Excuse Me Odisha

ଯାହା କହିବୁ ସତ କହିବୁ

ଏଲୋଭେରା ଫୁଲ ଦେଖିଲେ ଆଦୌ ଛାଡ଼ିବେ ନାହିଁ , ତୁରନ୍ତ ଘରକୁ ନେଇ ଆସିବେ , ହୋଇଯିବେ ମାଲାମାଲ

ସେୟାର୍ କରନ୍ତୁ

ଦୈନିକ ଜୀବନରେ ଏଲୋଭେରାର ଅନେକ ମହତ୍ତ୍ଵ ରହିଥାଏ । ଏହା ଅନେକ କାମରେ ସାହାଯ୍ୟ କରିଥାଏ । ଏହା ଅନେକ ସମସ୍ୟାର ମୁକ୍ତି ଦେବା ସହିତ ଔଷଧିୟ ଗୁଣରେ ମଧ୍ୟ ଭରପୁର ହୋଇ ରହିଥାଏ । ସାଧାରଣ ଭାଷାରେ ଏହାକୁ ଘୃତକୁମାରୀ ବୋଲି ମଧ୍ୟ କୁହା ଯାଇଥାଏ । ଏହା ଚର୍ମ ଏବଂ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ ।

କେଶ ସମସ୍ୟା ଲାଗି ରହିଥିଲେ କିମ୍ବା କେଶରେ ରୂପି ହେଉଥିଲେ , ଏହାକୁ ବ୍ୟବହାର କରିବା ଦ୍ଵାରା ଲାଭ ମିଳିଥାଏ । ଅନ୍ୟ ପକ୍ଷରେ ଯଦି ଆପଣଙ୍କ ମୁଁହରେ ବ୍ରଣ ସମସ୍ୟା ହେଉଛି , ତେବେ ଏହାକୁ ବ୍ୟବହାର କରିବା ଦ୍ଵାରା ମଧ୍ୟ ମୁକ୍ତି ମିଳିବ ।

ଯଦି ଶରୀରର କୌଣସି ଜାଗାରେ ଫୁଲି ଯାଇଛି କିମ୍ବା ଲାଲ ପଡି ଯାଇଛି , ତେବେ ଏଲୋଭେରା ବ୍ୟବହାର କରିବା ଲାଭ ପ୍ରଦାନ କରିଥାଏ । ଟନର ଭାବରେ ମଧ୍ୟ ଏହାକୁ ଆପଣ ବ୍ୟବହାର କରିପାରିବେ । ଯଦି ଆପଣଙ୍କ ଗୋଇଁଠୀ ଫାଟି ଯାଉଛି , ତେବେ ରାତିରେ ଶୋଇବା ସମୟରେ ଗୋଇଁଠିକୁ ଭଲ ଭାବରେ ଧୋଇ ଏଥିରେ ଭେସଲିନ ଏବଂ ଏଲୋଭେରା ଜେଲ ମିଶାଇ ଲଗାଇଲେ , ଗୋଇଁଠି ସମସ୍ୟାରୁ ମୁକ୍ତି ମିଳିବ । ଯଦି ଚର୍ମ କୁଣ୍ଡେଇ ହେଉଛି , ତେବେ ଆପଣ ଏଲୋଭେରା ଜେଲକୁ ସେହି ଜାଗାରେ ଲଗାଇ ପାରିବେ । ଯଦି ଆପଣଙ୍କ ମୁଣ୍ଡ ମଧ୍ୟ ଅଧିକ ବିନ୍ଧା ହେଉଛି , ତେବେ ଆପଣ ଏଲୋଭେରା ବ୍ୟବହାର କରିପାରିବେ ।

ଅର୍ଶ , ଜଣ୍ଡିସ ଆଦିରେ ମଧ୍ୟ ଏହାର ବ୍ୟବହାର ଲାଭ ପ୍ରଦାନ କରିଥାଏ । ଏଲୋଭେରା ରେ ଆପଣ ତରକାରୀ ବନାଇ ମଧ୍ୟ ଖାଇ ପାରିବେ । ଯଦି ଆପଣଙ୍କ ଘର କିମ୍ବା ଇଣ୍ଡଷ୍ଟ୍ରି ଆଦି ବିକି ପାରୁ ନାହିଁ , ତେବେ ଗୋଟିଏ ଛୋଟ କାମ କରନ୍ତୁ । ଗୋଟିଏ ଧଳା କପଡ଼ା ନିଅନ୍ତୁ । ଯେଉଁ ଘରକୁ ଆପଣ ବିକ୍ରି କରିବାକୁ ଚାହୁଁଛନ୍ତି , ତାହାର ଉତ୍ତର ପୂର୍ବ କୋଣରେ ଆପଣ ସେହି କପଡ଼ାକୁ ବିଛାଇ ଦିଅନ୍ତୁ ।

ଏହା ଉପରେ ଏଲୋଭେରା , ଚାଉଳ , ସିନ୍ଦୁର ଆଦି ରଖି ଏକ ମନ୍ତ୍ର ଜପ କରନ୍ତୁ । ତାପରେ ସକାଳେ ଏହାକୁ ଗୋଟିଏ ଅପରିଷ୍କାର ଜାଗାରେ ରଖି ଦିଅନ୍ତୁ। ଏହାକୁ ଗୁରୁବାର କିମ୍ବା ଶନିବାର ରାତିରେ କରନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କୁ ସମସ୍ୟାରୁ ମୁକ୍ତି ମିଳିବ ।

ତେବେ ଆମେ ଆପଣଙ୍କୁ କହି ରଖୁଛୁ କି , ଯଦି ଆପଣଙ୍କ ଘରେ ରହିଥିବା ଏଲୋଭେରା ଗଛରେ ଫୁଲ ଆସି ଯାଉଛି । ତେବେ ଏହାର ଅର୍ଥ ଆପଣଙ୍କ ଘରେ କିଛି ବି ବାସ୍ତୁ ଦୋଷ ନାହିଁ ଏବଂ ଘରେ ରହିଥିବା ନକାରାତ୍ମକ ଶକ୍ତି ଶେଷ ହୋଇଯିବ । ଏହି ଫୁଲକୁ ଆପଣ ତୋଳି ନେଇ ଶୁଖାଇ ଘରେ ରଖିପାରିବେ ।

ଏହା ବ୍ୟତୀତ ଗୋଟିଏ ଫୁଲ ତୋଳି ଆପଣ ମହୁରେ ବୁଡାଇ ଶିବ ଲିଙ୍ଗ ଉପରେ ରଖି ଦେଲେ , ଧନ ସମସ୍ୟା ଦୁର ହୋଇଯିବ , ଶତ୍ରୁ ଦୂରେଇ ଯିବେ , କରଜ ଶେଷ ହୋଇଯିବ , ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଯିବ , କେହି ଯଦି ଯାଦୁ କରିଥିବେ ଦୂରେଇ ଯିବ । ଏହାକୁ ଆପଣ ସୋମବାର ଦିନ କରନ୍ତୁ ଏବଂ ଆଖି ବନ୍ଦ କରି ଭଗବାନ ଶିବଙ୍କ ଆଗରେ ସବୁ ସମସ୍ୟା କହି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *