ସନ୍ଧ୍ୟା ସମୟରେ ଭୁଲରେ ବି କାହାକୁ ଘରର ଏହି ୩ଟି ଜିନିଷ ଦିଅନ୍ତୁ ନାହିଁ,ମା ଲକ୍ଷ୍ମୀ ହୋଇଯାନ୍ତି କ୍ରୋଧିତ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଉଧାରରେ ଦିଅନ୍ତୁ ନାହିଁ କାହାରିକୁ ବି ଏହି ଜିନିଷ ମା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ।
କିଏ କେତେ ମାଗିଲେ ମଧ୍ୟ ସନ୍ଧ୍ୟା ସମୟରେ ଘରୁ ଏହି ୩ଟି ଜିନିଷ କାହାରିକୁ ଦିଅନ୍ତୁ ନାହିଁ। ଏହା ସହିତ ଜାଣିବା ଘରେ ବାସ୍ତୁ ଦୋଷ ଅଛି ବୋଲି ଏବଂ ସେହି ବାସ୍ତୁଦୋଷକୁ କେମିତି ବାହାର କରିପାରିବା।
ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଏହି ଜିନିଷ ଭୁଲରେ ବି କାହାରିକୁ ଦିଅନ୍ତୁ ନାହିଁ। ଏମିତି କରିଲେ ଦରିଦ୍ରତା ଆସିଥାଏ। ବାସ୍ତୁଦୋଷ ଆମ ଜୀବନ ଉପରେ ବହୁତ ଗମ୍ଭୀର ପ୍ରଭାବ ପକାଇଥାଏ। ଯଦି ଘରେ ବାରମ୍ବାର ଝଗଡା ହେଉଥାଏ ଧନର ଅଭାବ ରହୁଥାଏ ହଠାତ କୌଣସି କ୍ଷତି ଉଠାଇବାକୁ ପଡିଥାଏ ସବୁବେଳେ କେହି ନାଁ କେହି ରୋଗରେ ପଡିଥାଏ ତ ଏହିସବୁ ବାସ୍ତୁଦୋଷ କାରଣରୁ ହୋଇଥାଏ। ଯଦି ଏହି ବାସ୍ତୁଦୋଷ ଦୂର କରିବା ପାଇଁ ତୁରନ୍ତ କୌଣସି ଉପାୟ କରାଯିବ ନାହିଁ ତ ଏହା ଆହୁରି ଅଧିକ ସମସ୍ୟା ସୃଷ୍ଟି କରିପାରେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ବାସ୍ତୁ ସହିତ ଜଡ଼ିତ କିଛି ଉପାୟ ବିଷୟରେ ଜଣେଇବୁ ଯାହାକୁ କରିଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ।
ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ଘରୁ ଏମିତି କିଛି ଜିନିଷ ଅଛି ଯାହା ଅନ୍ୟଙ୍କୁ ଦେବା ଉଚିତ ନୁହେଁ। ଏମିତି କରିଲେ ବାସ୍ତୁର ଖରାପ ପ୍ରଭାବ ପଡିଥାଏ। କିଛି କାମ ବହୁତ ସାଧାରଣ ହୋଇଥାଏ ଯାହା ଉପରେ ଆମେ ଧ୍ୟାନ ଦେଇପାରିନଥାଉ ଏବଂ ତାହା ଘରର ବାସ୍ତୁଦୋଷ ନିର୍ମାଣ କରିଥାଏ ଏବଂ ଧୀରେ ଧୀରେ ଘର ଭିତରେ ନକରାତ୍ମକତା ସଞ୍ଚାର କରିଥାଏ। ଏଥିରୁ ବାହାରୁଥିବା ନକରାତ୍ମକ ଉର୍ଜା ଘରର ସଦସ୍ୟଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।
ଆମେ ଜାଣୁ ଯେ ଘର ଭିତରେ ଥିବା ସମସ୍ତ ଜିନିଷର ନିଜର ନିଜର ଉର୍ଜା ଥାଏ ଯଦି ତାହାକୁ ଠିକ ସ୍ଥାନରେ ରଖାଯାଏ ନାହିଁ ତ ତାହା ନକରାତ୍ମକ ଉର୍ଜା ସଞ୍ଚାର କରିଥାଏ ଯେଉଁ କାରଣରୁ ଘରେ ବାସ୍ତୁଦୋଷ ଉତ୍ପନ କରିଥାଏ। ଯେମିତିକି ଜଳର ଦିଗ ଅଗ୍ନିର ଦିଗ କିମ୍ବା ଘଂଟାର ଦିଗ। ଏହିସବୁ ଜିନିଷର ଏକ ନିର୍ଧାରିତ ସ୍ଥାନ ଥାଏ। ଯାହାକୁ ଠିକ ଜାଗାରେ ରଖିଲେ ସକରାତ୍ମକ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଘରକୁ ସୁଖ ସମୃଦ୍ଧି ପାଇଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ।
ଡ଼ଷ୍ଟପିନର ଠିକ ଜାଗା। ଏଥିରେ ଅନେକ ପ୍ରକାରର ଅପରିଷ୍କାର ଜିନିଷ ପକାଇଥାଉ। ଏହା ଘର ଭିତରେ ଥିବା ସବୁଠାରୁ ଅଧିକ ନକରାତ୍ମକତା ସଞ୍ଚାର କରୁଥିବା ଜିନିଷ ଅଟେ। ଏହାକୁ କେବେବି ଖୋଲା ରଖିବା ଉଚିତ ନୁହେଁ। ଏହାକୁ ଘରର ବାହାରେ ରଖନ୍ତୁ। ଏହାକୁ ଘରର ସାମ୍ନାରେ ରଖିବେ ନାହିଁ। ଏମିତି କରିଲେ ନକରାତ୍ମକ ଉର୍ଜା ସିଧା ଘର ଭିତରକୁ ପ୍ରବେଶ କରିଥାଏ। ଏମିତି କରିଲେ ପଡୋଶୀଙ୍କ ସହିତ ମତଭେଦ ହୋଇଥାଏ। ଏଥିପାଇଁ ଏହାକୁ ମୁଖ୍ୟ ଦ୍ୱାର ଠାରୁ ଦୂରେଇ ରଖନ୍ତୁ। ସମୟ ସମୟରେ ଏହି ଅପରିଷ୍କାର ଜିନିଷକୁ ବାହାରେ ଫୋପାଡ଼ି ଆସନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ରଖନ୍ତୁ ଅପରିଷ୍କାର ଜିନିଷ ରଖନ୍ତୁ ନାହିଁ।
ଡ଼ଷ୍ଟପିନରେ ପକାନ୍ତୁ ନାହିଁ ଏହି ଜିନିଷ। ଏଥିରେ ଭୁଲରେ ବି ଫଳର ଚୁପା କେବେବି ପକାନ୍ତୁ ନାହିଁ। ଏହାକୁ ସର୍ବଦା ଘରୁ ବାହାରେ ଫୋପାଡ଼ି ଦେବା ଉଚିତ। ଖରାପ କିମ୍ବା ପଚାସଢା ଜିନିଷ ଏଥିରେ ପକାନ୍ତୁ ନାହିଁ। ଏହା ଅଧିକ ନକରାତ୍ମକ ଉର୍ଜାର ସଞ୍ଚାର କରିଥାଏ। ଏହା ଘରକୁ ଦୁର୍ଗନ୍ଧ କରିଥାଏ। ଏହି କାରଣରୁ ମା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲି ଯାଇଥାନ୍ତୁ। ଏଥିପାଇଁ ଏହାକୁ ଘରୁ ବାହାରି ଫୋପାଡ଼ି ଦିଅନ୍ତୁ। ଏମିତି କରିଲେ ଚାକିରୀ ବ୍ୟବସାୟରେ ବୃଦ୍ଧି ହୋଇଥାଏ।
ଯଦି ଆପଣ କରଜରେ କିମ୍ବା ଧନ ସମ୍ବଦ୍ଧିତ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଶୋଇବା ପୂର୍ବରୁ ରୋଷେଇ ଘରେ ଜଳ ଭର୍ତି ବାଲ୍ଟି ନିଶ୍ଚୟ ରଖନ୍ତୁ। ଏମିତି କରିଲେ କରଜରୁ ମୁକ୍ତି ମିଳିଯିବ। ଯଦି ବାଥରୁମରେ ଜଳ ଭରି ରଖିବେ ତ ସଫଳତା ମାର୍ଗରେ ଆସୁଥିବା ବାଧା ଦୂର ହୋଇଯିବ।
ଦହି। ଏହାକୁ ବି ସୂର୍ଯ୍ୟାସ୍ତ ପରେ କାହାରିକୁ ବି ଦିଅନ୍ତୁ ନାହିଁ। ଯଦି କେହି ସନ୍ଧ୍ୟା ସମୟରେ ଖଟା ଏବଂ ଦହି ମାଗିବେ ତ ମନା କରିଦିଅନ୍ତୁ ଏବଂ ଦେବାର ଭୁଲ କରନ୍ତୁ ନାହିଁ ନଚେତ ଆପଣଙ୍କୁ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡିପାରେ।
ସୂର୍ଯ୍ୟାସ୍ତ ପରେ ଆପଣ କୌଣସି ବି ବ୍ୟକ୍ତିକୁ ପିଆଜ ଏବଂ ରସୁଣ ଦେବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଏ। ଏମିତି କରିଲେ ଆପଣଙ୍କ ଘରର ଖୁସି ଚାଲିଯାଏ ଏବଂ ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଥାଏ। ଏଥିପାଇଁ ସୂର୍ଯ୍ୟ ଅସ୍ତ ହେବା ପରେ କାହାରିକୁ ପିଆଜ ରସୁଣ ଉଧାର ଦିଅନ୍ତୁ ନାହିଁ ନଚେତ ଏହାର ଖରାପ ପ୍ରଭାବ ଆପଣଙ୍କୁ ଭୋଗିବାକୁ ପଡିପାରେ।
ସୂର୍ଯ୍ୟାସ୍ତ ପରେ ଯଦି କେହି ଆପଣଙ୍କୁ ଧନ ବା ଟଙ୍କା ମାଗେ ତ ଏହାକୁ ଭୁଲରେ ବି ଦିଅନ୍ତୁ ନାହିଁ। ଏମିତି କରିଲେ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି।
ସୂର୍ଯ୍ୟାସ୍ତ ପରେ ଯଦି ଆପଣଙ୍କୁ କେହି ଲୁଣ ମାଗିବାକୁ ଆସେ ତ ମନା କରିଦେବା ଭଲ ଅଟେ। ଲୁଣ ଉଧାର ଦେଲେ ଆପଣଙ୍କ ଘରର ଉନ୍ନତି ଚାଲିଯାଏ।
ଘରର ଛାତ ଉପରେ ଗହମ ଏବଂ କପଡା ଧୋଇବା ଉଚିତ ନୁହେଁ। ଏମିତି କରିଲେ ଶଶୁର ଘର ସହିତ ସମ୍ପର୍କ ଖରାପ ହୋଇଥାଏ।
ମିଶ୍ରି କ୍ଷୀରି ଖାଇଲେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ। ମାସରେ ଥରେ ମିଶ୍ରି ପକାଇ କ୍ଷୀରି ବନେଇବା ଉଚିତ ଏବଂ ସେହି କ୍ଷୀରିକୁ ଘରର ସମସ୍ତ ସଦସ୍ୟଙ୍କୁ ଖାଇବାକୁ ଦେବା ଉଚିତ। ଧ୍ୟାନ ରଖିବେ କ୍ଷୀରିକୁ ସର୍ବପ୍ରଥମେ ଘରର ବଡ଼ ଲୋକଙ୍କୁ ଦେବେ। ଏମିତି କରିଲେ ଘର ପରିବାର ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷା ହୋଇଥାଏ।
ଗୁରୁବାର ଦିନ ହଳଦିଆ ଜିନିଷର ସେବନ ନିଶ୍ଚୟ କରନ୍ତୁ।ବୁଧବାର ଦିନ ସବୁଜ ରଙ୍ଗର ଜିନିଷ ଖାଇବା ଉଚିତ। ଏମିତି କରିଲେ ପରିବାରରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ।
ରାତିରେ ଅଇଁଠା ବାସନ ଘରେ ରଖନ୍ତୁ ନାହିଁ। ଏମିତି କରିଲେ ଘରର କ୍ଷତି ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ବି ପ୍ରକାରର ବାସ୍ତୁଦୋଷ ରହିବା ଉଚିତ ନୁହେଁ। କାରଣ ସକରାତ୍ମକ ଉର୍ଜା ସର୍ବପ୍ରଥମେ ଘରର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିଥାଏ। ଏମିତିରେ ଯଦି ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ପ୍ରକାରର ବାସ୍ତୁଦୋଷ ଥାଏ ତ ତାହାକୁ ତୁରନ୍ତ ଠିକ କରିନିଅନ୍ତୁ।
ଘରର ମୁଖ୍ୟ ଦ୍ୱାର ସାମ୍ନାରେ ସ୍ବାସ୍ତିକ ଚିହ୍ନ ନିଶ୍ଚୟ କରନ୍ତୁ। ବାସ୍ତୁଦୋଷ ଦୂର ହୋଇଥାଏ।