ଠାକୁର ଘରେ ଏହି ଦ୍ଵୀପ ପ୍ରଜ୍ବଳନ କରନ୍ତୁ, ରାତାରାତି ହୋଇଯିବେ ମାଲାମାଲ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ ଦିଗ ଆଡ଼କୁ ଦୀପ ବସାଇବା ଉଚିତ ଏବଂ କିଛି ଖାସ ଅନୁଚିନ୍ତା ବିଷୟରେ ଜାଣିବା। ପ୍ରତ୍ୟେକ ଲୋକେ ନିଜ ଠାକୁର ଘରେ ଦୀପ ପ୍ରଜ୍ବଳନ କରିଥାନ୍ତି। ଏହାଦ୍ବାରା ଘରୁ ସବୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।
ହିନ୍ଦୁ ଧର୍ମରେ ସନ୍ଧ୍ୟା ସମୟକୁ ବହୁତ ଗୁରୁତ୍ବପୁର୍ଣ ମାନା ଯାଇଛି। ଯେଉଁମାନେ ସନ୍ଧ୍ୟା ସମୟରେ ନିଜ ଘରେ ଘିଅ ଦୀପ ବା ସୋରିଷ ତେଲର ଦୀପ ଜଳାଇ ନଥାନ୍ତି, ସେମାନଙ୍କ ଘରକୁ ସର୍ବଦା ସଙ୍କଟ ମାଡି ଆସିଥାଏ। ଯାହାଫଳରେ କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରି ମଧ୍ୟ ଆଶାନୁରୂପ ସଫଳତା ମିଳି ନଥାଏ। ସୂର୍ଯ୍ୟାସ୍ତ ପରେ ନକାରାତ୍ମକ ଶକ୍ତି ପ୍ରବଳ ହୋଇ ଯାଇଥାନ୍ତି। ଏହି ସମୟରେ ଆପଣଙ୍କୁ ଗୋଡ଼ ହାତ ଧୋଇ ସଞ୍ଜ ଦେବା ଆବଶ୍ୟକ।
ଯଦି ଆପଣଙ୍କୁ ଚାକିରି କ୍ଷେତ୍ରରେ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ବା ଆର୍ଥିକ ସଂକଟର ସାମ୍ନା କରିବାକୁ ପଡୁଛି, ତାହେଲେ ପ୍ରତ୍ୟେକଦିନ ଘରର ଉତ୍ତର ଦିଗରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇ ଯିବ। ଏହାସହିତ ଯେଉଁ କାର୍ଯ୍ୟରେ ଆପଣ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ଦୀପରୁ ବାହାରୁ ଥିବା ଉର୍ଜା ଘରର ବାତାବରଣକୁ ସକାରାତ୍ମକ କରି ଦେଇଥାଏ।
ଆସନ୍ତୁ ଜାଣିବା ଘରେ ଏଭଳି କେଉଁ ଜିନିଷ ରଖିଲେ ଶୁଭ ହୋଇଥାଏ। ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତ ଅଟନ୍ତି, ତାହେଲେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ରାଧାଙ୍କର ଯୁଗଳ ମୂର୍ତ୍ତି ଆଣି ରଖନ୍ତୁ। ଏହା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣ ଠାକୁର ଘରେ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ପୂଜା କରୁଛନ୍ତି ତାହେଲେ ତାଙ୍କ ବାମ ପାଖରେ ପ୍ରଭୁ ଶ୍ରୀଗଣେଶଙ୍କର ମୂର୍ତ୍ତି ମଧ୍ୟ ରଖନ୍ତୁ।
ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନରେ ଅର୍ଥର ସମସ୍ୟା ଦୂର ହୋଇଯିବ। ଯଦି ଆପଣ ନିଜ ଠାକୁର ଘରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖୁଛନ୍ତି, ତାହେଲେ ଆପଣ ପ୍ରଭୁ ହନୁମାନଙ୍କର ମୂର୍ତ୍ତି ମଧ୍ୟ ରଖନ୍ତୁ। ଠାକୁର ଘରେ କେବେବି ଏକା ପ୍ରକାରର ଠାକୁର ମୂର୍ତ୍ତି ଅଧିକ ରଖିବା ଉଚିତ ନୁହେଁ। ନଚେତ ଘର ଉପରକୁ ବିପଦ ମାଡି ଆସିପାରେ। ଠାକୁର ଘରେ ଆପଣ ଶିବଲିଙ୍ଗ ପାଖରେ ତମ୍ବାର ନାଗ ସାପ ରଖିବା ଆବଶ୍ୟକ। କେବେବି ଶିବଲିଙ୍ଗ ଉପରେ ତୁଳସୀ ପତ୍ର ଅର୍ପଣ କରିବେ ନାହିଁ, ଏହା ଅଶୁଭ ହୋଇଥାଏ।