । କାରଣ ଶ୍ରୀହନୁମାନ ବ୍ରହ୍ମଚାରୀ ଅଟନ୍ତି । କେବଳ ପୁରୁଷ ମାନେ ହିଁ ସ୍ପର୍ଶ କରିପାରିବେ ।

ହନୁମାନଙ୍କ ଆଖି ଏବଂ ମୁହଁ ଛାଡ଼ି ପାଦରୁ ମସ୍ତକ ପର୍ଯ୍ୟନ୍ତ ସିନ୍ଦୁର ଲଗାଇ ଦିଅନ୍ତୁ । କିନ୍ତୁ ଧ୍ୟାନ ଦେବେ ଏହି ସମୟରେ ମନରେ ନିଷ୍ଠା ଏବଂ ପବିତ୍ରତା ରଖି ହନୁମାନ ଚାଳିଶା ପାଠ ଜାରି ରଖନ୍ତୁ ଏବଂ ପରେ ଶ୍ରୀରାମଚନ୍ଦ୍ରଙ୍କ ନାମ ମଧ୍ୟ ଜପ କରନ୍ତୁ । ପରେ ହନୁମାନଙ୍କୁ ପାନ ବିଡ଼ା ଏବଂ ସୁପାରି ଅର୍ପିତ କରନ୍ତୁ । ଶ୍ରୀହନୁମାନଙ୍କୁ ହଳଦିଆ ବସ୍ତ୍ର ଅର୍ପିତ କାରବାର ମଧ୍ୟ ନିୟମ ରହିଛି ଏବଂ ଶ୍ରୀହନୁମାନଙ୍କ ସାମ୍ନାରେ ବସି ସୁନ୍ଦରକାଣ୍ଡ ପାଠ କରି ପାରିବେ । ଏହାଦ୍ବାରା ଜୀବନର କୌଣସିବି ସମସ୍ୟା ଦୂର ହୋଇଯିବ । ଶ୍ରୀହନୁମାନଙ୍କ ପାଖରେ ଏହିସବୁ ପ୍ରାର୍ଥନା ବହୁତ ଜଲଦି ପହଞ୍ଚି ଥାଏ । ମଙ୍ଗଳବାର ହନୁମାନଙ୍କୁ ପୂଜା ସମୟରେ ସୁନ୍ଦରକାଣ୍ଡ ପାଠ କଲେ ଏବଂ ହନୁମାନଙ୍କୁ ଭୋଗରେ ମୋତି ଲଡୁ କିମ୍ବା ହନୁମାନଙ୍କ ପ୍ରିୟ ଜିନିଷ ଅର୍ପିତ କଲେ ହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି ।

କିନ୍ତୁ ଏହି ସମୟରେ ଶ୍ରୀହନୁମାନଙ୍କୁ ତାଙ୍କର ପ୍ରିୟ ତୁଳସୀ ଦଳ ଅର୍ପିତ କଲେ ଶ୍ରୀହନୁମାନ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ମନସ୍କାମନା ମଧ୍ୟ ବହୁତ ଜଲଦି ପୂରଣ ହୋଇଥାଏ ଏବଂ ସୁଖ ସମୃଦ୍ଧି ବଜାୟ ରହିଥାଏ । ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ସମୟରେ ଶୁଦ୍ଧ ଘିଅ କିମ୍ବା ଚମେଲି ତେଲ ଦୀପ ଅର୍ପିତ କରିବା ସହିତ ସ୍ୱରୂପ କିଛି ଟଙ୍କା ମଧ୍ୟ ରଖି ଦିଅନ୍ତୁ । ଶେଷରେ କର୍ପୂର ଲବଙ୍ଗ ଦେଇ ଆରତୀ କରନ୍ତୁ । ଶ୍ରୀହନୁମାନଙ୍କ ପ୍ରତିମାରୁ ଅଳ୍ପ ସିନ୍ଦୁର ନେଇ ନିଜ ମସ୍ତକରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରଣ ହେବ । ହନୁମାନଙ୍କ ବାପ ପାଦରୁ ଅଳ୍ପ ସିନ୍ଦୁର ନେଇ ମସ୍ତକରେ ଲଗାଇଲେ ମନସ୍କାମନା ପୂରଣ ହୋଇଥାଏ । ମାତ୍ର ଏହି ସବୁ ଉପାୟ କରିବା ଦିନ ବ୍ରହ୍ମଚର୍ଯ୍ୟ ପାଳନ ସହିତ ସାତ୍ଵିକ ଭୋଜନ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *