ପିତୃପକ୍ଷରେ ୧୫ ଦିନ ପ୍ରତି ରାତିରେ ଘରେ ଏହିଠାରେ ଜଳେଇ ଦିଅନ୍ତୁ ଦୀପ। ପିତୃଦୋଷ ବଦଳି ଯିବ ପିତୃଙ୍କର ଆଶୀର୍ବାଦ। ମିଳିବ ସବୁ କଷ୍ଟ ଏବଂ ସଙ୍କଟରୁ ମୁକ୍ତି।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପିତୃପକ୍ଷରେ ୧୫ ଦିନ ପ୍ରତି ରାତିରେ ଘରେ ଏହିଠାରେ ଜଳେଇ ଦିଅନ୍ତୁ ଦୀପ। ପିତୃଦୋଷ ବଦଳି ଯିବ ପିତୃଙ୍କର ଆଶୀର୍ବାଦ। ମିଳିବ ସବୁ କଷ୍ଟ ଏବଂ ସଙ୍କଟରୁ ମୁକ୍ତି।
ଭାଦ୍ରପଦ ମାସ ପୂର୍ଣିମାରୁ ଶ୍ରାଦ୍ଧ ପକ୍ଷ ଆରମ୍ଭ ହୋଇ ଆସିନ ମାସ ଅମାବାସ୍ୟାରେ ସମାପ୍ତି ହେବ। ଏହି ବର୍ଷ ଶ୍ରାଦ୍ଧ ପକ୍ଷ ୧୦ ସେପ୍ଟେମ୍ବର ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ। ଏହି ଦିନ ପିତୃଙ୍କୁ ସମର୍ପଣ ହୋଇଥାଏ। ଏହି ଦିନ ପିତୃଙ୍କ ଶାନ୍ତି ପାଇଁ ତର୍ପଣ ଶ୍ରାଦ୍ଧ ପିଣ୍ଡଦାନ ଆଦି କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଶ୍ରାଦ୍ଧ ନକରିଲେ ପିତୃଦୋଷ ଲାଗିଥାଏ। ପିତୃପୁରୁଷଙ୍କୁ ଶାନ୍ତି କରିବା ପାଇଁ ଏହି ଦିନକୁ ବହୁତ ଖାସ ମାନାଯାଏ।
ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଉପରେ ପିତୃଗଣ ପ୍ରସନ୍ନ ଥାଆନ୍ତି ତାଙ୍କ ଉପରେ ସମସ୍ତ ଦେବୀ ଦେବତାଙ୍କର ଆଶୀର୍ବାଦ ଥାଏ। ପିତୃପକ୍ଷ ପିତୃଦେବଙ୍କୁ ସମର୍ପଣ ଅଟେ ସେଥିପାଇଁ ଏହି ସମୟରେ କୌଣସି ବି ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ।
ଏହି ସମୟରେ ପିତୃଗଣ ପୃଥିବୀରେ ବାସ କରନ୍ତି। ତ ଏହି ସମୟରେ ପିତୃଗଣଙ୍କ ପାଇଁ ଶ୍ରାଦ୍ଧ କରି ତାଙ୍କୁ ପ୍ରସନ୍ନ କରି ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିହେବ। ହିନ୍ଦୁ ଧର୍ମରେ ମନୁଷ୍ୟର ମୃତ୍ୟୁ ପରେ ତାର ଶ୍ରାଦ୍ଧ କରିବା ବହୁତ ଜରୁରୀ ଅଟେ। ମାନ୍ୟତା ଅନୁସାରେ ପୂର୍ବଜଙ୍କର ଶ୍ରାଦ୍ଧ ନକରିଲେ ସେମାନଙ୍କୁ ମୁକ୍ତି ମିଳିନଥାଏ ଏବଂ ସେମାନେ ଏହି ସଂସାରରେ ହିଁ ଭଟକି ଥାନ୍ତି।
ଶାସ୍ତ୍ର ଅନୁସାରେ ଦେବିଦେଵତାଙ୍କ ପୂର୍ବରୁ ପ୍ରଥମେ ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ଉଚିତ। ସେତେବେଳେ ଯାଇ ଆମକୁ ପୂଜାର ଫଳ ମିଳିଥାଏ। ସେଥିପାଇଁ ପିତୃପୁରୁଷଙ୍କୁ ଶାନ୍ତ ଏବଂ ପିତୃଦୋଷରୁ ମୁକ୍ତି ପାଇବା ପାଇଁ ସହଜ ଉପାୟ ଜଣେଇବୁ। ଏହି ଉପାୟକୁ କରିଲେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଅଶେଷ କୃପା ପ୍ରାପ୍ତି ହୋଇଥାଏ। ଖରାପ ହୋଇଯାଇଥିବା କାର୍ଯ୍ୟ ବନିବାକୁ ଲାଗିଥାଏ ଏବଂ ପିତୃଙ୍କ ଆଶୀର୍ବାଦ ମିଳିଥାଏ। ଘରେ ସୁଖ ଶାନ୍ତି ବନିରହିଥାଏ। ପରିବାର ସଦସ୍ୟଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ। ଜୀବନରେ ସମସ୍ତ କଷ୍ଟ ଏବଂ ଦୁଃଖରୁ ମୁକ୍ତି ମିଳିଥାଏ। ଏହି ଉପାୟକୁ ସନ୍ଧ୍ୟା କିମ୍ବା ରାତିରେ କରିବା ଉଚିତ।
ଏହି ଉପାୟ କରିବା ସମୟରେ ଆପଣ ସ୍ନାନ କରିନିଅନ୍ତୁ କିମ୍ଵା ଭଲ ଭାବରେ ଗୋଡ଼ହାତ ମୁହଁ ଧୋଇ ନିଅନ୍ତୁ। ଏହାପରେ ସ୍ୱଚ୍ଛ କପଡା ଧାରଣ କରି ଏହି ଉପାୟ କରନ୍ତୁ। ଆପଣ କୌଣସି ବି ଧାତୁର ଏକ ଦୀପ ନିଅନ୍ତୁ ଏବଂ ଦୀପରେ ଏକ ବତୀ ଦେଇ ସେଥିରେ ଶୁଦ୍ଧ ଘିଅ ଦିଅନ୍ତୁ ଯଦି ଶୁଦ୍ଧ ଘିଅ ନଥାଏ ତେବେ ସୋରିଷ ତେଲରେ କଳା ତିଳ ଅଳ୍ପ ଦେଇ ଦୀପ ଲଗାନ୍ତୁ। ସନ୍ଧ୍ୟା ପୂଜା ପରେ ଏହି ଉପାୟ କରିବେ। ପୂଜାରେ ନୂଆ ଦୀପ ବ୍ୟବହାର କରିବେ ଏବଂ ଏହି ଦୀପକୁ ଅନ୍ୟ କୌଣସି ପୂଜାରେ ବ୍ୟବହାର କରିବେ ନାହିଁ। ଦୀପକୁ ସିଧା ଭୂମିରେ ରଖିବେ ନାହିଁ ଦୀପ ତଳେ କିଛି ଅକ୍ଷତ ରଖିଦେବେ ଏହା ପରେ ଦୀପ ଜଳାଇବେ।
ଏହି ଦୀପ ଦକ୍ଷିଣ ଦିଗକୁ ରହିବା ଉଚିତ। ଏହି ଦୀପକୁ ନିଜ ଘରେ ଦକ୍ଷିଣ ଦିଗରେ ସ୍ୱଚ୍ଛ ସ୍ଥାନରେ ଜଳେଇ ପାରିବେ। ଦୀପ ଲଗାଇବା ପରେ ସେଠାରେ ଆସନ ପକେଇ ବସି ଯାଆନ୍ତୁ ଏବଂ ପ୍ରଥମେ ଭଗବାନ ଶ୍ରୀଗଣେଶଙ୍କୁ ପ୍ରଣାମ କରନ୍ତୁ ଏହାପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ ଏହାପରେ ନିଜର ପିତୃପୁରୁଷଙ୍କୁ କୁଳ ଦେବଙ୍କୁ ସ୍ମରଣ କରି ତାଙ୍କୁ ନମସ୍କାର କରନ୍ତୁ। ନିଜର ସମସ୍ୟା ବିଷୟରେ ତାଙ୍କୁ କୁହନ୍ତୁ। ନିଜର ସମସ୍ତ କଷ୍ଟ ଏବଂ ଦୁଃଖକୁ ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ। ପିତୃଦୋଷରୁ ମୁକ୍ତି ପାଇବା ପାଇଁ ତାଙ୍କୁ କୁହନ୍ତୁ ଏବଂ କୁହନ୍ତୁ ତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ବନେଇ ରଖିବା ପାଇଁ। ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କ ଦିଗ ମାନାଯାଏ।
ଏଥିପାଇଁ ଅମାବାସ୍ୟା ଦିନ ରାତିରେ ଦକ୍ଷିଣ ମୁଖୀ ଦୀପ ଜଳାଇବାର ବିଶେଷ ମହତ୍ୱ ରହିଛି। ଏହା ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ଶ୍ରାଦ୍ଧ କରିବାର ପୂର୍ଣ୍ଣ ଫଳ ମିଳିଥାଏ। ଏହା ଦ୍ବାରା କାଳସ୍ୱର୍ପ ଦୋଷରୁ ବି ମୁକ୍ତି ମିଳିଥାଏ। ଏହି ଦୀପ ଜଳାଇବା ପରେ ଦକ୍ଷିଣ ଦିଗକୁ ମୁଖ କରି ଏହି ମନ୍ତ୍ରକୁ ୧୦୮ ଥର ଜପ କରିବେ ମନ୍ତ୍ର ହେଉଛି ଓଁ ପିତୃଦେବତାୟ ନମଃ। ଏହାପରେ ଭଗବାନ ବିଷ୍ଣୁଙ୍କର ମହାମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପ କରିବେ। ଓଁ ଶନି ଶନିଶ୍ଚରାୟ ନମଃ ମନ୍ତ୍ରର ଜପ କରିବେ। ଏହି ଦିନ ଭଗବାନ ବିଷ୍ଣୁଙ୍କର ବି ପୂଜା କରିବା ଉଚିତ। ଭଗବାନ ବିଷ୍ଣୁ ପିତୃପୁରୁଷଙ୍କର କାରକ ଅଟନ୍ତି।