Excuse Me Odisha

ଯାହା କହିବୁ ସତ କହିବୁ

ଏହି ସପ୍ତାହରେ ଖାସ ୩ ଗୋଟି ରାଶିର ଲୋକେ ହେବାକୁ ଯାଉଛନ୍ତି କୋଟିପତି। ଜାଣନ୍ତୁ କଣ ସେହି ରାଶି ?

ସେୟାର୍ କରନ୍ତୁ

ଅଗଷ୍ଟ ମାସର ତୃତୀୟ ସପ୍ତାହରେ ଦେଶର ସ୍ଵାଧୀନତା ଦିବସ ପାଳିତ ହେବାକୁ ଯାଉଛି। ଏହି ସପ୍ତାହରେ ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ସପ୍ତାହରେ ଜନ୍ମାଷ୍ଟମୀ ପର୍ବ ମଧ୍ୟ ପାଳିତ ହେବ। ଏହି ସପ୍ତାହରେ ଖାସ ୩ ଗୋଟି ରାଶିର ଲୋକଙ୍କୁ ଅଧିକ ଲାଭ ମିଳିବାକୁ ଯାଉଛି।

ଅଗଷ୍ଟ ମାସର ତୃତୀୟ ସପ୍ତାହ ଭାରତ ପାଇଁ ବହୁତ ଖାସ ଅଟେ। ଅଗଷ୍ଟ ୧୫ ତାରିଖ ଦିନ ଦେଶର ୭୫ତମ ସ୍ବାଧିନତା ଦିବସ ପାଳନ କରାଯିବ। ଏହାସହିତ ଏହି ସପ୍ତାହରେ ଜନ୍ମାଷ୍ଟମୀ ମଧ୍ୟ ପଡୁଛି। ଏହି ସପ୍ତାହ କିଛି ବିଶେଷ ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ସେହି ବିଶେଷ ରାଶିର ଲୋକଙ୍କୁ ଧନଲାଭ ହେବା ସହିତ ସବୁ କ୍ଷେତ୍ରରେ ସଫଳତା ମିଳିବ। ତେବେ ଆସନ୍ତୁ ସେହି ଖାସ ତିନି ଗୋଟି ରାଶିର ଲୋକଙ୍କ ବିଷୟରେ ଜାଣିବା।

ବୃଷ ରାଶି :-

ଅଗଷ୍ଟ ମାସର ତୃତୀୟ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆୟରେ ବୃଦ୍ଧି ହେବ। ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଆପଣ କଠିନ ପରିଶ୍ରମ କରିବେ। ପରିବାରରେ ହସଖୁସିର ମାହୋଲ ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଠିକ ସମୟରେ ସମ୍ପନ୍ନ ହେବ। ବିଦେଶ ରହୁଥିବା ସମ୍ପର୍କୀୟଙ୍କ ଠାରୁ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। ନୂତନ ଜମିବାଡ଼ି କ୍ରୟ କରି ପାରନ୍ତି।

କୁମ୍ଭ ରାଶି :-

ଅଗଷ୍ଟ ମାସର ତୃତୀୟ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଆର୍ଥିକ ମାନ୍ଦାବସ୍ଥା ଦୂର ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯଦି ଆପଣ ଏହି ସମୟରେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ବିଚାର କରୁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ।

ମୀନ ରାଶି :-

ଅଗଷ୍ଟ ମାସର ତୃତୀୟ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ରହିଛି। କ୍ୟାରିୟରରେ ଅଗ୍ରଗତି କରିବେ। ଆୟରେ ବୃଦ୍ଧି ହେବ। ପ୍ରେମ ମାମଲାରେ ସଫଳ ହେବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ଚାକିରି ପାଇଁ ଆବେଦନ କରିଥିବା ଲୋକଙ୍କୁ ସୁଖଦ ସମାଚାର ମିଳିପାରେ। ବ୍ୟବସାୟରେ ଲାଭବାନ ହେବେ। ପରିବାର ଲୋକେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *