ଝାଡୁକୁ ନେଇ କରନ୍ତୁ ନାହିଁ ଏଭଳି ଭୂଲ, ନଚେତ ଘରକୁ ମାଡି ଆସିବ ଦାରିଦ୍ର୍ୟତା।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଝାଡୁ ଏକ ଏଭଳି ବସ୍ତୁ ଅଟେ, ଯାହା ସମସ୍ତଙ୍କ ଘରେ ରହିଥାଏ। ଝାଡୁ ଦ୍ଵାରା ଘର ସଫାସୁତୁରା ହୋଇଥାଏ। ଦେବୀ ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନ ସ୍ଥାନ ପସନ୍ଦ ହୋଇଥାଏ। ଅପରିଷ୍କାର ସ୍ଥାନରେ ଦେବୀ ଲକ୍ଷ୍ମୀ ରହନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଝାଡ଼ୁକୁ ନେଇ କେଉଁ ଭୁଲ କଲେ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ।
ଝାଡୁ ଘର ସଫେଇ କାର୍ଯ୍ୟରେ ବ୍ୟବହାର ହେବା ସହିତ ଝାଡୁ ଯୋଗୁଁ ଆମ ଜୀବନର ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ। ଏହାସହିତ ଘରେ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦୋୟ ପରେ ଝାଡୁ ଲଗାଇବା ଉଚିତ। ଏହାଦ୍ବାରା ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ ଏବଂ ସବୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ। କିନ୍ତୁ ଦ୍ବିପ୍ରହର ପରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ।ମହିଳା ମାନେ ନିଜ ମାସିକ ଧର୍ମ ସମୟରେ ମଧ୍ୟ ଘରେ ଝାଡୁ କରିବା ଅନୁଚିତ। କାରଣ ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ତେଣୁ ଏଭଳି ଭୂଲ କରିବା ଅନୁଚିତ। ନଚେତ ଘରକୁ ଦାରିଦ୍ର୍ୟତା ମାଡି ଆସିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ।
ଘରକୁ ଅତିଥିଙ୍କ ଆଗମନ ହେଇଥିଲେ ଝାଡୁ ଲଗାଇବା ଉଚିତ ନୁହେଁ। ଘରେ ଝାଡ଼ୁକୁ ଏକ ଏଭଳି ସ୍ଥାନରେ ରଖିବା ଉଚିତ, ଯେଉଁଠାରେ ଅନ୍ୟମାନଙ୍କ ନଜର ପଡ଼ିବ ନାହିଁ। କାରଣ ଆପଣ କୌଣସି କାର୍ଯ୍ୟରେ ବାହାରକୁ ପ୍ରସ୍ଥାନ କରୁଥିବା ସମୟରେ ଝାଡୁକୁ ଦେଖି ଗଲେ ଆପଣଙ୍କ କାର୍ଯ୍ୟ ସଫଳ ହେବ ନାହିଁ। ଏହାସହିତ ଯଦି ଝାଡୁ ଦେହରେ ଆପଣଙ୍କ ପାଦ ବାଜି ଯାଉଛି, ତାହେଲେ ପ୍ରଣାମ କରନ୍ତୁ। ନଚେତ ଦେବୀ ଲକ୍ଷ୍ମୀଙ୍କୁ ଅପମାନ ହେବ ଏବଂ ଆପଣଙ୍କୁ କଷ୍ଟ ଭୋଗିବାକୁ ପଡିପାରେ।
ଝାଡ଼ୁକୁ କେବେବି ଶୁକ୍ଳ ପକ୍ଷରେ କ୍ରୟ କରନ୍ତୁ ନାହିଁ। ଏହାକୁ କୃଷ୍ଣ ପକ୍ଷରେ କ୍ରୟ କରିବା ଶୁଭ ହୋଇଥାଏ। କୌଣସି ଶୁଭ ଦିନରେ ଝାଡୁ କିଣି ଦାନ କଲେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ଝାଡ଼ୁକୁ କେବେବି ଛିଡା କରି ରଖନ୍ତୁ ନାହିଁ, ଏହାକୁ ସର୍ବଦା ଶୁଆଇ ରଖନ୍ତୁ। ଝାଡୁକୁ ରଖିବା ସମୟରେ ଧ୍ୟାନ ରଖନ୍ତୁ କି, ଏହାର ମୁଣ୍ଡି ପୂର୍ବ ଦିଗ ଆଡ଼କୁ ରହିବା ଆବଶ୍ୟକ। ଏହାସହିତ ଝାଡ଼ୁକୁ ଘର ବାହାରେ ରଖିବା ଉଚିତ ନୁହେଁ।