Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ସୋମବାରରେ ଗୋଟିଏ ଉପାୟ କଲେ ହୋଇଯିବେ କୋଟିପତି । ସମସ୍ତ ମହାଦେବ ଭକ୍ତ ନିଶ୍ଚୟ କରିବା ଉଚିତ । ପ୍ରାପ୍ତ ହୋଇଥାଏ ଅସୀମ ଧନ ।

ସେୟାର୍ କରନ୍ତୁ

ଶ୍ରାବଣ ମାସରେ କରାଯାଉଥିବା ଉପାୟ ସହିତ ଜ୍ୟୋତିଷ ଉପାୟ ମଧ୍ୟ ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ଏହି ଉପାୟ କରିବା ଦ୍ୱାରା ବ୍ୟକ୍ତିର ଜୀବନ ବଦଳି ଯାଏ । ତେଣୁ ବ୍ୟକ୍ତିକୁ କିଛି ଉପାୟ ନିଶ୍ଚୟ କରିବା ଉଚିତ । ଯାହାଦ୍ୱାରା ତାକୁ ଦୁଇଗୁଣା ଲାଭ ହେବ ଏବଂ ଦାରିଦ୍ର୍ୟତା ଦୂରେଇ ଯିବ । ଉପାୟ ନିମନ୍ତେ ସବୁ ଜିନିଷ ଉପଲବ୍ଧ ହେବାର ଆବଶ୍ୟକତା ରହିଛି । ତେଣୁ ପ୍ରଥମେ ସଂକଳ୍ପ ନେଇ ଯାଆନ୍ତୁ । ସେଠାରେ ମହାଦେବଙ୍କ ସାମ୍ନାରେ ପୁରା ଶ୍ରାବଣ ମାସରେ ବୀଜ ମନ୍ତ୍ରର ଜପ କରିବାର ସଂକଳ୍ପ ନିଅନ୍ତୁ । ସଂକଳ୍ପ ପରେ ଅବଶ୍ୟକ ଥିବା ଜିନିଷ ନେଇ ଆସନ୍ତୁ । ସେଥିମଧ୍ୟରୁ ତିନିମୁଖୀ ରୁଦ୍ରାକ୍ଷ ଅନ୍ୟତମ ଅଟେ ।

ନଚେତ ଆପଣ ପଞ୍ଚମୁଖୀ ରୁଦ୍ରାକ୍ଷ ନେଇ ପାରିବେ । ଆଗାମୀ ଜିନିଷ ହେଉଛି ଧଳା ଚନ୍ଦନ । ତୃତୀୟ ଜିନିଷଟି ହେଉଛି ତମ୍ବା ଲୋଟା । ଉପାୟ ଅନୁଯାୟୀ ସର୍ବପ୍ରଥମେ ରୁଦ୍ରାକ୍ଷକୁ ଗଙ୍ଗା ଜଳରେ ଧୋଇ ସେଥିରେ ଧଳା ଚନ୍ଦନରେ ଲେପ ଲଗାଇ ଦିଅନ୍ତୁ । ଏହାପରେ ତମ୍ବା ଲୋଟାରେ ଜଳ ନେଇ ରୁଦ୍ରାକ୍ଷ ନେଇ ଶିବ ମନ୍ଦିରକୁ ଯାଆନ୍ତୁ । ରୁଦ୍ରାକ୍ଷକୁ ଶିବଲିଙ୍ଗ ଉପରେ ରଖି ତମ୍ବା ଲୋଟାରେ ଜଳ ଧୀରେ ଧୀରେ ଢ଼ାଳନ୍ତୁ । ଏହିଭଳି ଅଭିଷେକ ଏବଂ ଚନ୍ଦନ ଦ୍ୱାରା ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହା ପଛରେ କିଛି କାରଣ ମଧ୍ୟ ରହିଛି । ମହାଦେବ ବିଷ ପାନ କରିବା ପରେ ତାଙ୍କ ଶରୀର ଅତ୍ୟନ୍ତ ଉତ୍ତପ୍ତ ରହୁଥିଲା ।

ଏହାପରେ ଦେବତା ମାନେ ବେଲପତ୍ର ଏବଂ ଭାଙ୍ଗ ଖୁଆଇ ଶରୀରକୁ ଥଣ୍ଡା ଏବଂ ଶାନ୍ତ କରାଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେଲେ । ତେଣୁ ଦେବତା ମାନେ ଚନ୍ଦନର ଲେପ ଦେବା ଆରମ୍ଭ କଲେ । ଯାହାଦ୍ୱାରା ମହାଦେବ ଶାନ୍ତ ହେଲେ । ଏଭଳି ମାନ୍ୟତା ରହିଛି ଯେ ଶିବଲିଙ୍ଗରେ ଧଳା ଚନ୍ଦନ ଲେପ ଏବଂ ରୁଦ୍ରାକ୍ଷ ଅର୍ପିତ କରି ଅଭିଷେକ କଲେ ବହୁତ ଜଲଦି ମନସ୍କାମନା ପୂରଣ ହୋଇଥାଏ । ମାତ୍ର ଜଳ ଅଭିଷେକ ସମୟରେ ଓଁ ନମଃ ଶିବାୟ କହି ଧୀରେ ଧୀରେ ଜଳ ଅର୍ପିତ କରନ୍ତୁ । କୁହାଯାଏ ଯେ ମହଦେବଙ୍କ ଲୁହରୁ ରୁଦ୍ରାକ୍ଷ ଉତ୍ପନ୍ନ ହୋଇଥିଲା । ତେଣୁ ଏହା ମଧ୍ୟ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ କୁହାଯାଏ ଯେ ଶ୍ରାବଣ ମାସରେ ରୁଦ୍ରାକ୍ଷକୁ ଶିବଲିଙ୍ଗରେ ସ୍ପର୍ଶ କରାଇ ନିଜର ମନସ୍କାମନା କହି ପାଖରେ ରଖିଲେ ସବୁ ମନସ୍କାମନା ପୂରଣ ହୋଇଥାଏ ।

ଆପଣ ଚାହିଁଲେ ଏହି ଉପାୟକୁ କୌଣସି ସୋମବାର କରି ପାରିବେ । ଏହାପରେ ସେହି ରୁଦ୍ରାକ୍ଷକୁ କଳା କିମ୍ବା ନାଲି ସୂତାରେ ବେକରେ ଧାରଣ କରନ୍ତୁ । ଏହାଦ୍ବାରା କେହିବି ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ । ଆପଣଙ୍କ ଜୀବନର ସମସ୍ୟା ଦୂର ହୋଇଯିବ ଏବଂ ଆପଣ ଉନ୍ନତି କରିବେ । ଆଉ ଏକ ଉପାୟ ଅନୁଯାୟୀ ମନସ୍କାମନା କହି କହି ଧୁତୁରା ରସ ବାହାର କରି ଶିବଲିଙ୍ଗରେ ଅର୍ପିତ କରନ୍ତୁ । ଏପରି କରିବା ଦ୍ୱାରା ମହାଦେବ ବହୁତ ଜଲଦି ପ୍ରସନ୍ନ ହୁଅନ୍ତି । ମହାଦେବଙ୍କ ସୁଲଭ କୃପା ନିଜ ଉପରେ ବଜାୟ ରଖିବା ପାଇଁ ପ୍ରତ୍ୟେକ ସୋମବାର ୨୦ ଟି ମିଶ୍ରୀ ଦାନା ମହାଦେବଙ୍କୁ ଅର୍ପିତ କରି ଦିଅନ୍ତୁ । ମିଶ୍ରୀ ଦ୍ୱାରା ମହାଦେବଙ୍କୁ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *