Excuse Me Odisha

ଯାହା କହିବୁ ସତ କହିବୁ

ଏହି ପାଞ୍ଚ ପ୍ରକାର ମହିଳା ନବରାତ୍ରି ବ୍ରତ ରଖନ୍ତୁ ନାହିଁ, ନଚେତ ଦେବୀ ଦୁର୍ଗା ହୋଇଯିବେ କ୍ରୋଧିତ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଚୈତ୍ର ନବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ମହିଳା ମାନେ ନବରାତ୍ରି ବ୍ରତ ରଖିବା ଉଚିତ ନୁହେଁ। ଏହି ମହିଳା ମାନେ ନବରାତ୍ରି ବ୍ରତ ରଖିଲେ ମଧ୍ୟ କିଛି ମାନ୍ୟ କରାଯିବ ନାହିଁ। ଚୈତ୍ର ନବରାତ୍ରି ୨୨ ମାର୍ଚ୍ଚ ବୁଧବାର ଦିନ ଠାରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ଗୁରୁବାର ଦିନ ସମାପ୍ତ ହେବ।

କଳସ ସ୍ଥାପନାର ଶୁଭ ମୂହୁର୍ତ୍ତ ହେଉଛି ମାର୍ଚ୍ଚ ୨୨ ତାରିଖ ଦିନ ସକାଳ ୬:୨୩ ମିନିଟରୁ ଆରମ୍ଭ ହୋଇ ୭:୩୨ ମିନିଟରେ ଶେଷ ହେବ। ଯେଉଁ ପୂଜା ଶୁଭ ମୂହୁର୍ତ୍ତରେ ହୋଇଥାଏ, ସେହି ପୂଜାର ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି, କେଉଁ ମହିଳା ମାନେ ନବରାତ୍ରି ବ୍ରତ କରିବା ଉଚିତ ନୁହେଁ। ନଚେତ ଆପଣଙ୍କ ଜୀବନ କିଛି ସଙ୍କଟରେ ପଡ଼ି ଯାଇପାରେ ଏବଂ ଆପଣଙ୍କ ପତିଙ୍କ ଜୀବନ ମଧ୍ୟ ସଙ୍କଟରେ ପଡ଼ି ଯାଇପାରେ।

ପ୍ରଥମେ ହେଉଛି ବିବାହ ବିଚ୍ଛେଦ ହୋଇ ଯାଇଥିବା ମହିଳା। ଯେଉଁ ପୁରୁଷ ଓ ମହିଳାଙ୍କର ବିବାହ ବିଚ୍ଛେଦ ହୋଇ ଯାଇଛି, ସେମାନେ କେବେବି ନବରାତ୍ରି ବ୍ରତ କରିବା ଉଚିତ ନୁହେଁ। କାରଣ ନବରାତ୍ରି ବ୍ରତ ବିବାହିତ ନାରୀ ଓ ପୁରୁଷ କରିବା ଦ୍ୱାରା ଶୁଭ ଦଳ ପ୍ରାପ୍ତି ହୋଇଥାଏ। ଏହି ମହିଳା ଓ ପୁରୁଷଙ୍କୁ କେବେବି ସାବିତ୍ରୀ ବ୍ରତ ମଧ୍ୟ କରିବା ଉଚିତ ନୁହେଁ।

ତେବେ ଆସନ୍ତୁ ଜାଣିବା ନବରାତ୍ରି ସମୟରେ କେଉଁ ଜିନିଷ ଘରକୁ ଆଣିବା ଦ୍ଵାରା ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି। ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର ଅର୍ପଣ କରାଯାଇଥାଏ। ଷୋହଳ ଶୃଙ୍ଗାର ମଧ୍ୟରୁ ଲାଲ ଓଢ଼ଣୀ, ଚୁନରୀ, ବିନ୍ଦି, ସିନ୍ଦୂର, ଅଳତା, ମେହେନ୍ଦି, କାଜଲ, ମଙ୍ଗଳସୂତ୍ର, କାନଫୁଲ ଇତ୍ୟାଦି ଦେବୀ ଦୁର୍ଗାଙ୍କୁ ଅର୍ପଣ କରାଯାଇଥାଏ। ଧ୍ୟାନ ରଖନ୍ତୁ ଯେଉଁ ମହିଳା ଦେବୀ ଦୁର୍ଗାଙ୍କୁ ଷୋହଳ ଶୃଙ୍ଗାର କରାଉଛନ୍ତି, ସେ ନିଜେ ମଧ୍ୟ ଶୃଙ୍ଗାର ହୋଇଥିବା ଆବଶ୍ୟକ।

ନବରାତ୍ରି ସମୟରେ ଘରକୁ ସୁନା ଓ ରୁପାର ମୁଦ୍ରା ଆଣନ୍ତୁ। ଏହାକୁ ନବରାତ୍ରିରେ ନଅ ଦିନ ପର୍ଯ୍ୟନ୍ତ ଦେବୀଙ୍କ ଖଟୁଲି ପାଖରେ ରଖି ପୂଜାର୍ଚ୍ଚନା କରନ୍ତୁ। ନଅ ଦିନ ପରେ ଆପଣ ଏହାକୁ ନିଜ ଧନଭଣ୍ଡାର ଘରେ ରଖି ଦିଅନ୍ତୁ। ନବରାତ୍ରି ସମୟରେ ଆପଣ ଘରକୁ ପଦ୍ମ ଫୁଲ ଆଣି ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। କହିବାକୁ ଗଲେ ପ୍ରତ୍ୟେକ ଦେବୀଙ୍କୁ ପଦ୍ମ ଫୁଲ ପ୍ରିୟ ହୋଇଥାଏ। ଯଦି ଆପଣ ପଦ୍ମ ଫୁଲ ଆଣି ପାରୁ ନାହାଁନ୍ତି, ତାହେଲେ ନବରାତ୍ରିରେ ପଦ୍ମ ଫୁଲର ଫଟୋ ଆଣି ଘରର ଉତ୍ତର ଦିଗ କାନ୍ଥରେ ଲଗାଇ ଦିଅନ୍ତୁ।

ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଓ ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ। ନବରାତ୍ରି ସମୟରେ ଦକ୍ଷିଣାବର୍ତ୍ତି ଶଙ୍ଖ ଘରକୁ ଆଣିବା ଉଚିତ। ଏହାଦ୍ବାରା ଘରୁ ଦୁଃଖକଷ୍ଟ ଓ ଦାରିଦ୍ର୍ୟତା ଦୂର ହୋଇ ଯାଇଥାଏ। ନବରାତ୍ରିରେ ସାତ ଗୋଟି କଉଡ଼ି ଆଣନ୍ତୁ। ସେଗୁଡିକୁ ହଳଦୀ ଲଗାଇ ଦେବୀଙ୍କ ଚଉକିରେ ରଖି ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *