ବିବାହ ପରେ ପରିବାର ଲୋକଙ୍କୁ ଏହି ୪ ଗୋଟି କଥା କହିବା ଉଚିତ ନୁହେଁ, ନଚେତ ପତିପତ୍ନୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ।
ନିଜ ପରିବାର ଲୋକଙ୍କ ସହିତ ସବୁ କଥା ସେୟାର କରିବା ଉଚିତ ଅଟେ। କିନ୍ତୁ ବିବାହ ପରେ ପରିବାର ଲୋକଙ୍କ ସହିତ ସବୁ କଥାବାର୍ତ୍ତା ସେୟାର କରିବା ଅନୁଚିତ। ଆପଣଙ୍କର ଏଭଳି କରିବା ଆପଣଙ୍କ ସମ୍ପର୍କ ଉପରେ ଖରାପ ପ୍ରଭାବ ପକାଇ ପାରେ। ଏଥିପାଇଁ ଆପଣଙ୍କୁ କିଛି ବିଶେଷ କଥା ଜାଣି ରଖିବା ଉଚିତ।
ପ୍ରତ୍ୟେକ ଲୋକେ ନିଜ ପରିବାର ଲୋକଙ୍କ ସହିତ ସବୁକିଛି କଥା ସେୟାର କରିଥାନ୍ତି। କିନ୍ତୁ ବିବାହ ପରେ ପୁଅ ହେଉ ଅବା ଝିଅ କେବେବି ପରିବାର ଲୋକଙ୍କ ସାମ୍ନାରେ ସବୁକିଛି ସେୟାର କରିବା ଉଚିତ ନୁହେଁ।ଖାସ କରି ଝିଅମାନେ ବାପଘରୁ ଶାଶୂଘରକୁ ଯାଇଥାନ୍ତି। ତେଣୁ ସେମାନଙ୍କୁ ସେଠାରେ ତାଳମେଳ ରଖିବା ପାଇଁ ସମୟ ଲାଗିଥାଏ।
ସେମାନଙ୍କର ଦେଖା ସାକ୍ଷାତ ଅନେକ ନୂଆ ଲୋକଙ୍କ ସହିତ ହୋଇଥାଏ। ସେମାନଙ୍କୁ ଶାଶୁ ଶଶୁର ଓ ପରିବାର ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ସମୟ ଲାଗିଥାଏ। କିଛି ଝିଅମାନେ ନିଜ ବାପଘର କଥା ଶାଶୁଘର ଲୋକଙ୍କ ସହିତ ସେୟାର କରିଥାନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ। କାରଣ ଏଭଳି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ।
ପ୍ରତ୍ୟେକ କାର୍ଯ୍ୟ ମାଆଙ୍କୁ ପଚାରି କରିବା :-
ବିବାହ ପରେ କୌଣସି କାର୍ଯ୍ୟରେ ନିଜ ମାଆଙ୍କର ସାହାଯ୍ୟ ନିଅନ୍ତୁ। କିନ୍ତୁ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ମାଆଙ୍କୁ ପଚାରି କରିବା ଭୁଲ ଅଟେ। ପରିବାର ଲୋକଙ୍କ ସହିତ କୌଣସି ଅଯଥା ବାର୍ତ୍ତାଳାପ କରନ୍ତୁ ନାହିଁ। ନଚେତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇପାରେ। କିଛି କଠିନ ନିଷ୍ପତ୍ତି ନିଜ ହିସାବରେ ନିଅନ୍ତୁ। ପ୍ରତ୍ୟେକ ପିତାମାତା ଇଚ୍ଛା ରଖିଥାନ୍ତି କି ତାଙ୍କ ଝିଅ ଆରାମରେ ଶାଶୁ ଘରେ ରହୁ। କିନ୍ତୁ ଶାଶୂଘରେ ଏହାର ବିପରୀତ ପରିସ୍ଥିତି ସୃଷ୍ଟି ହୋଇ ଯାଇଥାଏ।
ଶାଶୁଘରେ ଅନ୍ୟମାନଙ୍କ ସମ୍ପର୍କର ରହସ୍ୟ ଖୋଲିବା :-
ଘରର କଥା କେବେବି ବାହାରକୁ କାଢ଼ିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ପରିବାର ଲୋକଙ୍କର ସମ୍ମାନ ହାନି ହୋଇଥାଏ। ଯେତେବେଳେ ଆପଣ ଶାଶୂଘରକୁ ଆସିବେ କେବେବି କାହାକୁ କାହା ସହିତ ତୁଳନା କରନ୍ତୁ ନାହିଁ। ଏଭଳି କରିବା ଭୁଲ ଅଟେ। ପରିବାରରେ ଅଶାନ୍ତି ବାତାବରଣ ସୃଷ୍ଟି ହେଲେ ଆପଣଙ୍କ ସମ୍ପର୍କରେ ମଧ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଶାଶୁ ଓ ଶଶୁରଙ୍କୁ ଉତ୍ତମ ବ୍ୟବହାର ଦିଅନ୍ତୁ। ପରିବାରର କଥା ବାପଘର ଲୋକଙ୍କ ସହିତ ସେୟାର କରନ୍ତୁ ନାହିଁ।
ପ୍ରତ୍ୟେକ ଦିନର ସୂଚନା ଦେବା :-
ବିବାହ ପରେ ଆପଣ ଶାଶୂଘରକୁ ଗଲା ପରେ ନୂଆ ମାହୋଲ ମିଳିଥାଏ। ଆପଣଙ୍କୁ ଭୟ ଲାଗିପାରେ କିନ୍ତୁ ଶାଶୂଘରର ସବୁ କଥା କେବେବି ବାପଘର ଲୋକଙ୍କ ସହିତ ସେୟାର କରନ୍ତୁ ନାହିଁ। ଅର୍ଥର ଆପଣ ନିଜ ଘର ଲୋକଙ୍କ ସହିତ ନିଜ ହୃଦୟର କଥା କହି ପାରିବେ। କିନ୍ତୁ ପରିବାରର ସମସ୍ତ କଥା ସେୟାର କରିବା ଉଚିତ ନୁହେଁ। ନଚେତ ଏଭଳି କରିବା ଦ୍ଵାରା ଦୁଇଟି ପରିବାର ମଧ୍ୟରେ ମତଭେଦ ଓ ତିକ୍ତତା ସୃଷ୍ଟି ହୋଇପାରେ।
ସ୍ଵାମୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ବିଷୟରେ କହିବା :-
ବିବାହ ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ସ୍ଥାପନ ହୋଇଥାଏ। ଏହାସହିତ ପତିପତ୍ନୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥାଏ, ଏହିକଥା କେବେବି ପରିବାର ଲୋକ ବା ଅନ୍ୟମାନଙ୍କ ସହିତ ସେୟାର କରିବା ଉଚିତ ନୁହେଁ। ଆପଣ ନିଜ ସ୍ଵାମୀଙ୍କ ସହିତ କିପରି ରହୁଛନ୍ତି ଓ ଗୁପ୍ତ କଥା ଆଦି କେବେବି ପରିବାର ଲୋକଙ୍କୁ କହିବା ଉଚିତ ନୁହେଁ। ନଚେତ ଆପଣଙ୍କର ସମ୍ମାନ ହାନୀ ହେବା ସହିତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥାଏ।