ଘରେ ଲଗେଇଥିବା ମନି ପ୍ଲାଣ୍ଟରେ ବାନ୍ଧି ଦିଅନ୍ତୁ ଲାଲ ସୂତା, ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ଉପରେ ହେବ ଧନବର୍ଷା।
ଯଦି ଆପଣଙ୍କ ଘରେ ମନି ପ୍ଲାଣ୍ଟ ରହିଛି, ତାହେଲେ ଆଜି ଅନେ ଆପଣଙ୍କୁ ସେହି ସମ୍ବନ୍ଧିତ କିଛି ବିଶେଷ କଥା କହିବାକୁ ଯାଉଛୁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ମନି ପ୍ଲାଣ୍ଟରେ ଯଦି ଲାଲ ସୂତା ବାନ୍ଧିବେ, ତାହେଲେ ଆପଣଙ୍କୁ କେବେବି ଅର୍ଥର ଅଭାବ ହେବନାହିଁ।
ଅଧିକାଂଶ ଲୋକେ ନିଜ ଘରର ସାଜସଜ୍ଜା କରିବା ପାଇଁ ମନି ପ୍ଲାଣ୍ଟ ଲଗାଇ ଥାଆନ୍ତି।ଏହାର ପତ୍ର ଦେଖିବାକୁ ଖୁବ୍ ସୁନ୍ଦର ଅଟେ।ଲୋକେ ବାଲକୋନୀ ଏବଂ ରୁମ ଭିତରେ ମଧ୍ୟ ମନି ପ୍ଲାଣ୍ଟ ଲଗାଇ ଥାଆନ୍ତି।ଏହି ଗଛର ଏକ ଖାସ ଗୁଣ ହେଉଛି, ଏହା ମାଟି ଓ ପାଣି ଉଭୟ ଦ୍ୱାରା ବଢିପାରେ। ବାସ୍ତୁ ଶାସ୍ତ୍ରରେ ମନି ପ୍ଲାଣ୍ଟର ବହୁତ ମହତ୍ତ୍ଵ ରହିଛି ଏବଂ ଏହାକୁ ନେଇ ଅନେକ ଉପାୟ ଗୁଡ଼ିକ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି।ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଏବଂ ଅନେକ ଲାଭ ମଧ୍ୟ ମିଳିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ମନି ପ୍ଲାଣ୍ଟରେ ବାନ୍ଧନ୍ତୁ ଲାଲ ସୂତା :-
ବସ୍ତୁ ଶାସ୍ତ୍ର ଅନୁସାରେ ଘରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ।ମାନ୍ୟତା ରହିଛି କି ମନି ପ୍ଲାଣ୍ଟର ସମ୍ବନ୍ଧ ଶୁକ୍ର ଗ୍ରହ ସହିତ ରହିଛି।ତେଣୁ ଏହାକୁ ଘରେ ଲଗାଇବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।ଆପଣ ଲଗେଇଥିବା ମନି ପ୍ଲାଣ୍ଟରେ ଲାଲ ସୂତା ବାନ୍ଧି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବ।ଏହାସହିତ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ।ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।
ଏହି ନିୟମ ଗୁଡ଼ିକୁ କରନ୍ତୁ ପାଳନ :-
ମନି ପ୍ଲାଣ୍ଟରେ ଲାଲ ସୂତା ବାନ୍ଧିବା ପୂର୍ବରୁ କିଛି ବିଶେଷ ନିୟମ ଗୁଡ଼ିକର ପାଳନ କରିବା ଉଚିତ। ଆପଣ ଏହି ଉପାୟ ଶୁକ୍ରବାର ଦିନ କରି ପାରିବେ। ଶୁକ୍ରବାର ଦିନ ଆପଣ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ଦେବୀ ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ।ଯେଉଁ ଲାଲ ସୂତା ଆପଣ ମନି ପ୍ଲାଣ୍ଟରେ ବାନ୍ଧିବା ପାଇଁ ରଖିଥିଲେ, ତାହା ଦେବୀ ଲକ୍ଷ୍ମୀଙ୍କର ଚରଣରେ ରଖି ଦିଅନ୍ତୁ।ତାପରେ ଦେବୀ ଲକ୍ଷ୍ମୀଙ୍କର ଆଳତି କରନ୍ତୁ।ତାପରେ ସେହି ଲାଲ ସୂତାରେ କୁଙ୍କୁମ ଓ ସିନ୍ଦୂର ଲଗାଇ ମନି ପ୍ଲାଣ୍ଟରେ ବାନ୍ଧି ଦିଅନ୍ତୁ। ଦେଖିବେ ଏଭଳି କରିବା ଦ୍ୱାରା ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବ।
ଏହି ଦିଗରେ ଲଗାନ୍ତୁ ମନି ପ୍ଲାଣ୍ଟ :-
ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟ ସଠିକ ଦିଗରେ ଲଗାଇବା ଉଚିତ। ମନି ପ୍ଲାଣ୍ଟକୁ ଲଗାଇବାର ସଠିକ ଦିଗ ହେଉଛି ଘରର ଆଗ୍ନେୟ ଅର୍ଥାତ ଦକ୍ଷିଣ – ପୂର୍ବ କୋଣ।ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇଲେ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ। ପରିବାର ଲୋକେ ସବୁ କ୍ଷେତ୍ରରେ ସଫଳ ହୋଇଥାନ୍ତି। ଘରର ପରିବେଶ ସୁଖଶାନ୍ତିରେ ପରିପୂର୍ଣ୍ଣ ହୋଇ ଯାଇଥାଏ।